ଫେବୃୟାରୀ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୫-୧୧ ଫେବୃୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୨-୧୩
“ଗହମ ଓ ବାଳୁଙ୍ଗାର ଦୃଷ୍ଟାନ୍ତ”
ପ୍ର୧୩-ହି ୭/୧୫ ୯-୧୦ ¶୨-୩
“ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି”
ଏହି ଦୃଷ୍ଟାନ୍ତରେ କୁହାଯାଇଥିବା ଘଟଣାଗୁଡ଼ିକ ଦେଖାଏ ଯେ ଯୀଶୁ ଖ୍ରୀଷ୍ଟ କେବେ ଓ କିପରି ମଣିଷମାନଙ୍କ ମଧ୍ୟରୁ ଗହମ ବର୍ଗ ଅର୍ଥାତ୍ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ସମ୍ପୂର୍ଣ୍ଣ ସମୂହକୁ ଏକତ୍ର କରିଥାʼନ୍ତେ, ଯେଉଁମାନେ ତାହାଙ୍କ ସହିତ ସ୍ୱର୍ଗରେ ଶାସନ କରିଥାʼନ୍ତେ। ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନରେ ଯୀଶୁ ଗହମର ଏହି ବିହନ ବୁଣିବା କାମ ଆରମ୍ଭ କଲେ। ଯୁଗାନ୍ତ ସମୟରେ ଯେତେବେଳେ ଏହି ପୃଥିବୀରେ ଅବଶିଷ୍ଟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଶେଷ ମୁଦ୍ରାଙ୍କନ କରାଯିବ, ସେତେବେଳେ ଏହି ଗହମ ବର୍ଗକୁ ଏକତ୍ର କରାଯିବା କାମ ଶେଷ ହେବ ଏବଂ ତାʼପରେ ସେମାନଙ୍କୁ ସ୍ୱର୍ଗକୁ ଉଠାଇ ନିଆଯିବ। (ମାଥି. ୨୪:୩୧; ପ୍ରକା. ୭:୧-୪) ଗହମ ଓ ବାଳୁଙ୍ଗା ଘାସର ଏହି ଦୃଷ୍ଟାନ୍ତ ଆମକୁ ଏପରି ଘଟଣାଗୁଡ଼ିକୁ ଆହୁରି ଭଲ ଭାବେ ବୁଝିବା ପାଇଁ ସାହାଯ୍ୟ କରେ, ଯାହା ପ୍ରାୟ ୨,୦୦୦ ବର୍ଷ ମଧ୍ୟରେ ପୂରଣ ହୋଇଥାʼନ୍ତା। ଆଜି ରାଜ୍ୟ ସହ ଜଡ଼ିତ କେଉଁ କେଉଁ ଘଟଣା ଘଟୁଥିବାର ଆମେ ସ୍ପଷ୍ଟ ଭାବେ ଦେଖିପାରୁଛୁ? ଏହି ଦୃଷ୍ଟାନ୍ତ ବିହନ ବୁଣିବା, ଶସ୍ୟ ବଢ଼ିବା ଓ ଶସ୍ୟ କାଟିବାର ସମୟ ବିଷୟରେ କହେ। ଏହି ଲେଖାରେ ବିଶେଷ କରି ଶସ୍ୟ କାଟିବାର ସମୟ ବିଷୟରେ ଆଲୋଚନା କରାଯିବ।
ଯୀଶୁ ଖ୍ରୀଷ୍ଟଙ୍କ ତତ୍ତ୍ୱାବଧାନରେ
ଦ୍ୱିତୀୟ ଶତାବ୍ଦୀର ଆରମ୍ଭରେ କ୍ଷେତରେ ‘ବାଳୁଙ୍ଗା ଦେଖାଗଲା,’ ଅର୍ଥାତ୍ ଏହି ପୃଥିବୀରେ ନକଲି ଖ୍ରୀଷ୍ଟିୟାନମାନେ ଦେଖାଗଲେ। (ମାଥି. ୧୩:୨୬) ଚତୁର୍ଥ ଶତାବ୍ଦୀ ବେଳକୁ ଏହି ନକଲି ଖ୍ରୀଷ୍ଟିୟାନମାନଙ୍କ ସଂଖ୍ୟା ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କଠାରୁ ଅଧିକ ହୋଇଗଲା। ଏହି ଦୃଷ୍ଟାନ୍ତରେ ମନେ ପକାନ୍ତୁ ଯେ ଦାସମାନେ ନିଜ ମାଲିକଙ୍କୁ ବାଳୁଙ୍ଗା ଘାସ ଉପାଡ଼ିବା ପାଇଁ ଅନୁମତି ମାଗିଲେ। (ମାଥି. ୧୩:୨୮) ମାଲିକ ସେମାନଙ୍କୁ କʼଣ ଉତ୍ତର ଦେଲେ?
ପ୍ର୧୩-ହି ୭/୧୫ ୧୦ ¶୪
“ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି”
ଗହମ ଓ ବାଳୁଙ୍ଗା ଘାସ ବିଷୟରେ ମାଲିକ ଅର୍ଥାତ୍ ଯୀଶୁ କହିଲେ: “ଶସ୍ୟ ନ କାଟିବା ଯାଏ ଦୁହିଁକି ଏକାଠି ବଢ଼ିବାକୁ ଛାଡ଼ିଦିଅ।” ଏହି ଆଜ୍ଞା ଦେଖାଏ ଯେ ପ୍ରଥମ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ଏହି ପୃଥିବୀରେ ସର୍ବଦା କିଛି ନା କିଛି ଗହମ ସଦୃଶ ଅଭିଷିକ୍ତ ଖ୍ରୀଷ୍ଟିୟାନ ରହିଆସିଛନ୍ତି। ଯୀଶୁ ପରେ ନିଜ ଶିଷ୍ୟମାନଙ୍କୁ ଯାହା କହିଥିଲେ, ସେଥିରୁ ମଧ୍ୟ ଏକଥା ପ୍ରମାଣିତ ହୁଏ। ସେ କହିଥିଲେ: “ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି।” (ମାଥି. ୨୮:୨୦) ଏହାର ଅର୍ଥ ହେଉଛି, ଯୁଗାନ୍ତ ଆସିବା ପୂର୍ବେ ଯୀଶୁ ସର୍ବଦା ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସୁରକ୍ଷା ଦେଇଥାʼନ୍ତେ। କିନ୍ତୁ ବାଳୁଙ୍ଗା ଘାସ ସଦୃଶ ନକଲି ଖ୍ରୀଷ୍ଟିୟାନମାନଙ୍କ ସଂଖ୍ୟା ଅଧିକ ହୋଇଯାଇଥିଲା। ତେଣୁ ଆମେ ନିଶ୍ଚିତ ଭାବେ କହିପାରିବା ନାହିଁ ଯେ ସେହି ଦୀର୍ଘ ସମୟ ମଧ୍ୟରେ ଗହମ ବର୍ଗର ସଦସ୍ୟ କେଉଁମାନେ ଥିଲେ। କିନ୍ତୁ ଶସ୍ୟ କାଟିବାର ସମୟ ଆରମ୍ଭ ହେବାର ପ୍ରାୟ ୪୦ ବର୍ଷ ପୂର୍ବେ ଗହମ ବର୍ଗର ସଦସ୍ୟମାନଙ୍କୁ ଚିହ୍ନିବା ପୁଣିଥରେ ସହଜ ହୋଇଗଲା। ଏହା କିପରି ହେଲା?
ପ୍ର୧୩-ହି ୭/୧୫ ୧୨ ¶୧୦-୧୨
“ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି”
ପ୍ରଥମେ, ବାଳୁଙ୍ଗା ଏକାଠି କରିବା। ଯୀଶୁ କହିଲେ: “ଶସ୍ୟ କାଟିବା ସମୟରେ ମୁଁ କଟାଳିମାନଙ୍କୁ କହିବି, ପୋଡ଼ିବା ପାଇଁ ଆଗେ ବାଳୁଙ୍ଗା ଏକାଠି କରି ବିଡ଼ା ବାନ୍ଧ।” ୧୯୧୪ ଖ୍ରୀଷ୍ଟାବ୍ଦ ପରେ, ସ୍ୱର୍ଗଦୂତମାନେ ବାଳୁଙ୍ଗା “ଏକାଠି” କରିବା ଆରମ୍ଭ କରିଦେଲେ, ଅର୍ଥାତ୍ ନକଲି ଖ୍ରୀଷ୍ଟିୟାନମାନଙ୍କୁ ଅଭିଷିକ୍ତ ଖ୍ରୀଷ୍ଟିୟାନ ବା ‘ରାଜ୍ୟର ସନ୍ତାନମାନଙ୍କଠାରୁ’ ଅଲଗା କରିବା କାମ ଆରମ୍ଭ କଲେ।—ମାଥି. ୧୩:୩୦, ୩୮, ୪୧.
