ପାଠ ୦୫
ବାଇବଲକୁ ଈଶ୍ୱର ଲେଖାଇଛନ୍ତି
ଯିହୋବା ଆମକୁ ଏକ ବହୁମୂଲ୍ୟ ଉପହାର ଦେଇଛନ୍ତି । ତାହା ହେଉଛି, ବାଇବଲ । ଏଥିରେ ୬୬ଟି ଛୋଟ ଛୋଟ ବହି ଅଛି । କିନ୍ତୁ ପ୍ରଶ୍ନ ହେଉଛି, ‘ମଣିଷମାନଙ୍କ ପାଖକୁ ବାଇବଲ ଆସିଲା କେଉଁଠୁ ? ବାଇବଲକୁ କିଏ ଲେଖିଛି ?’ ଏହି ପାଠରେ ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ।
୧. ଯଦି ବାଇବଲକୁ ମଣିଷମାନେ ଲେଖିଛନ୍ତି, ତାହେଲେ ଏହା ଈଶ୍ୱରଙ୍କ ତରଫରୁ କିପରି ?
ବାଇବଲକୁ ଲେଖିବା ପାଇଁ ପ୍ରାୟ ୧,୬୦୦ ବର୍ଷ ଲାଗିଲା । ଖ୍ରୀଷ୍ଟ ପୂର୍ବ ୧୫୧୩ରେ ଏହାକୁ ଲେଖିବା ଆରମ୍ଭ କରାଯାଇଥିଲା ଏବଂ ୯୮ ଖ୍ରୀଷ୍ଟାବ୍ଦରେ ଏହାର ଲେଖିବା ଶେଷ ହୋଇଥିଲା । ଏହାକୁ ପ୍ରାୟ ୪୦ ଜଣ ଲୋକ ଲେଖିଥିଲେ । ସେମାନେ ପରସ୍ପରଠାରୁ ଭିନ୍ନ ଥିଲେ । ଯେପରି— ରାଜା, ମେଷପାଳକ ଓ ମାଛ ଧରାଳି । ତଥାପି ସେମାନଙ୍କ କଥା ପରସ୍ପର ସହ ମେଳ ଖାଉଥିଲା । ଏହା କିପରି ? କାରଣ ସମ୍ପୂର୍ଣ୍ଣ ବାଇବଲ ଈଶ୍ୱର ଲେଖାଇଛନ୍ତି । (୧ ଥେସଲନୀକୀୟ ୨:୧୩ ପଢ଼ନ୍ତୁ ।) ସେହି ଲୋକମାନେ ବାଇବଲରେ ନିଜ ମନ କଥା ଲେଖି ନ ଥିଲେ, ବରଂ ସେମାନେ ଯିହୋବା ଈଶ୍ୱରଙ୍କ କଥା ଲେଖିଥିଲେ । ଯିହୋବା ସେମାନଙ୍କୁ ନିଜ ‘ପବିତ୍ର ଶକ୍ତିa ଦ୍ୱାରା’ ନିଜ କଥା ଲେଖାଇଲେ । (୨ ପିତର ୧:୨୧) ତେଣୁ ଏହାକୁ ମଣିଷମାନେ ଲେଖିଥିଲେ ବି ଏହା ଈଶ୍ୱରଙ୍କ ତରଫରୁ ଅଟେ ।—୨ ତୀମଥି ୩:୧୬.
୨. କିଏ ବାଇବଲ ପଢ଼ିପାରିବେ ?
ଈଶ୍ୱର କହନ୍ତି, ‘ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶର ଲୋକ’ ବାଇବଲ ପଢ଼ିପାରିବେ ଏବଂ ସେଥିରୁ ଲାଭ ପାଇପାରିବେ । (ପ୍ରକାଶିତ ବାକ୍ୟ ୧୪:୬ ପଢ଼ନ୍ତୁ ।) ଆଉ ଆଜି ଆମେ ତାଙ୍କର ଏହି କଥା ପୂରା ହେଉଥିବାର ଦେଖୁଛୁ । ଆଜି ବାଇବଲ ଯେତିକି ଭାଷାରେ ଅଛି, ସେତିକି ଭାଷାରେ ଆଉ କୌଣସି ବହି ନାହିଁ । ତେଣୁ ଅଧିକାଂଶ ଲୋକ ନିଜ ଭାଷାରେ ବାଇବଲ ପଢ଼ିପାରିବେ, ଏପରିକି ସେମାନେ ଯେକୌଣସି ଜାଗାର ଥାʼନ୍ତୁ ନା କାହିଁକି ।
୩. ଯିହୋବା କିପରି ବାଇବଲକୁ ନଷ୍ଟ ହେବାରୁ ରକ୍ଷା କଲେ ?
