ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w22 ଡିସେମ୍ବର ପୃଷ୍ଠା ୧୬-୨୧
  • ସମସ୍ୟା ସତ୍ତ୍ୱେ ଆପଣ ଶାନ୍ତି ପାଇପାରିବେ !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସମସ୍ୟା ସତ୍ତ୍ୱେ ଆପଣ ଶାନ୍ତି ପାଇପାରିବେ !
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯେବେ କୌଣସି ରୋଗ ବ୍ୟାପେ
  • ଯେବେ କୌଣସି ବିପତ୍ତି ଆସେ
  • ଯେବେ ଅତ୍ୟାଚାର କରାଯାଏ
  • ‘ଶାନ୍ତିଦାତା ଈଶ୍ୱର ଆମର ସହବର୍ତ୍ତୀ ହେବେ’
  • ସମସ୍ୟା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
w22 ଡିସେମ୍ବର ପୃଷ୍ଠା ୧୬-୨୧

ଅଧ୍ୟୟନ ଲେଖା ୫୧

ସମସ୍ୟା ସତ୍ତ୍ୱେ ଆପଣ ଶାନ୍ତି ପାଇପାରିବେ !

“ତୁମ୍ଭମାନଙ୍କ ହୃଦୟ ଉଦ୍‌ବିଗ୍ନ [‘ଦୁଃଖରେ ଭାଙ୍ଗି ନ ପଡ଼ୁ,’ NWT] କି ଭୟଗ୍ରସ୍ତ ନ ହେଉ ।”—ଯୋହ. ୧୪:୨୭.

ଗୀତ ୧୧୨ ୟହୋୱା, ଶାନ୍ତି କା ପରମେଶ୍ୱର

ଲେଖାର ଝଲକa

୧. ଈଶ୍ୱରଙ୍କ ଶାନ୍ତି କʼଣ ଅଟେ ଓ ଏଥିରୁ କʼଣ ହୋଇପାରେ ? (ଫିଲିପ୍‌ପୀୟ ୪:୬, ୭)

ବାଇବଲରେ ଏପରି ଶାନ୍ତି ବିଷୟରେ କୁହାଯାଇଛି ଯାହା ବିଷୟରେ ଲୋକମାନଙ୍କୁ ଜଣାନାହିଁ । ଏହା ଈଶ୍ୱରଙ୍କ ଶାନ୍ତି ଅଟେ । ଏହା ଏପରି ଶାନ୍ତି ଅଟେ ଯାହା ଆମକୁ ସେସମୟରେ ମିଳେ ଯେବେ ଯିହୋବାଙ୍କ ସହ ଆମ ଭଲ ସମ୍ପର୍କ ଥାଏ । ଈଶ୍ୱରଙ୍କ ଶାନ୍ତି ଥିବା ଯୋଗୁଁ ଆମେ ସୁରକ୍ଷିତ ଅନୁଭବ କରୁ । (ଫିଲିପ୍‌ପୀୟ ୪:୬, ୭ ପଢ଼ନ୍ତୁ ।) ଆଉ ଆମେ ଭାଇଭଉଣୀଙ୍କ ସହ ଭଲ ସାଙ୍ଗ ହୋଇପାରୁ । କାରଣ ସେମାନେ ମଧ୍ୟ ଯିହୋବାଙ୍କୁ ପ୍ରେମ କରନ୍ତି । ତାʼଛଡ଼ା ଆମେ ଶାନ୍ତିଦାତା ଈଶ୍ୱର ଯିହୋବାଙ୍କ ନିକଟତର ହୋଇପାରୁ । (୧ ଥେସ. ୫:୨୩) ଯେବେ ଆମେ ଈଶ୍ୱରଙ୍କୁ ଭଲଭାବେ ଜାଣିବାକୁ ଲାଗୁ, ତାଙ୍କୁ ଭରସା କରୁ ଓ ତାଙ୍କ ଆଜ୍ଞା ପାଳନ କରୁ ତେବେ ସମସ୍ୟା ଆସିବା ସତ୍ତ୍ୱେ ମଧ୍ୟ ଆମେ ଅତ୍ୟଧିକ ଚିନ୍ତା କରି ନ ଥାଉ ।

୨. ଆମେ କାହିଁକି କହିପାରିବା ଯେ ସମସ୍ୟା ସତ୍ତ୍ୱେ ମଧ୍ୟ ଈଶ୍ୱରଙ୍କ ଶାନ୍ତି ପାଇବା ସମ୍ଭବ ଅଟେ ?

୨ କିନ୍ତୁ ଯେବେ କୌଣସି ରୋଗ ବ୍ୟାପିଯାଏ, ବିପତ୍ତି ଆସେ, ଦଙ୍ଗା ହୁଏ କିମ୍ବା ଅତ୍ୟାଚାର କରାଯାଏ ତେବେ ଡର ତ ଲାଗେ ହିଁ । କʼଣ ତେବେ ବି ଆମକୁ ଈଶ୍ୱରଙ୍କ ଶାନ୍ତି ମିଳିପାରିବ । ଧ୍ୟାନ ଦିଅନ୍ତୁ, ଯୀଶୁ ନିଜ ଶିଷ୍ୟମାନଙ୍କୁ କʼଣ କହିଲେ, “ତୁମ୍ଭମାନଙ୍କ ହୃଦୟ ଉଦ୍‌ବିଗ୍ନ [‘ଦୁଃଖରେ ଭାଙ୍ଗି ନ ପଡ଼ୁ,’ NWT] କି ଭୟଗ୍ରସ୍ତ ନ ହେଉ ।” (ଯୋହ. ୧୪:୨୭) ଅନେକ ଭାଇଭଉଣୀମାନେ ଯୀଶୁଙ୍କ ଏହି କଥାକୁ ମାନିଛନ୍ତି ଓ ଯିହୋବାଙ୍କ ସାହାଯ୍ୟରୁ ସେମାନେ ସମସ୍ୟା ସତ୍ତ୍ୱେ ଶାନ୍ତ ରହିପାରିଛନ୍ତି ।

ଯେବେ କୌଣସି ରୋଗ ବ୍ୟାପେ

୩. ମହାମାରୀ ବ୍ୟାପିବା ଯୋଗୁଁ ଆମ ଶାନ୍ତି କିପରି ଚାଲି ଯାଇପାରେ ?

୩ ଯେବେ କୌଣସି ମହାମାରୀ ବ୍ୟାପେ, ତେବେ ଆମ ଜୀବନ ପୂରାପୂରି ବଦଳିଯାଏ । ଭାବନ୍ତୁ, ଯେବେ କୋଭିଡ୍‌-୧୯ ମହାମାରୀ ବ୍ୟାପିଲା, ତେବେ କʼଣ ହେଲା ? ଲୋକମାନଙ୍କ ଜୀବନ ପୂରାପୂରି ବଦଳିଗଲା । ଅନେକ ଲୋକମାନଙ୍କ ଗୋଟିଏ ସର୍ଭେ ନିଆଗଲା ଓ ସେମାନଙ୍କ ମଧ୍ୟରୁ ଅଧାରୁ ବି ବେଶି ଲୋକମାନେ କହିଲେ ଯେ ସେମାନେ ଭଲଭାବେ ଶୋଇ ପାରୁନାହାନ୍ତି । ମହାମାରୀ ଆରମ୍ଭ ହେବା ପରେ ଲୋକମାନଙ୍କୁ ବହୁତ ଚିନ୍ତା ହେବାକୁ ଲାଗିଲା । ସେମାନେ ଡିପ୍ରେସନ୍‌ରେ ଚାଲିଗଲେ, ଅତ୍ୟଧିକ ମଦ ପିଇଲେ ଓ କିଛି ଲୋକମାନେ ଡ୍ରଗ୍ସ ନେବାକୁ ଲାଗିଲେ । ରିପୋର୍ଟରୁ ଜଣାପଡ଼େ ଯେ ପରିବାରରେ ଆହୁରି ମାରପିଟ୍‌ ହେବାକୁ ଲାଗିଲା ଓ ଅନେକ ଲୋକମାନେ ନିଜ ଜୀବନ ନେବାକୁ ଚେଷ୍ଟା କଲେ । ଯଦି ଆପଣଙ୍କ ଅଞ୍ଚଳରେ କୌଣସି ରୋଗ ବ୍ୟାପିଛି, ତାହେଲେ “ଈଶ୍ୱରଙ୍କ ଶାନ୍ତି” ପାଇବା ପାଇଁ ଓ ଅତ୍ୟଧିକ ଚିନ୍ତା ନ କରିବା ପାଇଁ ଆପଣ କʼଣ କରିପାରିବେ ?

