ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୭ ପୃଷ୍ଠା ୧୦
  • ସଠିକ୍‌ ଓ ଯୁକ୍ତିଯୁକ୍ତ ପ୍ରମାଣ ଦେବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସଠିକ୍‌ ଓ ଯୁକ୍ତିଯୁକ୍ତ ପ୍ରମାଣ ଦେବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ପଦର ଉପଯୁକ୍ତ ପରିଚୟ ଦେବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରଶ୍ନର ବ୍ୟବହାର କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୭ ପୃଷ୍ଠା ୧୦

ଅଧ୍ୟୟନ ୭

ସଠିକ୍‌ ଓ ଯୁକ୍ତିଯୁକ୍ତ ପ୍ରମାଣ ଦେବା

ବାଇବଲ ପଦ

ଲୂକ ୧:୩

ସାରାଂଶ: ଆପଣଙ୍କ ଶ୍ରୋତାମାନଙ୍କୁ ସଠିକ୍‌ ସିଦ୍ଧାନ୍ତରେ ପହଞ୍ଚିବାରେ ସାହାଯ୍ୟ କରିବା ପାଇଁ ଭରସାଯୋଗ୍ୟ ପ୍ରମାଣ ବ୍ୟବହାର କରନ୍ତୁ ।

ଏହା କିପରି କରିପାରିବେ:

  • ଭରସାଯୋଗ୍ୟ ସ୍ରୋତରୁ ତଥ୍ୟ ନିଅନ୍ତୁ । ଆପଣଙ୍କ ଟିପ୍ପଣୀ ଈଶ୍ୱରଙ୍କ ବାକ୍ୟ ଆଧାରରେ ହେବା ଉଚିତ୍‌ ଏବଂ ଯଦି ସମ୍ଭବ ସିଧାସଳଖ ବାଇବଲରୁ ପଢ଼ନ୍ତୁ । ଯଦି ଆପଣ ବିଜ୍ଞାନ ସମ୍ବନ୍ଧୀୟ କୌଣସି ତଥ୍ୟ, କୌଣସି ଖବର, କାହାରି ଅନୁଭୂତି, କିମ୍ବା ଆପଣଙ୍କ ବିଷୟକୁ ସତ୍ୟ ପ୍ରମାଣିତ କରୁଥିବା ତଥ୍ୟ ଦିଅନ୍ତି, ତେବେ ପୂର୍ବରୁ ଯାଞ୍ଚ କରନ୍ତୁ ଯେ ଆପଣ ଯେଉଁ ସ୍ରୋତରୁ ତଥ୍ୟ ନେଉଛନ୍ତି, ତାହା ଏବେକାର ଓ ଭରସାଯୋଗ୍ୟ ।

  • ସ୍ରୋତଗୁଡ଼ିକର ସଠିକ୍‌ ବ୍ୟବହାର କରନ୍ତୁ । ପଦଗୁଡ଼ିକର ସନ୍ଦର୍ଭ, ବାଇବଲର ମୁଖ୍ୟ ବାର୍ତ୍ତା ଏବଂ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଦ୍ୱାରା ପ୍ରକାଶିତ ପ୍ରକାଶନ ଅନୁଯାୟୀ ପଦଗୁଡ଼ିକୁ ବୁଝାନ୍ତୁ । (ମାଥି. ୨୪:୪୫) ସାଂସାରିକ ସ୍ରୋତଗୁଡ଼ିକର ବ୍ୟବହାର କରିବା ସମୟରେ, ସେଗୁଡ଼ିକର ମୂଳ ସନ୍ଦର୍ଭ ଏବଂ ଲେଖକ ଯେଉଁ ଉଦ୍ଦେଶ୍ୟରେ ଲେଖିଛନ୍ତି, ତାକୁ ବିଚାରକୁ ନିଅନ୍ତୁ ।

    ବ୍ୟବହାରିକ ପରାମର୍ଶ

    କୌଣସି କଥା ଓ ସଂଖ୍ୟାଗୁଡ଼ିକୁ ଅତିରଞ୍ଜିତ ବା ଅତ୍ୟୁକ୍ତି କରି କୁହନ୍ତୁ ନାହିଁ । ଧ୍ୟାନ ଦିଅନ୍ତୁ ଯେ “କିଛି ଲୋକ” ବଦଳରେ “ଅଧିକାଂଶ ଲୋକ,” “ବେଳେ ବେଳେ” ବଦଳରେ “ସବୁବେଳେ,” ଏବଂ “ହୁଏତ ହୋଇଥିବ” ବଦଳରେ “ନିଶ୍ଚୟ ହୋଇଥିବ” କୁହନ୍ତୁ ନାହିଁ ।

  • ପ୍ରମାଣ ଆଧାରରେ ତର୍କ କରନ୍ତୁ । କୌଣସି ପଦ ପଢ଼ିବା କିମ୍ବା କୌଣସି ସ୍ରୋତରୁ କିଛି ଉଲ୍ଲେଖ କରିବା ପରେ, ଶ୍ରୋତାମାନେ ନିଜେ ସଠିକ୍‌ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ କୁଶଳତାର ସହ ପ୍ରଶ୍ନ ପଚାରନ୍ତୁ, ଅଥବା ଦୃଷ୍ଟାନ୍ତ, ଆଳଙ୍କାରିକ ଭାଷା କିମ୍ବା ଅନ୍ୟ କୌଣସି ଉପାୟ ସାହାଯ୍ୟରେ ବିଷୟଟିର ଅର୍ଥ ଭଲ ଭାବେ ବୁଝାନ୍ତୁ ।

ପ୍ରଚାର ସେବାରେ

ପ୍ରଚାର କରିବା ପାଇଁ ଆପଣ ଯେତେବେଳେ ପ୍ରସ୍ତୁତି କରନ୍ତି, ଭାବନ୍ତୁ ଯେ ଲୋକେ ଆପଣଙ୍କୁ କେଉଁସବୁ ପ୍ରଶ୍ନ ପଚାରିପାରନ୍ତି ଏବଂ ଆପଣ ସେଗୁଡ଼ିକର କʼଣ ଉତ୍ତର ଦେବେ । ପ୍ରଚାର ସମୟରେ, ଯଦି ଆପଣଙ୍କ ଶ୍ରୋତା ଏପରି କୌଣସି ପ୍ରଶ୍ନ ପଚାରନ୍ତି, ଯାହାର ଉତ୍ତର ଆପଣ ଜାଣନ୍ତି ନାହିଁ, ତେବେ ତାଙ୍କୁ କୁହନ୍ତୁ ଯେ ଆପଣ ତାʼର ଉତ୍ତର ଖୋଜି ଆରଥରକୁ କହିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