ପାଠ ୧୭
ଯୀଶୁଙ୍କଠାରେ କେଉଁ କେଉଁ ଗୁଣ ଅଛି ?
ଯୀଶୁ ଯାହା ଯାହା କହିଲେ ଓ କାମ କଲେ, ସେଥିରୁ ଆମେ ଜାଣିପାରୁ ଯେ ତାଙ୍କଠାରେ କʼଣ କʼଣ ଗୁଣ ଅଛି । ଆମେ ଯେତେ ଅଧିକ ଯୀଶୁଙ୍କ ବିଷୟରେ ଜାଣିବା, ସେତେ ଅଧିକ ଆମକୁ ତାଙ୍କ ଓ ତାଙ୍କ ପିତା ଯିହୋବାଙ୍କ ସହ ସାଙ୍ଗ ହେବା ପାଇଁ ଇଚ୍ଛା ହେବ । ଆସନ୍ତୁ ଦେଖିବା ଯେ ଯୀଶୁଙ୍କଠାରେ କେଉଁ କେଉଁ ଗୁଣ ଅଛି ଏବଂ ଆମେ ତାଙ୍କ ଭଳି ଗୁଣ କିପରି ଦେଖାଇପାରିବା ।
୧. ଆମେ କିପରି କହିପାରିବା ଯେ ଯୀଶୁ ନିଜ ପିତାଙ୍କ ଭଳି ଅଟନ୍ତି ?
କୋଟି କୋଟି ବର୍ଷରୁ ଯୀଶୁ ନିଜ ପିତାଙ୍କ ସହ ସ୍ୱର୍ଗରେ ଥିଲେ ଏବଂ ତାଙ୍କଠାରୁ ସେ ବହୁତ କିଛି ଶିଖିଲେ । ସେ ନିଜ ପିତାଙ୍କ ଭଳି ଭାବନ୍ତି ଓ କାମ ମଧ୍ୟ କରନ୍ତି । (ଯୋହନ ୫:୧୯ ପଢ଼ନ୍ତୁ ।) ତେଣୁ ଯୀଶୁ କହିଲେ, “ଯେ ମୋତେ ଦର୍ଶନ କରିଅଛି, ସେ ପିତାଙ୍କୁ ଦର୍ଶନ କରିଅଛି ।” (ଯୋହନ ୧୪:୯) ଆମେ ଯେତେ ଅଧିକ ଯୀଶୁଙ୍କ ବିଷୟରେ ଶିଖିବା, ସେତେ ଅଧିକ ଯିହୋବାଙ୍କୁ ଜାଣିପାରିବା । ଉଦାହରଣ ପାଇଁ, ଯୀଶୁଙ୍କୁ ଅନ୍ୟମାନଙ୍କ ଚିନ୍ତା କରିବାର ଦେଖି ଆମେ ଜାଣିପାରୁ ଯେ ଯିହୋବା ଆମ ବିଷୟରେ କେତେ ଚିନ୍ତା କରନ୍ତି ।
୨. ଯୀଶୁ କିପରି ଦେଖାଇଲେ ଯେ ସେ ଯିହୋବାଙ୍କୁ ପ୍ରେମ କରନ୍ତି ?
ପୃଥିବୀରେ ଥିଲା ବେଳେ ଯୀଶୁ ସବୁ ପରିସ୍ଥିତିରେ ନିଜ ପିତାଙ୍କ ଆଜ୍ଞା ପାଳନ କଲେ, ଏପରିକି କଠିନ ପରିସ୍ଥିତିରେ ମଧ୍ୟ । ଏପରି କରି ସେ ଦେଖାଇଲେ ଯେ ସେ ନିଜ ପିତାଙ୍କୁ କେତେ ପ୍ରେମ କରନ୍ତି । ଯୀଶୁ କହିଥିଲେ, ‘ମୁଁ ପିତାଙ୍କୁ ପ୍ରେମ କରେ, ଏହା ଯେପରି ଜଗତ ଜାଣିପାରୁ ସେଥିପାଇଁ ମୁଁ ପିତାଙ୍କ ଆଜ୍ଞା ଅନୁସାରେ କାମ କରେ ।’ (ଯୋହନ ୧୪:୩୧) ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ କହିବା ପାଇଁ ଯୀଶୁଙ୍କୁ ବହୁତ ଭଲ ଲାଗୁଥିଲା । ଆଉ ସେ ଅନ୍ୟମାନଙ୍କୁ ଯିହୋବାଙ୍କ ସାଙ୍ଗ ହେବା ପାଇଁ ମଧ୍ୟ ସାହାଯ୍ୟ କରୁଥିଲେ ।—ଯୋହନ ୧୪:୨୩.