ଯେଭଳି ଭାବରେ ବାଳୁଙ୍ଗା ଏକାଠି କରିବାର କାମ ଆଗକୁ ବଢ଼ି ଚାଲିଲା, ଉଭୟ ସମୂହ ମଧ୍ୟରେ ପ୍ରଭେଦ ଆହୁରି ଅଧିକ ସ୍ପଷ୍ଟ ଭାବେ ଦେଖାଗଲା। (ପ୍ରକା. ୧୮:୧, ୪) ୧୯୧୯ ଖ୍ରୀଷ୍ଟାବ୍ଦ ବେଳକୁ ଏହା ସ୍ପଷ୍ଟ ହୋଇଗଲା ଯେ ମହାନଗରୀ ବାବିଲ ପତିତ ହୋଇଛି। କାରଣ ବର୍ତ୍ତମାନ ପ୍ରକୃତ ଖ୍ରୀଷ୍ଟିୟାନମାନେ ତାʼ କବଳରୁ ମୁକ୍ତ ହୋଇଥିଲେ। କିନ୍ତୁ, ସେମାନଙ୍କୁ ନକଲି ଖ୍ରୀଷ୍ଟିୟାନମାନଙ୍କଠାରୁ ବିଶେଷ କରି କʼଣ ଅଲଗା କଲା? ସେମାନଙ୍କର ପ୍ରଚାର କାମ। ଯେଉଁମାନେ ‘ବାଇବଲ ବିଦ୍ୟାର୍ଥୀମାନଙ୍କ’ ମଧ୍ୟରେ ନେତୃତ୍ୱ ନେଉଥିଲେ, ସେମାନେ ଏହା ପ୍ରତି ଜୋର୍ ଦେବା ଆରମ୍ଭ କଲେ ଯେ ମଣ୍ଡଳୀର ପ୍ରତ୍ୟେକ ସଦସ୍ୟ ରାଜ୍ୟର ପ୍ରଚାର କରିବା ଉଚିତ୍। ଉଦାହରଣସ୍ୱରୂପ, ୧୯୧୯ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ପୁସ୍ତିକା, ଯେଉଁମାନଙ୍କୁ ଏହି କାମ ଦିଆଯାଇଛି (ଇଂରାଜୀ) ରେ ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଘର ଘର ଯାଇ ପ୍ରଚାର କରିବା ପାଇଁ ଉତ୍ସାହିତ କରାଗଲା। ଏଥିରେ ଲେଖା ଥିଲା: “ଏହା ବହୁତ ବଡ଼ କାମ, କିନ୍ତୁ ଏହି କାମ ପ୍ରଭୁଙ୍କର ଅଟେ। ତେଣୁ ଆମେ ତାହାଙ୍କ ସାହାଯ୍ୟରେ ଏହା ନିଶ୍ଚୟ ପୂରଣ କରିପାରିବା।” ଏହାର ପରିଣାମ କʼଣ ହେଲା? ୧୯୨୨ ଖ୍ରୀଷ୍ଟାବ୍ଦର ପ୍ରହରୀଦୁର୍ଗ କହେ ଯେ ସେହି ସମୟଠାରୁ ବାଇବଲ ବିଦ୍ୟାର୍ଥୀମାନେ ପ୍ରଚାର କାମ କରିବାରେ ଆହୁରି ଉତ୍ସାହର ସହିତ ଲାଗିପଡ଼ିଲେ। ଖୁବ୍ ଶୀଘ୍ର, ଘର ଘର ଯାଇ ପ୍ରଚାର କରିବା ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନଙ୍କର ପରିଚୟ ହୋଇଗଲା ଏବଂ ଆଜି ମଧ୍ୟ ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନଙ୍କର ଏହା ହିଁ ପରିଚୟ।
ଦ୍ୱିତୀୟରେ, ଗହମ ସଂଗ୍ରହ କରି ରଖିବା। ଯୀଶୁ ନିଜ ସ୍ୱର୍ଗଦୂତମାନଙ୍କୁ ଆଜ୍ଞା ଦେଇଥିଲେ: “ଗହମ ମୋʼ ଅମାରରେ ସଂଗ୍ରହ କରି ରଖ।” (ମାଥି. ୧୩:୩୦) ୧୯୧୯ ଖ୍ରୀଷ୍ଟାବ୍ଦରୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଶୁଦ୍ଧ କରାଯାଇଥିବା ଖ୍ରୀଷ୍ଟିୟାନ ମଣ୍ଡଳୀରେ ସଂଗ୍ରହ କରାଯାଉଛି। ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଯୁଗାନ୍ତ ସମୟରେ ଏହି ପୃଥିବୀରେ ଜୀବିତ ରହିଥିବେ, ସେମାନେ ଯେତେବେଳେ ସ୍ୱର୍ଗକୁ ଯିବେ, ସେତେବେଳେ ସେମାନଙ୍କୁ ଶେଷ ଥର ପାଇଁ ସଂଗ୍ରହ କରାଯିବ।—ଦାନି. ୭:୧୮, ୨୨, ୨୭.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ମାଥିଉ ୧୨:୨୦ ଅଧ୍ୟୟନ ତଥ୍ୟ
ସଧୂମ ସଳିତା: ସାଧାରଣତଃ, ଘରଗୁଡ଼ିକରେ ମାଟି ତିଆରି ଦୀପ ରହୁଥିଲା। ଏଥିରେ ଜୀତ ତୈଳ (ଅଲିଭ୍ ତେଲ) ଦିଆଯାଉଥିଲା ଏବଂ ଏଗୁଡ଼ିକର ସଳିତା ଝୋଟର ସୂତାରେ ତିଆରି ହେଉଥିଲା। “ସଧୂମ ସଳିତା” ପାଇଁ ଯେଉଁ ଗ୍ରୀକ୍ ଶବ୍ଦସମୂହ ବ୍ୟବହାର କରାଯାଇଛି, ତାʼର ଅର୍ଥ ଏପରି ସଳିତା ହୋଇପାରେ, ଯାହା ଲିଭିବାକୁ ଯାଉଛି କିମ୍ବା ଲିଭି ଯାଇଛି, କିନ୍ତୁ ସେଥିରୁ ଏବେ ମଧ୍ୟ ଧୂଆଁ ବାହାରୁଛି। ଯିଶା ୪୨:୩ ପଦରେ ଯୀଶୁ ଖ୍ରୀଷ୍ଟଙ୍କର କରୁଣା ବିଷୟରେ ଭବିଷ୍ୟତବାଣୀ କରାଯାଇଛି ଏବଂ କୁହାଯାଇଛି ଯେ ସେ ନମ୍ର ଓ ଦଳିତ ଲୋକମାନଙ୍କ ମନରେ ଜଳୁଥିବା ଆଶାର ଶେଷ ଶିଖାକୁ ଲିଭାଇବେ ନାହିଁ।
ପ୍ର୧୬.୧୦-ହି ୩୨
ଆପଣ ଜାଣିଥିଲେ କି?
ପ୍ରାଚୀନ ସମୟରେ କʼଣ ବାସ୍ତବରେ ଲୋକେ ଅନ୍ୟମାନଙ୍କ କ୍ଷେତରେ ବାଳୁଙ୍ଗା ବିହନ ବୁଣି ଦେଉଥିଲେ?
