ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୩
  • ବିପତ୍ତି ଆସିବା ପରେ କିପରି ସାହାଯ୍ୟ କରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବିପତ୍ତି ଆସିବା ପରେ କିପରି ସାହାଯ୍ୟ କରିବା ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ସଂକଟ ସମୟରେ ଆମେ ନିଜ ଭାଇମାନଙ୍କୁ କିପରି ସାହାଯ୍ୟ କରୁ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • କʼଣ ଆପଣ ପ୍ରସ୍ତୁତ ଅଛନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ସମସ୍ୟା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୩

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବିପତ୍ତି ଆସିବା ପରେ କିପରି ସାହାଯ୍ୟ କରିବା ?

ଆଜି ପ୍ରାକୃତିକ ବିପତ୍ତିଗୁଡ଼ିକ ଦିନକୁ ଦିନ ବଢ଼ି ବଢ଼ି ଯାଉଛି । ତେଣୁ ଯେବେ କୌଣସି ବିପତ୍ତି ଆସେ, ତେବେ ଭାଇଭଉଣୀମାନଙ୍କ ସାହାଯ୍ୟ କରିବା ପାଇଁ ରିଲିଫ୍‌ କାମର ଭଲ ବ୍ୟବସ୍ଥା ହେବା ଜରୁରୀ ଅଟେ । ଆଉ ଏହି କାମରେ ଭାଗ ନେଉଥିବା ଭାଇଭଉଣୀମାନଙ୍କ ମଧ୍ୟରେ ଭଲ ବ୍ୟବସ୍ଥା ହେବା ଜରୁରୀ । ତେଣୁ ପ୍ରଶାସନ ଦଳ ସବୁ ଶାଖା କାର୍ଯ୍ୟାଳୟରେ ‘ବିପତ୍ତି ରିଲିଫ୍‌ ବିଭାଗ’ ନିଯୁକ୍ତ କରିଛନ୍ତି ।

ଯେବେ ଏହି ବିଭାଗର ଭାଇମାନଙ୍କୁ ଜଣାପଡ଼େ ଯେ କୌଣସି ଅଞ୍ଚଳରେ ବିପତ୍ତି ଆସିଛି, ତେବେ ସେମାନେ ତୁରନ୍ତ ସେଠାର ପ୍ରାଚୀନମାନଙ୍କୁ ସମ୍ପର୍କ କରନ୍ତି । ସେମାନେ ତାଙ୍କୁ ପଚାରନ୍ତି ଯେ ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟର ଆବଶ୍ୟକତା ଅଛି । ଯଦି ଏତେ କ୍ଷତି ହୋଇଛି ଯେ ସେହି ଅଞ୍ଚଳର ଭାଇଭଉଣୀମାନେ ନିଜେ ସେହି ପରିସ୍ଥିତିକୁ ସମ୍ଭାଳି ପାରୁନାହାନ୍ତି, ତେବେ ଶାଖା କାର୍ଯ୍ୟାଳୟ କିଛି ଦକ୍ଷ ଭାଇମାନଙ୍କୁ ରିଲିଫ୍‌ କାମର ନେତୃତ୍ୱ ନେବା ପାଇଁ ନିଯୁକ୍ତ କରିବ । ତାʼପରେ ଏହି ଭାଇମାନେ ସ୍ୱୟଂସେବକମାନଙ୍କ ପାଇଁ ବା କିଛି ଜିନିଷ ଦାନ କରିବା ପାଇଁ ଅନୁରୋଧ କରିପାରିବେ । କିମ୍ବା ତାʼପରେ ସେମାନେ ସେହି ଅଞ୍ଚଳରୁ ହିଁ ଆବଶ୍ୟକତା ଜିନିଷ କିଣି ସେହି ଭାଇଭଉଣୀମାନଙ୍କୁ ବାଣ୍ଟିପାରିବେ ।

ଯେବେ ଭାଇଭଉଣୀମାନେ ନିଜେ ନିଜେ ସାହାଯ୍ୟ କରିବା ପରିବର୍ତ୍ତେ, ସଙ୍ଗଠନର ବ୍ୟବସ୍ଥା ମୁତାବକ କାମ କରନ୍ତି, ତେବେ ଏଥିରୁ ଅନେକ ଲାଭ ହୁଏ । ଏହା ଯୋଗୁଁ କୌଣସି ଗଡ଼ବଡ଼ି ହୁଏନି ଆଉ ପଇସା ଓ ଜିନିଷଗୁଡ଼ିକ ବରବାଦ ହୁଏନି । ତାʼସହ କୌଣସି କାମକୁ ଦୁଇଥର କରିବାର ସମୟ ବଞ୍ଚିପାରେ ।

