ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lff ପାଠ ୧୫
  • ଯୀଶୁ କିଏ ଅଟନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୀଶୁ କିଏ ଅଟନ୍ତି ?
  • ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଭାବନ୍ତୁ ଓ ଶିଖନ୍ତୁ
  • ଆମେ କʼଣ ଶିଖିଲୁ ?
  • ଅଧିକ ଜାଣନ୍ତୁ
  • ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ?
    ବାଇବଲ ଆମକୁ କʼଣ ଶିଖାଏ?
  • ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଜ୍ଞାନର ଚାବିକାଠି
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
  • ଯୀଶୁଙ୍କଠାରେ କେଉଁ କେଉଁ ଗୁଣ ଅଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଯୀଶୁ ପୃଥିବୀରେ ଥିବା ବେଳେ କʼଣ କʼଣ କଲେ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
lff ପାଠ ୧୫
ପାଠ ୧୫. ଯୀଶୁ କ୍ଷେତରେ ଚାଲି ଚାଲି ଯାଉଛନ୍ତି ।

ପାଠ ୧୫

ଯୀଶୁ କିଏ ଅଟନ୍ତି ?

ଯୀଶୁ ଇତିହାସର ସବୁଠାରୁ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଥିଲେ । କିନ୍ତୁ ଅନେକ ଲୋକ ତାଙ୍କ ନାମ ଛଡ଼ା ତାଙ୍କ ବିଷୟରେ ଆଉ କିଛି ଜାଣନ୍ତି ନାହିଁ । ଆଉ ଯେଉଁମାନେ ତାଙ୍କୁ ଜାଣନ୍ତି ବୋଲି କହନ୍ତି, ସେମାନେ ମଧ୍ୟ ତାଙ୍କ ବିଷୟରେ ଅଲଗା ଅଲଗା ମତ ଦିଅନ୍ତି । ତାହେଲେ ଯୀଶୁ ପ୍ରକୃତରେ କିଏ ଅଟନ୍ତି ? ଆସନ୍ତୁ ଦେଖିବା ଯେ ବାଇବଲରେ ତାଙ୍କ ବିଷୟରେ କʼଣ କୁହାଯାଇଛି ।

୧. ଯୀଶୁ କିଏ ଅଟନ୍ତି ?

ଯୀଶୁ ଏକ ଶକ୍ତିଶାଳୀ ସ୍ୱର୍ଗଦୂତ ଅଟନ୍ତି ଏବଂ ସେ ସ୍ୱର୍ଗରେ ରହନ୍ତି । ଯିହୋବା ସବୁଠୁ ପ୍ରଥମେ ଯୀଶୁଙ୍କୁ ସୃଷ୍ଟି କରିଥିଲେ । ତେଣୁ ଯୀଶୁଙ୍କୁ “ସମସ୍ତ ସୃଷ୍ଟିର ପ୍ରଥମଜାତ” ବୋଲି କୁହାଯାଇଛି । (କଲସୀୟ ୧:୧୫) ବାଇବଲରେ ଯୀଶୁଙ୍କୁ ଈଶ୍ୱରଙ୍କ “ଅଦ୍ୱିତୀୟ ପୁତ୍ର” ବୋଲି ମଧ୍ୟ କୁହାଯାଇଛି । କାରଣ କେବଳ ତାଙ୍କୁ ହିଁ ଯିହୋବା ନିଜେ ସୃଷ୍ଟି କରିଥିଲେ । (ଯୋହନ ୩:୧୬) ଆଉ ଅନ୍ୟସବୁ ଜିନିଷ ସୃଷ୍ଟି କରିବାରେ ଯୀଶୁ ନିଜ ପିତାଙ୍କୁ ସାହାଯ୍ୟ କରିଥିଲେ ଏବଂ ତାଙ୍କ ସହ ମିଶି ସବୁ କାମ କରିଥିଲେ । (ହିତୋପଦେଶ ୮:୩୦ ପଢ଼ନ୍ତୁ ।) ସେମାନଙ୍କ ସମ୍ପର୍କ ବହୁତ ଘନିଷ୍ଠ । ଯୀଶୁଙ୍କୁ “ବାକ୍ୟ” ବୋଲି ମଧ୍ୟ କୁହାଯାଇଛି, କାରଣ ସେ ଜଣେ ବିଶ୍ୱସ୍ତ ସେବକ ଭାବେ ଯିହୋବାଙ୍କ କଥା ଓ ପରାମର୍ଶ ଅନ୍ୟମାନଙ୍କ ପାଖକୁ ପହଞ୍ଚାଉ ଥିଲେ ।—ଯୋହନ ୧:୧୪.