୪. ଯୀଶୁ ଶେଷକାଳ ବିଷୟରେ ଯାହା କହିଥିଲେ, ତାହା ଧ୍ୟାନରେ ରଖିଲେ ଆମେ କିପରି ଶାନ୍ତ ରହିପାରିବା ?

୪ ଯୀଶୁ ପୂର୍ବରୁ ହିଁ କହିଥିଲେ ଯେ ଶେଷକାଳରେ “ସ୍ଥାନେ ସ୍ଥାନେ ମହାମାରୀ” ବ୍ୟାପିବ । (ଲୂକ ୨୧:୧୧) ଏହି କଥାକୁ ଧ୍ୟାନରେ ରଖିଲେ ଆମେ ଶାନ୍ତ କିପରି ରହିପାରୁ ? ଯେବେ ଅନେକ ରୋଗ ବ୍ୟାପିଯାଏ, ତେବେ ଆମକୁ ଆଶ୍ଚର୍ଯ୍ୟ ହେବା କଥା ନୁହେଁ, କାରଣ ଆମକୁ ଜଣା ଯେ ଏପରି ତ ହେବ ହିଁ । ତେଣୁ ଯଦି ଆମକୁ ଏପରି ଖବରଗୁଡ଼ିକ ଶୁଣିବାକୁ ମିଳେ, ତେବେ ଆସନ୍ତୁ ଆମେ ଯୀଶୁଙ୍କ ଏହି ପରାମର୍ଶକୁ ମାନିବା: ‘ତୁମ୍ଭେମାନେ ବ୍ୟାକୁଳ ହେବ ନାହିଁ ।’—ମାଥି. ୨୪:୬.

ଜଣେ ଭଉଣୀ ହେଡଫୋନ୍‌ ଲଗାଇଛନ୍ତି ଓ ନିଜ ଟ୍ୟାବଲେଟ୍‌ରେ ଗୋଟିଏ ଅଡିଓ ରେକଡିଙ୍ଗ୍‌ ଶୁଣୁଛନ୍ତି ।

ଯଦି ଆପଣଙ୍କ ଅଞ୍ଚଳରେ କୌଣସି ରୋଗ ବ୍ୟାପିଛି ତାହେଲେ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣି ଆପଣଙ୍କୁ ଶାନ୍ତି ମିଳିପାରିବ (ପାରାଗ୍ରାଫ ୫)

୫. (କ) ଯେବେ କୌଣସି ରୋଗ ବ୍ୟାପେ, ତେବେ ଫିଲିପ୍‌ପୀୟ ୪:୮, ୯ ପଦ ମୁତାବକ ଆମେ କେଉଁ କଥା ପାଇଁ ପ୍ରାର୍ଥନା କରିପାରିବା ? (ଖ) ଯଦି ଆପଣ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣନ୍ତି, ତେବେ ଆପଣଙ୍କୁ କʼଣ ଲାଭ ହେବ ?

୫ ଯେବେ କୌଣସି ରୋଗ ବ୍ୟାପିବାକୁ ଲାଗେ, ତେବେ ହୁଏତ ଆମେ ଡରି ଯାଉ ଓ ଏହା ଭାବି ଚିନ୍ତା କରିବାକୁ ଲାଗୁ ଯେ ଆଗକୁ କʼଣ ହେବ । ଭଉଣୀ ଡେଜିଙ୍କ ସହ ମଧ୍ୟ ଏପରି ହିଁ ହେଲା ।b ତାଙ୍କ କାକା, ବଡ଼ ବାପାଙ୍କ ପୁଅ ଓ ଡାକ୍ତରଙ୍କ କୋଭିଡ୍‌-୧୯ ଯୋଗୁଁ ମୃତ୍ୟୁ ହୋଇଗଲା । ତେଣୁ ଭଉଣୀଙ୍କୁ ଡର ଲାଗୁଥିଲା ଯେ ତାଙ୍କୁ କୋଭିଡ୍‌ ନ ହେଉ, କାରଣ ଯଦି ତାଙ୍କୁ କୋଭିଡ୍‌ ହୁଅନ୍ତା, ତାହେଲେ ତାଙ୍କ ବୃଦ୍ଧ ମାଆଙ୍କୁ ମଧ୍ୟ ହେବାର ସମ୍ଭାବନା ଥିଲା । ତାଙ୍କୁ ଏହା ବି ଚିନ୍ତା ଥିଲା ଯେ ଯଦି ତାଙ୍କ ଚାକିରି ଚାଲିଯିବ ତେବେ ତାଙ୍କ ଘର କିପରି ଚଳିବ । ଦିନସାରା ତାଙ୍କ ମନରେ ଏହା ହିଁ ଚିନ୍ତା ଲାଗି ରହୁଥିଲା ଓ ତାʼଯୋଗୁଁ ସେ ଭଲଭାବେ ଶୋଇ ବି ପାରୁ ନ ଥିଲେ । ସେ ଶାନ୍ତ ରହିବା ପାଇଁ କʼଣ କଲେ ? ସେ ଯିହୋବାଙ୍କୁ ବିଶେଷ କରି ଏକଥା ପାଇଁ ପ୍ରାର୍ଥନା କଲେ ଯେ ସେ ତାଙ୍କୁ ମନର ଶାନ୍ତି ଦିଅନ୍ତୁ ଓ ସେ ଭଲ କଥାଗୁଡ଼ିକ ବିଷୟରେ ଭାବିପାରନ୍ତୁ । (ଫିଲିପ୍‌ପୀୟ ୪:୮, ୯ ପଢ଼ନ୍ତୁ ।) ତାʼପରେ ସେ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣିଲେ ଓ ଏପରି ଭାବେ ସେ ସତେ ଯେପରି ଯିହୋବାଙ୍କୁ ନିଜ ସହିତ କଥା ହେବାକୁ ଦେଲେ । ସେ କହନ୍ତି, “ବାଇବଲର ପଦ ଏପରି ପଢ଼ାଯାଇଛି ଯେ ତାହା ଶୁଣି ମୋତେ ବହୁତ ଶାନ୍ତି ମିଳିଲା ଓ ମୁଁ ଅନୁଭବ କରିପାରିଲି ଯେ ଯିହୋବା ମୋର କେତେ ଚିନ୍ତା କରନ୍ତି ।”—ଗୀତ. ୯୪:୧୯.

