ଗୀତ ୬୫
ବଢ଼ିବା ଆଗଇ !
(ଏବ୍ରୀ ୬:୧)
- ୧. ବଢ଼ିବା ଆଗଇ ! ପଛ ହେବାନି ! - ଯିହୋବାଙ୍କ ସେବାରେ ଅଛି କାମ ଅତି । - ଏହି କାମକୁ କରିବା ପ୍ରଥମେ, - ହେବା ସଫଳ ନିଶ୍ଚେ । - ଯୀଶୁଙ୍କ ପରି ହିଁ କରିବା, - ଦୀପ ସତ୍ୟର ଦେଖାଇବା । - ଯିହୋବା ଅଛନ୍ତି ଆମ ପାଖରେ, - ଦେଖିବାନି ପଛରେ । 
- ୨. ବଢ଼ିବା ଆଗଇ ! ସାହସୀ ହେବା ! - ଆମ ପିତା ଯିହୋବାଙ୍କୁ ଦେବା ମହିମା । - ଲୋକଙ୍କୁ ଆମେ କରିବା ପ୍ରଚାର, - ଯିବା ସମସ୍ତ ଦ୍ୱାର । - ବିରୋଧୀ ଯେବେ ଦେଲେ ଭୟ, - ଡରିବାନି ହେବା ନିର୍ଭୟ । - ରାଜ୍ୟର ସନ୍ଦେଶକୁ ଶୁଣାଇବା, - ଅଧିକରୁ ଅଧିକ । 
- ୩. ବଢ଼ିବା ଆଗଇ ! ଭେଟିବା ଶୀଘ୍ର ! - ସେହିମାନଙ୍କୁ ଯେ - ଅଟନ୍ତି ହୃଦେ ନମ୍ର । - ଦେଖାଇବ ରାସ୍ତା ପବିତ୍ର ଶକ୍ତି, - ଏଥିରୁ ମିଳେ ଖୁସି । - ରହିବା ଏ କାମରେ ବ୍ୟସ୍ତ, - ଶିଖାଇବା ହେବାନି ସୁସ୍ତ । - ଦେଖାଇବା ସମସ୍ତ ଜଗତକୁ, - ସତ୍ୟର ଆଲୋକକୁ । 
(ଫିଲିପ୍. ୧:୨୭; ୩:୧୬; ଏବ୍ରୀ ୧୦:୩୯ ମଧ୍ୟ ଦେଖନ୍ତୁ ।)