୨. ଯୀଶୁ ପୃଥିବୀକୁ କାହିଁକି ଆସିଥିଲେ ?

ଯୀଶୁ ନିଜ ପିତାଙ୍କ ସହ ସ୍ୱର୍ଗରେ ରହୁଥିଲେ । କିନ୍ତୁ ପ୍ରାୟ ୨,୦୦୦ ବର୍ଷ ପୂର୍ବେ ସେ ପୃଥିବୀକୁ ଆସିଥିଲେ । କେମିତି ? ଯିହୋବା ପବିତ୍ର ଶକ୍ତି ସାହାଯ୍ୟରେ ଚମତ୍କାର କରି ଯୀଶୁଙ୍କ ଜୀବନକୁ ମରୀୟମ ନାମକ କୁମାରୀର ଗର୍ଭରେ ରଖିଲେ । ଏପରି ଭାବେ ଯୀଶୁ ଜଣେ ମଣିଷ ହୋଇ ଜନ୍ମ ହେଲେ । (ଲୂକ ୧:୩୪, ୩୫ ପଢ଼ନ୍ତୁ ।) ଯୀଶୁ ପ୍ରତିଜ୍ଞା କରାଯାଇଥିବା ମସୀହ ବା ଖ୍ରୀଷ୍ଟ ହେବା ପାଇଁ ଏବଂ ଲୋକମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ।a ବାଇବଲରେ ମସୀହଙ୍କ ବିଷୟରେ ଯାହାସବୁ ଭବିଷ୍ୟତବାଣୀ କରାଯାଇଥିଲା, ସେଗୁଡ଼ିକ ଠିକ୍‌ ସେହିପରି ହିଁ ଯୀଶୁଙ୍କ ଉପରେ ପୂରା ହେଲା । ଏସବୁ ଦେଖି ଲୋକମାନେ ଜାଣିପାରିଲେ ଯେ ଯୀଶୁ ହିଁ “ଖ୍ରୀଷ୍ଟ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର ।”—ମାଥିଉ ୧୬:୧୬.

୩. ଏବେ ଯୀଶୁ କେଉଁଠି ଅଛନ୍ତି ?

ଯୀଶୁଙ୍କ ମୃତ୍ୟୁ ପରେ ଯିହୋବା ତାଙ୍କୁ ସ୍ୱର୍ଗଦୂତ ଭାବେ ଜୀବିତ କଲେ । ତାʼପରେ ଯୀଶୁ ସ୍ୱର୍ଗକୁ ଫେରିଗଲେ । ସେଠାରେ ଈଶ୍ୱର ତାଙ୍କୁ “ଅତିଶୟ ଉନ୍ନତ” କଲେ ଅର୍ଥାତ୍‌ ଆଗ ଅପେକ୍ଷା ଅଧିକ ଉଚ୍ଚ ପଦ ଦେଇ ମହାନ କଲେ । (ଫିଲିପ୍‌ପୀୟ ୨:୯) ଏବେ ଯୀଶୁ ସବୁଠୁ ଶକ୍ତିଶାଳୀ ସ୍ୱର୍ଗଦୂତ ଅଟନ୍ତି । ଯିହୋବାଙ୍କ ପରେ ଯୀଶୁ ହିଁ ସବୁଠୁ ଶକ୍ତିଶାଳୀ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯୀଶୁ ପ୍ରକୃତରେ କିଏ ଏବଂ ତାଙ୍କ ବିଷୟରେ ଜାଣିବା କାହିଁକି ଜରୁରୀ ।

ଯୀଶୁ ଓ ବାପ୍ତିଜକ ଯୋହନ ପାଣି ଭିତରେ ଛିଡ଼ା ହୋଇଛନ୍ତି ଏବଂ ଯୀଶୁଙ୍କ ବାପ୍ତିସ୍ମର ତୁରନ୍ତ ପରେ ସେମାନଙ୍କୁ ସ୍ୱର୍ଗରୁ ଶବ୍ଦ ଶୁଣାଯାଉଛି ।

