ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
‘ପ୍ରଚାର କରିବାର ନମୁନାର’ କିପରି ବ୍ୟବହାର କରିବା
୨୦୧୮ ମସିହା ଜାନୁୟାରୀ ମାସରୁ ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକାରେ ପ୍ରଚାର କରିବାର କିଛି ନମୁନା ଦିଆଯିବା ଆରମ୍ଭ କରାଗଲା । ଆମେ ଏହି ଉପାୟଗୁଡ଼ିକୁ କିପରି ଆପଣାଇପାରିବା ?
ବିଦ୍ୟାର୍ଥୀ ଭାଗ ଉପସ୍ଥାପନ କରିବା ସମୟରେ: ଆପଣ ‘ପ୍ରଚାର କରିବାର ନମୁନା’ ବିଭାଗରେ ଦିଆଯାଇଥିବା ପ୍ରଶ୍ନ, ପଦ ଏବଂ ପୁନଃସାକ୍ଷାତର ପ୍ରଶ୍ନର ବ୍ୟବହାର କରିବା ଉଚିତ୍ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ପ୍ରଚାର କରିବାର ନମୁନା ଉପରେ ଆଧାରିତ ଭିଡିଓରେ ଯେପରି ପ୍ରଦର୍ଶନ କରାଯାଇଛି, ଆପଣଙ୍କୁ ମଧ୍ୟ ତାକୁ ପୂରା ନକଲ କରିବାକୁ ହେବ । ଆପଣ ଚାହିଁଲେ ଅନ୍ୟ କୌଣସି ସେଟିଙ୍ଗ୍ ବା ପୃଷ୍ଠଭୂମି ବ୍ୟବହାର କରିପାରିବେ ଏବଂ ଆପଣଙ୍କ ପ୍ରଦର୍ଶନକୁ ଅନ୍ୟ କୌଣସି ଉପାୟରେ ଆରମ୍ଭ କରିପାରିବେ, କିମ୍ବା ଅନ୍ୟ କୌଣସି ଉପାୟରେ ତର୍କ କରିପାରିବେ । ଶିକ୍ଷା ଉପକରଣ ବକ୍ସରୁ କୌଣସି ପ୍ରକାଶନ ଦେବା ପାଇଁ ପରାମର୍ଶ ଦିଆଯାଇ ନ ଥିଲେ ମଧ୍ୟ ଆପଣ ସେଥିରୁ କୌଣସି ପ୍ରକାଶନ ଦେଇପାରିବେ ।
ପ୍ରଚାର ସେବାରେ: ‘ପ୍ରଚାର କରିବାର ନମୁନା’ ବିଭାଗରେ ଯାହା ପରାମର୍ଶ ଦିଆଯାଇଛି, ତାହା କେବଳ ପ୍ରଚାର କରିବାର ଉପାୟଗୁଡ଼ିକ ଅଟେ । ଯଦି ଜଣେ ବ୍ୟକ୍ତି ଆଗ୍ରହ ଦେଖାନ୍ତି ଓ ଅଧିକ ଜାଣିବାକୁ ଚାହାନ୍ତି, ତେବେ ପୁନଃସାକ୍ଷାତ ବିଭାଗରେ ଦିଆଯାଇଥିବା ନମୁନା ସାହାଯ୍ୟରେ ଆପଣ ତାଙ୍କ ସହ କଥା ହୋଇପାରିବେ । ଆପଣ ଏହି ନମୁନାଗୁଡ଼ିରେ କିଛି ପରିବର୍ତ୍ତନ କରି କିମ୍ବା ଅନ୍ୟ କୌଣସି ବିଷୟ ଉପରେ କଥା ହୋଇପାରିବେ । ହୁଏତ ଆପଣଙ୍କ ଅଞ୍ଚଳ ପାଇଁ ଗତ ମାସଗୁଡ଼ିକର କୌଣସି ନମୁନା କିମ୍ବା କୌଣସି ଅନ୍ୟ ପଦ ଅଧିକ ଫଳପ୍ରଦ ହୋଇପାରେ । କିମ୍ବା ଲୋକେ ହୁଏତ ନିକଟ ଅତୀତରେ ହୋଇଥିବା କୌଣସି ଘଟଣା ବିଷୟରେ କଥା ହେବାକୁ ଚାହୁଁଥିବେ । ଆପଣ ଏହି ନମୁନାଗୁଡ଼ିକୁ ଭିନ୍ନ ଭିନ୍ନ ଉପାୟରେ ବ୍ୟବହାର କରିପାରିବେ । କିନ୍ତୁ ଆପଣଙ୍କ ଲକ୍ଷ୍ୟ ହେବା ଉଚିତ୍ ଯେ ଆପଣ ‘ଯେପରି ସୁସମାଚାରର ଆଶୀର୍ବାଦର ସହଭାଗୀ ହେବେ, ଏଥିପାଇଁ ଆପଣ ସୁସମାଚାର ନିମନ୍ତେ ସବୁ କରିବେ ।’—୧ କରି ୯:୨୨, ୨୩.