ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“କଥାବାର୍ତ୍ତା କିପରି କରିବା ?” ଭାଗରେ ଦିଆଯାଇଥିବା ପରାମର୍ଶ
“କଥାବାର୍ତ୍ତା କିପରି କରିବା ?” ଭାଗରେ ବହୁତ ଭାବିଚିନ୍ତି ପରାମର୍ଶ ଦିଆଯାଏ । ଅନେକ ପ୍ରଚାରକ ଏହାକୁ ଆପଣାଇ ଭଲଭାବେ କଥାବାର୍ତ୍ତା କରିପାରନ୍ତି । କିନ୍ତୁ ପ୍ରତ୍ୟେକ ଜାଗାର ପରିସ୍ଥିତି ଅଲଗା ଥାଏ । ତେଣୁ ପ୍ରଚାରରେ ନିଜ ଅଞ୍ଚଳର ଲୋକମାନଙ୍କୁ ଧ୍ୟାନରେ ରଖି ପରାମର୍ଶରେ ଦିଆଯାଇଥିବା ପ୍ରଶ୍ନ, ପଦ ଏବଂ ଆର ଥରକୁ ପାଇଁ ପ୍ରଶ୍ନକୁ ବଦଳାଇପାରିବେ । କିମ୍ବା ଆପଣ ଚାହିଁଲେ ବିଷୟକୁ ହିଁ ପୂରାପୂରି ବଦଳାଇପାରିବେ । କିନ୍ତୁ ଯଦି ବିଶେଷ ଅଭିଯାନ ହୁଏ, ତାହେଲେ ଆମେ ତାʼପାଇଁ ଦିଆଯାଇଥିବା ନିର୍ଦ୍ଦେଶ ମାନିବା ଉଚିତ୍ । ଆମେ ଯାହା ମଧ୍ୟ ଉପାୟ ଆପଣାଇବା, ଆମ ସମସ୍ତଙ୍କ ଲକ୍ଷ୍ୟ ଏହା ହିଁ ଯେ ଆମେ ଯୀଶୁଙ୍କ ଆଜ୍ଞା ମାନିବା ଏବଂ ରାଜ୍ୟର ସୁସମାଚାର ଶୁଣାଇବା ।—ମାଥି ୨୪:୧୪.
କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ଯେତେବେଳେ ଆପଣ ସଭାରେ ବିଦ୍ୟାର୍ଥୀ ଭାଗ ପ୍ରଦର୍ଶନ କରନ୍ତି, ସେତେବେଳେ ଆପଣ ସେହି ବିଷୟ ଉପରେ କଥାବାର୍ତ୍ତା କରିବା ଉଚିତ୍, ଯେଉଁ ବିଷୟରେ “କଥାବାର୍ତ୍ତା କିପରି କରିବା ?” ଭାଗରେ ପରାମର୍ଶ ଦିଆଯାଇଛି । (ଯେପରି, ଜୁଲାଇ ଓ ଅଗଷ୍ଟର ବିଷୟ ହେଉଛି ଉଦାର ।) କିନ୍ତୁ ଆପଣ ଚାହିଁଲେ ନିଜ ଅଞ୍ଚଳ ହିସାବରେ ପ୍ରଶ୍ନ, ପଦ, ଆର ଥରକୁ ପାଇଁ ପ୍ରଶ୍ନ ଏବଂ ସେଟିଙ୍ଗ୍ ବଦଳାଇପାରିବେ । ଯଦି କୌଣସି ଭାଗରେ ଏପରି କରିବାର ନ ଥିବ, ତେବେ ଜଣାଇ ଦିଆଯିବ । ବିଦ୍ୟାର୍ଥୀ ଭାଗ ପାଇଁ ପୂର୍ବେ ଆମେ ଜୁନ୍ ୨୦୨୦ର ସଭା ପୁସ୍ତିକାର ୮ ପୃଷ୍ଠାରେ ଦିଆଯାଇଥିବା ନିର୍ଦ୍ଦେଶକୁ ମାନୁଥିଲୁ । କିନ୍ତୁ ଏବେଠୁ ଆମେ ଏହି ଲେଖାରେ ଦିଆଯାଇଥିବା ନିର୍ଦ୍ଦେଶକୁ ମାନିବା ।