ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • fg ପାଠ ୧୫ ପ୍ରଶ୍ନଗୁଡ଼ିକ ୧-୪
  • ଆପଣ ବାଇବଲ ବିଷୟରେ ଶିଖିବା କାହିଁକି ଜାରି ରଖିବେ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ବାଇବଲ ବିଷୟରେ ଶିଖିବା କାହିଁକି ଜାରି ରଖିବେ?
  • ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ପ୍ରାୟ ସମାନ ଲେଖା
  • ଆପଣ ପରମେଶ୍ୱରଙ୍କ ମିତ୍ର କିପରି ହୋଇପାରିବେ?
    ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
  • ‘ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାରେ ମୋହର ମଙ୍ଗଳ’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ
    ବାଇବଲ ଆମକୁ କʼଣ ଶିଖାଏ?
  • ବାଇବଲ ଶିଖିବା ଜାରି ରଖନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଆହୁରି ଦେଖନ୍ତୁ
ପରମେଶ୍ୱରଙ୍କ ତରଫରୁ ଖୁସିର ଖବର!
fg ପାଠ ୧୫ ପ୍ରଶ୍ନଗୁଡ଼ିକ ୧-୪

ପାଠ ୧୫

ଆପଣ ବାଇବଲ ବିଷୟରେ ଶିଖିବା କାହିଁକି ଜାରି ରଖିବେ?

୧. ବାଇବଲ ବିଷୟରେ ଶିଖିବା ଜାରି ରଖିଲେ ଆପଣ କʼଣ ଲାଭ ପାଇବେ?

ଦୁଇଜଣ ମହିଳା କାମର ବିରତି ସମୟରେ ବାଇବଲ ଅଧୟନ କରୁଛନ୍ତି

ଆପଣ ଆଜି ପର୍ଯ୍ୟନ୍ତ ବାଇବଲରୁ ଯାହା କିଛି ଶିଖିଛନ୍ତି, ତାହା ଦ୍ୱାରା ଯିହୋବାଙ୍କ ପ୍ରତି ଆପଣଙ୍କ ହୃଦୟରେ ନିଶ୍ଚୟ ପ୍ରେମ ଜାଗି ଉଠିଥିବ। କିନ୍ତୁ ଆପଣଙ୍କୁ ଏହି ପ୍ରେମକୁ ବଢ଼ାଇବା ବହୁତ ଜରୁରୀ ଅଟେ। (୧ ପିତର ୨:୨) ବାଇବଲ ଅଧ୍ୟୟନ ଜାରି ରଖନ୍ତୁ। ଏହା ଦ୍ୱାରା ଆପଣ ପରମେଶ୍ୱରଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ରଖିପାରିବେ ଏବଂ ଅନନ୍ତ ଜୀବନର ଏକ ଦୃଢ଼ ଆଶା ପାଇପାରିବେ।—ଯୋହନ ୧୭:୩; ଯିହୂଦା ୨୧ ପଢ଼ନ୍ତୁ।

ଆପଣ ପରମେଶ୍ୱରଙ୍କ ବିଷୟରେ ଯେତେ ଅଧିକ ଶିଖିବେ, ତାଙ୍କ ପ୍ରତି ଆପଣଙ୍କ ବିଶ୍ୱାସ ସେତେ ଅଧିକ ଦୃଢ଼ ହେବ। ଏହି ବିଶ୍ୱାସ ଆପଣଙ୍କୁ ଏମିତି କାମ କରିବାକୁ ସାହାଯ୍ୟ କରିବ, ଯାହାଦ୍ୱାରା ପରମେଶ୍ୱର ଖୁସି ହେବେ। (ଏବ୍ରୀ ୧୧:୧, ୬) ଏହା ଆପଣଙ୍କୁ ମନ୍ଦ କାମ ଛାଡ଼ିବା ଏବଂ ନିଜ ଜୀବନରେ ଜରୁରୀ ପରିବର୍ତ୍ତନ ଆଣିବାରେ ମଧ୍ୟ ସାହାଯ୍ୟ କରିବ।—ପ୍ରେରିତ ୩:୧୯ ପଢ଼ନ୍ତୁ।

୨. ପରମେଶ୍ୱରଙ୍କ ବିଷୟରେ ଆପଣ ଯାହା ଶିଖିଛନ୍ତି, ସେଥିରୁ ଅନ୍ୟମାନେ କʼଣ ଲାଭ ପାଇପାରିବେ?

ଜଣେ ମହିଳା ପରମେରଙ୍କୁ ର୍ଥନା କରୁଛନ୍ତି

ଆପଣ ପରମେଶ୍ୱରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ରଖିପାରିବେ

ଆମେ ସମସ୍ତେ ଖୁସିର ଖବର ଅନ୍ୟକୁ ଜଣାଇବା ପାଇଁ ପସନ୍ଦ କରୁ କାରଣ ଏହାଦ୍ୱାରା ଅନ୍ୟକୁ ମଧ୍ୟ ଲାଭ ହୁଏ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆପଣ ଯାହା ଶିଖିଛନ୍ତି, ତାହା ଅନ୍ୟମାନଙ୍କୁ ମଧ୍ୟ କହିବାକୁ ଚାହିଁବେ। କିନ୍ତୁ ଆପଣ ଏହା କେମିତି କରିପାରିବେ? ଯଦି ଆପଣ ନିଜ ଅଧ୍ୟୟନ ଜାରି ରଖିବେ, ତେବେ ଅନ୍ୟମାନଙ୍କୁ ବାଇବଲ ସାହାଯ୍ୟରେ କିପରି ଯିହୋବା ଏବଂ ନିଜ ଆଶା ବିଷୟରେ ଜଣାଇବେ, ତାହା ଶିଖିପାରିବେ।—ରୋମୀୟ ୧୦:୧୩-୧୫ ପଢ଼ନ୍ତୁ।