ଶାଖା କାର୍ଯ୍ୟାଳୟ ଜରିଆରେ ନିଯୁକ୍ତ ଭାଇମାନେ ନିଷ୍ପତ୍ତି ନେଇପାରିବେ ଯେ ରିଲିଫ୍‌ କାମ ପାଇଁ କେତେ ପଇସା ଓ ସ୍ୱୟଂସେବକମାନଙ୍କର ଆବଶ୍ୟକତା ହେବ । ସେମାନେ ସେହି ଅଞ୍ଚଳର ଅଧିକାରୀମାନଙ୍କୁ ମଧ୍ୟ ସମ୍ପର୍କ କରିପାରିବେ, ଯେଉଁମାନେ ଆମ ରିଲିଫ୍‌ କାମକୁ ଶୀଘ୍ର କରିବାରେ ସାହାଯ୍ୟ କରିପାରିବେ । ତେଣୁ ଭାଇଭଉଣୀମାନଙ୍କୁ ନିଜେ ନିଜେ ପଇସା ଜମା କରିବା ଓ ରିଲିଫ୍‌ ସାମଗ୍ରୀ ପଠାଇବା ଉଚିତ୍‌ ନୁହେଁ । ତାʼଛଡ଼ା ଯେବେ ଯାଏ ସେମାନଙ୍କୁ କୁହାଯାଏନି, ତେବେ ଯାଏ ସେମାନେ ନିଜେ ନିଜେ ସେହି ଅଞ୍ଚଳକୁ ଯିବା ଉଚିତ୍‌ ନୁହେଁ ।

ତଥାପି ବିପତ୍ତି ସମୟରେ ଆମେ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁ, କାରଣ ଆମେ ତାଙ୍କୁ ପ୍ରେମ କରୁ ! (ଏବ୍ରୀ ୧୩:୧୬) ତାହେଲେ ଆମେ କʼଣ କରିପାରିବା ? ସବୁଠୁ ଜରୁରୀ କଥା, ଆମେ ବିପତ୍ତି ସହୁଥିବା ଭାଇଭଉଣୀମାନଙ୍କ ପାଇଁ ଓ ରିଲିଫ୍‌ କାମରେ ଭାଗ ନେଉଥିବା ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିପାରିବା । ଆମେ ଦାନ ବି କରିପାରିବା । ଏହି ଦାନ ଆମେ ‘ପୂରା ଦୁନିଆରେ ହେଉଥିବା କାମ’ ପାଇଁ ଦେଇପାରିବା । ପ୍ରଶାସନ ଦଳର ନେତୃତ୍ୱରେ ଶାଖା କାର୍ଯ୍ୟାଳୟ ଏହା ନିଷ୍ପତ୍ତି ନିଏ ଯେ ସେହି ଦାନର ପଇସାକୁ କେଉଁଠି ଖର୍ଚ୍ଚ କରିବା ସବୁଠୁ ଭଲ ରହିବ । ଯଦି ଆମେ ନିଜେ ରିଲିଫ୍‌ କାମ ପାଇଁ ସାହାଯ୍ୟ କରିବା ପାଇଁ ଚାହୁଁ, ତାହେଲେ ଆମେ ସ୍ଥାନୀୟ ଯୋଜନା ଓ ନିର୍ମାଣ କାମର ଫର୍ମ (DC-50) ଭରିପାରିବେ ।

ବ୍ରାଜିଲରେ ହୋଇଥିବା ବନ୍ୟାରୁ କ୍ଷୟକ୍ଷତି ନାମକ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ:

“ବ୍ରାଜିଲରେ ହୋଇଥିବା ବନ୍ୟାରୁ କ୍ଷୟକ୍ଷତି” ଭିଡିଓର ଗୋଟିଏ ଦୃଶ୍ୟ । ଉପରୁ ନିଆଯାଇଥିବା ଚିତ୍ରରେ ଦେଖିବାକୁ ମିଳୁଛି ଯେ ବନ୍ୟା ଯୋଗୁଁ ଘର ଓ ଗଛଗୁଡ଼ିକ ପାଣିରେ ବୁଡ଼ିଯାଇଛି ।

୨୦୨୦ ମସିହାରେ ବ୍ରାଜିଲରେ ଆସିଥିବା ବନ୍ୟା ପରେ ଯିହୋବାଙ୍କ ସାକ୍ଷୀମାନେ ଯେଉଁଭଳି ଭାବେ ରିଲିଫ୍‌ କାମ କଲେ, ସେ ବିଷୟରେ ଆପଣଙ୍କୁ କʼଣ ଭଲ ଲାଗିଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