୬. ବ୍ୟକ୍ତିଗତ ଅଧ୍ୟୟନ କରି ଓ ସଭାଗୁଡ଼ିକରେ ଯାଇ ଆପଣଙ୍କୁ କʼଣ ଲାଭ ହେବ ?

୬ ଯେବେ କୌଣସି ଅଞ୍ଚଳରେ କୌଣସି ରୋଗ ବ୍ୟାପେ ତେବେ ଆମ ଜୀବନ ପ୍ରତିଦିନ ଭଳି ଚାଲେନି ବରଂ ସବୁକିଛି ବଦଳିଯାଏ । କିନ୍ତୁ ଯାହା ବି ହୋଇଯାଉ ନା କାହିଁକି, ଆପଣ ବ୍ୟକ୍ତିଗତ ଅଧ୍ୟୟନ କରିବା ଓ ସଭାରେ ଯିବା ଛାଡ଼ନ୍ତୁ ନାହିଁ । ଆମ ଅନେକ ଭିଡିଓ ଓ ପ୍ରକାଶନଗୁଡ଼ିକରୁ ଆପଣଙ୍କୁ ଏପରି ଭାଇଭଉଣୀଙ୍କ ଅନୁଭୂତି ମିଳିବ, ଯେଉଁମାନେ ଆପଣଙ୍କ ଭଳି ସମସ୍ୟାର ସାମନା କରୁଛନ୍ତି, ତଥାପି ସେମାନେ ଯିହୋବାଙ୍କ ସେବା କରିବା ଛାଡ଼ିଲେ ନାହିଁ । ଏହି ଅନୁଭୂତିଗୁଡ଼ିକରୁ ଆପଣଙ୍କୁ ସାହସ ମିଳିବ । (୧ ପିତ. ୫:୯) ଆଉ ସଭାଗୁଡ଼ିକରେ ଯାଇ ଆପଣ ବାଇବଲରେ ଲେଖାଥିବା କଥାଗୁଡ଼ିକ ଉପରେ ଧ୍ୟାନ ଦେଇପାରିବେ ଓ ଭଲ କଥାଗୁଡ଼ିକ ଉପରେ ଭାବିପାରିବେ । ଏଥିରୁ ଆପଣଙ୍କୁ ସାହସ ତ ମିଳିବ, ତାʼସହ ଆପଣ ଅନ୍ୟମାନଙ୍କର ମଧ୍ୟ ସାହସ ବଢ଼ାଇପାରିବେ । (ରୋମୀ. ୧:୧୧, ୧୨) ଯେବେ ଆପଣ ଭାବିବେ ଯେ ଯିହୋବା କିପରି ସେହି ଭାଇଭଉଣୀମାନଙ୍କ ସାହାଯ୍ୟ କରିଲେ ଯେଉଁମାନେ ରୋଗରେ ପୀଡ଼ିତ ଥିଲେ, ଡରୁଥିଲେ ଓ ଏକୁଟିଆ ଅନୁଭବ କରୁଥିଲେ ତେବେ ଆପଣଙ୍କ ବିଶ୍ୱାସ ବଢ଼ିବ ଓ ଆପଣଙ୍କୁ ଭରସା ହୋଇଯିବ ଯେ ଯିହୋବା ଆପଣଙ୍କୁ ମଧ୍ୟ ସାହାଯ୍ୟ କରିବେ ।

୭. ଆପଣ ପ୍ରେରିତ ଯୋହନଙ୍କଠାରୁ କʼଣ ଶିଖିପାରିବେ ?

୭ ଆଉ ଗୋଟିଏ କଥା, ଭାଇଭଉଣୀଙ୍କ ସହ କଥା ହେବା ଜାରି ରଖନ୍ତୁ । ରୋଗ ବ୍ୟାପିବା ଯୋଗୁଁ ହୁଏତ ଆମକୁ ପରସ୍ପରଠାରୁ ଦୂରେଇ ରହିବାକୁ ପଡ଼ିବ । ତେବେ ହୁଏତ ଆମେ ପ୍ରେରିତ ଯୋହନଙ୍କ ଭଳି ଅନୁଭବ କରିବା । ସେ ନିଜ ସାଙ୍ଗ ଗାୟୁଙ୍କ ସହିତ ସାମନାରେ ବସି କଥା ହେବା ପାଇଁ ଚାହୁଁଥିଲେ, କିନ୍ତୁ ପରିସ୍ଥିତି ଯୋଗୁଁ ସେ ଏପରି କରିପାରୁ ନ ଥିଲେ । (୩ ଯୋହ. ୧୩, ୧୪) ତେଣୁ ସେ ଯାହା କରିପାରନ୍ତେ, ତାହା ସେ କଲେ । ସେ ଗାୟୁଙ୍କୁ ଚିଠି ଲେଖିଲେ । ଯଦି ଆପଣ ମଧ୍ୟ ଭାଇଭଉଣୀଙ୍କ ସହ ଭେଟିପାରୁ ନାହାନ୍ତି ତେବେ ସେମାନଙ୍କୁ ଫୋନ୍‌, ଭିଡିଓ କଲ୍‌ କରିବା କିମ୍ବା ମେସେଜ ପଠାଇବା ପାଇଁ ଚେଷ୍ଟା କରନ୍ତୁ । ଯେବେ ଆପଣ ସେମାନଙ୍କ ସହ କଥା କରିବା ଜାରି ରଖିବେ ତେବେ ଆପଣ ଏକୁଟିଆ ଅନୁଭବ କରିବେ ନାହିଁ ଓ ଶାନ୍ତ ରହିପାରିବେ । ଆଉ ଯଦି ଆପଣଙ୍କୁ ଅତ୍ୟଧିକ ଚିନ୍ତା ହେଉଛି, ତେବେ ଆପଣ ପ୍ରାଚୀନମାନଙ୍କ ସହ ମଧ୍ୟ କଥା ହୋଇପାରିବେ । ସେମାନେ ନିଶ୍ଚୟ ଆପଣଙ୍କ ସାହସ ବଢ଼ାଇବେ ।—ଯିଶା. ୩୨:୧, ୨.

ଯେବେ କୌଣସି ବିପତ୍ତି ଆସେ

୮. କୌଣସି ବିପତ୍ତି ଆସିଲେ ଆପଣଙ୍କ ଶାନ୍ତି କିପରି ଚାଲି ଯାଇପାରେ ?

୮ କʼଣ ଆପଣ ଯେଉଁ ଜାଗାରେ ରହନ୍ତି ସେହି ଜାଗାରେ କେବେ ବନ୍ୟା, ଭୂମିକମ୍ପ ଆସିଛି କିମ୍ବା ନିଆଁ ଲାଗିଛି ? ହୁଏତ ସେବିଷୟରେ ଭାବି ଆପଣ ଏବେ ବି ଚିନ୍ତାରେ ପଡ଼ିଯାʼନ୍ତି । ଆଉ ଯଦି ସେସମୟରେ ଆପଣଙ୍କ କୌଣସି ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଯାଇଥିବ କିମ୍ବା ଆପଣଙ୍କର କିଛି କ୍ଷତି ହୋଇଯାଇଥିବ, ତେବେ ଆପଣଙ୍କୁ ବହୁତ ଦୁଃଖ ଲାଗିଥିବ, ହୁଏତ ଆପଣଙ୍କୁ ବହୁତ ରାଗ ବି ଲାଗିଥିବ । କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ଆପଣଙ୍କ ବିଶ୍ୱାସ ଦୁର୍ବଳ ପଡ଼ିଯାଇଛି କିମ୍ବା ଆପଣ ନିଜ ଜିନିଷକୁ ବହୁତ ଭଲ ପାଆନ୍ତି । ଏପରି ପରିସ୍ଥିତିର ସାମନା କରିବା ବହୁତ କଷ୍ଟ ହୁଏ ଓ ଏପରି ସମୟରେ ହୁଏତ ମନରେ ଓଲଟା ସିଧା କଥା ଚାଲୁଥିବ । ହୁଏତ ଲୋକମାନଙ୍କୁ ବି ଲାଗିପାରେ ଯେ ଆପଣଙ୍କ ଦୁଃଖି ରହିବା ଓ ଚିନ୍ତା କରିବା ଠିକ୍‌ ଅଟେ । (ଆୟୁ. ୧:୧୧) କିନ୍ତୁ ଆପଣ ତେବେ ବି ଶାନ୍ତ ରହିପାରିବେ । ତାହା କିପରି ?

