୯-୧୫ ନଭେମ୍ବରଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
‘ଦୁଇ କ୍ଷୁଦ୍ର ମୁଦ୍ରାର’ ମୂଲ୍ୟ
ଗରିବ ବିଧବା ଜଣକ ଯେଉଁ ଦୁଇଟି କ୍ଷୁଦ୍ର ମୁଦ୍ରା ଦାନ କରିଥିଲା, ସେଗୁଡ଼ିକର ମୂଲ୍ୟ ଏତେ କମ୍ ଥିଲା ଯେ ସେଥିରେ ଗୋଟିଏ ବେଳାର ଖାଦ୍ୟ ମଧ୍ୟ ମିଳନ୍ତା ନାହିଁ । [ଲୂକ ୨୧:୪ ଅଧ୍ୟୟନ ତଥ୍ୟ (ହିନ୍ଦୀ) ଦେଖନ୍ତୁ] କିନ୍ତୁ ତାହାର ଏହି ଛୋଟିଆ ଦାନରୁ ଜଣାପଡ଼େ ଯେ ସେ ଯିହୋବାଙ୍କୁ କେତେ ପ୍ରେମ କରୁଥିଲା ଏବଂ ଉପାସନା ସହ ଜଡ଼ିତ ବ୍ୟବସ୍ଥାଗୁଡ଼ିକୁ ସହଯୋଗ କରିବାକୁ ଚାହୁଁଥିଲା । ଏହି କାରଣରୁ ତାର ଦାନ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଥିଲା ।—ମାର୍କ ୧୨:୪୩.
‘ଯିହୋବାଙ୍କ ଉଦ୍ଦେଶ୍ୟରେ ଆପଣାକୁ ପ୍ରତିଷ୍ଠା କର’ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଆମ ଦାନରୁ କେଉଁ କେଉଁ କାମ କରାଯାଏ ?
ଆମକୁ ହୁଏତ ଆମ ଦାନ କମ୍ ଲାଗେ, ତଥାପି ତାହା ଯିହୋବାଙ୍କ ଦୃଷ୍ଟିରେ କାହିଁକି ବହୁମୂଲ୍ୟ ?
ଦାନ କରିବାର ଉପାୟଗୁଡ଼ିକ ବିଷୟରେ ଆମେ କେଉଁଠାରୁ ଜାଣିପାରିବା ?—“ଅଧିକ ଜାଣନ୍ତୁ” ନାମକ ବକ୍ସ ଦେଖନ୍ତୁ