ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp25 ସଂ ୧ ପୃଷ୍ଠା ୧୦-୧୩
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ କିପରି ଶେଷ ହେବ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ କିପରି ଶେଷ ହେବ ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଈଶ୍ୱର ମଣିଷ ସରକାରଗୁଡ଼ିକୁ ବିନାଶ କରିଦେବେ
  • ଈଶ୍ୱର ପାପକୁ ଦୂର କରିଦେବେ
  • ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ଈଶ୍ୱର ବିନାଶ କରିଦେବେ
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ କାହିଁକି ଶେଷ ହେଉନି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୦
  • ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
wp25 ସଂ ୧ ପୃଷ୍ଠା ୧୦-୧୩
ଯୁଦ୍ଧ ଯୋଗୁଁ ସାରା ସହର ନଷ୍ଟ ହୋଇଯାଇଛି ଓ ଜଣେ ସୈନିକ ସେଠାରେ ବସି କିଛି ଭାବୁଛି ।

ମଣିଷମାନେ ଯୁଦ୍ଧକୁ ଶେଷ କରିପାରିବେ ନାହିଁ

ଯୁଦ୍ଧ ଓ ଲଢ଼େଇଗୁଡ଼ିକ କିପରି ଶେଷ ହେବ ?

ପବିତ୍ର ଶାସ୍ତ୍ରରେ ସ୍ପଷ୍ଟଭାବେ କୁହାଯାଇଛି ଯେ ମଣିଷମାନେ ନୁହେଁ, ବରଂ ଈଶ୍ୱର ‘ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରିବେ ।’—ଗୀତସଂହିତା ୪୬:୯.

ଈଶ୍ୱର ମଣିଷ ସରକାରଗୁଡ଼ିକୁ ବିନାଶ କରିଦେବେ

ଶାସ୍ତ୍ର ବାଇବଲରେ କୁହାଯାଇଛି ଯେ ହର୍ମିଗିଦ୍ଦୋନ୍‌a ନାମକ ଯୁଦ୍ଧରେ ଈଶ୍ୱର ସମସ୍ତ ମଣିଷ ସରକାରଗୁଡ଼ିକୁ ବିନାଶ କରିଦେବେ । (ପ୍ରକାଶିତ ବାକ୍ୟ ୧୬:୧୬) ଏଥିରେ ଲେଖାଅଛି, ‘ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରାଯିବ ।’ (ପ୍ରକାଶିତ ବାକ୍ୟ ୧୬:୧୪) ହର୍ମିଗିଦ୍ଦୋନ୍‌ ଯୁଦ୍ଧ ହିଁ ଶେଷ ଯୁଦ୍ଧ ଥିବ । ଏହାପରେ ପୃଥିବୀରେ ଆଉ କୌଣସି ଯୁଦ୍ଧ ହେବ ନାହିଁ ।

ତାʼପରେ ମଣିଷ ସରକାରଗୁଡ଼ିକ ବଦଳରେ ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରୁ ପୃଥିବୀକୁ ଶାସନ କରିବ । ଏହି ରାଜ୍ୟ ସବୁଦିନ ଯାଏ ରହିବ । (ଦାନିୟେଲ ୨:୪୪) ଈଶ୍ୱର ନିଜର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କୁ ଏହି ରାଜ୍ୟର ରାଜା ନିଯୁକ୍ତ କରିଛନ୍ତି । (ଯିଶାଇୟ ୯:୬, ୭; ମାଥିଉ ୨୮:୧୮) ଏହା ସେହି ରାଜ୍ୟb ଅଟେ, ଯାହା ବିଷୟରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବା ପାଇଁ ଶିଖାଇଥିଲେ । (ମାଥିଉ ୬:୯, ୧୦) ଯେବେ ସାରା ପୃଥିବୀରେ କେବଳ ଗୋଟିଏ ସରକାର ଶାସନ କରିବ, ତେବେ ସମସ୍ତ ମଣିଷମାନଙ୍କ ମଧ୍ୟରେ ଏକତା ଥିବ ।