ଏକ ବାଇବଲ ଶବ୍ଦକୋଷ କହେ ଯେ ରୋମୀୟ ଆଇନ ଅନୁଯାୟୀ କାହାରି ପ୍ରତିଶୋଧ ନେବା ପାଇଁ ତାʼ କ୍ଷେତରେ ବାଳୁଙ୍ଗା ବୁଣିବା ଏକ ଅପରାଧ ଥିଲା। ଏବିଷୟରେ ଏକ ନିୟମ ରହିବା ଦେଖାଏ ଯେ ଏପରି ଘଟଣାଗୁଡ଼ିକ ପ୍ରକୃତରେ ଘଟୁଥିଲା। ଜଣେ ଆଇନ ବିଦ୍ୱାନ୍ ଆଲଷ୍ଟର୍ କେର୍ ବୁଝାନ୍ତି ଯେ ୫୩୩ ଖ୍ରୀଷ୍ଟାବ୍ଦରେ ରୋମୀୟ ସମ୍ରାଟ ଜଷ୍ଟିନିୟନ୍ ଡାଇଜେଷ୍ଟ ନାମକ ବହି ଉପଲବ୍ଧ କରାଇଲେ। ଏହି ବହିରେ ରୋମୀୟ ଆଇନର ସାରାଂଶ ଏବଂ ପ୍ରାୟ ୧୦୦ରୁ ୨୫୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ବଞ୍ଚିଥିବା ଆଇନଜ୍ଞମାନଙ୍କର ଉଦ୍ଧୃତାଂଶ ଥିଲା। ଡାଇଜେଷ୍ଟ ଅନୁସାରେ ଉଲ୍ପିଆନ୍ ନାମକ ଜଣେ ଆଇନ ବିଦ୍ୱାନ୍ ଦ୍ୱିତୀୟ ଶତାବ୍ଦୀର ଏପରି ଏକ ମାମଲା ବିଷୟରେ କହିଥିଲେ, ଯେଉଁଥିରେ ଜଣେ ବ୍ୟକ୍ତିର କ୍ଷେତରେ ବାଳୁଙ୍ଗା ବିହନ ବୁଣି ଦିଆଯାଇଥିଲା। ଏହି କାରଣରୁ ତାʼର ସମସ୍ତ ଫସଲ ନଷ୍ଟ ହୋଇଯାଇଥିଲା। ଡାଇଜେଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏପରି ପରିସ୍ଥିତିରେ ଜଣେ କୃଷକ କିପରି ଅପରାଧୀ ବିରୁଦ୍ଧରେ ମକଦ୍ଦମା କରି ନିଜ ହାନିର କ୍ଷତିପୂରଣ ଫେରି ପାଉଥିଲା।
ରୋମୀ ସାମ୍ରାଜ୍ୟରେ ଏପରି ଘଟଣା ଅତି ସାଧାରଣ ଥିଲା। ଏହା ଦେଖାଏ ଯେ ଯୀଶୁଙ୍କ ଦୃଷ୍ଟାନ୍ତ ସତ୍ୟ ଘଟଣା ଉପରେ ଆଧାରିତ ଥିଲା।
୧୨-୧୮ ଫେବୃୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୪-୧୫
“କିଛି ଲୋକଙ୍କ ହାତରେ ବହୁସଂଖ୍ୟକ ଲୋକଙ୍କୁ ଖୁଆଇବା”
ପ୍ର୧୩-ହି ୭/୧୫ ୧୫ ¶୨
କିଛି ଲୋକଙ୍କ ହାତରେ ବହୁସଂଖ୍ୟକ ଲୋକଙ୍କୁ ଖୁଆଇବା
ଲୋକଙ୍କ ଭିଡ଼କୁ ଦେଖି ଯୀଶୁ ଦୟାରେ ବିଗଳିତ ହୁଅନ୍ତି। ତେଣୁ ସେ ଲୋକଙ୍କ ଭିଡ଼ରେ ଥିବା ରୋଗୀମାନଙ୍କୁ ସୁସ୍ଥ କରନ୍ତି ଏବଂ ଲୋକମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଅନେକ କଥା ଶିଖାନ୍ତି। ଯେତେବେଳେ ଅତି ବିଳମ୍ବ ହୋଇଯାଏ, ଯୀଶୁଙ୍କ ଶିଷ୍ୟମାନେ ତାହାଙ୍କୁ ଅନୁରୋଧ କରନ୍ତି ଯେ ସେ ଲୋକଙ୍କୁ ବିଦାୟ ଦିଅନ୍ତୁ, ଯାହାଫଳରେ ସେମାନେ ଆଖପାଖ ଗାଁଗୁଡ଼ିକୁ ଯାଇ ନିଜ ପାଇଁ କିଛି ଖାଦ୍ୟ କିଣି ଆଣିବେ। କିନ୍ତୁ ଯୀଶୁ ନିଜ ଶିଷ୍ୟମାନଙ୍କୁ କହନ୍ତି: “ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।” ଯୀଶୁଙ୍କ ଏହି କଥା ଶୁଣି ସେମାନେ ନିଶ୍ଚୟ ଚିନ୍ତାରେ ପଡ଼ିଯାଇଥିବେ, କାରଣ ସେମାନଙ୍କ ପାଖରେ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଥିଲା।
ପ୍ର୧୩-ହି ୭/୧୫ ୧୫ ¶୩
କିଛି ଲୋକଙ୍କ ହାତରେ ବହୁସଂଖ୍ୟକ ଲୋକଙ୍କୁ ଖୁଆଇବା
କରୁଣାରେ ଭରିଯାଇ ଯୀଶୁ ଖ୍ରୀଷ୍ଟ ଏକ ଆଶ୍ଚର୍ଯ୍ୟକର୍ମ କରନ୍ତି। ଏହା ଏକମାତ୍ର ଆଶ୍ଚର୍ଯ୍ୟକର୍ମ ଥିଲା, ଯାହାକୁ ସୁସମାଚାର ବହିଗୁଡ଼ିକର ଚାରୋଟିଯାକ ଲେଖକ ଲିପିବଦ୍ଧ କରିଛନ୍ତି। (ମାର୍କ ୬:୩୫-୪୪; ଲୂକ ୯:୧୦-୧୭; ଯୋହ. ୬:୧-୧୩) ଯୀଶୁ ନିଜ ଶିଷ୍ୟମାନଙ୍କୁ କହନ୍ତି ଯେ ଲୋକେ ଶହେ ଶହେ ଓ ପଚାଶ ପଚାଶ ଜଣ କରି ଦଳ ଦଳ ହୋଇ କଅଁଳ ଘାସ ଉପରେ ବସିଯାʼନ୍ତୁ। ତାʼପରେ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ନେଇ ସେ ସ୍ୱର୍ଗ ଆଡ଼େ ଚାହିଁ ଆଶୀର୍ବାଦ କରନ୍ତି ଏବଂ ଲୋକମାନଙ୍କୁ ସେ ନିଜେ ଭୋଜନ ଦେବା ପରିବର୍ତ୍ତେ “ରୋଟୀଗୁଡ଼ିକୁ ଭାଙ୍ଗି ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଦେବାକୁ” ଲାଗନ୍ତି। ସମସ୍ତେ ପେଟପୂରା ଭୋଜନ କରି ତୃପ୍ତ ହୁଅନ୍ତି ! ଟିକିଏ ଭାବି ଦେଖନ୍ତୁ: ଯୀଶୁ କିଛି ଲୋକ ଅର୍ଥାତ୍ କେବଳ ନିଜ ଶିଷ୍ୟମାନଙ୍କ ହାତରେ ହଜାର ହଜାର ଲୋକଙ୍କୁ ଖୁଆଇଲେ।
ଅଧ୍ୟୟନ ବାଇବଲ—ମାଥି ୧୪:୨୧ ଅଧ୍ୟୟନ ତଥ୍ୟ
ସ୍ତ୍ରୀ ଓ ପିଲାମାଙ୍କ ଛଡ଼ା: ଏହି ଆଶ୍ଚର୍ଯ୍ୟକର୍ମର ବିବରଣୀ ଦେବା ସମୟରେ କେବଳ ମାଥିଉ ସ୍ତ୍ରୀ ଓ ପିଲାମାନଙ୍କ ବିଷୟରେ କହିଲେ। ସମ୍ଭବତଃ, ଏହି ଆଶ୍ଚର୍ଯ୍ୟକର୍ମ ଫଳରେ ଯେଉଁ ଲୋକମାନେ ଭୋଜନ କଲେ, ସେମାନଙ୍କ ସଂଖ୍ୟା ୧୫,୦୦୦ରୁ ଅଧିକ ହୋଇଥିବ।
ପ୍ର୧୩-ହି ୭/୧୫ ୧୫ ¶୧
କିଛି ଲୋକଙ୍କ ହାତରେ ବହୁସଂଖ୍ୟକ ଲୋକଙ୍କୁ ଖୁଆଇବା
ଏହି ଦୃଶ୍ୟ ଉପରେ ଟିକିଏ କଳ୍ପନା କରନ୍ତୁ। (ମାଥିଉ ୧୪:୧୪-୨୧ ପଢ଼ନ୍ତୁ।) ଏହା ୩୨ ଖ୍ରୀଷ୍ଟାବ୍ଦର ନିସ୍ତାର ପର୍ବର ଠିକ୍ କିଛି ସମୟ ପୂର୍ବର ଘଟଣା। ଲୋକମାନଙ୍କର ଏକ ବଡ଼ ଭିଡ଼ରେ ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା ପ୍ରାୟ ୫,୦୦୦ ପୁରୁଷ ଅଛନ୍ତି। ଏହି ଲୋକମାନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନଙ୍କ ସହିତ ଗାଲିଲୀ ସମୁଦ୍ରର ଉତ୍ତର ଉପକୂଳରେ ଅବସ୍ଥିତ ବେଥ୍ସାଇଦା ଗାଁ ପାଖରେ ଏକ ନିର୍ଜନ ସ୍ଥାନରେ ଏକତ୍ରିତ ହୋଇଛନ୍ତି।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ମାଥି ୧୫:୭ ଅଧ୍ୟୟନ ତଥ୍ୟ
କପଟୀମାନେ: ଏହାର ଗ୍ରୀକ୍ ଶବ୍ଦ ହିପୋକ୍ରିଟସ୍ ପ୍ରଥମେ ଗ୍ରୀକ୍ର (ଓ ପରେ ରୋମ୍ର) ରଙ୍ଗମଞ୍ଚର ଅଭିନେତାମାନଙ୍କ ପାଇଁ ବ୍ୟବହୃତ ହେଉଥିଲା। ଏହାର ଅଭିନେତାମାନେ ଏପରି ବଡ଼ ବଡ଼ ମୁଖା ପିନ୍ଧୁଥିଲେ, ଯାହାଫଳରେ ସେମାନଙ୍କ ସ୍ୱର ଅଧିକ ଦୂର ପର୍ଯ୍ୟନ୍ତ ଶୁଣାଯାଉଥିଲା। ଆଗକୁ ଏହି ଶବ୍ଦଟି ଏପରି ଲୋକମାନଙ୍କ ପାଇଁ ବ୍ୟବହୃତ ହେବାକୁ ଲାଗିଲା, ଯେଉଁମାନେ ନିଜ ପ୍ରକୃତ ଉଦ୍ଦେଶ୍ୟ କିମ୍ବା ବ୍ୟକ୍ତିତ୍ୱକୁ ଲୁଚାଇବା ପାଇଁ ଛଳନା କରୁଥିଲେ। ଏହି ପଦରେ ଯୀଶୁ ଯିହୁଦୀ ଧର୍ମଗୁରୁମାନଙ୍କୁ “କପଟୀ” ବୋଲି କହିଲେ।—ମାଥି ୬:୫, ୧୬.