ଆରମ୍ଭରେ ବାଇବଲକୁ ଏପରି ଜିନିଷଗୁଡ଼ିକରେ ଲେଖା ଯାଉଥିଲା, ଯାହା ଶୀଘ୍ର ଖରାପ ହୋଇ ଯାଉଥିଲା । କିନ୍ତୁ ବାଇବଲକୁ ଆଦର କରୁଥିବା କିଛି ଲୋକ ବହୁତ ଧ୍ୟାନର ସହ ଏହାର ଅନେକ ନକଲ ପ୍ରସ୍ତୁତ କଲେ । ଆଉ, ଯେତେବେଳେ ବାଇବଲକୁ ପସନ୍ଦ କରୁ ନ ଥିବା ଲୋକମାନେ ଏହାକୁ ନଷ୍ଟ କରିବା ପାଇଁ ଚେଷ୍ଟା କଲେ, ସେତେବେଳେ ମଧ୍ୟ କିଛି ଲୋକ ନିଜ ଜୀବନକୁ ବିପଦରେ ପକାଇ ଏହାକୁ ସୁରକ୍ଷିତ ରଖିଲେ । ନିଜ ବାର୍ତ୍ତା ଆମ ପାଖରେ ପହଞ୍ଚାଇବା ପାଇଁ ଯିହୋବାଙ୍କୁ କେହି ବି ରୋକିପାରିଲେ ନାହିଁ । ବାଇବଲରେ ଲେଖାଅଛି, “ପରମେଶ୍ୱରଙ୍କ ବାକ୍ୟ ଅନନ୍ତକାଳସ୍ଥାୟୀ ।”—ଯିଶାଇୟ ୪୦:୮.
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଈଶ୍ୱର ଲୋକମାନଙ୍କୁ ବାଇବଲ ଲେଖିବା ପାଇଁ କିପରି ପ୍ରେରିତ କଲେ, ବାଇବଲକୁ ସୁରକ୍ଷିତ କିପରି ରଖିଲେ ଏବଂ ସମସ୍ତ ମଣିଷମାନଙ୍କ ପାଖକୁ କିପରି ପହଞ୍ଚାଇଲେ ।
୪. ବାଇବଲରେ ହିଁ କୁହାଯାଇଛି ଯେ ଏହାର ଲେଖକ କିଏ
ଭିଡିଓ ଦେଖନ୍ତୁ । ତାʼପରେ ୨ ତୀମଥି ୩:୧୬ ପଢ଼ନ୍ତୁ ଏବଂ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।
ଯଦି ମଣିଷମାନେ ବାଇବଲକୁ ଲେଖିଛନ୍ତି, ତାହେଲେ ଏହାକୁ ଈଶ୍ୱରଙ୍କ ବାକ୍ୟ ବୋଲି କାହିଁକି କୁହାଯାଏ ?
ଯିହୋବା ସ୍ୱର୍ଗରେ ରହନ୍ତି । ତାହେଲେ ଆପଣଙ୍କୁ କିପରି ଲାଗେ, କʼଣ ସେ ସେଠାରୁ ନିଜ ମନ କଥା ମଣିଷମାନଙ୍କୁ ଜଣାଇପାରନ୍ତି ?
