ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଜାନୁୟାରୀ ପୃଷ୍ଠା ୮
  • ଟ୍ରାକ୍ଟ ସାହାଯ୍ୟରେ କଥାବାର୍ତ୍ତା କିପରି ଆରମ୍ଭ କରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଟ୍ରାକ୍ଟ ସାହାଯ୍ୟରେ କଥାବାର୍ତ୍ତା କିପରି ଆରମ୍ଭ କରିବା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ‘ପ୍ରଚାର କରିବାର ନମୁନାର’ କିପରି ବ୍ୟବହାର କରିବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରଚାର କରିବାର ନମୁନା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • “କଥାବାର୍ତ୍ତା କିପରି କରିବା ?” ଭାଗରେ ଦିଆଯାଇଥିବା ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଜାନୁୟାରୀ ପୃଷ୍ଠା ୮
ବସ୍‌ ଷ୍ଟାଣ୍ଡରେ ଜଣେ ଭଉଣୀ ଏକ ମହିଳାଙ୍କୁ ‘ଦୁଃଖକଷ୍ଟ କେବେ ସମା ହେବ କି ?’ ଟାକ୍‌ଟ ସାହାଯ୍ୟରେ ସୁଯୋଗ ଦେଖି ସାକ୍ଷ୍ୟ ଦେଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଟ୍ରାକ୍ଟ ସାହାଯ୍ୟରେ କଥାବାର୍ତ୍ତା କିପରି ଆରମ୍ଭ କରିବା

ଜାନୁୟାରୀ ୨୦୧୮ ମସିହାଠାରୁ ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା ସଭା ପୁସ୍ତିକାର ପ୍ରଥମ ପୃଷ୍ଠାରେ ପ୍ରଚାର କରିବାର ନମୁନା ଦିଆଯିବା ଆରମ୍ଭ କରାଯାଇଛି । ଆମେ ଲୋକଙ୍କୁ କେବଳ ପ୍ରକାଶନ ଦେବା ପରିବର୍ତ୍ତେ ସେମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବାକୁ ଚେଷ୍ଟା କରିବା ପାଇଁ ଆମକୁ ପ୍ରୋତ୍ସାହିତ କରାଯାଉଛି । ପ୍ରଚାରକମାନେ ଏହି ନୂଆ ଉପାୟକୁ ଯେପରି ସହଜରେ ଆପଣାଇପାରିବେ, ସେଥିପାଇଁ ‘ପ୍ରଚାର କରିବାର ନମୁନା’ ଉପରେ ଆଧାରିତ ଭିଡିଓଗୁଡ଼ିକ ପ୍ରକାଶିତ କରାଯାଉଛି । ଏହି ଭିଡିଓଗୁଡ଼ିକରେ ଏପରି ପରାମର୍ଶ ଦିଆଯାଇଛି, ଯାହା ସାହାଯ୍ୟରେ ଜଣେ ପ୍ରଚାରକ ବାଇବଲରୁ କଥାବାର୍ତ୍ତା ଆରମ୍ଭ କରନ୍ତି । ତେବେ କʼଣ ଏହାର ଅର୍ଥ ଆମେ ଘର ଘର ଯାଇ ପ୍ରଚାର କରିବା ସମୟରେ ପ୍ରକାଶନଗୁଡ଼ିକର ବ୍ୟବହାର କରିବା ଉଚିତ୍‌ ନୁହେଁ ? ସେମିତି ନୁହେଁ । ଉଦାହରଣ ପାଇଁ, କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଟ୍ରାକ୍ଟ ଫଳପ୍ରଦ ହୋଇଥାଏ । ଯେକୌଣସି ଟ୍ରାକ୍ଟକୁ ଆମେ ବ୍ୟବହାର କରିବା ସମୟରେ ତଳେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ଆପଣାଇପାରିବା:

