ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • g21 ସଂ ୧ ପୃଷ୍ଠା ୮-୯
  • ଖୁସିରେ କିପରି ରହିପାରିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଖୁସିରେ କିପରି ରହିପାରିବା ?
  • ସଜାଗ ହୁଅ !—୨୦୨୧
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ପରିଶ୍ରମୀ ହୁଅନ୍ତୁ
  • ସଚ୍ଚୋଟ ରହନ୍ତୁ
  • ପଇସା ପଛରେ ଗୋଡ଼ାନ୍ତୁ ନାହିଁ
  • ସବୁଠୁ ଭଲ ଶିକ୍ଷା ନିଅନ୍ତୁ
  • ପଇସାର କିପରି ସଠିକ୍‌ ବ୍ୟବହାର କରିବେ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • କାମ ଓ ଟଙ୍କାପଇସା ବିଷୟରେ ବାଇବଲରେ କʼଣ କୁହାଯାଇଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ନିଜ କାମରୁ ଖୁସି ପାଆନ୍ତୁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ସଜାଗ ହୁଅ !—୨୦୨୧
g21 ସଂ ୧ ପୃଷ୍ଠା ୮-୯
ଭାରତର ଗୋଟିଏ ବଜାରରେ ଜଣେ ସ୍ତ୍ରୀ ଓ ତାଙ୍କ ପୁଅ ଖୁସି ଖୁସି ଯାଉଛନ୍ତି । ସେମାନେ ଦୁହେଁ ସଷ୍ଟ ଅଛନ୍ତି, କି ଆଖପାଖ ଲୋକମାନଙ୍କ ଧନ ଦାମୀ ଜିନିଷ ଉପରେ ଅଛି ।

ଖୁସିରେ କିପରି ରହିପାରିବା ?

ଆମେ ଯୁବା ଥାଉ କିମ୍ବା ବୃଦ୍ଧବୃଦ୍ଧା, ବିବାହିତ କିମ୍ବା ଅବିବାହିତ ସମସ୍ତେ ଖୁସିରେ ରହିବା ପାଇଁ ଚାହୁଁ । ଆମକୁ ଯିଏ ସୃଷ୍ଟି କରିଛନ୍ତି ସେ ବି ଏହା ହିଁ ଚାହାନ୍ତି ତେଣୁ ସେ ଆମକୁ ଏବିଷୟରେ ବଢ଼ିଆ ପରାମର୍ଶ ଦେଇଛନ୍ତି ।

ପରିଶ୍ରମୀ ହୁଅନ୍ତୁ

“ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ ।”—ଏଫିସୀୟ ୪:୨୮.

ଈଶ୍ୱର ଚାହାନ୍ତି ଯେ ଆମେ ପରିଶ୍ରମୀ ହେଉ । ଆମେ ତାଙ୍କ ପରାମର୍ଶ ମାନିଲେ ଆମର ହିଁ ଲାଭ ହେବ । ପରିଶ୍ରମୀ ହେଲେ ଆମେ ନିଜର ଓ ପରିବାରର ଆବଶ୍ୟକତାଗୁଡ଼ିକ ପୂରଣ କରିପାରିବା ଏବଂ ଅନ୍ୟମାନଙ୍କୁ ବି ସାହାଯ୍ୟ କରିପାରିବା । ଆମ ଚାକିରି ସୁରକ୍ଷିତ ରହିବ, କାରଣ ଆମ ବସ୍‌ ବା ମାଲିକ ଆମ ଉପରେ ଖୁସି ରହିବେ । ଶାସ୍ତ୍ରରେ ବିଲକୁଲ୍‌ ଠିକ୍‌ ଲେଖାଅଛି, ଜଣେ ବ୍ୟକ୍ତିର ପରିଶ୍ରମର ଫଳ ତାକୁ ଯାହା ମିଳେ ତାହା “ପରମେଶ୍ୱରଙ୍କ ଦାନ ।” —ଉପଦେଶକ ୩:୧୩.