ଚିଠି ଯେକେହି ଲେଖିଥିଲେ ବି ତାହା ମାଲିକର ହୋଇଥାଏ । ଠିକ୍ ସେହିପରି, ବାଇବଲକୁ ମଣିଷମାନେ ଲେଖିଥିଲେ ବି ତାହା ଈଶ୍ୱରଙ୍କର ଅଟେ
୫. ବାଇବଲକୁ ନଷ୍ଟ କରିବା ପାଇଁ ବହୁତ ଚେଷ୍ଟା କରାଗଲା, ତଥାପି ଏହା ଆଜି ପର୍ଯ୍ୟନ୍ତ ଅଛି
ବାଇବଲ ଈଶ୍ୱରଙ୍କ ତରଫରୁ ଅଟେ । ତେଣୁ ସେ ଆଜି ପର୍ଯ୍ୟନ୍ତ ଏହାକୁ ସୁରକ୍ଷିତ ରଖିଛନ୍ତି । ପ୍ରାଚୀନ କାଳର ଧର୍ମଗୁରୁମାନେ ଲୋକମାନଙ୍କୁ ବାଇବଲ ପଢ଼ିବାକୁ ଦେଉ ନ ଥିଲେ । ଏପରିକି ବାଇବଲକୁ ପସନ୍ଦ କରୁ ନ ଥିବା କିଛି ଲୋକମାନେ ମଧ୍ୟ ଏହାକୁ ନଷ୍ଟ କରିବା ପାଇଁ ଚେଷ୍ଟା କଲେ । କିନ୍ତୁ କିଛି ଲୋକ ନିଜ ଜୀବନକୁ ବିପଦରେ ପକାଇ ବାଇବଲକୁ ସୁରକ୍ଷିତ ରଖିଲେ । ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।
ବାଇବଲକୁ ରକ୍ଷା କରିବା ପାଇଁ ବହୁତ କିଛି କରାଯାଇଛି । କʼଣ ଏହା ଜାଣି ଆପଣଙ୍କୁ ବାଇବଲ ପଢ଼ିବା ପାଇଁ ଇଚ୍ଛା ହେଉନି ଏବଂ କାହିଁକି ?
ଗୀତସଂହିତା ୧୧୯:୯୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ବାଇବଲକୁ ଅନୁବାଦ କରିବା ଓ ତାହା ଅନ୍ୟମାନଙ୍କ ପାଖକୁ ପହଞ୍ଚାଇବା ପାଇଁ କିଛି ଲୋକ ନିଜ ଜୀବନକୁ ବିପଦରେ କାହିଁକି ପକାଇଲେ ?
୬. ବାଇବଲ ସବୁ ଲୋକଙ୍କ ପାଇଁ ଅଟେ
ବାଇବଲ ସବୁଠାରୁ ଅଧିକ ଭାଷାରେ ମିଳୁଥିବା ବହି ଅଟେ । ଏହାକୁ ପୃଥିବୀର ପ୍ରାୟ ସବୁ ଦେଶର ଲୋକେ ନିଜ ଭାଷାରେ ପଢ଼ିପାରିବେ । ପ୍ରେରିତ ୧୦:୩୪, ୩୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଈଶ୍ୱର କାହିଁକି ଚାହାନ୍ତି ଯେ ତାଙ୍କ ବାକ୍ୟ ବାଇବଲ ଅଧିକରୁ ଅଧିକ ଭାଷାରେ ଓ ସମସ୍ତଙ୍କୁ ମିଳୁ ?
ଆପଣଙ୍କୁ ବାଇବଲ ବିଷୟରେ କʼଣ ଭଲ ଲାଗେ ?
ପୃଥିବୀର ପ୍ରାୟ
୧୦୦%
ଜନସଂଖ୍ୟା
ଏପରି ଭାଷାରେ ବାଇବଲ ପଢ଼ିପାରିବେ, ଯାହା ସେମାନେ ବୁଝନ୍ତି
ବାଇବଲ କିମ୍ବା ତାର କିଛି ବହି
୩,୦୦୦
ଭାଷାରୁ ବି ଅଧିକ ଭାଷାରେ
ଉପଲବ୍ଧ ଅଛି
ଏବେ ଯାଏଁ ପ୍ରାୟ
୫୦୦ କୋଟି
ବାଇବଲ ଛପାଯାଇଛି,
ଯାହା ଅନ୍ୟ ଯେକୌଣସି ବହିଠାରୁ ବହୁତ ଅଧିକ
କିଛି ଲୋକ କହନ୍ତି: “ବାଇବଲ ତ ମଣିଷମାନେ ଲେଖିଛନ୍ତି ।”
ଆପଣ କʼଣ ଭାବନ୍ତି ?
