ଗୀତ ୧୫୯
ଯିହୋବାଙ୍କୁ ଦେବି ମହିମା
(ଗୀତସଂହିତା ୯୬:୮)
- ୧. କିଏ ତୁମ ପରି ପିତା, - ଅଟ କେତେ ବୁଦ୍ଧିମାନ୍ ? - ତୁମ ଆଗରେ ମୁଁ ଧୂଳି, - ପିତା ଅଟ କେତେ ମହାନ୍ ! - ଦୃଷ୍ଟି କଲେ ଚାରିପାଖେ, - ଦେଖେ ତୁମର ଶକ୍ତି । - ଦେଖାଇଲ ଯେତେ କୃପା, - ବଦଳେ ମୁଁ କʼଣ ଦେବି ? - (ଘୋଷା) - ଗାଇବି ମୁଁ, ଗୀତ ପ୍ରଶଂସାର, - ତୁମ ପାଇଁ ଯିହୋବା - ତୁମେ ଅଟ ରାଜା ଅନନ୍ତର । - ସଦା କରିବି ପିତା, - ମହିମା ଓ ପ୍ରଶଂସା । 
- ୨. କରିବି ତୁମକୁ ଖୁସି, - ଅର୍ପିତ ମୋ ଜୀବନ । - ତୁମର ନାʼକୁ ପବିତ୍ର, - କରିବି ମୁଁ ସବୁଦିନ । - ହୁଏ ମନ ଆନନ୍ଦିତ, - ହୁଏ ଏ କାମେ ଗର୍ବ । - କରିବାକୁ କାମ ପୂରା, - ଦେଖାଅ ହେ ପିତା ମାର୍ଗ । - (ଘୋଷା) - ଗାଇବି ମୁଁ, ଗୀତ ପ୍ରଶଂସାର, - ତୁମ ପାଇଁ ଯିହୋବା - ତୁମେ ଅଟ ରାଜା ଅନନ୍ତର । - ସଦା କରିବି ପିତା, - ମହିମା ଓ ପ୍ରଶଂସା । 
- ୩. ସୂର୍ଯ୍ୟ, ଚନ୍ଦ୍ର, ତାରାଗଣ, - ଆକାଶ ବା ପର୍ବତ, - ଦେଖିକି ଲାଗେ ଆଶ୍ଚର୍ଯ୍ୟ । - ତୁମ ରଚନା ଅଦ୍ଭୁତ । - ଏହି ସବୁ ସୃଷ୍ଟି କହେ, - ତୁମେ ସର୍ବଶକ୍ତିମାନ୍ । - କେମିତି କରିବିନି ମୁଁ, - ତୁମ ଶକ୍ତିର ଅଭିମାନ୍ । - (ଘୋଷା) - ଗାଇବି ମୁଁ, ଗୀତ ପ୍ରଶଂସାର, - ତୁମ ପାଇଁ ଯିହୋବା - ତୁମେ ଅଟ ରାଜା ଅନନ୍ତର । - ସଦା କରିବି ପିତା, - ମହିମା ଓ ପ୍ରଶଂସା । 
(ଗୀତ. ୯୬:୧-୧୦; ୧୪୮:୩, ୭ ମଧ୍ୟ ଦେଖନ୍ତୁ ।)