ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ଭାଗ ୨୧ ପୃଷ୍ଠା ୨୪
  • ଯୀଶୁ ଜୀବିତ ହେଲେ !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ ଜୀବିତ ହେଲେ !
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପ୍ରାୟ ସମାନ ଲେଖା
  • ପ୍ରେରିତମାନେ ନିର୍ଭୟରେ ପ୍ରଚାର କରିଥିଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ଯୀଶୁଙ୍କୁ ଜୀବିତ କରାଗଲା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯୀଶୁଙ୍କ ସୁଦୂର ପର୍ଯ୍ୟନ୍ତ ପ୍ରସାରିତ ଭବିଷ୍ୟତବାଣୀ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ଯୀଶୁଙ୍କୁ ହତ୍ୟା କରାଗଲା
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ଆହୁରି ଦେଖନ୍ତୁ
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ଭାଗ ୨୧ ପୃଷ୍ଠା ୨୪
ଯୀଶୁ ର୍ଗାରୋହଣ କରୁଛନ୍ତି

ଭାଗ ୨୧

ଯୀଶୁ ଜୀବିତ ହେଲେ !

ଯୀଶୁ ତାହାଙ୍କ ପ୍ରେରିତମାନଙ୍କୁ ଦେଖାଦେଇ ନିର୍ଦ୍ଦେଶ ଦେଲେ ଓ ପ୍ରୋତ୍ସାହନ କଲେ

ଯୀଶୁଙ୍କ ମରିବାର ତୃତୀୟ ଦିନ ପରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀଲୋକମାନେ କବରକୁ ଯାଇ ଦେଖନ୍ତି ଯେ କବରର ପ୍ରବେଶପଥରେ ଥିବା ପଥରଟିକୁ ଗଡ଼େଇ ଅନ୍ୟତ୍ର ରଖାଯାଇଛି । ଆଉ ଦେଖ, କବରଟି ଖାଲି ପଡ଼ିଛି !

ଦୁଇଜଣ ସ୍ୱର୍ଗଦୂତ ଦେଖାଦେଲେ । ସେଥିମଧ୍ୟରୁ ଜଣେ କହିଲେ, “ତୁମ୍ଭେମାନେ . . . ନାଜରିତୀୟ ଯୀଶୁଙ୍କର ଅନ୍ୱେଷଣ କରୁଅଛ; ସେ ଉଠିଅଛନ୍ତି ।” (ମାର୍କ ୧୬:୬) ବିଳମ୍ବ ନ କରି ସେହି ସ୍ତ୍ରୀ ଦୁହେଁ ପ୍ରେରିତମାନଙ୍କୁ କହିବା ପାଇଁ ଦୌଡ଼ିଗଲେ । ରାସ୍ତାରେ ସେମାନେ ଯୀଶୁଙ୍କୁ ଦେଖିଲେ, ଆଉ ସେ କହିଲେ ଭୟକର ନାହିଁ । “ତୁମ୍ଭେମାନେ ଯାଇ, ମୋହର ଭାଇମାନଙ୍କୁ ଜଣାଅ, ସେମାନେ ଗାଲିଲୀକି ଯାଆନ୍ତୁ; ସେଠାରେ ସେମାନେ ମୋହର ଦର୍ଶନ ପାଇବେ ।”—ମାଥିଉ ୨୮:୧୦.