ଅଧ୍ୟୟନ ବାଇବଲ—ମାଥି ୧୫:୨୬ ଅଧ୍ୟୟନ ତଥ୍ୟ
ସନ୍ତାନମାନଙ୍କ . . . କୁକୁରମାନଙ୍କ: ମୋଶାଙ୍କ ନିୟମ ଅନୁଯାୟୀ ‘କୁକୁରମାନଙ୍କୁ’ ଅଶୁଦ୍ଧ ମନେ କରାଯାଉଥିଲା। ତେଣୁ ବାଇବଲରେ ଏହି ଶବ୍ଦ ନୈତିକ ରୂପେ ନୀଚ ଲୋକମାନଙ୍କ ପାଇଁ ବ୍ୟବହୃତ ହେଉଥିଲା। (ଲେବୀ ୧୧:୨୭; ମାଥି ୭:୬; ଫିଲିପ୍ପୀ. ୩:୨; ପ୍ରକା ୨୨:୧୫) କିନ୍ତୁ, ମାର୍କ (୭:୨୭) ଓ ମାଥିଉ ଯେତେବେଳେ ଯୀଶୁଙ୍କ ଏହି କଥାକୁ ଲେଖିଲେ, ସେମାନେ “ଛୋଟ କୁକୁର” ବା “ପୋଷା କୁକୁର” ପାଇଁ ବ୍ୟବହୃତ ହେଉଥିବା ଶବ୍ଦ ବ୍ୟବହାର କଲେ। ଏପରି ତୁଳନା କରିବା ଦ୍ୱାରା କାହାରି ମନରେ ଆଘାତ ହୋଇ ନ ଥିଲା। ଏହା ଦେଖାଏ ଯେ ହୁଏତ ଯୀଶୁ ଏପରି ଶବ୍ଦ ବ୍ୟବହାର କଲେ, ଯାହା ଅଣଯିହୁଦୀମାନେ ନିଜ ଗୃହପାଳିତ ପଶୁମାନଙ୍କୁ ସ୍ନେହରେ ଡାକିବା ପାଇଁ ବ୍ୟବହାର କରୁଥିଲେ। ଯୀଶୁ ଇସ୍ରାଏଲୀୟମାନଙ୍କ ତୁଳନା ସନ୍ତାନମାନଙ୍କ ସହିତ ଏବଂ ଅଣଯିହୁଦୀମାନଙ୍କ ତୁଳନା କୁକୁରମାନଙ୍କ ସହିତ କରି ହୁଏତ କହିବାକୁ ଚାହୁଁଥିଲେ ଯେ ପ୍ରଥମେ କେଉଁ ଲୋକମାନଙ୍କ ପ୍ରତି ଧ୍ୟାନ ଦିଆଯିବା ଉଚିତ୍। ଯେଉଁ ଘରେ ଉଭୟ ସନ୍ତାନ ଓ କୁକୁରମାନେ ଥାʼନ୍ତି, ସେଠାରେ ପ୍ରଥମେ ସନ୍ତାନମାନଙ୍କୁ ଖାଇବା ପାଇଁ ଦିଆଯାଏ।
୧୯-୨୫ ଫେବୃୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୬-୧୭
“ଆପଣଙ୍କ ଚିନ୍ତାଧାରା କାହାର?”
ପ୍ର୦୭-ହି ୩/୧ ୧୨ ¶୧୭
ପତିମାନେ—ଖ୍ରୀଷ୍ଟଙ୍କର ମୁଖିଆପଣକୁ ସ୍ୱୀକାର କରନ୍ତୁ ଏବଂ ତାହାଙ୍କ ଭଳି ହୁଅନ୍ତୁ
ଅନ୍ୟ ଏକ ଘଟଣାରେ ଯୀଶୁ ନିଜ ପ୍ରେରିତମାନଙ୍କୁ ବୁଝାଇଲେ ଯେ ତାହାଙ୍କୁ ଅବଶ୍ୟ ଯିରୂଶାଲମକୁ ଯିବାକୁ ହେବ ଏବଂ “ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ବହୁତ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି ତୃତୀୟ ଦିବସରେ ଉତ୍ଥିତ ହେବାକୁ ହେବ।” ଏହା ଶୁଣି ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ନେଇ ଅନୁଯୋଗ କରି କହିବାକୁ ଲାଗିଲେ: “ହେ ପ୍ରଭୁ, ଈଶ୍ୱର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ।” ଏହା ସ୍ପଷ୍ଟ ଯେ ପିତର ନିଜ ଭାବପ୍ରବଣତା ଦ୍ୱାରା ପ୍ରଭାବିତ ହୋଇ ଏପରି କହିଥିଲେ। ତାଙ୍କୁ ଅନୁଶାସନର ଆବଶ୍ୟକତା ଥିଲା। ତେଣୁ ଯୀଶୁ ତାଙ୍କୁ କହିଲେ: “ମୋʼ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”—ମାଥିଉ ୧୬:୨୧-୨୩.
ପ୍ର୧୫-ହି ୫/୧୫ ୧୩ ¶୧୬-୧୭
ଜାଗ୍ରତ ରୁହ—ଶୟତାନ ଆପଣଙ୍କୁ ଗ୍ରାସ କରିବାକୁ ଚାହେଁ!