ସଚ୍ଚୋଟ ରହନ୍ତୁ

“ଆମ୍ଭମାନଙ୍କର ବିଶ୍ୱାସ ଯେ, ଆମ୍ଭମାନଙ୍କର ସୁବିବେକ ଅଛି, ଯେଣୁ ସମସ୍ତ ବିଷୟରେ ସଦାଚରଣ କରିବାକୁ ଆମ୍ଭେମାନେ ଇଚ୍ଛା କରୁଅଛୁ ।”—ଏବ୍ରୀ ୧୩:୧୮.

ଜଣେ ସଚ୍ଚୋଟ ଲୋକକୁ ଡର ନ ଥାଏ, ସେ ଶାନ୍ତିରେ ଶୋଇପାରେ । ଲୋକେ ତାʼଉପରେ ଭରସା କରିପାରନ୍ତି ଏବଂ ତାʼର ସମ୍ମାନ କରନ୍ତି । କିନ୍ତୁ ଜଣେ ବିଶ୍ୱାସଘାତୀ ଲୋକର ତାʼ ନିଜ ଦୃଷ୍ଟିରେ ହିଁ ତାʼର ସମ୍ମାନ ରହେ ନାହିଁ । ତାʼ ବିବେକ ତାକୁ ଦୋଷୀ ଅନୁଭବ କରାଏ ଯେ ସେ କିଛି ଭୁଲ କରିଛି । ତାକୁ ସବୁବେଳେ ଧରା ପଡ଼ିବାର ଡର ଥାଏ ।

ପଇସା ପଛରେ ଗୋଡ଼ାନ୍ତୁ ନାହିଁ

“ଆଚାରବ୍ୟବହାରରେ ଧନଲୋଭଶୂନ୍ୟ ହୁଅ , ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ ।”—ଏବ୍ରୀ ୧୩:୫.

ଖାଇବା ପିନ୍ଧିବାର ଆବଶ୍ୟକତା ପୂରା କରିବା ପାଇଁ ପଇସା ଜରୁରୀ । କିନ୍ତୁ ପଇସାର ଲୋଭ କଲେ ଜଣେ ବ୍ୟକ୍ତିକୁ ତାʼର ଖରାପ ପରିଣାମ ଭୋଗିବାକୁ ପଡ଼ିପାରେ । ଯଦି ସେ ଦିନରାତି ପଇସା ରୋଜଗାର କରିବାରେ ଲାଗି ରହିବ, ତେବେ ସେ ନିଜ ପରିବାରକୁ ସମୟ ଦେଇପାରିବ ନାହିଁ । ତାʼ ବିବାହ ଭାଙ୍ଗି ଯାଇପାରେ ଏବଂ ତାʼର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ । (୧ ତୀମଥି ୬:୯, ୧୦) ପଇସାର ପ୍ରେମ ଜଣେ ଲୋକକୁ ବିଶ୍ୱାସଘାତୀ କରିପାରେ । ସେଥିପାଇଁ ଜଣେ ବୁଦ୍ଧିମାନ ବ୍ୟକ୍ତି କହିଲେ, ‘ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ; ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ନିର୍ଦ୍ଦୋଷ ରହିବ ନାହିଁ ।’—ହିତୋପଦେଶ ୨୮:୨୦.

ସବୁଠୁ ଭଲ ଶିକ୍ଷା ନିଅନ୍ତୁ

“ତୁମ୍ଭେ ତତ୍ତ୍ୱଜ୍ଞାନ ଓ ପରିଣାମଦର୍ଶିତା ରକ୍ଷା କର ।”—ହିତୋପଦେଶ ୩:୨୧.