ପରେ ସେହି ଦିନ, ଦୁଇଜଣ ଶିଷ୍ୟ ଯିରୁଶାଲମରୁ ଇମ୍ମାୟୁ ଗ୍ରାମକୁ ଚାଲି ଚାଲି ଯାଉଥିଲେ । ସେହି ସମୟରେ ଜଣେ ଅପରିଚିତ ବ୍ୟକ୍ତି ସେମାନଙ୍କ ସଙ୍ଗେ ଚାଲିବାକୁ ଲାଗିଲେ ଏବଂ ସେ ସେମାନଙ୍କୁ ତାʼଙ୍କ କଥାବାର୍ତ୍ତା ହେଉଥିବା ବିଷୟରେ ପଚାରିଲେ । ସେ ପ୍ରକୃତରେ ସେହି ପୁନରୁତ୍‌ଥିତ ଯୀଶୁ ଥିଲେ କିନ୍ତୁ ସେ ଯେଉଁଭଳି ବେଶରେ ଦେଖାଦେଇଥିଲେ, ସେମାନେ ପ୍ରଥମେ ଚିହ୍ନିପାରିଲେ ନାହିଁ । ସେମାନେ ଅତି ଦୁଃଖର ସହ କହିଲେ, ଯୀଶୁଙ୍କ ବିଷୟରେ କଥାବାର୍ତ୍ତା ହେଉଛନ୍ତି । ସେହି ଅପରିଚିତ ବ୍ୟକ୍ତିଟି ଶାସ୍ତ୍ରରୁ ମସୀହ ସମ୍ବନ୍ଧରେ ବର୍ଣ୍ଣନାକରି କହିବାକୁ ଲାଗିଲା । ହଁ ପ୍ରକୃତରେ ଯୀଶୁ ମସୀହଙ୍କ ସମ୍ବନ୍ଧରେ ଥିବା ସମସ୍ତ ଭବିଷ୍ୟତବାଣୀଗୁଡ଼ିକର ପୂରଣ କରିଥିଲେ ।a ଯେତେବେଳେ ଶିଷ୍ୟମାନେ ବୁଝିପାରିଲେ ଯେ ସେହି ଅପରିଚିତ ବ୍ୟକ୍ତିଟି ଆତ୍ମାରେ ପୁନରୁତ୍‌ଥିତ ଯୀଶୁ, ସେହିକ୍ଷଣି ସେ ସେଠାରୁ ଅଦୃଶ୍ୟ ହୋଇଗଲେ ।

ସେହି ଦୁଇଜଣ ଶିଷ୍ୟ ଯଥାଶୀଘ୍ର ଯିରୁଶାଲମକୁ ଫେରି ଆସିଲେ । ସେମାନେ ଦେଖିବାକୁ ପାଇଲେ ଯେ ଶିଷ୍ୟମାନେ ଗୋଟିଏ ନିବୃତ୍ତ ଗୃହରେ ଏକତ୍ରିତ ହୋଇଛନ୍ତି । ଯେତେବେଳେ ସେ ଦୁହେଁ ତାʼଙ୍କ ସହ ଘଟି ଥିବା ବିଷୟ କହୁଥିଲେ ଠିକ୍‌ ସେତେବେଳେ ଯୀଶୁ ସେଠାରେ ଦେଖାଦେଲେ । ବିସ୍ମିତ ଶିଷ୍ୟମାନେ ତାହାଙ୍କୁ ବିଶ୍ୱାସ କରି ପାରିଲେ ନାହିଁ ! ଏହା ଦେଖି ଯୀଶୁ କହିଲେ, “ତୁମ୍ଭମାନଙ୍କ ମନରେ କାହିଁକି ତର୍କବିର୍ତକ ଉଠୁଅଛି ? ।” ଆଉ ସେ କହିଲେ “ଏହି ପ୍ରକାରେ ଲେଖା ଅଛି, ଖ୍ରୀଷ୍ଟ ଦୁଃଖଭୋଗ କରିବେ ଓ ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ କରିବେ ।”—ଲୂକ ୨୪:୩୮, ୪୬.

ଦୀର୍ଘ ୪୦ଦିନ ଧରି ଯୀଶୁ ନିଜ ପୁନରୁତ୍ଥାନ ପରେ ଶିଷ୍ୟମାନଙ୍କୁ ଅନେକ ସମୟରେ ଅଲଗା ଅଲଗା ସ୍ଥାନମାନଙ୍କରେ ଦେଖାଦେଇଥିଲେ । ଥରେ, ସେ ୫୦୦ଜଣଙ୍କୁ ଦେଖାଦେଇଥିଲେ ! ହୋଇପାରେ, ସେହି ସମୟରେ ସେ ସେମାନଙ୍କୁ ଗୋଟିଏ ଗୁରୁଦାୟୀତ୍ୱ ଦେଇଥିଲେ: “ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ . . . ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।”—ମାଥିଉ ୨୮:୧୯, ୨୦.