ଈଶ୍ୱରଙ୍କ ରାଜ୍ୟର ରାଜା ଯୀଶୁ ଆଜିର ରାଜନେତାମାନଙ୍କ ଭଳି ନୁହଁନ୍ତି । ସେ ନିଜ ଅଧିକାରର ବ୍ୟବହାର ନିଜର ଲାଭ ପାଇଁ କରନ୍ତି ନାହିଁ । ଯୀଶୁ ନ୍ୟାୟ କରନ୍ତି ଓ ସେ କାହାରି ସହ ବି ଭେଦଭାବ କରନ୍ତି ନାହିଁ । ସେଥିପାଇଁ କାହାରିକୁ ବି ଏହା ଚିନ୍ତା ହେବ ନାହିଁ ଯେ ତାଙ୍କୁ ତାଙ୍କର ରାଷ୍ଟ୍ର, ଜାତି କିମ୍ବା ଗୋତ୍ର ଯୋଗୁଁ ଅଣଦେଖା କରାଯିବ କିମ୍ବା ତାଙ୍କ ସହିତ ଅନ୍ୟାୟ କରାଯିବ । (ଯିଶାଇୟ ୧୧:୩, ୪) ଲୋକମାନଙ୍କୁ ନିଜ ଅଧିକାର ପାଇଁ ଲଢ଼ିବାକୁ ବି ପଡ଼ିବ ନାହିଁ । କାରଣ ଯୀଶୁ ପ୍ରତ୍ୟେକ ମଣିଷ ଉପରେ ଧ୍ୟାନ ଦେବେ । ବାଇବଲରେ ଲେଖାଅଛି, “ସେ ଆର୍ତ୍ତନାଦକାରୀ ଦୀନହୀନକୁ ଓ ଅସହାୟ ଦରିଦ୍ରକୁ ଉଦ୍ଧାର କରିବେ । . . . ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ ମୁକ୍ତ କରିବେ ।”—ଗୀତସଂହିତା ୭୨:୧୨-୧୪.

ଈଶ୍ୱରଙ୍କ ରାଜ୍ୟ ପୃଥିବୀରୁ ସମସ୍ତ ଘାତକ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଶେଷ କରିଦେବ । (ମୀଖା ୪:୩) ସେ ସେହି ଦୁଷ୍ଟ ଲୋକମାନଙ୍କୁ ମଧ୍ୟ ବିନାଶ କରିଦେବ, ଯେଉଁମାନେ ଲଢ଼େଇ କରିବା ବନ୍ଦ କରନ୍ତି ନାହିଁ ଏବଂ ଅନ୍ୟମାନଙ୍କୁ ଶାନ୍ତିରେ ରହିବା ପାଇଁ ଦିଅନ୍ତି ନାହିଁ । (ଗୀତସଂହିତା ୩୭:୯, ୧୦) ଏହାପରେ ପୃଥିବୀର ପ୍ରତ୍ୟେକ ପୁରୁଷ, ସ୍ତ୍ରୀ ଓ ପିଲାମାନେ ସୁରକ୍ଷିତ ଅନୁଭବ କରିବେ ଏବଂ ପୃଥିବୀର କୌଣସି ଜାଗାରେ ବି ଯିବା ପାଇଁ ସେମାନଙ୍କୁ ଡର ଲାଗିବ ନାହିଁ ।—ଯିହିଜିକଲ ୩୪:୨୮.

ଈଶ୍ୱରଙ୍କ ରାଜ୍ୟ ସେହି ସବୁ ସମସ୍ୟା ଦୂର କରିଦେବ, ଯାହାଯୋଗୁଁ ବର୍ତ୍ତମାନ ଲୋକମାନେ ଯୁଦ୍ଧ ଓ ଲଢ଼େଇଗୁଡ଼ିକ କରନ୍ତି । ଯେପରି—ଦାରିଦ୍ରତା, ଦୁର୍ଭିକ୍ଷ ଓ ଘର ନ ଥିବା ଯୋଗୁଁ । ସେହି ରାଜ୍ୟରେ ଦୁନିଆର ପରିସ୍ଥିତି ବହୁତ ଭଲ ହୋଇଯିବ । ସମସ୍ତେ ପୁଷ୍ଟିକର ଓ ପେଟ ଭରା ଖାଦ୍ୟ ପାଇପାରିବେ । ସମସ୍ତଙ୍କ ପାଖରେ ରହିବା ପାଇଁ ଭଲ ଜାଗା ବି ଥିବ ।—ଗୀତସଂହିତା ୭୨:୧୬; ଯିଶାଇୟ ୬୫:୨୧-୨୩.