  1. ୧. ଟ୍ରାକ୍ଟର ପ୍ରଥମ ପୃଷ୍ଠାରେ ଦିଆଯାଇଥିବା ମୁଖ୍ୟ ପ୍ରଶ୍ନ ପଚାରନ୍ତୁ ଏବଂ ତାʼ ତଳେ ଦିଆଯାଇଥିବା ତିନୋଟିଯାକ ଉତ୍ତର ପଢ଼ନ୍ତୁ ।

  2. ୨. ଦ୍ୱିତୀୟ ପୃଷ୍ଠାର ଆରମ୍ଭରେ ଥିବା ବାଇବଲର ଉତ୍ତର କୁହନ୍ତୁ । ଯଦି ସମୟ ହୁଏ, ତେବେ ଟ୍ରାକ୍ଟରେ ଦିଆଯାଇଥିବା କିଛି ତଥ୍ୟ ପଢ଼ନ୍ତୁ ଏବଂ ଆଲୋଚନା କରନ୍ତୁ ।

  3. ୩. ଘରମାଲିକଙ୍କୁ ଟ୍ରାକ୍ଟ ଦିଅନ୍ତୁ ଏବଂ କୁହନ୍ତୁ ଯେ ସେ ନିଜ ସୁବିଧା ଅନୁସାରେ ସମୟ ବାହାର କରି ଏହାକୁ ନିଶ୍ଚୟ ପଢ଼ିବେ ।

  4. ୪. ଯିବା ପୂର୍ବରୁ ତାଙ୍କୁ “ଏହା ଭାବି ଦେଖନ୍ତୁ” ଭାଗରେ ଥିବା ପ୍ରଶ୍ନ ଦେଖାନ୍ତୁ । ତାʼପରେ ପୁନଃସାକ୍ଷାତର ସମୟ ନିର୍ଦ୍ଧାରିତ କରନ୍ତୁ ଏବଂ ଆର ଥରକୁ ବାଇବଲରୁ ସେହି ପ୍ରଶ୍ନର ଉତ୍ତର ଦିଅନ୍ତୁ ।

‘ଭବିଷ୍ୟତ ବିଷୟରେ ଆପଣ କʼଣ ଭାବନ୍ତି ?’ ଟାକ୍‌ଟ । ଟାକ୍‌ଟର ବିଭି ବୈଶିଷ୍ଟ୍ୟକୁ ସୂଚିତ କରୁଥିବା ୧ରୁ ୪ ପର୍ଯ୍ୟନ୍ତ ସଂଖ୍ୟା

ଯେତେବେଳେ ଆପଣ ପୁନଃସାକ୍ଷାତ ପାଇଁ ଯିବେ, ସେତେବେଳେ ସେହି ପ୍ରଶ୍ନର ଉତ୍ତର ଦିଅନ୍ତୁ । ଏହା ସହିତ, ଆର ଥରକୁ ଆଲୋଚନା କରିବା ପାଇଁ ଆଉ ଏକ ପ୍ରଶ୍ନ ପଚାରନ୍ତୁ । ଆପଣ ଚାହିଁଲେ ଏ ପ୍ରଶ୍ନ ଆମ ୱେବସାଇଟ୍‌ରୁ କିମ୍ବା ଟ୍ରାକ୍ଟର ଶେଷ ପୃଷ୍ଠାରେ ଦିଆଯାଇଥିବା ପ୍ରକାଶନରୁ ପଚାରିପାରିବେ । ଯଦି ଆପଣଙ୍କୁ ଠିକ୍‌ ଲାଗେ, ତେବେ ତାଙ୍କୁ ପରମେଶ୍ୱରଙ୍କ ତରଫରୁ ଖୁସିର ଖବର ! କିମ୍ବା ଶିକ୍ଷା ଉପକରଣ ବକ୍ସରୁ ଅଧ୍ୟୟନ କରିବା ପାଇଁ ବ୍ୟବହୃତ ହେଉଥିବା ଅନ୍ୟ କୌଣସି ପ୍ରକାଶନ ଦେଇପାରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