ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୨୫-୨୬
ପାଉଲ କାଇସରଙ୍କୁ ଅପିଲ କଲେ ଏବଂ ରାଜା ହେରୋଦ ଅଗ୍ରିପ୍ପାଙ୍କୁ ସାକ୍ଷ୍ୟ ଦେଲେ
୨୫:୧୧; ୨୬:୧-୩, ୨୮
ଯଦି ଆମକୁ “ଶାସନକର୍ତ୍ତା ଓ ରାଜାମାନଙ୍କ” ସମ୍ମୁଖରେ ଉପସ୍ଥିତ କରାଯାଏ, ତେବେ ଆମେ କʼଣ କହିବା ତାକୁ ନେଇ ଚିନ୍ତିତ ହେବା ଉଚିତ୍ ନୁହେଁ । କିନ୍ତୁ, ଯଦି ସେମାନେ ଆମ ଆଶାର କାରଣ ବିଷୟରେ ପ୍ରଶ୍ନ କରନ୍ତି, ତେବେ ଆମେ ସେମାନଙ୍କ ପ୍ରଶ୍ନର “ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ” ରହିବା ଉଚିତ୍ । (ମାଥି ୧୦:୧୮-୨୦; ୧ପିତ ୩:୧୫) ଯଦି ବିରୋଧୀମାନେ “ବିଧାନ ଦ୍ୱାରା ଉପଦ୍ରବ” ବା ଆଇନର ସାହାଯ୍ୟ ନେଇ ଆମ ପାଇଁ ସମସ୍ୟା ସୃଷ୍ଟି କରନ୍ତି, ତେବେ ଆମେ ପାଉଲଙ୍କ ଭଳି କʼଣ କରିପାରିବା?—ଗୀତ ୯୪:୨୦.
ଆମେ ସୁସମାଚାରର ପକ୍ଷ ସମର୍ଥନ କରିବା ପାଇଁ ନିଜ ଅଧିକାରଗୁଡ଼ିକର ବ୍ୟବହାର କରିପାରିବା ।—ପ୍ରେରି ୨୫:୧୧.
ଆମେ ଅଧିକାରୀମାନଙ୍କ ସହ କଥା ହେବା ବେଳେ ଆଦର ଦେଖାଇପାରିବା ।—ପ୍ରେରି ୨୬:୨, ୩.
ଯଦି ସମ୍ଭବ, ସୁସମାଚାରରୁ ଆମର ଏବଂ ଅନ୍ୟମାନଙ୍କର କିପରି ଲାଭ ହୋଇଛି, ସେବିଷୟରେ ଆମେ ଜଣାଇପାରିବା ।—ପ୍ରେରି ୨୬:୧୧-୨୦.