ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଏପ୍ରିଲ୍‌ ପୃଷ୍ଠା ୮
  • ଯିହୋବାଙ୍କଠାରୁ ଶିକ୍ଷା ପାଆନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କଠାରୁ ଶିକ୍ଷା ପାଆନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ’ ଯିବାକୁ ଚାହାନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ’ ପାଇଁ ଯାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଅଗ୍ରଦୂତମାନଙ୍କୁ ତାଲିମ ଦେବା ପାଇଁ କʼଣ ବ୍ୟବସ୍ଥା କରାଯାଇଛି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଏପ୍ରିଲ୍‌ ପୃଷ୍ଠା ୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯିହୋବାଙ୍କଠାରୁ ଶିକ୍ଷା ପାଆନ୍ତୁ

ଏହା କାହିଁକି ମହତ୍ତ୍ୱପୂର୍ଣ୍ଣ: ଆମ ମହାନ ଉପଦେଶକ ଯିହୋବା ଆମକୁ ସବୁଠାରୁ ଉତ୍ତମ ଶିକ୍ଷା ଦିଅନ୍ତି। ସେ ଆମକୁ ଶିଖାନ୍ତି ଯେ ଆମେ କିପରି ଉତ୍ତମ ଜୀବନଯାପନ କରିପାରିବା। ଏହିପରି ଭାବେ ସେ ଏକ ସୁନ୍ଦର ଭବିଷ୍ୟତ ନିମନ୍ତେ ଆମକୁ ଏବେଠାରୁ ଯୋଗ୍ୟ ହେବା ପାଇଁ ସାହାଯ୍ୟ କରନ୍ତି। ଏହି ଶିକ୍ଷା ସେ ଆମକୁ ବିନାମୂଲ୍ୟରେ ଦିଅନ୍ତି। (ଯିଶା ୧୧:୬-୯; ୩୦:୨୦, ୨୧; ପ୍ରକା ୨୨:୧୭) ଯିହୋବା ଆମକୁ ଏହା ମଧ୍ୟ ଶିଖାନ୍ତି ଯେ ଆମେ ଅନ୍ୟମାନଙ୍କୁ କିପରି ଭଲ ଭାବେ ସୁସମାଚାର ଶୁଣାଇବା, ଯାହାଦ୍ୱାରା ସେମାନଙ୍କ ମଧ୍ୟ ଜୀବନ ରକ୍ଷା ହେବ।—୨କରି ୩:୫.

ଏହା କିପରି କରିପାରିବା:

  • ନମ୍ରତା ଓ ବିନୟ ଗୁଣ ବଢ଼ାନ୍ତୁ।—ଗୀତ ୨୫:୮, ୯

  • ବର୍ତ୍ତମାନ ଆପଣଙ୍କୁ ଯେଉଁ ତାଲିମ ମିଳୁଛି, ତାର ଲାଭ ଉଠାନ୍ତୁ। ଯେପରି— ସଯ୍ତାହ ମଝିରେ ହେଉଥିବା ସଭାରେ ବିଦ୍ୟାର୍ଥୀ ଭାଗ ଜରିଆରେ ମିଳୁଥିବା ତାଲିମ

  • ଯିହୋବାଙ୍କ ସେବାରେ ଅଧିକ କରିବାର ଲକ୍ଷ୍ୟ ରଖନ୍ତୁ।—ଫିଲିପ୍‌ ୩:୧୩

  • ଅଧିକ ତାଲିମ ପାଇବାର ଯୋଗ୍ୟ ହେବା ପାଇଁ ଜୀବନରେ ତ୍ୟାଗ କରନ୍ତୁ।—ଫିଲିପ୍‌ ୩:୮

ଅସରନ୍ତି ଖୁସି ଦେଉଥିବା ଶିକ୍ଷା (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • କିଛି ପ୍ରଚାରକ କେଉଁ ସମସ୍ୟାଗୁଡ଼ିକୁ ଅତିକ୍ରମ କରି ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଉପସ୍ଥିତ ହେଲେ ?

  • ଏହି ସ୍କୁଲରୁ ବିଦ୍ୟାର୍ଥୀମାନେ କʼଣ କʼଣ ଶିଖିଲେ ?

  • ସ୍କୁଲ ପରେ ଯେତେବେଳେ ଭାଇଭଉଣୀ ନୂଆ ଅଞ୍ଚଳଗୁଡ଼ିକୁ ଗଲେ, ସେଠାକାର ଭାଇଭଉଣୀମାନେ କିପରି ସେମାନଙ୍କୁ ସାହାଯ୍ୟ କଲେ ?

  • ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ କେଉଁମାନେ ଯାଇପାରିବେ ? [ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ୧୮୯]

  • ଆପଣ ଯିହୋବାଙ୍କ ସଂଗଠନରୁ ଆଉ କେଉଁ ତାଲିମ ପାଇପାରିବେ ?

ରାଜ୍ୟ ଚାରକଙ୍କ ପାଇଁ ସ୍କୁଲରୁ ଜୁଏ ହୋଇବା ଭଉଣୀମାନେ ନାମିବିୟା, ନରୱେ, ଆମେରିକା ଓ ଜାପାନରେ ସେବା କରୁଛନ୍ତି

ଈଶ୍ୱରଙ୍କଠାରୁ ଶିକ୍ଷା ପାଇଲେ ଆପଣଙ୍କୁ କେଉଁସବୁ ଆଶିଷ ମିଳିବ ?

ମୁଁ ସଂଗଠନରୁ କେଉଁ କେଉଁ ତାଲିମ ପାଇଛି ?

  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା

  • ଅଗ୍ରଦୂତ ସେବା ସ୍କୁଲ

  • ରାଜ୍ୟ ସେବା ସ୍କୁଲ

  • ମଣ୍ଡଳୀର ପ୍ରାଚୀନମାନଙ୍କ ପାଇଁ ସ୍କୁଲ

  • ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ

ମୁଁ ସଂଗଠନରୁ ଏହି ତାଲିମଗୁଡ଼ିକ ପାଇବା ପାଇଁ ପରିଶ୍ରମ କରୁଛି:

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