ଯୁଦ୍ଧ ଯୋଗୁଁ ଲୋକମାନଙ୍କ ଉପରେ ଯେଉଁ ଖରାପ ପ୍ରଭାବ ପଡ଼ିଛି, ସେଗୁଡ଼ିକୁ ମଧ୍ୟ ଈଶ୍ୱରଙ୍କ ରାଜ୍ୟରେ ଶେଷ କରିଦିଆଯିବ । ଯେପରି, ଯୁଦ୍ଧ ଯୋଗୁଁ ଆଘାତ ହୋଇଥିବା ଲୋକମାନେ ଠିକ୍‌ ହୋଇଯିବେ । ତାʼସହିତ ଯୁଦ୍ଧର ଭୟଙ୍କର ଘଟଣା ଯୋଗୁଁ ବର୍ତ୍ତମାନ ଯେଉଁ ଲୋକମାନେ ଅନେକ କଷ୍ଟ ସହୁଛନ୍ତି କିମ୍ବା ଯେଉଁମାନଙ୍କୁ ମାନସିକ ରୋଗ ହୋଇଛି, ସେମାନେ ମଧ୍ୟ ଠିକ୍‌ ହୋଇଯିବେ । ଏପରିକି ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ ବି ପୁଣିଥରେ ଜୀବିତ କରାଯିବ । (ଯିଶାଇୟ ୨୫:୮; ୨୬:୧୯; ୩୫:୫, ୬) ସମସ୍ତ ପରିବାର ଏକ ହୋଇଯିବ । ଯୁଦ୍ଧର ଖରାପ ସ୍ମୃତିଗୁଡ଼ିକ ଆଉ ନ ଥିବ । ବାଇବଲରେ ଲେଖାଅଛି, ‘ପୂର୍ବ ବିଷୟସବୁ ଲୋପ ପାଇଯିବ ।’—ପ୍ରକାଶିତ ବାକ୍ୟ ୨୧:୪.

ଈଶ୍ୱର ପାପକୁ ଦୂର କରିଦେବେ

ଯେବେ ଈଶ୍ୱରଙ୍କ ରାଜ୍ୟ ପୃଥିବୀରେ ଶାସନ କରିବ, ତେବେ ସମସ୍ତ ଲୋକ ସତ୍ୟ ଈଶ୍ୱର ଯିହୋବାଙ୍କରc ଉପାସନା କରିବେ । ଯିହୋବା “ପ୍ରେମ ଓ ଶାନ୍ତିର ଈଶ୍ୱର” ଅଟନ୍ତି । (୨ କରିନ୍ଥୀୟ ୧୩:୧୧) ଲୋକମାନେ ସମସ୍ତଙ୍କ ସହିତ ଶାନ୍ତିରେ ରହିବା ପାଇଁ ଶିଖିବେ । (ଯିଶାଇୟ ୨:୩, ୪; ୧୧:୯) ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ମାନିବେ, ସେମାନଙ୍କୁ ପାପର ଖରାପ ପରିଣାମଗୁଡ଼ିକରୁ ମୁକ୍ତି ମିଳିବ ।—ରୋମୀୟ ୮:୨୦, ୨୧.

ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ଈଶ୍ୱର ବିନାଶ କରିଦେବେ

ଈଶ୍ୱରଙ୍କ ରାଜ୍ୟ ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ବିନାଶ କରିଦେବ, ଯେଉଁମାନେ ଲୋକମାନଙ୍କୁ ଯୁଦ୍ଧ କରିବା ପାଇଁ ଭ୍ରାନ୍ତ କରନ୍ତି । (ପ୍ରକାଶିତ ବାକ୍ୟ ୨୦:୧-୩, ୧୦) ଯେବେ ଭ୍ରାନ୍ତ କରିବା ପାଇଁ କେହି ବି ନ ଥିବେ, ତେବେ ଚାରିଆଡ଼େ “ପ୍ରଚୁର ଶାନ୍ତି” ହେବ ।—ଗୀତସଂହିତା ୭୨:୭.