୩. ଯୀଶୁ କିପରି ଦେଖାଇଲେ ଯେ ସେ ଲୋକମାନଙ୍କୁ ପ୍ରେମ କରନ୍ତି ?
ବାଇବଲରେ ଲେଖାଅଛି ଯେ ଯୀଶୁ ଲୋକମାନଙ୍କୁ ବହୁତ ପ୍ରେମ କରନ୍ତି । ଏହା ଆମେ କିପରି ଜାଣୁ ? ସେ ଲୋକମାନଙ୍କର ସାହସ ବଢ଼ାଉ ଥିଲେ, ନିଜଠୁ ଅଧିକ ଅନ୍ୟମାନଙ୍କର ଚିନ୍ତା କରୁଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରୁଥିଲେ । ଯୀଶୁ ଅନେକ ଚମତ୍କାର ମଧ୍ୟ କଲେ । କିନ୍ତୁ ତାଙ୍କ ପାଖରେ ଥିବା ଶକ୍ତି ଦେଖାଇବା ପାଇଁ ନୁହେଁ, ବରଂ ସେ ଲୋକମାନଙ୍କୁ ପ୍ରେମ କରୁଥିଲେ ତେଣୁ ସେ ସେମାନଙ୍କୁ ଚମତ୍କାର କରି ଠିକ୍ କଲେ । (ମାର୍କ ୧:୪୦-୪୨) ଯୀଶୁ ଲୋକମାନଙ୍କ ସହ ଭଲ ବ୍ୟବହାର କରୁଥିଲେ, କାହାରି ସହ ଭେଦଭାବ କରୁ ନ ଥିଲେ ଏବଂ ସେମାନଙ୍କୁ ସାନ୍ତ୍ୱନା ଦେଉଥିଲେ । ତାଙ୍କ କଥା ଶୁଣି ଲୋକମାନଙ୍କୁ ଏକ ଆଶା ମିଳୁଥିଲା । ତାʼସହ ସେ ନିଜ ଜୀବନ ବଳିଦାନ କରି ମଧ୍ୟ ଦେଖାଇଲେ ଯେ ସେ ଲୋକମାନଙ୍କୁ କେତେ ପ୍ରେମ କରନ୍ତି । ସେ ବିଶେଷ କରି ଏପରି ଲୋକମାନଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାଙ୍କ ପିତାଙ୍କ ଆଜ୍ଞା ପାଳନ କରନ୍ତି ।—ଯୋହନ ୧୫:୧୩, ୧୪ ପଢ଼ନ୍ତୁ ।
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ଯୀଶୁ କିଭଳି ବ୍ୟକ୍ତି ଥିଲେ ଓ ତାଙ୍କଠାରେ କେଉଁ କେଉଁ ଗୁଣ ଥିଲା । ଏହା ମଧ୍ୟ ଜାଣନ୍ତୁ ଯେ ଆମେ କିପରି ଯୀଶୁଙ୍କ ଭଳି ଲୋକମାନଙ୍କୁ ପ୍ରେମ କରିପାରିବା ଏବଂ ସେମାନଙ୍କୁ ଖୁସି ଖୁସି ଦେଇପାରିବା ।
୪. ଯୀଶୁ ନିଜ ପିତାଙ୍କୁ ପ୍ରେମ କରନ୍ତି
ଯୀଶୁଙ୍କଠାରୁ ଆମେ ଶିଖୁ ଯେ ଆମେ ଯିହୋବାଙ୍କୁ କିପରି ପ୍ରେମ ଦେଖାଇପାରିବା । ଲୂକ ୬:୧୨ ଓ ଯୋହନ ୧୫:୧୦; ୧୭:୨୬ ପଢ଼ନ୍ତୁ । ପ୍ରତ୍ୟେକ ପଦକୁ ପଢ଼ିବା ପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଯୀଶୁଙ୍କ ଭଳି ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ ?