୯. ଯୀଶୁ କʼଣ କହିଥିଲେ ଯେଉଁଥିରୁ ଆମେ ବିପତ୍ତିଗୁଡ଼ିକର ସାମନା କରିବା ପାଇଁ ପ୍ରସ୍ତୁତ ରହିପାରିବା ?

୯ ଦୁନିଆରେ ଅନେକ ଲୋକମାନଙ୍କୁ ଲାଗେ ଯେ ସେମାନେ ଯେଉଁ ଜାଗାରେ ରହୁଛନ୍ତି ସେଠାରେ କୌଣସି ବିପତ୍ତି ଆସିବ ନାହିଁ । କିନ୍ତୁ ଆମେ ଏପରି ଭାବି ନ ଥାଉ । ଆମେ ମନେ ରଖୁ ଯେ ଯୀଶୁ ଆମ ସମୟ ବିଷୟରେ କʼଣ ଭବିଷ୍ୟତବାଣୀ କରିଥିଲେ । ସେ କହିଥିଲେ ଯେ ବିନାଶ ଆସିବା ପୂର୍ବରୁ “ମହା ଭୂମିକମ୍ପ” ହେବ ଓ ଏପରି ହିଁ ଅନ୍ୟ ବିପତ୍ତିଗୁଡ଼ିକ ମଧ୍ୟ ଆସିବ । (ଲୂକ ୨୧:୧୧) ସେ ଏହା ବି କହିଥିଲେ ଯେ “ଅଧର୍ମ ବୃଦ୍ଧି” ପାଇବ । ଆଉ ଆଜି ଏପରି ହିଁ ହେଉଛି । ଆମକୁ ପ୍ରତିଦିନ ଅପରାଧ, ହିଂସା ଓ ଆତଙ୍କବାଦୀମାନଙ୍କ ଆକ୍ରମଣର ଖବର ଶୁଣିବାକୁ ମିଳେ । (ମାଥି. ୨୪:୧୨) ଯୀଶୁ ଏହା କହି ନ ଥିଲେ ଯେ ଏପରି ବିପତ୍ତିଗୁଡ଼ିକ କେବଳ ସେହି ଲୋକମାନଙ୍କ ଉପରେ ଆସେ ଯେଉଁମାନଙ୍କ ଉପରେ ଯିହୋବାଙ୍କ ଆଶିଷ ନ ଥାଏ । ଯିହୋବାଙ୍କ ଅନେକ ବିଶ୍ୱସ୍ତ ସେବକମାନଙ୍କୁ ମଧ୍ୟ ଏପରି ହିଁ ଅନେକ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିଥିଲା । ତେଣୁ ଆମେ ଏପରି ଭାବି ନ ଥାଉ ଯେ ଆମ ଉପରେ କେବେ ବି କୌଣସି ବିପତ୍ତି ଆସିବ ନାହିଁ । (ଯିଶା. ୫୭:୧; ୨ କରି. ୧୧:୨୫) ଆଉ ଯଦି କୌଣସି ବିପତ୍ତି ଆସେ, ତେବେ ହୁଏତ ଯିହୋବା କୌଣସି ଚମତ୍କାର କରି ଆମକୁ ରକ୍ଷା କରିବେନି, କିନ୍ତୁ ଆମେ ଭରସା ରଖିପାରିବା ଯେ ସେ ଶାନ୍ତ ରହିବା ପାଇଁ ଆମକୁ ସାହାଯ୍ୟ କରିବେ ।

୧୦. ବିପତ୍ତି ଆସିବା ପୂର୍ବରୁ ପ୍ରସ୍ତୁତି କରି ଆମେ କିପରି ଦେଖାଇପାରିବା ଯେ ଆମକୁ ଯିହୋବାଙ୍କ ଉପରେ ଭରସା ଅଛି ? (ହିତୋପଦେଶ ୨୨:୩)

୧୦ ଯଦି ଆମେ କୌଣସି ବିପତ୍ତି ଆସିବା କିମ୍ବା କୌଣସି ଦୁର୍ଘଟଣା ହେବା ପୂର୍ବରୁ ପ୍ରସ୍ତୁତି କରୁ ଯେ ଆମେ କʼଣ କରିବା, ତେବେ ଆମେ ସେହି ପରିସ୍ଥିତିରେ ଶାନ୍ତ ରହିପାରିବା । କିନ୍ତୁ କʼଣ ପୂର୍ବରୁ ପ୍ରସ୍ତୁତି କରିବାର ଅର୍ଥ ଏହା ଅଟେ ଯେ ଆମର ଯିହୋବାଙ୍କ ଉପରେ ଭରସା ଦୁର୍ବଳ ହୋଇଯାଇଛି ? ନୁହଁ, ପୂର୍ବରୁ ପ୍ରସ୍ତୁତି କରି ଆମେ ଦେଖାଉ ଯେ ଆମକୁ ଯିହୋବାଙ୍କ ଉପରେ ପୂରା ଭରସା ଅଛି । କାରଣ ସେ ନିଜେ ଚାହାନ୍ତି ଯେ ଆମେ ବିପତ୍ତି ଆସିବା ପୂର୍ବରୁ ପ୍ରସ୍ତୁତି କରୁ । ସେ ନିଜ ବାକ୍ୟରେ ଏହା ହିଁ ଲେଖାଇଛନ୍ତି । (ହିତୋପଦେଶ ୨୨:୩ ପଢ଼ନ୍ତୁ ।) ଅନେକଥର ଆମ ପତ୍ରିକାଗୁଡ଼ିକରେ ଓ ମଣ୍ଡଳୀର ସଭାଗୁଡ଼ିକରେ ଆମକୁ ବିପତ୍ତି ପାଇଁ ପୂର୍ବରୁ ପ୍ରସ୍ତୁତି କରିବାକୁ କୁହାଯାଏ ।c ମଝି ମଝିରେ ଏବିଷୟରେ ଘୋଷଣା ମଧ୍ୟ କରାଯାଏ । ଯଦି ଆମେ ଏବେଠାରୁ ଏହି ପରାମର୍ଶଗୁଡ଼ିକୁ ମାନିବା, ତେବେ ଜଣାପଡ଼ିବ ଯେ ଆମକୁ ଯିହୋବାଙ୍କ ଉପରେ ଭରସା ଅଛି ।

ଜଣେ ଭଉଣୀ ନିଜ ଗାଡ଼ିରେ ଅଛନ୍ତି ଓ ତାଙ୍କ ହାତରେ ଗୋଟିଏ ନକ୍ସା ଅଛି । ପାଖରେ ହିଁ ପାଣିର ବୋତଲ ଅଛି ଓ ଅନ୍ୟ ଆବଶ୍ୟକ ଜିନିଷଗୁଡ଼ିକ ଅଛି ।

ଯଦି ଆପଣ ବିପତ୍ତିଗୁଡ଼ିକର ସାମନା କରିବା ପାଇଁ ପୂର୍ବରୁ ପ୍ରସ୍ତୁତି କରନ୍ତି, ତାହେଲେ ଆପଣଙ୍କର ଜୀବନର ରକ୍ଷା ହୋଇପାରିବ (ପାରାଗ୍ରାଫ ୧୧)d

୧୧. ଭଉଣୀ ମାର୍ଗରେଟ୍‌ଙ୍କଠାରୁ ଆପଣ କʼଣ ଶିଖିଲେ ?