୪. ଯୀଶୁ ସର୍ବଶକ୍ତିମାନ ଈଶ୍ୱର ନୁହନ୍ତି

ବାଇବଲରେ ଲେଖାଅଛି ଯେ ଯୀଶୁ ଏବେ ସ୍ୱର୍ଗରେ ଅଛନ୍ତି ଏବଂ ତାଙ୍କ ପାଖରେ ବହୁତ ଶକ୍ତି ଓ ଅଧିକାର ରହିଛି । ତଥାପି ସେ ନିଜ ପିତା ଯିହୋବାଙ୍କର ଆଜ୍ଞା ପାଳନ କରନ୍ତି ଏବଂ ତାଙ୍କ ଅଧୀନରେ ରହନ୍ତି । ବାଇବଲରେ ଲେଖାଅଛି ଯେ ଯୀଶୁ ଓ ସର୍ବଶକ୍ତିମାନ ଈଶ୍ୱରଙ୍କ ମଧ୍ୟରେ କʼଣ ପାର୍ଥକ୍ୟ ଅଛି । ଏବିଷୟରେ ଗୋଟିଏ ଭିଡିଓ ଦେଖନ୍ତୁ ।

ଭିଡିଓ: କʼଣ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଅଟନ୍ତି ? (୩:୨୨)

ଆଗକୁ ଦିଆଯାଇଥିବା ପଦଗୁଡ଼ିକୁ ପଢ଼ି ଆମେ ବୁଝିପାରିବା ଯେ ଯିହୋବା ଓ ଯୀଶୁଙ୍କ ମଧ୍ୟରେ କʼଣ ସମ୍ପର୍କ ଅଛି । ପ୍ରତ୍ୟେକ ପଦକୁ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

ଲୂକ ୧:୩୦-୩୨ ପଢ଼ନ୍ତୁ ।

  • ସ୍ୱର୍ଗଦୂତ ଯାହା କହିଲେ ସେଥିରୁ କʼଣ ଜଣାପଡ଼େ, ଯୀଶୁ ଓ “ପରାତ୍ପର” ଅର୍ଥାତ୍‌ ଯିହୋବା ଈଶ୍ୱରଙ୍କ ମଧ୍ୟରେ କʼଣ ସମ୍ପର୍କ ଅଛି ?

ମାଥିଉ ୩:୧୬, ୧୭ ପଢ଼ନ୍ତୁ ।

  • ଯେତେବେଳେ ଯୀଶୁଙ୍କ ବାପ୍ତିସ୍ମ ହେଲା, ସେତେବେଳେ ସ୍ୱର୍ଗରୁ କʼଣ ଶବ୍ଦ ଶୁଣାଗଲା ?

  • ଆପଣଙ୍କୁ କʼଣ ଲାଗେ, ସେହି ଶବ୍ଦ କାହାର ଥିଲା ?

ଯୋହନ ୧୪:୨୮ ପଢ଼ନ୍ତୁ ।

  • ଗୋଟିଏ ପରିବାରରେ ବାପା ଓ ପୁଅ ମଧ୍ୟରୁ ସବୁଠୁ ବଡ଼ କିଏ ଏବଂ କାହା ପାଖରେ ବେଶି ଅଧିକାର ଥାଏ ?

  • ଯୀଶୁ ଯିହୋବାଙ୍କୁ ନିଜ ପିତା ବୋଲି କହିଲେ, ଏଥିରୁ କʼଣ ଜଣାପଡ଼େ ?

ଯୋହନ ୧୨:୪୯ ପଢ଼ନ୍ତୁ ।

  • କʼଣ ଯୀଶୁ ନିଜକୁ ପିତାଙ୍କ ସହ ସମାନ ବୋଲି ମନେ କରୁଥିଲେ ଓ ନିଜକୁ ଈଶ୍ୱର ବୋଲି ଭାବୁଥିଲେ ? ଆପଣ କʼଣ ଭାବନ୍ତି ?

୫. ଯୀଶୁ ହିଁ ମସୀହ ଅଟନ୍ତି ବୋଲି କିପରି ଜଣାପଡ଼େ ?

ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଈଶ୍ୱର ଯାହାକୁ ବାଛିଥିଲେ, ତାଙ୍କୁ ମସୀହ କୁହାଯାଏ । ବାଇବଲରେ ମସୀହଙ୍କ ବିଷୟରେ ଅନେକ ଭବିଷ୍ୟତବାଣୀ କରାଯାଇଥିଲା । ଏଗୁଡ଼ିକୁ ଦେଖି ଲୋକମାନେ ମସୀହଙ୍କୁ ଚିହ୍ନି ପାରିଥାʼନ୍ତେ । ଆସନ୍ତୁ କିଛି ଭବିଷ୍ୟତବାଣୀ ପ୍ରତି ଧ୍ୟାନ ଦେବା ଯାହା ଯୀଶୁଙ୍କ ଉପରେ ପୂରା ହେଲା । ଭିଡିଓ ଦେଖନ୍ତୁ ।

ଭିଡିଓ: ଯୀଶୁଙ୍କ ଉପରେ ପୂରା ହୋଇଥିବା ଭବିଷ୍ୟତବାଣୀ (୩:୦୩)

ଏଠାରେ ଦିଆଯାଇଥିବା ବାଇବଲର ଭବିଷ୍ୟତବାଣୀଗୁଡ଼ିକ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

ମସୀହ କେଉଁଠାରେ ଜନ୍ମ ହୁଅନ୍ତେ, ଏବିଷୟରେ ଜାଣିବା ପାଇଁ ମୀଖା ୫:୨ ପଢ଼ନ୍ତୁ ।b

  • ଭବିଷ୍ୟତବାଣୀରେ ଯେଉଁ ଜାଗା ବିଷୟରେ କୁହାଯାଇଥିଲା, କʼଣ ଯୀଶୁ ସେଠାରେ ଜନ୍ମ ହୋଇଥିଲେ ?—ମାଥିଉ ୨:୧.

ମସୀହଙ୍କ ମୃତ୍ୟୁ ବିଷୟରେ କʼଣ କʼଣ ଭବିଷ୍ୟତବାଣୀ କରାଯାଇଥିଲା, ତାହା ଜାଣିବା ପାଇଁ ଗୀତସଂହିତା ୩୪:୨୦ ଓ ଯିଖରୀୟ ୧୨:୧୦ ପଢ଼ନ୍ତୁ ।

  • କʼଣ ଏହି ଭବିଷ୍ୟତବାଣୀଗୁଡ଼ିକ ପୂରା ହେଲା ?—ଯୋହନ ୧୯:୩୩-୩୭.

  • କʼଣ ମାଆ ପେଟରେ ଥିବା ଜଣେ ଛୁଆ, ନିଜ ମାଆଙ୍କୁ କହିପାରିବ କି ତାକୁ କେଉଁଠି ଜନ୍ମ ହେବାର ଅଛି ? କିମ୍ବା କʼଣ ଜଣେ ବ୍ୟକ୍ତି ଯାହାକୁ ମୃତ୍ୟୁଦଣ୍ଡର ଆଦେଶ ମିଳିଛି, ସେ ସୈନିକମାନଙ୍କୁ କହିପାରିବ କି ମୋତେ ଏମିତି ଭାବରେ ମାରିବ ?

  • ଏଥିରୁ କʼଣ ଜଣାପଡ଼େ ଯୀଶୁ କିଏ ଥିଲେ ?

୬. ଯୀଶୁଙ୍କ ବିଷୟରେ ଜାଣିଲେ ଆମକୁ ହିଁ ଲାଭ ମିଳିବ

ବାଇବଲରେ ଲେଖାଅଛି ଯେ ଆମକୁ ଏହା ଜାଣିବା ବହୁତ ଜରୁରୀ ଯେ ଯୀଶୁ କିଏ ଏବଂ ଈଶ୍ୱର ତାଙ୍କୁ କʼଣ କାମ ଦେଇଛନ୍ତି । ଯୋହନ ୧୪:୬ ଓ ୧୭:୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆମେ ଯୀଶୁଙ୍କ ବିଷୟରେ ଜାଣିବା କାହିଁକି ବହୁତ ଜରୁରୀ ?

ଯୀଶୁ କିଛି ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କୁ ଶିଖାଉଛନ୍ତି ।

ଯୀଶୁ ହିଁ ପଥ, ସତ୍ୟ ଓ ଜୀବନ ଅଟନ୍ତି । ଯିହୋବାଙ୍କ ସହ ଏକ ମଜବୁତ୍‌ ସମ୍ପର୍କ ଗଢ଼ିବା ପାଇଁ ସେ ହିଁ ଆମ ପାଇଁ ପଥ ଖୋଲି ଦେଲେ । ସେ ଯିହୋବାଙ୍କ ବିଷୟରେ ସତ୍ୟ ଶିଖାଇଲେ ଏବଂ ତାଙ୍କ ଜରିଆରେ ହିଁ ଆମକୁ ଖୁସିଭରା ଜୀବନ ମିଳିବ ଯାହା କେବେ ଶେଷ ହେବ ନାହିଁ

କିଛି ଲୋକ କହନ୍ତି: “ଯିହୋବାଙ୍କ ସାକ୍ଷୀମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତିନି ।”

  • ଯଦି କେହି ଏପରି କହନ୍ତି, ତାହେଲେ ଆପଣ କʼଣ କହିବେ ?

