ଗୀତ ୧୪୨
ଭରସା ରଖି ଆଶା ମନରେ
(ଏବ୍ରୀ ୬:୧୮, ୧୯)
୧. ମଣିଷ ଚାଲେ ନିଜର ଆବେଗରେ,
ପାଇ ନ ଥାଏ କିଛି ଜୀବନରେ ।
କରିବ କିଏ କାହାର ଉଦ୍ଧାର,
କଷ୍ଟ ଦିଏ ପାପ ଆମର ।
(ଘୋଷା)
ଗୀତ ଗାଅ କର ଜୟକାର,
ଯିହୋବାଙ୍କ ରାଜ୍ୟ ନିକଟତର ।
ଭରସା ରଖି ଆଶା ମନରେ,
ଲୁହ ଦୂର କରେ ଯୀଶୁ ଆମର ।
୨. ଜଲଦି ଆସୁ ଶାସନ ଯିହୋବାଙ୍କ,
କେତେ ଦିନ ରହିବ ନୀରବରେ ।
ମୁକୁଳାଇ ମଣିଷ ଶାସନରୁ,
ପାଇବେ ସମସ୍ତେ ଉଦ୍ଧାର ।
(ଘୋଷା)
ଗୀତ ଗାଅ କର ଜୟକାର,
ଯିହୋବାଙ୍କ ରାଜ୍ୟ ନିକଟତର ।
ଭରସା ରଖି ଆଶା ମନରେ,
ଲୁହ ଦୂର କରେ ଯୀଶୁ ଆମର ।
(ଗୀତ. ୨୭:୧୪; ଉପ. ୧:୧୪; ଯୋୟେ. ୨:୧; ହବ. ୧:୨, ୩; ରୋମୀ. ୮:୨୨ ମଧ୍ୟ ଦେଖନ୍ତୁ ।)