ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୧୬ ପୃଷ୍ଠା ୧୯
  • ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଉତ୍ସାହର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୧୬ ପୃଷ୍ଠା ୧୯

ଅଧ୍ୟୟନ ୧୬

ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା

ବାଇବଲ ପଦ

ଆୟୁବ ୧୬:୫

ସାରାଂଶ: ସମସ୍ୟାଗୁଡ଼ିକ ପରିବର୍ତ୍ତେ ସମାଧାନଗୁଡ଼ିକ ଉପରେ ନିଜ ଧ୍ୟାନ କେନ୍ଦ୍ରିତ କରନ୍ତୁ ଏବଂ ସେମାନଙ୍କୁ କିପରି ପ୍ରେରିତ କରିପାରିବେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ଏହା କିପରି କରିପାରିବେ:

  • ଶ୍ରୋତାମାନଙ୍କ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ରଖନ୍ତୁ । ଭରସା ରଖନ୍ତୁ ଯେ ଆମ ଭାଇଭଉଣୀମାନେ ଯିହୋବାଙ୍କୁ ଖୁସି କରିବାକୁ ଚାହାନ୍ତି । ଅନେକ ସମୟରେ ଆପଣଙ୍କୁ ପରାମର୍ଶ ଦେବାକୁ ପଡ଼େ କିମ୍ବା ଅନ୍ୟକୁ ସୁଧାରିବାକୁ ହୁଏ । ଏପରି ସମୟରେ ଯଦି ସମ୍ଭବ, ପ୍ରଥମେ ହୃଦୟର ସହିତ ପ୍ରଶଂସା କରନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଶ୍ରୋତାମାନଙ୍କ ପ୍ରତି ବିରକ୍ତି ଭାବ ପରିବର୍ତ୍ତେ, ସେମାନଙ୍କ ପାଇଁ ଆପଣଙ୍କ ପ୍ରେମ ଆପଣଙ୍କ କଥାକୁ ପ୍ରେରିତ କରିବା ଉଚିତ୍‌ । ଆପଣ ହୃଦୟରୁ ଟିକେ ହସି ଶ୍ରୋତାମାନଙ୍କୁ ଅନୁଭବ କରାନ୍ତୁ ଯେ ଆପଣ ସେମାନଙ୍କୁ ବୁଝନ୍ତି ଏବଂ ସେମାନେ ଆପଣଙ୍କ ଉପରେ ଭରସା କରିପାରିବେ ।

  • ନକରାତ୍ମକ କଥାଗୁଡ଼ିକୁ କମ୍‌ କୁହନ୍ତୁ । କୌଣସି ବିଷୟର ନକରାତ୍ମକ କଥାଗୁଡ଼ିକୁ କେବଳ ସେତିକି ମାତ୍ରାରେ ସାମିଲ୍‌ କରନ୍ତୁ, ଯାହାଦ୍ୱାରା ଆପଣଙ୍କ କୌଣସି ଉଦ୍ଦେଶ୍ୟକୁ ହାସଲ୍‌ କରିବାରେ ସେଗୁଡ଼ିକ ସାହାଯ୍ୟ କରିପାରିବ । ଆପଣଙ୍କ ଉପସ୍ଥାପନା ମୋଟାମୋଟି ଭାବେ ସକାରାତ୍ମକ ହେବା ଉଚିତ୍‌ ।

  • ଈଶ୍ୱରଙ୍କ ବାକ୍ୟର ସଠିକ୍‌ ବ୍ୟବହାର କରନ୍ତୁ । ଯିହୋବା ମାନବଜାତି ପାଇଁ ଯାହା କରିଛନ୍ତି, ବର୍ତ୍ତମାନ ଯାହା କରୁଛନ୍ତି ଏବଂ ଆଗକୁ ଯାହା କରିବେ, ତାʼ ପ୍ରତି ସେମାନଙ୍କର ଧ୍ୟାନ ଆକର୍ଷଣ କରନ୍ତୁ । ଶ୍ରୋତାମାନଙ୍କୁ ଉତ୍ସାହିତ କରନ୍ତୁ ଏବଂ ସେମାନଙ୍କ ମନୋବଳ ବଢ଼ାନ୍ତୁ ।

ପ୍ରଚାର ସେବାରେ

ପ୍ରତ୍ୟେକ ବ୍ୟକ୍ତି ଆଗକୁ ଯାଇ ଆମର ଜଣେ ଭାଇ କିମ୍ବା ଭଉଣୀ ହୋଇପାରନ୍ତି ବୋଲି ଭାବନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