ଆମେ କʼଣ ଶିଖିଲୁ ?

ଯୀଶୁ ଏକ ଶକ୍ତିଶାଳୀ ସ୍ୱର୍ଗଦୂତ ଅଟନ୍ତି । ସେ ଈଶ୍ୱରଙ୍କ ପୁତ୍ର ଓ ବାଇବଲରେ କୁହାଯାଇଥିବା ମସୀହ ଅଟନ୍ତି ।

ଆପଣ କʼଣ କହିବେ ?

  • ଯୀଶୁଙ୍କୁ “ସମସ୍ତ ସୃଷ୍ଟିର ପ୍ରଥମଜାତ” ବୋଲି କାହିଁକି କୁହାଯାଇଛି ?

  • ଯୀଶୁ ପୃଥିବୀକୁ ଆସିବା ପୂର୍ବରୁ କʼଣ କʼଣ କଲେ ?

  • ଆମେ କାହିଁକି କହିପାରିବା ଯେ ଯୀଶୁ ହିଁ ମସୀହ ଅଟନ୍ତି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆମେ କିପରି କହିପାରିବା ଯେ ଭବିଷ୍ୟତବାଣୀରେ କୁହାଯାଇଥିବା ମସୀହ ଯୀଶୁ ହିଁ ଅଟନ୍ତି ?

“କʼଣ ମସୀହ ବିଷୟରେ କରାଯାଇଥିବା ଭବିଷ୍ୟତବାଣୀଗୁଡ଼ିକରୁ ଏହା ପ୍ରମାଣିତ ହୁଏ ଯେ ଯୀଶୁ ହିଁ ମସୀହ ଥିଲେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ମଣିଷ ଯେପରି ଜଣେ ଛୁଆକୁ ଜନ୍ମ ଦିଏ, କʼଣ ସେପରି ଈଶ୍ୱର ମଧ୍ୟ ଯୀଶୁଙ୍କୁ ଜନ୍ମ ଦେଇଛନ୍ତି ? ଜାଣନ୍ତୁ ଯେ ବାଇବଲରେ ଏବିଷୟରେ କʼଣ ଲେଖାଅଛି ।

“ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର କାହିଁକି କୁହାଯାଏ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ ତ୍ରିଏକର ଶିକ୍ଷା କାହିଁକି ବାଇବଲ ଅନୁସାରେ ଠିକ୍‌ ନୁହେଁ ।

“କʼଣ ଯୀଶୁ ପରମେଶ୍ୱର ଅଟନ୍ତି ?” (ପ୍ରହରୀଦୁର୍ଗ ଲେଖା-ହି)

ଜାଣନ୍ତୁ ଯେ ବାଇବଲରୁ ଯୀଶୁଙ୍କ ବିଷୟରେ ଜାଣି କିପରି ଜଣେ ମହିଳାଙ୍କ ଜୀବନ ପୂରାପୂରି ବଦଳିଗଲା ।

“ନିଜ ଧର୍ମ ବିଷୟରେ ଜଣେ ଯିହୁଦୀ ମହିଳାଙ୍କ ଦୃଷ୍ଟିକୋଣ କାହିଁକି ବଦଳିଗଲା ?” (ସଜାଗ ହୁଅ ! ଲେଖା-ହି)

a ମଣିଷମାନଙ୍କୁ କାହିଁକି ଉଦ୍ଧାରର ଆବଶ୍ୟକତା ରହିଛି ଏବଂ ଯୀଶୁ ଆମକୁ କିପରି ଉଦ୍ଧାର କରନ୍ତି, ଏବିଷୟରେ ଆମେ ପାଠ ୨୬ ଓ ୨୭ରେ ଦେଖିବା ।

b ମସୀହ କେବେ ପ୍ରକଟ ହୁଅନ୍ତେ, ଏବିଷୟରେ ଗୋଟିଏ ଭବିଷ୍ୟତବାଣୀ କରାଯାଇଥିଲା । ସେହି ଭବିଷ୍ୟତବାଣୀ ବିଷୟରେ ଜାଣିବା ପାଇଁ ଅଧିକ ବିବରଣୀ ୨ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