୧୧ ଧ୍ୟାନ ଦିଅନ୍ତୁ ଯେ ଭଉଣୀ ମାର୍ଗରେଟ୍‌ଙ୍କ ସହ କʼଣ ହେଲା । ଥରେ ତାଙ୍କ ଘର ପାଖରେ ଥିବା ଜଙ୍ଗଲରେ ନିଆଁ ଲାଗିଗଲା । ତେବେ ଅଧିକାରୀମାନେ ଆଦେଶ ଦେଲେ ଯେ ସେଠାରେ ରହୁଥିବା ସମସ୍ତ ଲୋକ ସେହି ଅଞ୍ଚଳକୁ ଛାଡ଼ି ଶୀଘ୍ର ବାହାରି ଯାଆନ୍ତୁ । ବହୁତ ଲୋକମାନେ ଏକାସହ ସେଠାରୁ ବାହାରିବା ପାଇଁ ଚେଷ୍ଟା କରୁଥିଲେ, ତେଣୁ ପୂରା ରାସ୍ତା ଜାମ୍‌ ହୋଇଯାଇଥିଲା । ଚାରିଆଡ଼େ କଳା ଧୂଆଁ ଥିଲା ଓ ଭଉଣୀ ମାର୍ଗରେଟ୍‌ ନିଜ ଗାଡ଼ିରୁ ବାହାରି ହିଁ ପାରୁ ନ ଥିଲେ । କିନ୍ତୁ ସେ ନିଜ ପର୍ସରେ ଗୋଟିଏ ନକ୍ସା ରଖିଥିଲେ, ଯେଉଁଥିରେ ସେହି ଅଞ୍ଚଳରୁ ବାହାରିବାର ଅନ୍ୟ ରାସ୍ତା ଥିଲା । ଭଉଣୀ ଆଗରୁ ହିଁ ସେହି ରାସ୍ତାକୁ ଥରେ ଦେଖି ନେଇଥିଲେ, ଯାହାଦ୍ୱାରା ଆବଶ୍ୟକ ସମୟରେ ତାଙ୍କୁ ସମସ୍ୟା ନ ହେଉ । ଏପରି ଭାବେ ପୂର୍ବରୁ ପ୍ରସ୍ତୁତି କରିବା ଯୋଗୁଁ ଭଉଣୀଙ୍କର ଜୀବନର ରକ୍ଷା ହେଲା ।

୧୨. ଆମକୁ ଅଧିକାରୀମାନଙ୍କ ଓ ସଂଗଠନରୁ ମିଳୁଥିବା ପରାମର୍ଶଗୁଡ଼ିକୁ କାହିଁକି ମାନିବା ଉଚିତ୍‌ ?

୧୨ ସମସ୍ତଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଅଧିକାରୀମାନେ ହୁଏତ କର୍ଫ୍ୟୁ ଲଗାଇଦେବେ, ଆମକୁ ନିଜ ଅଞ୍ଚଳ ଛାଡ଼ିଯିବା ପାଇଁ କହିବେ କିମ୍ବା ଅନ୍ୟ କୌଣସି ନିର୍ଦ୍ଦେଶ ଦେବେ । ଏପରି ସମୟରେ ହୋଇପାରେ କିଛି ଲୋକମାନେ ସେମାନଙ୍କର କଥା ମାନିବା ପାଇଁ ଡେରି କରିବେ କିମ୍ବା ସେମାନଙ୍କ କଥାକୁ ଏଡ଼ାଇ ଦେବେ, କାରଣ ସେମାନେ ନିଜ ଜିନିଷ ଛାଡ଼ିଯିବା ପାଇଁ ଚାହାନ୍ତି ନାହିଁ । କିନ୍ତୁ ଏପରି ସମୟରେ ଖ୍ରୀଷ୍ଟିୟାନମାନେ କʼଣ କରିବା ଉଚିତ୍‌ ? ବାଇବଲରେ ଲେଖାଅଛି, ‘ପ୍ରଭୁଙ୍କ ସକାଶେ ସମସ୍ତେ ମାନବୀୟ ବିଧାନର ବଶୀଭୂତ ହୁଅ, ସର୍ବପ୍ରଧାନ ରାଜା ହେଉନ୍ତୁ କିଅବା ତାହାଙ୍କ ଦ୍ୱାରା ପ୍ରେରିତ ଶାସନକର୍ତ୍ତାମାନେ ହେଉନ୍ତୁ ।’ (୧ ପିତ. ୨:୧୩, ୧୪) ଅନେକଥର ଆମକୁ ଯିହୋବାଙ୍କ ସଂଗଠନରୁ ମଧ୍ୟ ଅନେକ ପରାମର୍ଶ ମିଳେ । ଯେପରି ଆମକୁ ଅନେକଥର କୁହାଯାଇଛି ଯେ ଆମେ ପ୍ରାଚୀନମାନଙ୍କୁ ନିଜ ଫୋନ୍‌ ନମ୍ବର ଓ ଠିକଣା ଦେଉ, ଯାହାଦ୍ୱାରା ଆବଶ୍ୟକ ସମୟରେ ସେମାନେ ଆମ ସହିତ ସମ୍ପର୍କ କରିପାରିବେ । କʼଣ ଆପଣ ଏପରି କରିଛନ୍ତି ? ହୁଏତ ଆମକୁ ଏହି ପରାମର୍ଶ ମଧ୍ୟ ଦିଆଯିବ ଯେ ଆମକୁ ନିଜ ଘରେ ହିଁ ରହିବାର ଅଛି କିମ୍ବା ଆମକୁ ନିଜ ଘର ଛାଡ଼ି ଅନ୍ୟ ଜାଗାକୁ ଯିବାର ଅଛି । କିମ୍ବା ହୁଏତ ଆମକୁ କୁହାଯିବ ଯେ ଆମକୁ ଖାଇବା, ପିଇବାର ଜିନିଷ କିପରି ମିଳିବ କିମ୍ବା ଆମେ ଅନ୍ୟମାନଙ୍କ ସାହାଯ୍ୟ କିପରି କରିପାରିବା । ଯଦି ଆମେ ସେହି ପରାମର୍ଶଗୁଡ଼ିକୁ ମାନିବାନି ତେବେ ଆମ ଜୀବନ ବିପଦରେ ପଡ଼ିବ, ତାʼସହ ଆମେ ପ୍ରାଚୀନମାନଙ୍କ ଜୀବନ ମଧ୍ୟ ବିପଦରେ ପକାଇପାରିବା । ମନେରଖନ୍ତୁ, ଏହି ବିଶ୍ୱସ୍ତ ଭାଇମାନେ ଆମ ନେତୃତ୍ୱ ନିଅନ୍ତି ତେଣୁ କେବେ ବି ଆମେ ତାଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରିବା ପାଇଁ ଚାହିଁବାନି । (ଏବ୍ରୀ ୧୩:୧୭) ଧ୍ୟାନ ଦିଅନ୍ତୁ ଯେ ଏବିଷୟରେ ଭଉଣୀ ମାର୍ଗରେଟ୍‌ କʼଣ କହିଲେ: “ମୁଁ ପ୍ରାଚୀନମାନଙ୍କ କଥା ମାନିଲି, ସଂଗଠନରୁ ଯେଉଁ ପରାମର୍ଶ ଦିଆଯାଏ ତାହା ମାନିଲି, ତେବେ ଯାଇ ମୋʼ ଜୀବନ ରକ୍ଷା ହେଲା ।”

