ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୩ ପୃଷ୍ଠା ୬
  • ପ୍ରଶ୍ନର ବ୍ୟବହାର କରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଶ୍ନର ବ୍ୟବହାର କରିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପଦର ଉପଯୁକ୍ତ ପରିଚୟ ଦେବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଫଳପ୍ରଦ ଆରମ୍ଭ କରିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୩ ପୃଷ୍ଠା ୬

ଅଧ୍ୟୟନ ୩

ପ୍ରଶ୍ନର ବ୍ୟବହାର କରିବା

ବାଇବଲ ପଦ

ମାଥିଉ ୧୬:୧୩-୧୬

ସାରାଂଶ: ଶ୍ରୋତାମାନଙ୍କ ମନରେ ଆଗ୍ରହ ବଢ଼ାଇବା ଓ ତାକୁ ବଜାୟ ରଖିବା, ସେମାନଙ୍କ ସହିତ ଆଦରର ସହ ତର୍କ କରିବା ଏବଂ ମୁଖ୍ୟ କଥାଗୁଡ଼ିକ ଉପରେ ଜୋର୍‌ ଦେବା ପାଇଁ କୁଶଳତାର ସହ ପ୍ରଶ୍ନଗୁଡ଼ିକ ପଚାରନ୍ତୁ ।

ଏହା କିପରି କରିପାରିବେ:

  • ଆଗ୍ରହ ବଢ଼ାନ୍ତୁ ଓ ତାକୁ ବଜାୟ ରଖନ୍ତୁ । ଏପରି ପ୍ରଶ୍ନ ପଚାରନ୍ତୁ, ଯାହାଫଳରେ ଶ୍ରୋତାମାନେ ଭାବିବା ପାଇଁ ବାଧ୍ୟ ହେବେ ଏବଂ ମନେ ମନେ ତାʼର ଉତ୍ତର ପାଇବା ପାଇଁ ଚେଷ୍ଟା କରିବେ, କିମ୍ବା ସେମାନଙ୍କ ମନରେ ଆହୁରି ଜାଣିବା ପାଇଁ ଇଚ୍ଛା ଜାଗ୍ରତ ହେବ ।

  • ଆଦରର ସହିତ ତର୍କ କରନ୍ତୁ । ଆପଣଙ୍କ ତର୍କ ପଛରେ ଯେଉଁ ଯୁକ୍ତି ରହିଛି, ତାକୁ ବୁଝିବାରେ ଆପଣଙ୍କ ଶ୍ରୋତାମାନଙ୍କୁ ସାହାଯ୍ୟ କରନ୍ତୁ । ଏପରି କରିବା ପାଇଁ ଆପଣ କ୍ରମ ଅନୁସାରେ କିଛି ପ୍ରଶ୍ନ ପଚାରିପାରିବେ, ଯାହାଫଳରେ ଶ୍ରୋତାମାନେ ଏକ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚିବେ ।

  • ମୁଖ୍ୟ କଥାଗୁଡ଼ିକ ଉପରେ ଜୋର୍‌ ଦିଅନ୍ତୁ । କୌଣସି ମୁଖ୍ୟ କଥାକୁ କହିବା ପୂର୍ବରୁ ଏପରି ଏକ ପ୍ରଶ୍ନ ପଚାରନ୍ତୁ, ଯାହା ଶ୍ରୋତାମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବ । ମୁଖ୍ୟ କଥାକୁ ଆଲୋଚନା କରିବା ପରେ କିମ୍ବା ଆପଣଙ୍କ ଭାଷଣ କିମ୍ବା କଥାବାର୍ତ୍ତା ଶେଷ କରିବା ସମୟରେ ପୁଣିଥରେ ଦୋହରାଇବା ପାଇଁ ପ୍ରଶ୍ନ ପଚାରନ୍ତୁ ।

    ବ୍ୟବହାରିକ ପରାମର୍ଶ

    କୌଣସି ବାଇବଲ ପଦ ପଢ଼ିବା ପରେ, ସେଥିରେ ଥିବା ମୁଖ୍ୟ କଥା ଉପରେ ଜୋର୍‌ ଦେବା ପାଇଁ ପ୍ରଶ୍ନ ପଚାରନ୍ତୁ ।

ପ୍ରଚାର ସେବାରେ

ଆପଣଙ୍କ ଶ୍ରୋତାଙ୍କୁ ପଚାରନ୍ତୁ ଯେ କୌଣସି ନିର୍ଦ୍ଦିଷ୍ଟ ବିଷୟ ଉପରେ ସେ କʼଣ ଭାବନ୍ତି । ତାଙ୍କ ଉତ୍ତରକୁ ଧ୍ୟାନ ଦେଇ ଶୁଣନ୍ତୁ । କେତେବେଳେ ଓ କିପରି ଭାବେ ଆପଣ କୁଶଳତାର ସହ ପ୍ରଶ୍ନଗୁଡ଼ିକ ପଚାରିବେ, ତାହା ବୁଝିବିଚାରି ସ୍ଥିର କରନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