ଯୀଶୁ ତାହାଙ୍କ ୧୧ଜଣ ବିଶ୍ୱସ୍ତ ପ୍ରେରିତମାନଙ୍କୁ ଶେଷଥର ପାଇଁ ଦେଖାକରି ପ୍ରତିଜ୍ଞା କରି କହିଲେ: “ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ . . . ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ ।” (ପ୍ରେରିତ ୧:୮) ତତ୍ପରେ ଯୀଶୁଙ୍କୁ ଉପରକୁ ଉଠେଇ ନିଆଗଲା ଓ ସେ ସ୍ୱର୍ଗାରୋହଣ କଲେ ଆଉ ଦେଖ ମେଘ ତାହାଙ୍କୁ ଆଚ୍ଛାଦିତ କଲା ତେଣୁ ସେମାନେ ତାହାଙ୍କୁ ଆଉ ଦେଖିପାରିଲେ ନାହିଁ ।

—ଏହା ମାଥିଉ ଅଧ୍ୟାୟ ୨୮; ମାର୍କ ଅଧ୍ୟାୟ ୧୬; ଲୂକ ଅଧ୍ୟାୟ ୨୪; ଯୋହନ ଅଧ୍ୟାୟ ୨୦ ଓ ୨୧; ଏବଂ ୧ କରିନ୍ଥୀୟ ୧୫:୫, ୬ ଉପରେ ଅଧାରିତ ।

a ମସୀହଙ୍କ ଭବିଷ୍ୟତବାଣୀ ଯୀଶୁଙ୍କଠାରେ ପରିପୂର୍ଣ୍ଣ ହେବା ବିଷୟରେ ଅଧିକ ଜାଣିବା ପାଇଁ ଏହି ପୁସ୍ତିକାଟିର ପୃଷ୍ଠା ୧୭-୧୯ ଏବଂ ବାଇବଲ ଆମକୁ କʼଣ ଶିଖାଏ ? ବହିର ପୃଷ୍ଠା ୨୦୯ରେ ଦେଖନ୍ତୁ ।

  • ଯୀଶୁଙ୍କ ଶିଷ୍ୟମାନେ କିପରି ଜାଣିପାରିଲେ ଯେ ଈଶ୍ୱର ତାହାଙ୍କୁ ପୁନରୁତ୍ଥାନ କରିଛନ୍ତି ?

  • ଇମ୍ମାୟୁ ଗ୍ରାମକୁ ଯାଉଥିବା ଦୁଇଜଣ ଶିଷ୍ୟଙ୍କୁ ଯୀଶୁ କେଉଁ ବିଷୟରେ ବୁଝେଇଥିଲେ ?

  • ସ୍ୱର୍ଗକୁ ଯିବାପୂର୍ବରୁ ଯୀଶୁ ନିଜ ଶିଷ୍ୟମାନଙ୍କୁ କି ନିର୍ଦ୍ଦେଶ ଦେଇଥିଲେ ?

ପବିତ୍ର ଆତ୍ମା

ଈଶ୍ୱରଙ୍କ ପବିତ୍ର ଆତ୍ମା ସାରାବିଶ୍ୱର ସବୁଠାରୁ ଶକ୍ତିଶାଳୀ । ଯିହୋବା ଈଶ୍ୱର ଆକାଶ ମଣ୍ଡଳ ଓ ପୃଥିବୀକୁ ସୃଷ୍ଟି କରିବା ଓ ବାଇବଲ ଲେଖିବା ପାଇଁ ନିଜର ଏହି ପବିତ୍ର ଆତ୍ମା ବା ସକ୍ରିୟ ଶକ୍ତି ବ୍ୟବହାର କରିଥିଲେ । ଏବେ ପର୍ଯ୍ୟନ୍ତ ଆମେ ଯାହା ଯାହା ଅଲୌକିକ ବିଷୟରେ ପଢ଼ିଲେ, ଏହା ସହିତ ସବୁଠାରୁ ଶ୍ରେଷ୍ଠ ଗୋଟିକ ଯାହା ଯୀଶୁ ଖ୍ରୀଷ୍ଟଙ୍କୁ ଜଣେ ଶକ୍ତିଶାଳୀ ଆତ୍ମିକ ପ୍ରାଣୀରୂପେ ପୁନରୁତ୍ଥାନ କଲେ, ଏସମସ୍ତ ପଛରେ ଏହି ପବିତ୍ର ଆତ୍ମାର ଶକ୍ତି ରହିଛି ।—ଆଦିପୁସ୍ତକ ୧:୨; ୨ ଶାମୁୟେଲ ୨୩:୨; ପ୍ରେରିତ ୧୦:୩୮ ଓ ୧ ପିତର ୩:୧୮.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