ଯିହୋବାଙ୍କ ଉତ୍ସାହୀ ସେବକମାନଙ୍କୁ ମଧ୍ୟ ଶୟତାନ ପ୍ରଲୋଭିତ କରିପାରେ। ଉଦାହରଣସ୍ୱରୂପ, ଯେତେବେଳେ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ତାହାଙ୍କୁ ହତ୍ୟା କରାଯିବ, ସେତେବେଳେ କʼଣ ହେଲା ମନେ ପକାନ୍ତୁ। ପ୍ରେରିତ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ନେଇ ଅନୁଯୋଗ କରି କହିବାକୁ ଲାଗିଲେ: “ହେ ପ୍ରଭୁ, ଈଶ୍ୱର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ।” ଯଦିଓ ପିତର ଏହା ଭଲ ଉଦ୍ଦେଶ୍ୟରେ କହିଥିଲେ, ତଥାପି ଯୀଶୁ ତାଙ୍କୁ କହିଲେ: “ମୋʼ ଆଗରୁ ଦୂର ହୁଅ, ଶୟତାନ।” (ମାଥି. ୧୬:୨୨, ୨୩) ଯୀଶୁ ପିତରଙ୍କୁ “ଶୟତାନ” ବୋଲି କାହିଁକି କହିଲେ? କାରଣ ଯୀଶୁ ଜାଣିଥିଲେ ଯେ ତାହାଙ୍କ ସହିତ କʼଣ ଘଟିବାକୁ ଯାଉଛି। ବର୍ତ୍ତମାନ ସେ ନିଜ ଜୀବନ ମୁକ୍ତିର ମୂଲ୍ୟ ରୂପେ ବଳିଦାନ କରିବାର ଏବଂ ଶୟତାନକୁ ମିଥ୍ୟାବାଦୀ ବୋଲି ପ୍ରମାଣିତ କରିବାର ସମୟ ଆସିଯାଇଥିଲା। ସମଗ୍ର ମାନବ ଇତିହାସରେ ଏହା ସବୁଠାରୁ କଠିନ ସମୟ ଥିଲା। ଏହା ଯୀଶୁଙ୍କ ପାଇଁ ‘ନିଜକୁ ଦୟା’ କରିବାର ସମୟ ନ ଥିଲା। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଯଦି ଯୀଶୁ ହାର୍ ମାନିଯାଇଥାʼନ୍ତେ, ତେବେ ତାହା ହିଁ ହୋଇଥାʼନ୍ତା ଯାହା ଶୟତାନ ତାହାଙ୍କୁ କରାଇବାକୁ ଚାହୁଁଥିଲା।
ଆମେ ଯୁଗାନ୍ତର ଯେତେ ନିକଟତର ହେଉଛୁ, ଆମ ପାଇଁ ମଧ୍ୟ ସମୟ ଅଧିକରୁ ଅଧିକ କଠିନ ହେବାରେ ଲାଗିଛି। ଶୟତାନ ଚାହେଁ ଯେ ଆମେ ହାର୍ ମାନିଯାଉ ଏବଂ ‘ନିଜକୁ ଦୟା’ କରୁ, ଅର୍ଥାତ୍ ଏହି ଜଗତରେ ବିଳାସପୂର୍ଣ୍ଣ ଜୀବନଯାପନ କରୁ। ସେ ଏହା ମଧ୍ୟ ଚାହେଁ ଯେ ଆଜିର ଏହି ଶେଷକାଳରେ ଆମେ ଜାଗ୍ରତ ରହିବା ଭୁଲିଯାଉ। କିନ୍ତୁ ନିଜ ସହିତ ଏପରି ହେବାକୁ ଦିଅନ୍ତୁ ନାହିଁ! ଏହା ପରିବର୍ତ୍ତେ “ଜାଗ୍ରତ” ରହନ୍ତୁ। (ମାଥି. ୨୪:୪୨) ଶୟତାନ ଆମକୁ ଏକ ଠକାମିର ଫାନ୍ଦରେ ପକାଇବାକୁ ଚାହେଁ। ତାହା ହେଉଛି, ଯୁଗାନ୍ତ ଆସିବାରେ ଖୁବ୍ ବିଳମ୍ବ ହେବ କିମ୍ବା ଏହା କେବେ ମଧ୍ୟ ଆସିବ ନାହିଁ। ଏହି ମିଥ୍ୟାକୁ କଦାପି ବିଶ୍ୱାସ କରନ୍ତୁ ନାହିଁ।
ପ୍ର୦୬-ହି ୪/୧ ୨୩ ¶୯
‘ଯାଅ ଲୋକଙ୍କୁ ବାଯ୍ତିସ୍ମ ଦେଇ ସେମାନଙ୍କୁ ଶିଷ୍ୟ କର’
ଯୀଶୁଙ୍କୁ ଅନୁକରଣ କରି ଈଶ୍ୱରଙ୍କ ଇଚ୍ଛା ପୂରଣ କରିବାରେ କʼଣ ସାମିଲ୍ ରହିଛି? ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ: “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।” (ମାଥିଉ ୧୬:୨୪) ଏହି ପଦରେ ଯୀଶୁ ଆମକୁ ତିନୋଟି କାମ କରିବା ଜରୁରୀ ବୋଲି କହିଲେ। ପ୍ରଥମତଃ, ଆମେ ନିଜକୁ “ଅସ୍ୱୀକାର” କରିବା ଉଚିତ୍। ଅନ୍ୟ ଶବ୍ଦରେ କହିବାକୁ ଗଲେ ନିଜ ସ୍ୱାର୍ଥ ଓ ନିଜ ପାପୀ ଇଚ୍ଛାଗୁଡ଼ିକୁ ପରିତ୍ୟାଗ କରିବା ଉଚିତ୍ ଏବଂ ଯିହୋବାଙ୍କ ପରାମର୍ଶ ଓ ତାହାଙ୍କ ନିର୍ଦ୍ଦେଶଗୁଡ଼ିକୁ ପାଳନ କରିବା ଉଚିତ୍। ଦ୍ୱିତୀୟତଃ, “ଆପଣା କ୍ରୁଶ” କିମ୍ବା ଯାତନା ସ୍ତମ୍ଭ ଉଠାଇବା ଉଚିତ୍। ଯୀଶୁଙ୍କ ସମୟରେ ଯାତନା ସ୍ତମ୍ଭ ଅପମାନ ଓ କ୍ଳେଶ ସହିବାର ପ୍ରତୀକ ଥିଲା। ଆମେ ଖ୍ରୀଷ୍ଟିୟାନ ହୋଇଥିବାରୁ ଆମକୁ ସୁସମାଚାର ନିମନ୍ତେ ବେଳେ ବେଳେ କ୍ଳେଶ ସହିବାକୁ ପଡ଼ିପାରେ। (୨ ତୀମଥି ୧:୮) ଜଗତ ଆଜି ଆମକୁ ହୁଏତ ପରିହାସ କିମ୍ବା ନିନ୍ଦା କରେ, କିନ୍ତୁ ଆମେ ଖ୍ରୀଷ୍ଟଙ୍କ ଭଳି ‘ଅପମାନ ତୁଚ୍ଛଜ୍ଞାନ କରୁ,’ କାରଣ ଆମେ ଜାଣୁ ଯେ ଏସମସ୍ତ କ୍ଳେଶ ସହ୍ୟ କରି ଆମେ ଈଶ୍ୱରଙ୍କୁ ଖୁସି କରିଥାଉ। (ଏବ୍ରୀ ୧୨:୨) ତୃତୀୟତଃ, ଆମେ ଯୀଶୁଙ୍କ ଅନୁଗମନ କରିବା ଉଚିତ୍, ଅର୍ଥାତ୍ “ନିରନ୍ତର” ତାହାଙ୍କ ପଦଚିହ୍ନରେ ଚାଲିବା ଉଚିତ୍।—ଗୀତସଂହିତା ୭୩:୨୬; ୧୧୯:୪୪; ୧୪୫:୨.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ମାଥି ୧୬:୧୮ ଅଧ୍ୟୟନ ତଥ୍ୟ