ପାଠ ପଢ଼ି ଆମେ ନିଜ ଗୋଡ଼ରେ ଠିଆ ହୋଇପାରିବା । ନିଜ ପରିବାରର ଭଲଭାବେ ଯତ୍ନ ନେଇପାରିବା । କିନ୍ତୁ ଡିଗ୍ରୀ ହାସଲ କଲେ ମଧ୍ୟ ଏହାର କିଛି ଗାରେଣ୍ଟି ନାହିଁ ଯେ ଆମେ ସବୁଦିନ ଖୁସିରେ ରହିପାରିବା । ଯଦି ସତରେ ଆମେ ସଫଳ ହେବା ପାଇଁ ଚାହୁଁ, ତାହେଲେ ଆମକୁ ଈଶ୍ୱରଙ୍କଠାରୁ ଶିଖିବାକୁ ହେବ । ଶାସ୍ତ୍ରରେ ଲେଖାଅଛି, ଯିଏ ଈଶ୍ୱରଙ୍କ ଶୁଣେ “ସେ ଯାହା କରେ, ତାହା ସଫଳ ହେବ ।”—ଗୀତସଂହିତା ୧:୧-୩.

ମୁଁ ବହୁତ ଖୁସି ଅଛି ଏବଂ ମୋ ପାଖରେ ଯାହା ଅଛି ସେଥିରେ ମୁଁ ସନ୍ତୁଷ୍ଟ ଅଛି

କିଶୋର ନାମକ ଜଣେ ବ୍ୟକ୍ତି କହନ୍ତି, “ମୁଁ ଯେଉଁଠି ରହେ ସେଠାରେ ଲୋକମାନେ ବହୁତ ପାଠ ପଢ଼ନ୍ତି । ଯାହାଦ୍ୱାରା ସେମାନେ ବହୁତ ପଇସା ରୋଜଗାର କରିପାରିବେ ଏବଂ ନାମ ଅର୍ଜନ କରିପାରିବେ । କିନ୍ତୁ ଏପରି କଲା ପରେ ବି ସେମାନେ ଖୁସି ରହିପାରନ୍ତି ନାହିଁ । ପବିତ୍ର ଶାସ୍ତ୍ରରୁ ମୁଁ ଶିଖିଲି ଯେ ମୋତେ କେଉଁ କଥାଗୁଡ଼ିକ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍‌ । ପଇସା ବହୁତ କାମରେ ଆସେ । କିନ୍ତୁ ଏଥିରୁ ଆମକୁ ପ୍ରକୃତ ସାଙ୍ଗ ମିଳିପାରେ ନାହିଁ ଏବଂ ପ୍ରକୃତ ଖୁସି ମଧ୍ୟ ମିଳିପାରେ ନାହିଁ । ଶାସ୍ତ୍ରରୁ ମୁଁ ଜାଣିଲି ଯେ କାମ କରିବା ଜରୁରୀ । କିନ୍ତୁ ଆମେ ପଇସା ପଛରେ ଗୋଡ଼ାଇବା ଉଚିତ୍‌ ନୁହେଁ । ଏହି ପରାମର୍ଶକୁ ମାନି ଆଜି ମୁଁ ବହୁତ ଖୁସି ଅଛି ଏବଂ ମୋ ପାଖରେ ଯାହା ଅଛି ସେଥିରେ ମୁଁ ସନ୍ତୁଷ୍ଟ ଅଛି ।”

କିଶୋର ।

ଅଧିକ ଜାଣନ୍ତୁ:

ପଢ଼ିବା, ଚାକିରି ଓ ପଇସା ବିଷୟରେ ଈଶ୍ୱର ଆଉ କʼଣ ପରାମର୍ଶ ଦେଇଛନ୍ତି, ଏବିଷୟରେ ଜାଣିବା ପାଇଁ jw.org ୱେବ୍‌ସାଇଟକୁ ଯାଆନ୍ତୁ ଏବଂ ଶାସ୍ତ୍ରରୁ ଜାଣନ୍ତୁ > ସୁଖ ଓ ଶାନ୍ତି ଭାଗରେ ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