ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୭
  • ଅଧିବେଶନ—ପ୍ରେମର ବନ୍ଧନକୁ ମଜବୁତ୍‌ କରିବାର ସୁଯୋଗ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅଧିବେଶନ—ପ୍ରେମର ବନ୍ଧନକୁ ମଜବୁତ୍‌ କରିବାର ସୁଯୋଗ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା ଜାଣନ୍ତି ଆମକୁ କʼଣ ଆବଶ୍ୟକ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଅଧିବେଶନ—ପ୍ରେମର ବନ୍ଧନକୁ ମଜବୁତ୍‌ କରିବାର ସୁଯୋଗ

ଏକ ଆନ୍ତଃରାଷ୍ଟୀୟ ଅଧିବେଶନରେ ଭି ଭି ଦେଶରୁ ଆସିଥିବା ଭାଇଭଉଣୀମାନଙ୍କ ସହ ମିଶି ଫଟୋ ଉଠାଉଛନ୍ତି ।

ପ୍ରତିବର୍ଷ ଯେତେବେଳେ ଆମେ ଅଧିବେଶନରେ ଯାଉ, ଆମକୁ ବହୁତ ଖୁସି ଲାଗେ । ପ୍ରାଚୀନ ସମୟରେ ଯେତେବେଳେ ଇସ୍ରାଏଲୀୟମାନେ ବାର୍ଷିକ ପର୍ବଗୁଡ଼ିକ ପାଇଁ ଗୋଟିଏ ଜାଗାରେ ଏକାଠି ହେଉଥିଲେ ଏବଂ ସମସ୍ତେ ମିଶି ଯିହୋବାଙ୍କ ଉପାସନା କରୁଥିଲେ, ସେମାନଙ୍କୁ ବହୁତ ଖୁସି ମିଳୁଥିଲା । ଠିକ୍‌ ସେହିପରି ଆଜି ଅଧିବେଶନଗୁଡ଼ିକରେ ଶହ ଶହ କିମ୍ବା ହଜାର ହଜାର ଭାଇଭଉଣୀମାନଙ୍କ ସହ ମିଶି ଯିହୋବାଙ୍କ ଉପାସନା କରିବାରେ ଆମକୁ ଖୁସି ମିଳେ । ସେଠାରେ ଆମକୁ ବହୁତ କିଛି ଶିଖିବାକୁ ମିଳେ । ଆମକୁ ନିଜ ସାଙ୍ଗ ଓ ପରିବାର ସଦସ୍ୟମାନଙ୍କ ସହ ସମୟ ବିତାଇବାର ବଢ଼ିଆ ସୁଯୋଗ ମିଳେ । ସତରେ, ଅଧିବେଶନ ଆମ ପାଇଁ ବହୁତ ଖାସ୍‌ ହୋଇଥାଏ । ତେଣୁ ଆମେ ତିନୋଟିଯାକ ଦିନ ଉପସ୍ଥିତ ହେବାକୁ ଚେଷ୍ଟା କରିବା ଉଚିତ୍‌ ।

ଅଧିବେଶନରେ ଆମେ କେବଳ ନିଜର ଲାଭ ବିଷୟରେ ଚିନ୍ତା ନ କରି ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିବା ଉଚିତ୍‌ । (ଗାଲା ୬:୧୦; ଏବ୍ରୀ ୧୦:୨୪, ୨୫) ଆମେ କୌଣସି ଭାଇ କିମ୍ବା ଭଉଣୀଙ୍କ ପାଇଁ କବାଟ ଖୋଲିପାରିବା ଏବଂ ବସିବା ପାଇଁ ଆମକୁ ଯେତେ ସିଟ୍‌ ଦରକାର କେବଳ ସେତେ ରଖିପାରିବା । ଏହିପରି ଭାବେ ଆମେ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରିପାରିବା । (ଫିଲିପ୍‌ ୨:୩, ୪) ଅଧିବେଶନରେ ଆମକୁ ନୂଆ ସାଙ୍ଗ କରିବାକୁ ମଧ୍ୟ ସୁଯୋଗ ମିଳିଥାଏ । କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ କିମ୍ବା ଶେଷ ହେବା ପରେ ଓ ବିରତି ସମୟରେ ଆମେ ଆଗରୁ ଜାଣି ନ ଥିବା ବ୍ୟକ୍ତିମାନଙ୍କ ସହ କଥା ହୋଇପାରିବା । (୨କରି ୬:୧୩) ଅଧିବେଶନରେ ଆମେ ଏପରି ସାଙ୍ଗମାନଙ୍କୁ ପାଇପାରିବା, ଯେଉଁମାନେ ନୂଆ ଦୁନିଆରେ ମଧ୍ୟ ଆମ ସହିତ ଥିବେ ! ଯେତେବେଳେ ବାହାର ଲୋକେ ଦେଖିବେ ଯେ ଆମେ ପ୍ରକୃତରେ ପରସ୍ପରକୁ ପ୍ରେମ କରୁ, ହୁଏତ ସେମାନେ ମଧ୍ୟ ଆମ ସହ ମିଶି ଯିହୋବାଙ୍କ ଉପାସନା କରିବା ପାଇଁ ନିଷ୍ପତ୍ତି ନେବେ ।—ଯୋହ ୧୩:୩୫.