ଯୀଶୁ ନିଜ ପିତାଙ୍କୁ ବହୁତ ପ୍ରେମ କରୁଥିଲେ ଏବଂ ଅନେକ ସମୟରେ ତାଙ୍କୁ ପ୍ରାର୍ଥନା କରୁଥିଲେ
୫. ଯୀଶୁ ଲୋକମାନଙ୍କର ଚିନ୍ତା କରନ୍ତି
ଯୀଶୁ ନିଜଠାରୁ ଅଧିକ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରୁଥିଲେ । ସେ ଥକି ଯାଇଥିବା ବେଳେ ବି ଅନ୍ୟମାନଙ୍କ ପାଇଁ ସମୟ ବାହାର କରୁଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରୁଥିଲେ । ମାର୍କ ୬:୩୦-୪୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଯୀଶୁ କିପରି ଦେଖାଇଲେ ଯେ ସେ ଲୋକମାନଙ୍କର ଚିନ୍ତା କରନ୍ତି ?—ପଦ ୩୧, ୩୪, ୪୧ ଓ ୪୨ ଦେଖନ୍ତୁ ।
ଯୀଶୁ କାହିଁକି ଲୋକମାନଙ୍କୁ ସାହାଯ୍ୟ କଲେ ?—ପଦ ୩୪ ଦେଖନ୍ତୁ ।
ଯୀଶୁ ନିଜ ପିତାଙ୍କ ଭଳି ଅଟନ୍ତି । ତାହେଲେ ଏବେ ଆମେ ଯୀଶୁଙ୍କ ବିଷୟରେ ଯାହା ଶିଖିଲୁ, ସେଥିରୁ ଆମେ ଯିହୋବାଙ୍କ ସ୍ୱଭାବ ବିଷୟରେ କʼଣ ଜାଣିପାରୁ ?
ଯୀଶୁଙ୍କ ଭଳି ଆମେ କିପରି ଦେଖାଇପାରିବା ଯେ ଆମେ ଅନ୍ୟମାନଙ୍କର ଚିନ୍ତା କରୁ ?
୬. ଯୀଶୁ ଅନ୍ୟମାନଙ୍କୁ ଖୁସି ଖୁସି ଦେଉଥିଲେ
ଯୀଶୁଙ୍କ ପାଖରେ ବେଶି କିଛି ନ ଥିଲା, ତଥାପି ତାଙ୍କ ପାଖରେ ଯାହା ଥିଲା ତାହା ସେ ଅନ୍ୟମାନଙ୍କୁ ଖୁସି ଖୁସି ଦେଉଥିଲେ । ଆଉ ସେ ଆମକୁ ବି ଏପରି କରିବା ପାଇଁ କହନ୍ତି । ପ୍ରେରିତ ୨୦:୩୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଆମେ କʼଣ କଲେ ଆମକୁ ଖୁସି ମିଳିବ, ଯୀଶୁ ଏବିଷୟରେ କʼଣ କହିଲେ ?
ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।
ହୁଏତ ଆମ ପାଖରେ ବେଶି କିଛି ନ ଥିବ, ତଥାପି ଆମେ କିପରି ଅନ୍ୟମାନଙ୍କୁ ଖୁସି ଖୁସି ଦେଇପାରିବା ?
କʼଣ ଆପଣ ଜାଣନ୍ତି ?
