ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଶଲୋମନଙ୍କ ପ୍ରାର୍ଥନା—ହୃଦୟରୁ ଓ ନମ୍ରତାର ସହ
ମନ୍ଦିରର ଉଦ୍ଘାଟନ ସମୟରେ ଶଲୋମନ ସମସ୍ତ ଲୋକମାନଙ୍କ ସାମନାରେ ହୃଦୟରୁ ପ୍ରାର୍ଥନା କଲେ (୧ରାଜା ୮:୨୨; ପ୍ର୦୯-ହି ୧୧/୧୫ ପୃ ୯ ¶୯-୧୦)
ଶଲୋମନ ଲୋକମାନଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଲେ ନାହିଁ, ବରଂ ଯିହୋବାଙ୍କ ମହିମା କଲେ (୧ରାଜା ୮:୨୩, ୨୪)
ଶଲୋମନ ନମ୍ର ହୋଇ ଯିହୋବାଙ୍କୁ ପ୍ରାର୍ଥନା କଲେ (୧ରାଜା ୮:୨୭; ପ୍ର୯୯-ହି ୧/୧୫ ପୃ ୧୭ ¶୭-୮)
ଶଲୋମନଙ୍କ ପ୍ରାର୍ଥନାରୁ ଆମେ ବହୁତ କିଛି ଶିଖିପାରିବା । ଯଦି ଆମକୁ ଲୋକମାନଙ୍କ ସାମନାରେ ପ୍ରାର୍ଥନା କରିବା ପାଇଁ କୁହାଯାଏ, ତେବେ ଆମ ଧ୍ୟାନ ଲୋକମାନଙ୍କଠାରୁ ପ୍ରଶଂସା ପାଇବା ଉପରେ ନୁହେଁ, ବରଂ ଆମେ ଯିହୋବାଙ୍କୁ କʼଣ କହିବାକୁ ଚାହୁଁ ତାʼ ଉପରେ ରହିବା ଉଚିତ୍ ।