ଅଧ୍ୟୟନ ପାଇଁ ପରାମର୍ଶ
ଆପଣ ଯାହା ଶିଖନ୍ତି, ତାହା ଅନ୍ୟମାନଙ୍କୁ କହନ୍ତୁ
ବାଇବଲ ଅଧ୍ୟୟନ ସମୟରେ ଯେବେ ଆମେ କୌଣସି ଭଲ କଥା ଶିଖୁ, ତେବେ ଆମକୁ ବହୁତ ଖୁସି ଲାଗେ । କିନ୍ତୁ ଯେବେ ଆମେ ସେହି କଥାଗୁଡ଼ିକୁ ଅନ୍ୟମାନଙ୍କୁ କହୁ, ତେବେ ଆମକୁ ଆହୁରି ଖୁସି ଲାଗେ । ହିତୋପଦେଶ ୧୧:୨୫ ପଦରେ ଲେଖା ହୋଇଛି, ‘ଜଳସେଚନକାରୀ ଆପେ ମଧ୍ୟ ଜଳରେ ସେଚିତ ହୁଏ ।’
ଯେବେ ଆମେ ଶିଖିଥିବା କଥାଗୁଡ଼ିକୁ ଅନ୍ୟମାନଙ୍କୁ କହୁ, ତେବେ ଆମ ପାଇଁ ସେହି କଥାଗୁଡ଼ିକୁ ମନେ ରଖିବା ସହଜ ହୋଇଯାଏ ଓ ସେହି ବିଷୟରେ ଆମର ଜ୍ଞାନ ବଢ଼େ । ଯେବେ ଆମେ ଦେଖୁ ଯେ ଏହି କଥାଗୁଡ଼ିକରୁ ଲୋକମାନଙ୍କୁ ଲାଭ ହେବ, ତେବେ ଏବିଷୟରେ ଅନ୍ୟମାନଙ୍କୁ କହି ଆମକୁ ଖୁସି ଲାଗେ ।—ପ୍ରେରି. ୨୦:୩୫.
ଏପରି କରନ୍ତୁ: ଆପଣ ଯାହା ଶିଖିଛନ୍ତି, ତାହା ଆସନ୍ତା ସପ୍ତାହରେ କାହାରିକୁ କହନ୍ତୁ । ଆପଣ ନିଜ ପରିବାରରେ, ମଣ୍ଡଳୀରେ, କାମ ଜାଗାରେ କିମ୍ବା ସ୍କୁଲରେ କାହାରିକୁ ଏବିଷୟରେ କହିପାରିବେ । କିମ୍ବା ନିଜ ପଡ଼ୋଶୀମାନଙ୍କୁ କିମ୍ବା ପ୍ରଚାରରେ ବି କହିପାରିବେ । ସ୍ପଷ୍ଟ ଓ ସହଜ ଭାବେ ନିଜର କଥା ଅନ୍ୟମାନଙ୍କୁ କହିବା ପାଇଁ ଚେଷ୍ଟା କରନ୍ତୁ ।
ମନେ ରଖନ୍ତୁ: ଶିଖିଥିବା କଥାଗୁଡ଼ିକୁ ଅନ୍ୟମାନଙ୍କୁ କହିବା ସମୟରେ ସେମାନଙ୍କର ଉତ୍ସାହ ବଢ଼ାନ୍ତୁ । ନିଜ ଆଡ଼କୁ ଧ୍ୟାନ ଆକର୍ଷିତ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ।—୧ କରି. ୮:୧.