ବାଇବଲରେ ଲେଖାଅଛି ଯେ ଆମେ ଯିହୋବାଙ୍କୁ ପ୍ରାର୍ଥନା କଲା ବେଳେ ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ଉଚିତ୍ । (ଯୋହନ ୧୬:୨୩, ୨୪ ପଢ଼ନ୍ତୁ ।) କାରଣ ତାଙ୍କ ଯୋଗୁଁ ହିଁ ଆମେ ଯିହୋବାଙ୍କ ସାଙ୍ଗ ହୋଇପାରିଛୁ । ତେଣୁ ତାଙ୍କ ନାମରେ ପ୍ରାର୍ଥନା କରି ଆମେ ଦେଖାଉ ଯେ ସେ ଆମ ପାଇଁ ଯାହା ସବୁ କରିଛନ୍ତି, ତାʼପାଇଁ ଆମେ କୃତଜ୍ଞ ।
କିଛି ଲୋକ କହନ୍ତି: “ଆମ ଉପରେ ଯାହା ବି ଦୁଃଖକଷ୍ଟ ଆସେ, ତାହା ଈଶ୍ୱର ଆଗରୁ ଲେଖି ଦେଇଛନ୍ତି ।”
ଯୀଶୁ ପୃଥିବୀରେ ଥିଲା ବେଳେ ଯାହା ସବୁ କଲେ, ସେଗୁଡ଼ିକରୁ କିପରି ଜଣାପଡ଼େ ଯେ ଯିହୋବା ଆମ ଉପରେ ଦୁଃଖକଷ୍ଟ ଆଣନ୍ତି ନାହିଁ ?
ଆମେ କʼଣ ଶିଖିଲୁ ?
ଯୀଶୁ ନିଜ ପିତା ଯିହୋବା ଓ ଲୋକମାନଙ୍କୁ ବହୁତ ପ୍ରେମ କରନ୍ତି । ସେ ବିଲକୁଲ୍ ନିଜ ପିତାଙ୍କ ଭଳି ଅଟନ୍ତି । ତେଣୁ ଆପଣ ଯେତେ ଅଧିକ ଯୀଶୁଙ୍କ ବିଷୟରେ ଶିଖିବେ, ସେତେ ଅଧିକ ଯିହୋବାଙ୍କ ବିଷୟରେ ଜାଣିପାରିବେ ।
ଆପଣ କʼଣ କହିବେ ?
ଆମେ କିପରି ଯୀଶୁଙ୍କ ଭଳି ଯିହୋବାଙ୍କ ପାଇଁ ନିଜ ପ୍ରେମ ଦେଖାଇପାରିବା ?
ଆମେ କିପରି ଯୀଶୁଙ୍କ ଭଳି ଲୋକମାନଙ୍କୁ ପ୍ରେମ ଦେଖାଇପାରିବା ?
ଯୀଶୁଙ୍କ କେଉଁ ଗୁଣ ଆପଣଙ୍କୁ ସବୁଠୁ ଅଧିକ ଭଲ ଲାଗେ ?
ଅଧିକ ଜାଣନ୍ତୁ
ଯୀଶୁଙ୍କ କିଛି ଗୁଣ ବିଷୟରେ ଜାଣନ୍ତୁ, ଯାହା ଆମେ ନିଜଠାରେ ବଢ଼ାଇପାରିବା ।
“ଯୀଶୁଙ୍କ ପଦଚିହ୍ନରେ ଚାଲନ୍ତୁ” (ଯୀଶୁ—ପଥ, ସତ୍ୟ, ଜୀବନ-ହି, ପୃଷ୍ଠା ୩୧୭)
ଜାଣନ୍ତୁ ଯେ ଯିହୋବାଙ୍କୁ ପ୍ରାର୍ଥନା କଲା ବେଳେ ଆମେ କାହିଁକି ଯୀଶୁଙ୍କ ନାମରେ ପ୍ରାର୍ଥନା କରିବା ଉଚିତ୍ ।
“ଯୀଶୁଙ୍କ ନାମରେ କାହିଁକି ପ୍ରାର୍ଥନା କରିବା ?” (ପ୍ରହରୀଦୁର୍ଗ ଲେଖା-ହି)
ଯୀଶୁ କେମିତି ଦେଖା ଯାଉଥିଲେ କʼଣ ସେବିଷୟରେ ବାଇବଲରେ କିଛି ଲେଖାଅଛି ?
ଯୀଶୁ ମହିଳାମାନଙ୍କୁ ଆଦର କରୁଥିଲେ । ସେଥିରୁ ଆମେ କʼଣ ଶିଖୁ ?
“ଈଶ୍ୱରଙ୍କ ନିକଟକୁ ଆସି ମିଳିଥିବା ଆଦର ଓ ସମ୍ମାନ” (ପ୍ରହରୀଦୁର୍ଗ ଲେଖା-ହି)