ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଅଭିଯୋଗ ମନୋଭାବ ରଖିବା କାହିଁକି ଠିକ୍ ନୁହେଁ ?
ଯେଉଁମାନେ ବଚସା କରନ୍ତି ଅର୍ଥାତ୍ ଅଭିଯୋଗ ମନୋଭାବ ରଖନ୍ତି, ଯିହୋବା ସେମାନଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ (ଗଣ ୧୧:୧; ପ୍ର୦୧-ହି ୬/୧୫ ପୃ ୧୭ ¶୨୦)
ସବୁବେଳେ ଅଭିଯୋଗ କରୁଥିବା ଲୋକେ କେବଳ ନିଜ ବିଷୟରେ ଭାବନ୍ତି ଏବଂ ସେମାନଙ୍କ ପାଖରେ ଯାହା ଅଛି ତାର ଆଦର କରନ୍ତି ନାହିଁ (ଗଣ ୧୧:୪-୬; ପ୍ର୦୬-ହି ୮/୧ ପୃ ୮ ¶୭)
ଅଭିଯୋଗ କରୁଥିବା ଲୋକଙ୍କ କଥା ଅନ୍ୟମାନଙ୍କୁ ଦୁଃଖିତ କରିପାରେ (ଗଣ ୧୧:୧୦-୧୫; ଇନସାଇଟ୍-୨ ପୃ ୭୧୯ ¶୪)
ଏହା ସତ ଯେ ଇସ୍ରାଏଲୀୟମାନଙ୍କ ପାଇଁ ପ୍ରାନ୍ତରରେ ବା ମରୁ ଅଞ୍ଚଳରେ ଜୀବନଯାପନ କରିବା ସହଜ ନ ଥିଲା, ତଥାପି ସେମାନଙ୍କଠାରେ କୃତଜ୍ଞତା ଦେଖାଇବାର ଅନେକ କାରଣ ଥିଲା । ଯଦି ଆମେ ନିୟମିତ ଭାବେ ଯିହୋବା ଦେଇଥିବା ଅଗଣିତ ଆଶିଷଗୁଡ଼ିକ ଉପରେ ଚିନ୍ତନ କରିବା, ତେବେ ଆମେ ଅଭିଯୋଗ ମନୋଭାବ ରଖିବା ନାହିଁ ।