ଆମେ କିପରି ଜାଣୁ ଯେ ବାଇବଲ ଈଶ୍ୱରଙ୍କ ବାକ୍ୟ ଅଟେ ?
ଆମେ କʼଣ ଶିଖିଲୁ ?
ବାଇବଲ ଈଶ୍ୱରଙ୍କ ବାକ୍ୟ ଅଟେ ଏବଂ ସେ ଏହାକୁ ସବୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି ।
ଆପଣ କʼଣ କହିବେ ?
ଯଦି ବାଇବଲକୁ ମଣିଷମାନେ ଲେଖିଛନ୍ତି, ତାହେଲେ ଏହା ଈଶ୍ୱରଙ୍କ ତରଫରୁ କିପରି ?
ବାଇବଲକୁ ଯେପରି ସୁରକ୍ଷିତ ରଖାଗଲା, ଅନୁବାଦ କରାଗଲା ଏବଂ ସମସ୍ତଙ୍କ ପାଖକୁ ପହଞ୍ଚାଇ ଦିଆଗଲା, ସେବିଷୟରେ ଆପଣଙ୍କୁ କʼଣ କʼଣ ଭଲ ଲାଗିଲା ?
ଈଶ୍ୱର ନିଜ କଥା ଆପଣଙ୍କ ପାଖକୁ ପହଞ୍ଚାଇବା ପାଇଁ ଯାହା କଲେ, ତାହା ଜାଣି ଆପଣଙ୍କୁ କିପରି ଲାଗେ ?
ଅଧିକ ଜାଣନ୍ତୁ
ଜାଣନ୍ତୁ ଯେ ପ୍ରାଚୀନ କାଳରୁ ନେଇ ଆଜିର ସମୟ ପର୍ଯ୍ୟନ୍ତ ବାଇବଲ କିପରି ଆମ ପାଖକୁ ପହଞ୍ଚିଲା ।
“ବାଇବଲ ଆମ ପାଖକୁ କିପରି ପହଞ୍ଚିଲା ?” (ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦ-ହି, ଅତିରିକ୍ତ ଲେଖା କ୩)
ଜାଣନ୍ତୁ ଯେ କେଉଁ ତିନୋଟି ସମସ୍ୟା ସତ୍ତ୍ୱେ ବାଇବଲ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଅଛି ।
“ବାଇବଲ—ଏପରି ଏକ ବହି ଯାହାକୁ କେହି ନଷ୍ଟ କରିପାରିଲେନି” (ପ୍ରହରୀଦୁର୍ଗ ଲେଖା-ହି)
ଜାଣନ୍ତୁ ଯେ ବାଇବଲକୁ ଅନୁବାଦ କରିବା ପାଇଁ ଲୋକମାନଙ୍କୁ କେଉଁ କେଉଁ ସମସ୍ୟାର ସାମନା କରିବାକୁ ପଡ଼ିଲା ।
ବାଇବଲର ଅନେକଗୁଡ଼ିଏ ନକଲ ପ୍ରସ୍ତୁତ କରାଗଲା ଏବଂ ଅନୁବାଦ କରାଗଲା । ଆମେ କିପରି ଭରସା କରିପାରିବା ଯେ ଏଥିରେ ସେହି କଥା ଲେଖାଅଛି, ଯାହା ଆରମ୍ଭରେ ଈଶ୍ୱର ଲେଖାଇଥିଲେ ?
“କʼଣ ବାଇବଲରେ ଲେଖାଥିବା କଥାଗୁଡ଼ିକରେ କିଛି ପରିବର୍ତ୍ତନ କରାଯାଇଛି ?” (jw.org ୱେବସାଇଟ୍ରେ ଥିବା ଲେଖା)