ସାଧାରଣତଃ, ଲୋକେ ପ୍ରଥମେ ନିଜ ସାଙ୍ଗସାଥୀ ଏବଂ ସମ୍ପର୍କୀୟମାନଙ୍କୁ ଖୁସିର ଖବର ଶୁଣାନ୍ତି। କିନ୍ତୁ ଆପଣ ଏହା ଭାବିଚିନ୍ତି କରନ୍ତୁ। ସେମାନଙ୍କୁ ଏପରି କହନ୍ତୁ ନାହିଁ ଯେ ସେମାନେ ଯାହା ବିଶ୍ୱାସ କରନ୍ତି, ତାହା ଭୁଲ ଅଟେ। ତାʼ ବଦଳରେ ପରମେଶ୍ୱର ପ୍ରତିଜ୍ଞା କରିଥିବା ସୁନ୍ଦର ଭବିଷ୍ୟତର ଆଶା ବିଷୟରେ କହନ୍ତୁ। ମନେ ରଖନ୍ତୁ, ଆପଣଙ୍କ କଥା ଅପେକ୍ଷା ଆପଣଙ୍କ କାମର ପ୍ରଭାବ ଅନ୍ୟ ଉପରେ ଅଧିକ ପଡ଼େ।—୨ ତୀମଥି ୨:୨୪, ୨୫ ପଢ଼ନ୍ତୁ।

୩. ଆପଣ କʼଣ ପରମେଶ୍ୱରଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିପାରିବେ?

ଯଦି ଆପଣ ବାଇବଲ ଅଧ୍ୟୟନ କରିବା ଜାରି ରଖିବେ, ତେବେ ଏପରି ଦିନ ଆସିବ ଆପଣ ଯିହୋବାଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ରଖିପାରିବେ। ହଁ, ଆପଣ ଯିହୋବାଙ୍କ ନିଜର ହୋଇଯିବେ ଏବଂ ତାଙ୍କ ପରିବାରର ସଦସ୍ୟ ହୋଇଯିବେ।—୨ କରିନ୍ଥୀୟ ୬:୧୮ ପଢ଼ନ୍ତୁ।

୪. ପରମେଶ୍ୱରଙ୍କୁ ଭଲ ଭାବରେ ଜାଣିବା ପାଇଁ ଆପଣ କʼଣ କରିପାରିବେ?

ପରମେଶ୍ୱରଙ୍କୁ ଭଲ ଭାବରେ ଜାଣିବା ପାଇଁ ଆପଣ ବାଇବଲ ଅଧ୍ୟୟନ ଜାରି ରଖନ୍ତୁ। (ଏବ୍ରୀ ୫:୧୩, ୧୪) ଆପଣ ଜଣେ ଯିହୋବାଙ୍କ ସାକ୍ଷୀଙ୍କୁ ବାଇବଲ ଆମକୁ କʼଣ ଶିଖାଏ? ନାମକ ବହିରୁ ବାଇବଲ ବିଷୟରେ ଆହୁରି ଅଧିକ ଶିଖାଇବାକୁ ଅନୁରୋଧ କରନ୍ତୁ। ଆପଣ ଯେତେ ବେଶି ପରମେଶ୍ୱରଙ୍କ ବଚନରୁ ଶିଖିବେ, ଆପଣଙ୍କ ଜୀବନ ସେତେ ବେଶି ଖୁସିରେ ଭରିଯିବ।—ଗୀତସଂହିତା ୧:୧-୩; ୭୩:୨୭, ୨୮ ପଢ଼ନ୍ତୁ।

ଯିହୋବାଙ୍କ ସାକ୍ଷୀମାନେ ବାଇବଲ ଅଧୟନ ପାଇଁ ଆମନ୍ତ୍ରଣ କରୁଛନ୍ତି

ବାଇବଲରେ ଥିବା ଖୁସିର ଖବର ଆନନ୍ଦିତ ପରମେଶ୍ୱର ଯିହୋବାଙ୍କ ତରଫରୁ ଅଟେ। ଯିହୋବାଙ୍କ ସେବା କରୁଥିବା ଲୋକଙ୍କ ସହିତ ସଙ୍ଗତି କରିବା ଦ୍ୱାରା ଆପଣ ପରମେଶ୍ୱରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ରଖିପାରିବେ। (ଏବ୍ରୀ ୧୦:୨୪, ୨୫) ଯିହୋବାଙ୍କ କଥା ମାନିବା ପାଇଁ ଚେଷ୍ଟା କରିବା ଜାରି ରଖନ୍ତୁ। ଏହାଦ୍ୱାରା ଆପଣ ପ୍ରକୃତ ଜୀବନ ଅର୍ଥାତ୍‌ ଅନନ୍ତ ଜୀବନ ପାଇପାରିବେ। ପରମେଶ୍ୱରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ରଖିବା ପ୍ରକୃତରେ କେତେ ସମ୍ମାନର ବିଷୟ ଅଟେ!—୧ ତୀମଥି ୧:୧୧; ୬:୧୯ ପଢ଼ନ୍ତୁ।

ଅଧିକ ଜାଣିବା ପାଇଁ ବାଇବଲ ଆମକୁ କʼଣ ଶିଖାଏ? ନାମକ ବହିର ୧୮ ଅଧ୍ୟାୟ ଦେଖନ୍ତୁ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