ତୁମ୍ଭେ ପିତର, ପୁଣି ଏହି ପଥର ଉପରେ: ଗ୍ରୀକ୍ ଶବ୍ଦ ପେଟ୍ରୋସ୍ ପୁଲିଙ୍ଗ ଅଟେ ଏବଂ ଏହାର ଅର୍ଥ ହେଉଛି “ଚଟାଣର ଖଣ୍ଡ; ପଥର।” ଏହି ପଦରେ ଏହା ଏକ ନାମ (ପିତର) ରୂପେ ବ୍ୟବହୃତ ହୋଇଛି, ଯାହା ଯୀଶୁ ଶିମୋନଙ୍କୁ ଦେଇଥିଲେ। (ଯୋହନ ୧:୪୨) ଗ୍ରୀକ୍ ଶବ୍ଦ ପେଟ୍ରା ସ୍ତ୍ରୀଲିଙ୍ଗ ଅଟେ, ଏବଂ ତାʼର ଅନୁବାଦ “ପଥର” କରାଯାଇଛି। ଏହି ଶବ୍ଦ ମାଥି ୭:୨୪, ୨୫; ୨୭:୬୦; ଲୂକ ୬:୪୮; ୮:୬; ରୋମୀ ୯:୩୩; ୧କରି ୧୦:୪; ୧ପିତ ୨:୮ ପଦଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯେଉଁ ପଥର ଉପରେ ଯୀଶୁ ନିଜ ମଣ୍ଡଳୀ ତୋଳିଥାʼନ୍ତେ, ପିତର ନିଜକୁ ସେହି ପଥର ବୋଲି ଭାବି ନ ଥିଲେ। ୧ପିତ ୨:୪-୮ ପଦରେ ପିତର ଲେଖିଲେ ଯେ ଯୀଶୁ ହିଁ “କୋଣର ପ୍ରଧାନ ପ୍ରସ୍ତର,” ଯାହାଙ୍କ ବିଷୟରେ ବହୁ ବର୍ଷ ପୂର୍ବେ ଭବିଷ୍ୟତବାଣୀ କରାଯାଇଥିଲା ଏବଂ ଯାହାକୁ ଈଶ୍ୱର ନିଜେ ନିଯୁକ୍ତ କରିଥିଲେ। ଠିକ୍ ସେହିପରି, ପ୍ରେରିତ ପାଉଲ ଯୀଶୁଙ୍କୁ “ଭିତ୍ତିମୂଳ” ଓ “ପାରମାର୍ଥିକ ଶୈଳ” ବୋଲି କହିଲେ। (୧କରି ୩:୧୧; ୧୦:୪) ତେଣୁ ଏହା ସ୍ପଷ୍ଟ ଯେ ଏଠାରେ ଯୀଶୁଙ୍କ କହିବାର ଅର୍ଥ ଥିଲା, “ମୁଁ ତୁମକୁ ପିତର ଅର୍ଥାତ୍ ଚଟାଣର ଖଣ୍ଡ କହିଲି ଏବଂ ତୁମେ ଖ୍ରୀଷ୍ଟ ଅର୍ଥାତ୍ ‘ଏହି ପଥରକୁ’ ସଠିକ୍ ଭାବେ ଚିହ୍ନିଲ, ଯାହା ଖ୍ରୀଷ୍ଟିୟାନ ମଣ୍ଡଳୀର ଭିତ୍ତିମୂଳ ହେବ।”
ମଣ୍ଡଳୀ: ଗ୍ରୀକ୍ ଶବ୍ଦ ଏକ୍ଲିସିଆ ଏଠାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳେ। ଏହା ଦୁଇଟି ଗ୍ରୀକ୍ ଶବ୍ଦ ମିଶି ଗଠିତ ହୋଇଛି, ପ୍ରଥମଟି ହେଉଛି, ଏକ୍, ଯାହାର ଅର୍ଥ “ବାହାର”। ଦ୍ୱିତୀୟଟି ହେଉଛି କଲିଓ, ଯାହାର ଅର୍ଥ “ଡାକିବା”। ତେଣୁ ଏକ୍ଲିସିଆର ଅର୍ଥ ହେଉଛି, ଏପରି ଲୋକମାନଙ୍କର ସମୂହ ଯେଉଁମାନଙ୍କୁ କୌଣସି ବିଶେଷ ଉଦ୍ଦେଶ୍ୟ କିମ୍ବା କାମ ପାଇଁ ଡକାଯାଇଛି ବା ଏକତ୍ରିତ କରାଯାଇଛି। (ଶବ୍ଦାବଳୀ ଦେଖନ୍ତୁ।) ଏ ପ୍ରସଙ୍ଗରେ ଯୀଶୁ ଭବିଷ୍ୟତବାଣୀ କରିଥିଲେ ଯେ ଆଗକୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ନେଇ ଗଠିତ ଖ୍ରୀଷ୍ଟିୟାନ ମଣ୍ଡଳୀର ଆରମ୍ଭ ହେବ। ସେମାନଙ୍କ ବିଷୟରେ କୁହାଯାଇଛି ଯେ ସେମାନେ “ଜୀବନ୍ତ ପ୍ରସ୍ତର” ଅଟନ୍ତି ଏବଂ ସେମାନଙ୍କୁ “ଗୋଟିଏ ପାରମାର୍ଥିକ ଗୃହରୂପରେ ନିର୍ମିତ” କରାଯାଉଛି। (୧ପିତ ୨:୪, ୫) ଯେଉଁ ଏବ୍ରୀ ଶବ୍ଦର ଅନୁବାଦ “ମଣ୍ଡଳୀ” କରାଯାଇଛି, ସେପ୍ଟୁଆଜେଣ୍ଟ୍ରେ ସେହି ଶବ୍ଦ ପାଇଁ ଅନେକ ଥର ଏକ୍ଲିସିଆ ବ୍ୟବହୃତ ହୋଇଛି, ଯାହା ପ୍ରାୟତଃ ଈଶ୍ୱରଙ୍କ ଲୋକମାନଙ୍କର ସମଗ୍ର ରାଷ୍ଟ୍ର ପାଇଁ ବ୍ୟବହୃତ ହୋଇଛି। (ଦ୍ୱିବି ୨୩:୩; ୩୧:୩୦) ଯେଉଁ ଇସ୍ରାଏଲୀୟମାନଙ୍କୁ ମିଶରରୁ ବାହାରେ ଡକାଗଲା କିମ୍ବା ମିଶରୀୟମାନଙ୍କ ଦାସତ୍ୱରୁ ମୁକ୍ତ କରାଗଲା, ସେମାନଙ୍କୁ ପ୍ରେରି ୭:୩୮ ପଦରେ “ମଣ୍ଡଳୀ” କୁହାଯାଇଛି। ଠିକ୍ ସେହିପରି, ଖ୍ରୀଷ୍ଟିୟାନମାନଙ୍କୁ ‘ଅନ୍ଧକାରରୁ ଆଲୋକ ମଧ୍ୟକୁ ଆହ୍ୱାନ’ ଏବଂ “ଜଗତ ମଧ୍ୟରୁ ମନୋନୀତ” କରାଯାଇଛି। ସେମାନଙ୍କୁ ନେଇ “ଈଶ୍ୱରଙ୍କ ମଣ୍ଡଳୀ” ଗଠିତ ହୋଇଛି।—୧ପିତ ୨:୯; ଯୋହ ୧୫:୧୯; ୧କରି ୧:୨.
ଅଧ୍ୟୟନ ବାଇବଲ—ମାଥି ୧୬:୧୯ ଅଧ୍ୟୟନ ତଥ୍ୟ
ସ୍ୱର୍ଗରାଜ୍ୟର କଞ୍ଚି: ବାଇବଲରେ ଯେଉଁ ଲୋକମାନଙ୍କୁ ବାସ୍ତବରେ କିମ୍ବା ଲାକ୍ଷଣିକ ଭାବେ କଞ୍ଚି ବା ଚାବି ଦିଆଗଲା, ସେମାନଙ୍କୁ କିଛି ଅଧିକାର ଦିଆଯାଇଥିଲା। (୧ବଂଶା ୯:୨୬, ୨୭; ଯିଶା ୨୨:୨୦-୨୨) ତେଣୁ କଞ୍ଚି ଶବ୍ଦ ଅଧିକାର ଓ ଦାୟିତ୍ୱର ପ୍ରତୀକ ହୋଇଗଲା। ପିତରଙ୍କୁ ଯେଉଁ “କଞ୍ଚି” ଦିଆଯାଇଥିଲା, ତାହା ସେ ଯିହୁଦୀ (ପ୍ରେରି ୨:୨୨-୪୧), ଶମିରୋଣ (ପ୍ରେରି ୮:୧୪-୧୭) ଓ ଅଣଯିହୁଦୀମାନଙ୍କ (ପ୍ରେରି ୧୦:୩୪-୩୮) ପାଇଁ ବ୍ୟବହାର କଲେ, ଯାହାଫଳରେ ସେମାନେ ଈଶ୍ୱରଙ୍କ ପବିତ୍ର ଶକ୍ତି ପାଇପାରନ୍ତେ ଏବଂ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରନ୍ତେ।
୨୬ ଫେବୃୟାରୀ–୪ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୧୮–୧୯
“ଧ୍ୟାନ ଦିଅନ୍ତୁ ଯେପରି ନିଜର ଓ ଅନ୍ୟର ବିଘ୍ନର କାରଣ ନ ହେବେ”
ଅଧ୍ୟୟନ ବାଇବଲ—ମାଥି ୧୮:୬, ୭ ଅଧ୍ୟୟନ ତଥ୍ୟ
ଗୋଟିଏ ବଡ଼ ଚକିପଥର: ଶା., “ଗଧର ଚକିପଥର।” ଏପରି ଚକିପଥରର ବ୍ୟାସ ହୁଏତ ୪-୫ ଫୁଟ (୧.୨-୧.୫ ମିଟର) ଥିଲା। ଏହାର ଓଜନ ଏତେ ଥିଲା ଯେ ଏହାକୁ ବୁଲାଇବାର କାମ ଗଧ ଦ୍ୱାରା କରାଯାଉଥିଲା।