ଈଶ୍ୱର ପ୍ରତିଜ୍ଞା କରିଛନ୍ତି ଯେ ସେ ଯୁଦ୍ଧ ଓ ଲଢ଼େଇଗୁଡ଼ିକୁ ଶେଷ କରିଦେବେ । ଆପଣ ଭରସା କରିପାରିବେ ଯେ ଈଶ୍ୱର ନିଜର ଏହି ପ୍ରତିଜ୍ଞା ନିଶ୍ଚୟ ପୂରା କରିବେ । କାରଣ ସେ ଏପରି କରିବା ପାଇଁ ଚାହାନ୍ତି ଓ ତାଙ୍କ ପାଖରେ ଶକ୍ତି ମଧ୍ୟ ଅଛି ।

  • ଈଶ୍ୱରଙ୍କ ପାଖରେ ଯୁଦ୍ଧ ଓ ଲଢ଼େଇଗୁଡ଼ିକୁ ଶେଷ କରିବା ପାଇଁ ବୁଦ୍ଧି ଓ ଶକ୍ତି ଅଛି । (ଆୟୁବ ୯:୪) ତାଙ୍କ ପାଇଁ କୌଣସି ବି କାମ କରିବା ଅସମ୍ଭବ ନୁହେଁ ।—ଆୟୁବ ୪୨:୨.

  • ଈଶ୍ୱର କାହାରିକୁ ବି ଯନ୍ତ୍ରଣା ସହିବାର ଦେଖିପାରନ୍ତି ନାହିଁ । (ଯିଶାଇୟ ୬୩:୯) ଆଉ ସେ “ଦୌରାତ୍ମ୍ୟପ୍ରିୟ ଲୋକକୁ” ଘୃଣା କରନ୍ତି ।—ଗୀତସଂହିତା ୧୧:୫.

  • ଈଶ୍ୱର ଯାହା କହନ୍ତି ତାହାକୁ ନିଶ୍ଚୟ ପୂରା କରନ୍ତି । ସେ କେବେ ବି ମିଛ କହନ୍ତି ନାହିଁ ।—ଯିଶାଇୟ ୫୫:୧୦, ୧୧; ତୀତସ ୧:୨.

ଖୁବ୍‌ ଶୀଘ୍ର ଈଶ୍ୱର ପୃଥିବୀରେ ଶାନ୍ତି ଆଣିବେ, ଯାହା ସବୁଦିନ ଯାଏ ରହିବ ।

ସାରା ପୃଥିବୀ ସୁନ୍ଦର ବଗିଚା ଭଳି ହୋଇଯାଇଛି । ଗୋଟିଏ ପରିବାର ପାହାଡ଼ରେ ବସି ଖୁସିର ସହ କଥାବାର୍ତ୍ତା ହେଉଛି । ପାଖରେ କିଛି ଘୋଡ଼ା ଘାସ ଚରୁଛନ୍ତି ।

ଈଶ୍ୱର ଯୁଦ୍ଧକୁ ଶେଷ କରିଦେବେ

ଈଶ୍ୱର କାହିଁକି ଯୁଦ୍ଧକୁ ଅନୁମତି ଦିଅନ୍ତି ?

ଆପଣ ହୁଏତ ଭାବିବେ, ‘ଈଶ୍ୱର କାହିଁକି ଯୁଦ୍ଧକୁ ଅନୁମତି ଦିଅନ୍ତି ? ସେ କାହିଁକି ଏହାକୁ ରୋକନ୍ତି ନାହିଁ ?’ ଏହା ଜାଣିବା ପାଇଁ jw.org ୱେବସାଇଟ୍‌ରେ ଦିଆଯାଇଥିବା ପରମେଶ୍ୱର ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି ? ନାମକ ଭିଡିଓ ଦେଖନ୍ତୁ ।

a jw.org ୱେବସାଇଟ୍‌ରେ ଦିଆଯାଇଥିବା ଲେଖା “ହାର୍‌ମଗିଦ୍ଦୋନ୍‌ କା ୟୁଦ୍ଧ କ୍ୟା ହୈ ?” ପଢ଼ନ୍ତୁ ।

b jw.org ୱେବସାଇଟ୍‌ରେ ପରମେଶ୍ୱରଙ୍କ ରାଜ୍ୟ କʼଣ ? ନାମକ ଭିଡିଓ ଦେଖନ୍ତୁ ।

c ବାଇବଲ ଅନୁସାରେ, ଈଶ୍ୱରଙ୍କ ନାମ ଯିହୋବା ।—ଯାତ୍ରା ପୁସ୍ତକ ୬:୨.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