ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବା ଆମକୁ ପିଲାଙ୍କ ଲାଳନପାଳନ କରିବା ଶିଖାଇଲେ
ପିତାମାତା ନିଜ ପିଲାଙ୍କୁ ଭଲ ଭାବେ ଲାଳନପାଳନ କରିବା ବିଷୟରେ ସେମାନଙ୍କ ପିତା ଯିହୋବାଙ୍କଠାରୁ କʼଣ ଶିଖିପାରିବେ? ଯିହୋବା ଆମକୁ ପିଲାଙ୍କ ଲାଳନପାଳନ କରିବା ଶିଖାଇଲେ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ । ତାʼପରେ ଅବିଲିୟୋ ଓ ଉଲା ଅମୋରିମ୍ଙ୍କ ବିଷୟରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
ଅବିଲିୟୋ ଓ ଉଲାଙ୍କ ସହ ବାଲ୍ୟକାଳରେ ଯାହା ହେଲା, ତାʼ ଯୋଗୁଁ ସେମାନେ ନିଜ ପିଲାଙ୍କ ଲାଳନପାଳନ କିପରି କରିବାକୁ ଚାହୁଁଥିଲେ?
ସେମାନଙ୍କ ପିଲାଙ୍କ ପାଖରେ କେଉଁସବୁ ଅଭୁଲା ସ୍ମୃତି ରହିଛି?
ଅବିଲିୟୋ ଓ ଉଲା ଦ୍ୱିତୀୟ ବିବରଣ ୬:୬, ୭ ପଦକୁ କିପରି ଲାଗୁ କଲେ?
ସେମାନେ କାହିଁକି ନିଜ ପିଲାଙ୍କୁ କେବଳ ନିୟମ ଦେଲେ ନାହିଁ?
ସେମାନେ ନିଜ ପିଲାଙ୍କୁ କିପରି ସଠିକ୍ ନିଷ୍ପତ୍ତି ନେବା ଶିଖାଇଲେ?
ସେମାନେ ନିଜ ପିଲାଙ୍କୁ ପୂର୍ଣ୍ଣ ସମୟର ସେବା କରିବାକୁ ପ୍ରୋତ୍ସାହନ ଦେଲେ । ଏହା ପାଇଁ ଉଭୟଙ୍କୁ କʼଣ ତ୍ୟାଗ କରିବାକୁ ପଡ଼ିଲା? [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୭୮ ¶୧୯]