ବିଘ୍ନ: କିମ୍ବା ବାଧା। ଏହାର ଗ୍ରୀକ୍ ଶବ୍ଦ ସ୍କାଣ୍ଡାଲୋନ୍ର ମୂଳ ଅର୍ଥ ଏକ ଫାନ୍ଦ ଥିଲା ବୋଲି କୁହାଯାଏ। କିଛି ଲୋକ ବିଶ୍ୱାସ କରୁଥିଲେ ଯେ ଏହି ଫାନ୍ଦରେ ଗୋଟିଏ ବାଡ଼ି ରହୁଥିଲା, ଯେଉଁଥିରେ ଜୀବଜନ୍ତୁମାନଙ୍କୁ ପ୍ରଲୋଭିତ କରିବା ପାଇଁ ଥୋପ ବା କିଛି ଖାଇବା ପଦାର୍ଥ ଲଗାଯାଉଥିଲା। ତେଣୁ ଏହି ଶବ୍ଦ ଏପରି ବାଧା ପାଇଁ ବ୍ୟବହୃତ ହେବାକୁ ଲାଗିଲା, ଯେଉଁଥିରେ କେହି ଝୁଣ୍ଟିପଡ଼ିବା କିମ୍ବା ତଳେ ପଡ଼ିଯିବାର ସମ୍ଭାବନା ରହୁଥିଲା। ଏହାର ଲାକ୍ଷଣିକ ଅର୍ଥ ହେଉଛି ଏପରି କୌଣସି କାମ ବା ପରିସ୍ଥିତି, ଯେଉଁଥିରେ ଫସିଯାଇ ଜଣେ ମଣିଷ ଭୁଲ୍ ରାସ୍ତା ଆପଣାଇପାରେ, କିମ୍ବା ନୈତିକ ରୂପେ ବିଘ୍ନର ସାମନା କରିପାରେ, କିମ୍ବା ପାପ କରିପାରେ। ଏହି ଶବ୍ଦ ସହ ଜଡ଼ିତ ଗ୍ରୀକ୍ କ୍ରିୟା ସ୍କାଣ୍ଡାଲାଇଜୋର ଅନୁବାଦ ମାଥି ୧୮:୮, ୯ ପଦରେ “ବିଘ୍ନର କାରଣ ହୁଏ” ବୋଲି କରାଯାଇଛି। ଏହି କ୍ରିୟାର ଅନୁବାଦ “ଫାନ୍ଦ ହୋଇଯାଏ” ବୋଲି ମଧ୍ୟ କରାଯାଇପାରେ।
ଅଧ୍ୟୟନ ବାଇବଲ—ଚିତ୍ର
ଚକିପଥର
ଚକିପଥର ସାହାଯ୍ୟରେ ଶସ୍ୟ ପେଷା ଯାଉଥିଲା ଏବଂ ଜୀତ ଫଳକୁ ପେଷାଯାଇ ତେଲ ବାହାର କରାଯାଉଥିଲା। ଛୋଟ ଚକିପଥରଗୁଡ଼ିକୁ ହାତରେ ବୁଲାଯାଉଥିଲା, କିନ୍ତୁ ବଡ଼ ଚକିପଥରଗୁଡ଼ିକୁ ବୁଲାଇବା ପାଇଁ ପଶୁମାନଙ୍କର ସାହାଯ୍ୟ ନିଆଯାଉଥିଲା। ପଲେଷ୍ଟୀୟମାନଙ୍କ କାରାଗାରରେ ଶାମ୍ଶୋନ୍ ଯେଉଁ ଚକି ପେଷିଥିଲେ, ତାର ପଥର ହୁଏତ ବଡ଼ ଥିଲା। ସେହି ଚକି ହୁଏତ ଏଠାରେ ଚିତ୍ରରେ ଦର୍ଶାଯାଇଥିବା ଚକି ଭଳି ବଡ଼ ହୋଇଥିବ। (ବିଚା ୧୬:୨୧) ପଶୁମାନଙ୍କ ସାହାଯ୍ୟରେ ବୁଲାଯାଉଥିବା ଚକିପଥର ଯେ କେବଳ ଇସ୍ରାଏଲ ଦେଶରେ ଥିଲା ତାହା ନୁହେଁ, ବରଂ ଏହା ରୋମୀ ସାମ୍ରାଜ୍ୟର ଅଧିକାଂଶ ଅଞ୍ଚଳରେ ମଧ୍ୟ ଅତି ସାଧାରଣ ଥିଲା।
ଚକିର ଉପର ଓ ତଳ ପଥର
ଏଠାରେ ଚିତ୍ରରେ ଦର୍ଶାଯାଇଥିବା ଭଳି ବଡ଼ ଚକିପଥରକୁ ବୁଲାଇବା ପାଇଁ ଗଧ ଭଳି ଗୃହପାଳିତ ପଶୁମାନଙ୍କୁ ବ୍ୟବହାର କରାଯାଉଥିଲା। ଏହି ଚକିପଥରରେ ଶସ୍ୟ କିମ୍ବା ଜୀତ ଫଳକୁ ପେଷା ଯାଉଥିଲା। ଉପର ପଥରର ବ୍ୟାସ ହୁଏତ ୫ ଫୁଟ (୧.୫ ମିଟର) ଚଉଡ଼ା ରହୁଥିଲା ଏବଂ ତାକୁ ତାʼ ଅପେକ୍ଷା ମଧ୍ୟ ଆହୁରି ବଡ଼ ପଥରରେ ରଖି ବୁଲାଯାଉଥିଲା।
ଅଧ୍ୟୟନ ବାଇବଲ—ମାଥି ୧୮:୯ ଅଧ୍ୟୟନ ତଥ୍ୟ
ଜେହିନ୍ନା: ଏହା ଏବ୍ରୀ ଶବ୍ଦସମୂହ ଜେହ ହିନ୍ନୋମରୁ ଆସିଛି, ଯାହାର ଅର୍ଥ “ହିନ୍ନୋମ ଉପତ୍ୟକା।” ଏହି ଉପତ୍ୟକା ପ୍ରାଚୀନ ଯିରୂଶାଲମର ପଶ୍ଚିମ ଓ ଦକ୍ଷିଣ ଦିଗରେ ଥିଲା। (ଆପେଣ୍ଡିକ୍ସ ଖ୧୨, “ଯିରୂଶାଲମ ଓ ତାର ଆଖପାଖର ଅଞ୍ଚଳ” ମାନଚିତ୍ର ଦେଖନ୍ତୁ।) ଯୀଶୁଙ୍କ ସମୟ ପର୍ଯ୍ୟନ୍ତ ଏହି ଉପତ୍ୟକା ଅଳିଆ ଆବର୍ଜନା ଜଳାଇବାର ଜାଗା ପାଲଟି ଯାଇଥିଲା। ତେଣୁ ଚିରକାଳର ବିନାଶ ପାଇଁ “ଜେହିନ୍ନା” ଶବ୍ଦ ସମ୍ପୂର୍ଣ୍ଣ ସଠିକ୍ ଥିଲା।
ଅଧ୍ୟୟନ ବାଇବଲ—ଶବ୍ଦାବଳୀ
ଜେହିନ୍ନା
ଏହା ହିନ୍ନୋମ ଉପତ୍ୟକାର ଗ୍ରୀକ୍ ନାମ ଅଟେ। ଏହି ଉପତ୍ୟକା ପ୍ରାଚୀନ ଯିରୂଶାଲମର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା। (ଯିରି ୭:୩୧) ଭବିଷ୍ୟତବାଣୀଗୁଡ଼ିକରେ ଏହାକୁ ଏପରି ଜାଗା ବୋଲି କୁହାଯାଇଥିଲା, ଯେଉଁଠାରେ ଶବଗୁଡ଼ିକୁ ଫିଙ୍ଗି ଦିଆଯିବ। (ଯିରି ୭:୩୨; ୧୯:୬) କିନ୍ତୁ, ଏହାର କୌଣସି ପ୍ରମାଣ ନାହିଁ ଯେ ଜେହିନ୍ନାରେ ପଶୁ କିମ୍ବା ମଣିଷମାନଙ୍କୁ ଜୀବନ୍ତ ଜାଳିବା ବା ଯନ୍ତ୍ରଣା ଦେବା ପାଇଁ ଫିଙ୍ଗି ଦିଆଯାଉଥିଲା। ତେଣୁ ଜେହିନ୍ନା ଏପରି କୌଣସି ଅଦୃଶ୍ୟ ଜାଗା ନୁହେଁ, ଯେଉଁଠାରେ ଲୋକମାନଙ୍କୁ ମୃତ୍ୟୁ ପରେ ଚିରକାଳ ପାଇଁ ପ୍ରକୃତ ନିଆଁରେ ଯନ୍ତ୍ରଣା ଦିଆଯାଇଥାଏ। ଏହା ପରିବର୍ତ୍ତେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯେତେବେଳେ ଜେହିନ୍ନା ଶବ୍ଦ ବ୍ୟବହାର କଲେ, ତାର ଅର୍ଥ ଥିଲା “ଦ୍ୱିତୀୟ ମୃତ୍ୟୁ” ଅର୍ଥାତ୍ ଚିରକାଳର ବିନାଶ।—ପ୍ରକା ୨୦:୧୪; ମାଥି ୫:୨୨; ୧୦:୨୮.
ଅଧ୍ୟୟନ ବାଇବଲ—ମାଥି ୧୮:୧୦ ଅଧ୍ୟୟନ ତଥ୍ୟ
ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି: କିମ୍ବା “ମୋହର ପିତାଙ୍କ ସମ୍ମୁଖରେ ଉପସ୍ଥିତ ଥାʼନ୍ତି।” ଯେହେତୁ ସ୍ୱର୍ଗଦୂତମାନେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହୋଇପାରନ୍ତି, କେବଳ ସେମାନେ ହିଁ ତାହାଙ୍କ ମୁଖ ଦେଖିପାରନ୍ତି।—ଯାତ୍ରା ୩୩:୨୦.