୧୩. ଯେଉଁ ଭାଇଭଉଣୀମାନଙ୍କୁ ନିଜ ଘରଛାଡ଼ି ଯିବାକୁ ପଡ଼ିଛି, ସେମାନଙ୍କୁ କେଉଁ କଥାରୁ ଖୁସି ଓ ଶାନ୍ତି ମିଳିଛି ?

୧୩ ଆଜି ଅନେକ ଭାଇଭଉଣୀମାନଙ୍କୁ ବିପତ୍ତି, ଯୁଦ୍ଧ କିମ୍ବା ଦଙ୍ଗା ଯୋଗୁଁ ନିଜ ଅଞ୍ଚଳକୁ ଛାଡ଼ି ଅନ୍ୟ ଅଞ୍ଚଳକୁ ଯିବାକୁ ପଡ଼ିଛି । ପ୍ରଥମ ଶତାବ୍ଦୀରେ ମଧ୍ୟ ଏପରି ହିଁ ହୋଇଥିଲା । ଖ୍ରୀଷ୍ଟିୟାନମାନଙ୍କର ବିରୋଧ କରାଯାଇଥିଲା ଓ ତାʼଯୋଗୁଁ ସେମାନେ ଛିନ୍ନ ଭିନ୍ନ ହୋଇଯାଇଥିଲେ, କିନ୍ତୁ “ସେମାନେ ଚତୁର୍ଦ୍ଦିଗରେ ଭ୍ରମଣ କରୁ କରୁ ସୁସମାଚାରର ବାକ୍ୟ ପ୍ରଚାର କଲେ ।” (ପ୍ରେରି. ୮:୪) ସେହିପରି ଆଜି ଯେଉଁ ଭାଇଭଉଣୀମାନଙ୍କୁ ଅନ୍ୟ ଜାଗାରେ ଯିବାକୁ ପଡ଼ିଛି, ସେମାନେ ପରିସ୍ଥିତି ହିସାବରେ ନିଜକୁ ବଦଳାଇଛନ୍ତି । ସେମାନେ ତୁରନ୍ତ ସେହି ନୂଆ ଅଞ୍ଚଳରେ ଯାଇ ପ୍ରଚାର କରିବା ଆରମ୍ଭ କରିଦେଲେ ଓ ପ୍ରତ୍ୟେକ ସଭାରେ ଯିବା ପାଇଁ ଚେଷ୍ଟା କଲେ । ପ୍ରଚାର କରିବା ଯୋଗୁଁ ସେମାନେ ନିଜ ଧ୍ୟାନ ସମସ୍ୟାଗୁଡ଼ିକ ଉପରେ ନୁହେଁ, ବରଂ ଈଶ୍ୱରଙ୍କ ରାଜ୍ୟ ଉପରେ ଲଗାଇପାରିଲେ । ତାʼଯୋଗୁଁ ସେମାନଙ୍କୁ ଶାନ୍ତି ଓ ଖୁସି ମିଳିଛି ।

ଯେବେ ଅତ୍ୟାଚାର କରାଯାଏ

୧୪. ଅତ୍ୟାଚାର ଯୋଗୁଁ ଆମ ଶାନ୍ତି କିପରି ଚାଲି ଯାଇପାରେ ?

୧୪ ଯେବେ ଆମେ ଭାଇଭଉଣୀମାନଙ୍କ ସହ ଭେଟୁ, ସାଙ୍ଗରେ ପ୍ରଚାର କରୁ ଓ ଯିହୋବାଙ୍କ ଉପାସନା କରୁ, ତେବେ ଆମକୁ ବହୁତ ଶାନ୍ତି ମିଳେ ଓ ଆମକୁ ଖୁସି ଲାଗେ । କିନ୍ତୁ ଅନେକ ଦେଶରେ ଆମ ଭାଇଭଉଣୀମାନେ ଖୋଲିକି ଏସବୁ କରିପାରନ୍ତି ନାହିଁ । ଯଦି ସେମାନେ ଏହି କାମ କଲା ବେଳେ ଧରାପଡ଼ନ୍ତେ ତେବେ ସେମାନଙ୍କୁ ଗିରଫ କରି ନିଆଯାଏ କିମ୍ବା ସେମାନଙ୍କ ଉପରେ ବହୁତ ଅତ୍ୟାଚାର କରାଯାଏ । ଯେବେ ସରକାର ଏପରି କଟକଣା ଲଗାଇ ଦିଏ, ତେବେ ଆମ ଶାନ୍ତି ଚାଲିଯାଏ । ହୁଏତ ଆମେ ଚିନ୍ତା କରିବାକୁ ଲାଗୁ କିମ୍ବା ଆମେ ଏହା ଭାବି ଡରିବାକୁ ଲାଗୁ ଯେ ଆଗକୁ କʼଣ ହେବ । ଯେବେ ଏପରି ହୁଏ ତେବେ ଡର ତ ଲାଗେ ହିଁ, କିନ୍ତୁ ଆମେ ଅତ୍ୟଧିକ ଡରିବା ଉଚିତ୍‌ ନୁହେଁ । ଯୀଶୁ ମଧ୍ୟ କହିଥିଲେ ଯେ ଅତ୍ୟାଚାର ଯୋଗୁଁ ଆମ ବିଶ୍ୱାସ ଦୁର୍ବଳ ପଡ଼ିପାରେ । (ଯୋହ. ୧୬:୧, ୨) ତେବେ ଅତ୍ୟାଚାର ସତ୍ତ୍ୱେ ଶାନ୍ତ ରହିବା ପାଇଁ ଆମେ କʼଣ କରିପାରିବା ?