“ପ୍ରେମ କଦାପି ଶେଷ ହୁଏ ନାହିଁ !” ଆନ୍ତଃରାଷ୍ଟ୍ରୀୟ ଅଧିବେଶନ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ମ କଦାପି ଶେଷ ଏ ନାହି ! ଆନ୍ତଃରାଷ୍ଟୀୟ ଅଧିବେଶନ’ ଭିଡିଓର ଏକ ଶ୍ୟ । ଯେଉଁ ଦେଶରେ ଆନ୍ତଃରାଷ୍ଟୀୟ ଅଧିବେଶନ ହେଉଛି, ସେଠାକାର ଭାଇଭଉଣୀମାନେ ଅନ୍ୟ ଦେଶରୁ ଆସିଥିବା ଭାଇଭଉଣୀମାନଙ୍କୁ ଆଲିଙ୍ଗନ କରୁଛନ୍ତି ଏବଂ ମର ସହ ଗତ କରୁଛନ୍ତି ।

    ୨୦୧୯ର ଆନ୍ତଃରାଷ୍ଟ୍ରୀୟ ଅଧିବେଶନଗୁଡ଼ିକରେ ଅନ୍ୟ ଦେଶଗୁଡ଼ିକରୁ ଆସିଥିବା ଭାଇଭଉଣୀମାନଙ୍କ ପାଇଁ ସ୍ଥାନୀୟ ଭାଇଭଉଣୀମାନେ କିପରି ପ୍ରେମ ଦେଖାଇଲେ ?

  • ‘ମ କଦାପି ଶେଷ ଏ ନାହି ! ଆନ୍ତଃରାଷ୍ଟୀୟ ଅଧିବେଶନ’ ଭିଡିଓର ଏକ ଶ୍ୟ । ସେଠାକାର ଭାଇଭଉଣୀମାନେ ଅନ୍ୟ ଦେଶରୁ ଆସିଥିବା ଭାଇଭଉଣୀମାନଙ୍କ ସହ ମିଶି ଫଟୋ ଉଠାଉଛନ୍ତି ।

    ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ଯେଉଁ ପ୍ରେମ ଓ ଏକତା ଅଛି, ତାହା କାହିଁକି ଧ୍ୟାନ ଦେବାର ବିଷୟ ?

  • ‘ମ କଦାପି ଶେଷ ଏ ନାହି ! ଆନ୍ତଃରାଷ୍ଟୀୟ ଅଧିବେଶନ’ ଭିଡିଓର ଏକ ଶ୍ୟ । କୋରିଆର କିଛି ଭାଇଭଉଣୀ ସାଇନବୋ ଧରି ଅଧିବେଶନକୁ ଆସୁଥିବା ଭାଇଭଉଣୀମାନଙ୍କୁ ଗତ କରୁଛନ୍ତି ଏବଂ ହାତ ହଲାଇ ସେମାନଙ୍କ ଆ ସେମାନଙ୍କୁ ଇସାରା କରୁଛନ୍ତି ।

    ପ୍ରଶାସନ ଦଳର ସଦସ୍ୟମାନେ ଖ୍ରୀଷ୍ଟୀୟ ପ୍ରେମ ବିଷୟରେ କେଉଁ କଥାଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କଲେ ?

  • ‘ମ କଦାପି ଶେଷ ଏ ନାହି ! ଆନ୍ତଃରାଷ୍ଟୀୟ ଅଧିବେଶନ’ ଭିଡିଓର ଏକ ଶ୍ୟ । ଜଣେ ଛୋଟ ଝିଅକୁ ଏବେ ଏବେ ‘ନୂତନ ଜଗତ ଅନୁବାଦ’ ବାଇବଲ ମିଳିଛି ଏବଂ ସେ ବତ ଖୁସି ଅଛି ।

    ଅଧିବେଶନଗୁଡ଼ିକରେ ପରିବେଶକୁ ଆହୁରି ପ୍ରେମଭରା କରିବା ପାଇଁ ଆପଣ ନିଜ ଆଡ଼ୁ କʼଣ କରିପାରିବେ ?

    ଜର୍ମାନୀ ଓ ଦକ୍ଷିଣ କୋରିଆରେ ବିରୋଧ ସତ୍ତ୍ୱେ ଆମ ଭାଇଭଉଣୀମାନେ ଯିହୋବାଙ୍କୁ ଓ ପରସ୍ପରକୁ କିପରି ପ୍ରେମ ଦେଖାଇବା ଜାରି ରଖିଲେ ?

  • ଆମେ କʼଣ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