ପ୍ର୧୧-ହି ୪/୧ ୨୪
ସ୍ୱର୍ଗଦୂତମାନଙ୍କର ଆମ ଜୀବନରେ କିପରି ପ୍ରଭାବ ପଡ଼େ
ଯୀଶୁ ସ୍ପଷ୍ଟ କଲେ ଯେ ସ୍ୱର୍ଗଦୂତମାନଙ୍କୁ ଈଶ୍ୱରଙ୍କ ସେବକମାନଙ୍କୁ ସାହାଯ୍ୟ କରିବା ପାଇଁ ଦାୟିତ୍ୱ ଦିଆଯାଇଛି, ଯାହାଫଳରେ ସେବକମାନେ ଈଶ୍ୱରଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖିପାରିବେ। ତେଣୁ, ଯେତେବେଳେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଅନ୍ୟମାନଙ୍କର ବାଧାର କାରଣ ନ ହେବା ପାଇଁ ସଚେତନ କଲେ, ସେ କହିଲେ: “ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି।” (ମାଥିଉ ୧୮:୧୦) ଯୀଶୁଙ୍କ କହିବାର ଅର୍ଥ ଏହା ନ ଥିଲା ଯେ ତାହାଙ୍କ ପ୍ରତ୍ୟେକ ଶିଷ୍ୟମାନଙ୍କର ସୁରକ୍ଷା ପାଇଁ ଜଣେ ବିଶେଷ ସ୍ୱର୍ଗଦୂତଙ୍କୁ ନିଯୁକ୍ତ କରାଯାଇଛି। କିନ୍ତୁ, ଯୀଶୁଙ୍କ କଥାରୁ ଜଣାପଡ଼େ ଯେ ସ୍ୱର୍ଗଦୂତମାନେ ଈଶ୍ୱରଙ୍କ ସହିତ ମିଶି କାମ କରନ୍ତି ଏବଂ ସେମାନେ ଖ୍ରୀଷ୍ଟିୟାନ ମଣ୍ଡଳୀର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଚିନ୍ତା କରିଥାʼନ୍ତି।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ମାଥି ୧୮:୨୨ ଅଧ୍ୟୟନ ତଥ୍ୟ
ସତୁରି ଗୁଣ ସାତ ଥର: ଏହା ପାଇଁ ବ୍ୟବହୃତ ହୋଇଥିବା ଗ୍ରୀକ୍ ଶବ୍ଦସମୂହର ଅର୍ଥ ହୁଏତ “୭୦ ଗୁଣ ୭” (୪୯୦ ଥର) ହୋଇପାରେ, କିମ୍ବା “୭୦ ଓ ୭” (୭୭ ଥର) ହୋଇପାରେ। ସେପ୍ଟୁଆଜେଣ୍ଟ୍ରେ ଆଦି ୪:୨୪ ପଦରେ ଠିକ୍ ଏହି ଶବ୍ଦସମୂହ ଏପରି ଏବ୍ରୀ ଶବ୍ଦସମୂହ ପାଇଁ ବ୍ୟବହୃତ ହୋଇଛି, ଯାହାର ଅନୁବାଦ “ସତସ୍ତରି ଗୁଣ” କରାଯାଇଛି। ଏଥିରୁ ଜଣାପଡ଼େ ଯେ ଏଠାରେ “ସତସ୍ତରି ଥର” କହିବା ସଠିକ୍ ଅଟେ। ଏହି ଶବ୍ଦଗୁଡ଼ିକୁ ଯେଭଳି ଅର୍ଥରେ ବୁଝାଯାଉ ନା କାହିଁକି, ଦୁଇ ଥର ୭ ରହିବାର ଅର୍ଥ ହେଉଛି, “ସର୍ବଦା” କିମ୍ବା “ଅସୀମିତ।” ଯେତେବେଳେ ଯୀଶୁ ପିତରଙ୍କୁ କହିଲେ ଯେ ସେ ସାତ ଥର ନୁହେଁ, ବରଂ ୭୭ ଥର କ୍ଷମା କରନ୍ତୁ, ସେତେବେଳେ ସେ ନିଜ ଶିଷ୍ୟମାନଙ୍କୁ ଶିଖାଉଥିଲେ ଯେ ସେମାନେ କ୍ଷମା କରିବାରେ କୌଣସ ସୀମା ନିର୍ଦ୍ଧାରଣ ନ କରନ୍ତୁ। କିନ୍ତୁ, ବାବିଲୀୟ ତଲ୍ମୁଦ୍ (ୟୋମା ୮୬ଖ) ରେ କୁହାଯାଇଛି: “ଯଦି କେହି ପ୍ରଥମ ଥର, ଦ୍ୱିତୀୟ ଥର କିମ୍ବା ତୃତୀୟ ଥର ଭୁଲ୍ କରେ, ତେବେ ତାକୁ କ୍ଷମା କରାଯାଉ। କିନ୍ତୁ ଚତୁର୍ଥ ଥର କ୍ଷମା କରାଯିବା ଉଚିତ୍ ନୁହେଁ।”
ଅଧ୍ୟୟନ ବାଇବଲ—ମାଥି ୧୯:୭ ଅଧ୍ୟୟନ ତଥ୍ୟ
ତ୍ୟାଗପତ୍ର: ବ୍ୟବସ୍ଥାରେ ଏକ ନିୟମ ଥିଲା ଯେ ଯଦି କୌଣସି ପୁରୁଷ ନିଜ ପତ୍ନୀକୁ ଛାଡ଼ପତ୍ର ଦେବାକୁ ଚାହେଁ, ତେବେ ତାକୁ ଏକ ଆଇନ ସମ୍ବନ୍ଧୀୟ ଦଲିଲ୍ ପ୍ରସ୍ତୁତ କରିବାର ଥିଲା ଏବଂ ହୁଏତ ମୁଖିଆମାନଙ୍କଠାରୁ ପରାମର୍ଶ ନେବାର ଥିଲା। ଅତଏବ, ଏଭଳି ନିୟମ ଯୋଗୁଁ ଏହି ଗମ୍ଭୀର ନିଷ୍ପତ୍ତି ଉପରେ ପୁଣିଥରେ ଚିନ୍ତା କରିବା ପାଇଁ ତାକୁ ସମୟ ମିଳୁଥିଲା। ଏହି ନିୟମ ନିଶ୍ଚିତ ରୂପେ ଇସ୍ରାଏଲୀୟମାନଙ୍କୁ ତରବରରେ ଛାଡ଼ପତ୍ର ଦେବାଠାରୁ ଦୂରେଇ ରଖୁଥିଲା ଏବଂ ସ୍ତ୍ରୀମାନଙ୍କର ଅଧିକାରକୁ ରକ୍ଷା କରୁଥିଲା। (ଦ୍ୱିବି ୨୪:୧) କିନ୍ତୁ, ଯୀଶୁଙ୍କ ସମୟରେ ଧର୍ମଗୁରୁମାନେ ଏପରିକି ଛୋଟ ଛୋଟ କଥାରେ ମଧ୍ୟ ଛାଡ଼ପତ୍ର ଦେବା ପାଇଁ ଅନୁମତି ଦେଉଥିଲେ। ପ୍ରଥମ ଶତାବ୍ଦୀର ଐତିହାସିକ ଜୋସୀଫସ୍ ନିଜେ ଜଣେ ଛାଡ଼ପତ୍ର ଦେଇଥିବା ଫାରୂଶୀ ଥିଲେ। ସେ କହିଥିଲେ, ଛାଡ଼ପତ୍ର “ଯେକୌଣସି କାରଣରୁ ଦିଆଯାଇପାରେ (ଏବଂ ପୁରୁଷମାନଙ୍କ ପାଖରେ ଛାଡ଼ପତ୍ର ଦେବାର ଅନେକ କାରଣ ରହିଛି)।”
ଅଧ୍ୟୟନ ବାଇବଲ—ଚିତ୍ର
ତ୍ୟାଗପତ୍ର
ଆରାମୀ ଭାଷାରେ ଲିଖିତ ଏହି ତ୍ୟାଗପତ୍ର ୭୧ କିମ୍ବା ୭୨ ଖ୍ରୀଷ୍ଟାବ୍ଦର ଅଟେ। ଏହି ତ୍ୟାଗପତ୍ର ଯିହୁଦାର ମରୁ ଅଞ୍ଚଳର ଏକ ଶୁଷ୍କ ନଦୀରେ ମିଳିଥିଲା, ଯାହା ୱାଡି ମୁରାବ୍ବାତ୍ର ଉତ୍ତର ଦିଗରେ ରହିଛି। ଏଥିରେ ଲେଖାଯାଇଛି ଯେ ଯିହୁଦୀମାନଙ୍କର ବିଦ୍ରୋହର ଷଷ୍ଠ ବର୍ଷରେ ମାସାଡା ସହରରେ ରହୁଥିବା ନକସନ୍ଙ୍କ ପୁତ୍ର ଯୋଷେଫ ନିଜ ସ୍ତ୍ରୀ ମିରିୟମଙ୍କୁ ଛାଡ଼ପତ୍ର ଦେଇଥିଲେ, ଯିଏ ଯୋନାଥନଙ୍କ ଝିଅ ଥିଲେ।