୧୫. ଆମକୁ ଅତ୍ୟାଚାରଗୁଡ଼ିକ ବିଷୟରେ ଭାବି କାହିଁକି ଡରିବା ଉଚିତ୍‌ ନୁହେଁ ? (ଯୋହନ ୧୫:୨୦; ୧୬:୩୩)

୧୫ ବାଇବଲରେ ଲେଖାଅଛି, “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ ।” (୨ ତୀମ. ୩:୧୨) କିନ୍ତୁ ଅନେକଥର ଆମ ପାଇଁ ଏହି କଥା ମାନିବା କଷ୍ଟ ହୋଇପାରେ । ହୁଏତ ଆମକୁ ଲାଗିପାରେ ଯେ ଆମ ଉପରେ ଅତ୍ୟାଚାର କରାଯିବ ନାହିଁ । ଆନ୍ଦ୍ରେ ନାମକ ଜଣେ ଭାଇଙ୍କୁ ମଧ୍ୟ ଏପରି ହିଁ ଲାଗିଥିଲା । ସେ ଯେଉଁ ଦେଶରେ ରହୁଥିଲେ, ସେଠାରେ ଆମ କାମ ଉପରେ ରୋକ ଲାଗିଗଲା । ତେବେ ସେ ଭାବିଲେ, ‘ଏଠାରେ ତ ବହୁତ ଯିହୋବାଙ୍କ ସାକ୍ଷୀ ଅଛନ୍ତି, ସମସ୍ତଙ୍କୁ ତ ଗିରଫ କରାଯିବନି ।’ କିନ୍ତୁ ଏପରି ଚିନ୍ତା କରିବା ଯୋଗୁଁ ତାଙ୍କ ଚିନ୍ତା କମ୍‌ ହେଲାନି ବରଂ ଆହୁରି ବଢ଼ିଗଲା । ତାʼପରେ ସେ ଅନ୍ୟ ଭାଇମାନଙ୍କ ଉପରେ ଧ୍ୟାନ ଦେଲେ । ସେମାନେ ଏପରି ଭାବୁ ନ ଥିଲେ ଯେ ସେମାନଙ୍କୁ ଗିରଫ କରାଯିବନି ବରଂ ସେମାନେ ସବୁକିଛି ଯିହୋବାଙ୍କ ହାତରେ ଛାଡ଼ି ଦେଇଥିଲେ । ତାʼଯୋଗୁଁ ସେମାନଙ୍କୁ ଅତ୍ୟଧିକ ଚିନ୍ତା ହେଉ ନ ଥିଲା । ଆନ୍ଦ୍ରେ ମଧ୍ୟ ଭାବିଲେ ଯେ ସେ ମଧ୍ୟ ଏପରି ହିଁ କରିବେ ଓ ଯିହୋବାଙ୍କ ଉପରେ ଭରସା ରଖିବେ । ଏପରି କରି ଆନ୍ଦ୍ରେଙ୍କୁ “ଈଶ୍ୱରଙ୍କ ଶାନ୍ତି” ମିଳିଲା । ଦେଖିବାକୁ ଗଲେ ତାଙ୍କ ଉପରେ ଆଜି ବି ଅନେକ ସମସ୍ୟାଗୁଡ଼ିକ ଆସେ, ତଥାପି ସେ ଖୁସି ଅଛନ୍ତି । ଆମେ ବି ସମସ୍ୟା ସତ୍ତ୍ୱେ ଶାନ୍ତ ରହିପାରିବା । ଯୀଶୁ ମଧ୍ୟ କହିଥିଲେ ଯେ ଆମ ଉପରେ ଅତ୍ୟାଚାର କରାଯିବ କିନ୍ତୁ ତାʼ ସତ୍ତ୍ୱେ ଆମେ ବିଶ୍ୱସ୍ତ ରହିପାରିବା ।—ଯୋହନ ୧୫:୨୦; ୧୬:୩୩ ପଢ଼ନ୍ତୁ ।

୧୬. ଆମେ ଯେଉଁ ଜାଗାରେ ରହୁ ଯଦି ସେଠାରେ ଆମ କାମ ଉପରେ କଟକଣା ବା ରୋକ ଲଗାଇ ଦିଆଯାଇଛି, ତେବେ ଆମେ କେଉଁ କଥାଗୁଡ଼ିକ ଉପରେ ଧ୍ୟାନ ରଖିବା ଉଚିତ୍‌ ?

୧୬ ଆପଣ ଯେଉଁ ଜାଗାରେ ରହନ୍ତି ଯଦି ସେହି ଜାଗାରେ ଆମ କାମ ଉପରେ କଟକଣା କିମ୍ବା ରୋକ ଲଗାଇ ଦିଆଯାଏ, ତେବେ ମଝି ମଝିରେ ଆପଣଙ୍କୁ ଶାଖା କାର୍ଯାଳୟ ଓ ପ୍ରାଚୀନମାନଙ୍କଠାରୁ ପରାମର୍ଶ ମିଳିବ । ସେମାନେ ଏହି ପରାମର୍ଶ ଏଥିପାଇଁ ଦିଅନ୍ତି କାରଣ ସେମାନେ ଚାହାନ୍ତି ଯେ ଆମେ ସୁରକ୍ଷିତ ରହୁ, ଆମକୁ ପ୍ରକାଶନ ମିଳିବା ଜାରି ରହୁ ଓ ଆମେ ସତର୍କତାର ସହ ପ୍ରଚାର କରିବା ଜାରି ରଖୁ । ଏହି ପରାମର୍ଶଗୁଡ଼ିକୁ ମାନିବା ପାଇଁ ପୂରା ଚେଷ୍ଟା କରନ୍ତୁ । ଏଗୁଡ଼ିକୁ ତେବେ ବି ମାନନ୍ତୁ ଯେବେ ଆପଣଙ୍କୁ ଏହା ବୁଝା ନ ପଡ଼ୁ ଯେ ଏହି ପରାମର୍ଶ କାହିଁକି ଦିଆଯାଇଛି । (ଯାକୁ. ୩:୧୭) କୌଣସି ବି ଏପରି ବ୍ୟକ୍ତିକୁ ଭାଇଭଉଣୀ କିମ୍ବା ମଣ୍ଡଳୀ ବିଷୟରେ କହନ୍ତୁ ନାହିଁ ଯେଉଁମାନଙ୍କୁ ସେବିଷୟରେ ଜାଣିବାର ଅଧିକାର ନାହିଁ ।—ଉପ. ୩:୭.

ଜଣେ ଭାଇ କାମ ଜାଗାରେ ଖାଇବା ଛୁଟି ହୋଇଥିବା ସମୟରେ ନିଜ ସହ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି, ଭାଇଙ୍କ ହାତରେ ଫୋନ୍‌ ଅଛି ଯେଉଁଥିରେ ସେ ବାଇବଲର ପଦଗୁଡ଼ିକୁ ଦେଖୁଛନ୍ତି ।

ସମସ୍ୟାଗୁଡ଼ିକ ସତ୍ତ୍ୱେ ମଧ୍ୟ ଆପଣ ଶାନ୍ତି କିପରି ପାଇପାରିବେ ? (ପାରାଗ୍ରାଫ ୧୭)e

୧୭. ପ୍ରେରିତମାନଙ୍କ ଭଳି ଆମେ କʼଣ କରିବା ଜାରି ରଖିବା ?

