ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୧୫ ପୃଷ୍ଠା ୧୮
  • ଦୃଢ଼ ବିଶ୍ୱାସର ସହିତ କହିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଦୃଢ଼ ବିଶ୍ୱାସର ସହିତ କହିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ଉତ୍ସାହର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • କଥାବାର୍ତ୍ତାର ଶୈଳୀରେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଫଳପ୍ରଦ ସମାପ୍ତି କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୧୫ ପୃଷ୍ଠା ୧୮

ଅଧ୍ୟୟନ ୧୫

ଦୃଢ଼ ବିଶ୍ୱାସର ସହିତ କହିବା

ବାଇବଲ ପଦ

୧ ଥେସଲନୀକୀୟ ୧:୫

ସାରାଂଶ: ଦେଖାନ୍ତୁ ଯେ ଆପଣ ଯାହା କହୁଛନ୍ତି, ତାହା ସତ ଓ ଜରୁରୀ ବୋଲି ଆପଣ ଦୃଢ଼ ବିଶ୍ୱାସ କରନ୍ତି ।

ଏହା କିପରି କରିପାରିବେ:

  • ଧ୍ୟାନର ସହିତ ଓ ଭଲ ଭାବେ ପ୍ରସ୍ତୁତି କରନ୍ତୁ । ଆପଣଙ୍କ ମୁଖ୍ୟ କଥାଗୁଡ଼ିକ କʼଣ ଏବଂ ବାଇବଲ ସେଗୁଡ଼ିକୁ କିପରି ସତ ବୋଲି ପ୍ରମାଣିତ କରେ, ତାହା ବୁଝିବାକୁ ଚେଷ୍ଟା କରନ୍ତୁ । ଏହା ନ ବୁଝିବା ଯାଏ ନିଜ ତଥ୍ୟକୁ ଭଲ ଭାବେ ଅଧ୍ୟୟନ କରନ୍ତୁ । ପ୍ରସ୍ତୁତି ବେଳେ ନିଜ ଭାଷଣ କିମ୍ବା କଥାବାର୍ତ୍ତାର ମୁଖ୍ୟ କଥାଗୁଡ଼ିକୁ ସରଳ ଶବ୍ଦରେ ପ୍ରକାଶ କରିବାକୁ ଚେଷ୍ଟା କରନ୍ତୁ । ଆପଣ ଯାହା କହିବେ ତାହା ଶ୍ରୋତାମାନଙ୍କୁ କିପରି ଲାଭ ପହଞ୍ଚାଇବ, ତାʼ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ପବିତ୍ର ଶକ୍ତି ପାଇଁ ପ୍ରାର୍ଥନା କରନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଉଚ୍ଚ ସ୍ୱରରେ ଅଭ୍ୟାସ କରନ୍ତୁ, ଯାହାଫଳରେ ଆପଣଙ୍କ ତଥ୍ୟ ସହିତ ଆପଣ ଭଲ ଭାବେ ପରିଚିତ ହେବେ ଏବଂ ଆପଣଙ୍କ ଉପସ୍ଥାପନାରେ ଉନ୍ନତି ଆଣିପାରିବେ ।

  • ଏପରି ଶବ୍ଦଗୁଡ଼ିକ ବ୍ୟବହାର କରନ୍ତୁ, ଯେଉଁଥିରୁ ଆପଣଙ୍କ ଦୃଢ଼ ବିଶ୍ୱାସ ଝଲକିବ । ପ୍ରକାଶନଗୁଡ଼ିକରେ ଥିବା ଶବ୍ଦଗୁଡ଼ିକୁ ଅବିକଳ ବାରମ୍ବାର କହିବା ପରିବର୍ତ୍ତେ, ଆପଣଙ୍କ ନିଜ ଶବ୍ଦରେ କୁହନ୍ତୁ । ଏପରି ଭାଷାରେ କୁହନ୍ତୁ, ଯେଉଁଥିରୁ ଜଣାପଡ଼ିବ ଯେ ଆପଣ ଯାହା କହୁଛନ୍ତି, ତାʼ ଉପରେ ଦୃଢ଼ ଭାବେ ବିଶ୍ୱାସ କରନ୍ତି ।

  • ଆପଣଙ୍କ କଥାକୁ ଗମ୍ଭୀରତାର ସହିତ ଏବଂ ହୃଦୟରୁ ପ୍ରକାଶ କରନ୍ତୁ । ଯଥେଷ୍ଟ ଆବାଜ୍‌ରେ କୁହନ୍ତୁ । ଯେଉଁ ପରିସ୍ଥିତିରେ କିମ୍ବା ଯେଉଁ ଅଞ୍ଚଳରେ ଆଖିରେ ଆଖି ମିଶାଇ କଥା ହେବା ଅପମାନଜନକ ବୋଲି ଧରାଯାଏ ନାହିଁ, ସେଠାରେ ଆଖିରେ ଆଖି ମିଶାଇ କଥା ହୁଅନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଦୃଢ଼ ବିଶ୍ୱାସ ଦେଖାଇବା ବେଳେ ଶ୍ରୋତାଙ୍କୁ ଅପମାନିତ କରନ୍ତୁ ନାହିଁ କିମ୍ବା ଏପରି କୁହନ୍ତୁ ନାହିଁ, ଯାହାଫଳରେ ସେମାନେ ଭାବିବେ ଯେ ଆପଣ ନିଜ ମତ ଉପରେ ଅଯଥା ଦୃଢ଼ ବିଶ୍ୱାସ ରଖନ୍ତି ଏବଂ ସେମାନଙ୍କୁ ଆପଣଙ୍କ କଥା ସ୍ୱୀକାର କରିବାକୁ ବାଧ୍ୟ କରୁଛନ୍ତି । ଏପରିକି, ଯେତେବେଳେ ଗମ୍ଭୀରତାର ସହ କୁହନ୍ତି, ଶ୍ରୋତାମାନଙ୍କୁ କୋମଳତାର ସହିତ ଅନୁରୋଧ କରନ୍ତୁ ଯେ ସେମାନେ ଆପଣଙ୍କ ତଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