୧୭ ଶୟତାନ ଆମ ସହ ଯୁଦ୍ଧ କରିବାର ଗୋଟିଏ ବିଶେଷ କାରଣ ହେଉଛି, ଆମକୁ “ଯୀଶୁଙ୍କ ବିଷୟରେ ସାକ୍ଷ୍ୟ” ଦେବାର କାମ ମିଳିଛି । (ପ୍ରକା. ୧୨:୧୭) କିନ୍ତୁ ଶୟତାନ ଓ ତାʼ ଦୁଷ୍ଟ ଦୁନିଆକୁ ଡରନ୍ତୁ ନାହିଁ । ବିରୋଧ ସତ୍ତ୍ୱେ ଲୋକମାନଙ୍କୁ ପ୍ରଚାର କରିବା ଜାରି ରଖନ୍ତୁ ଓ ସେମାନଙ୍କୁ ଶିଖାଇବା ଜାରି ରଖନ୍ତୁ । ଏଥିରୁ ଆପଣଙ୍କୁ ଖୁସି ଓ ଶାନ୍ତି ମିଳିବ । ପ୍ରଥମ ଶତାବ୍ଦୀରେ ମଧ୍ୟ ଯେବେ ଯିହୁଦୀ ମହାସଭାରେ ପ୍ରେରିତମାନଙ୍କୁ କୁହାଗଲା ଯେ ସେମାନେ ପ୍ରଚାର କାମ ବନ୍ଦ କରିଦିଅନ୍ତୁ, ତେବେ ସେମାନେ ଲୋକମାନଙ୍କ କଥା ଶୁଣିବା ପରିବର୍ତ୍ତେ ଈଶ୍ୱରଙ୍କ ଆଜ୍ଞା ମାନିଲେ ଓ ପ୍ରଚାର କରିବା ଜାରି ରଖିଲେ । ଏଥିରୁ ସେମାନଙ୍କୁ ବହୁତ ଖୁସି ମିଳିଲା । (ପ୍ରେରି. ୫:୨୭-୨୯, ୪୧, ୪୨) ଯେବେ ଆମ କାମ ଉପରେ କଟକଣା ଲାଗିଥିବ, ତେବେ ପ୍ରଚାର କରିବା ସମୟରେ ଆମକୁ ସତର୍କ ରହିବାକୁ ପଡ଼ିବ । (ମାଥି. ୧୦:୧୬) କିନ୍ତୁ ଏପରି ସମୟରେ ମଧ୍ୟ ଯଦି ଆମେ ଯେତେ ସମ୍ଭବ, ସେତେ ପ୍ରଚାର କରିବା ଜାରି ରଖିବା ତାହେଲେ ଆମକୁ ଶାନ୍ତି ମିଳିବ, କାରଣ ଆମେ ଏପରି କାମ କରୁଥିବା ଯେଉଁଥିରୁ ଲୋକମାନଙ୍କର ଜୀବନ ବଞ୍ଚିପାରେ ଓ ଆମେ ଯିହୋବାଙ୍କୁ ଖୁସି କରୁଥିବା ।

‘ଶାନ୍ତିଦାତା ଈଶ୍ୱର ଆମର ସହବର୍ତ୍ତୀ ହେବେ’

୧୮. କିଏ ଆମକୁ ପ୍ରକୃତ ଶାନ୍ତି ଦେଇପାରିବେ ?

୧୮ ଭରସା ରଖନ୍ତୁ, ପରିସ୍ଥିତି ଯେତେ କଠିନ ହେଲେ ବି ଆପଣ ଶାନ୍ତ ରହିପାରିବେ । ଏପରି ସମୟରେ ଆମକୁ ‘ଈଶ୍ୱରଙ୍କ ଶାନ୍ତିର’ ଆବଶ୍ୟକ ପଡ଼େ ଓ ଏହା କେବଳ ଯିହୋବା ଦେଇପାରିବେ । ତେଣୁ ଯେବେ କୌଣସି ରୋଗ ବ୍ୟାପେ, ବିପତ୍ତି ଆସେ କିମ୍ବା ଆପଣଙ୍କ ଉପରେ ଅତ୍ୟାଚାର କରାଯାଏ ତେବେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ । ସଂଗଠନରୁ ମିଳୁଥିବା ପରାମର୍ଶଗୁଡ଼ିକୁ ମାନନ୍ତୁ ଓ ଭାଇଭଉଣୀମାନଙ୍କ ନିକଟତର ହୋଇ ରହନ୍ତୁ । ଯିହୋବା ଭଲ ଜୀବନ ଦେବାର ଯେଉଁ ପ୍ରତିଜ୍ଞା କରିଛନ୍ତି, ତାʼ ବିଷୟରେ ଲଗାତାର ଭାବନ୍ତୁ । ଯଦି ଆପଣ ଏପରି କରିବେ ତେବେ ‘ଶାନ୍ତିଦାତା ଈଶ୍ୱର ଆପଣମାନଙ୍କର ସହବର୍ତ୍ତୀ ହେବେ ।’ (ଫିଲିପ୍‌. ୪:୯) ଆପଣଙ୍କ ପରି ହିଁ ଅନ୍ୟ ଭାଇମାନେ ମଧ୍ୟ ସମସ୍ୟାର ସାମନା କରୁଛନ୍ତି । ଆପଣ ସେମାନଙ୍କର ବି ସାହାଯ୍ୟ କରିପାରିବେ ଯାହାଦ୍ୱାରା ସେମାନଙ୍କୁ “ଈଶ୍ୱରଙ୍କ ଶାନ୍ତି” ମିଳୁ । ଏବିଷୟରେ ଆମେ ପରବର୍ତ୍ତୀ ଲେଖାରେ ଚର୍ଚ୍ଚା କରିବା ।

ଏହି ସମସ୍ୟାଗୁଡ଼ିକ ସତ୍ତ୍ୱେ ଆପଣ ଶାନ୍ତି କିପରି ପାଇପାରିବେ ?

  • ରୋଗ ବ୍ୟାପିଲେ ।

  • ବିପତ୍ତି ଆସିଲେ ।

  • ଅତ୍ୟାଚାର ହେଲେ ।

ଗୀତ ୩୮ ୱାହ ତୁମ୍‌ହେ ମାଜବୁତ୍‌ କାରେଗା

a ଯିହୋବା ପ୍ରତିଜ୍ଞା କରନ୍ତି ଯେ ଯେଉଁ ଲୋକମାନେ ଯିହୋବାଙ୍କୁ ପ୍ରେମ କରନ୍ତି ସେ ସେମାନଙ୍କୁ ଶାନ୍ତି ଦେବେ । ଏହି ଲେଖାରେ ଆମେ ଜାଣିବା ଯେ ଈଶ୍ୱରଙ୍କ ଶାନ୍ତି କʼଣ ଏବଂ ତାହା କିପରି ପାଇପାଇବା ? ଆମେ ଏହା ବି ଜାଣିବା ଯେ ଯେବେ କୌଣସି ରୋଗ ବ୍ୟାପିଯାଏ ବିପତ୍ତି ଆସେ କିମ୍ବା ଅତ୍ୟାଚାର କରାଯାଏ, ତେବେ “ଈଶ୍ୱରଙ୍କ ଶାନ୍ତି” ଥିଲେ ଆମେ ଏପରି ପରିସ୍ଥିତିର ସାମନା କିପରି କରିପାରିବା ।

b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

c ୨୦୧୭ ସଜାଗ ହୁଅ ! ସଂଖ୍ୟା ୫ରେ ଦିଆଯାଇଥିବା ଲେଖା “ଜାବ୍‌ କାହାର୍‌ ଟୁଟ୍‌ ପାଡ଼େ—କୁଛ କାଦାମ ଉଠାଏଁ ଔର ଜାନ ବାଚାଏଁ” ପଢ଼ନ୍ତୁ ।

d ଚିତ୍ର ବିଷୟରେ: ଜଣେ ଭଉଣୀ ପୂର୍ବରୁ ପ୍ରସ୍ତୁତି କଲେ, ତେଣୁ ଆବଶ୍ୟକ ସମୟରେ ସେ ତୁରନ୍ତ ଘରଛାଡ଼ି ବାହାରିପାରିଲେ ।

e ଚିତ୍ର ବିଷୟରେ: ଜଣେ ଭାଇ ଏପରି ଜାଗାରେ ରହନ୍ତି, ଯେଉଁଠି ଆମ କାମ ଉପରେ କଟକଣା ଲାଗିଛି । ସେ ସତର୍କ ହୋଇ ସାକ୍ଷ୍ୟ ଦେଉଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