ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp25 ସଂ ୧ ପୃଷ୍ଠା ୪-୫
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକର ସମସ୍ତଙ୍କ ଉପରେ ପ୍ରଭାବ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯୁଦ୍ଧ ଓ ଲଢ଼େଇଗୁଡ଼ିକର ସମସ୍ତଙ୍କ ଉପରେ ପ୍ରଭାବ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ପ୍ରାୟ ସମାନ ଲେଖା
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ କିପରି ଶେଷ ହେବ ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ କାହିଁକି ଶେଷ ହେଉନି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ପରିଚୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
wp25 ସଂ ୧ ପୃଷ୍ଠା ୪-୫
ଚିତ୍ରଗୁଡ଼ିକ: ୧. ଜଣେ ସୈନିକ ଯୁଦ୍ଧ ଟ୍ୟାଙ୍କ ସାମନାରେ ଚାଲୁଛି । ୨. ବିଭିନ୍ନ ଦେଶର ପୁରୁଷ, ସ୍ତ୍ରୀ ଓ ପିଲାମାନେ ଅଛନ୍ତି, ଯେଉଁମାନେ ଯୁଦ୍ଧର ସାମନା କରିଛନ୍ତି ।

ଯୁଦ୍ଧ ଓ ଲଢ଼େଇଗୁଡ଼ିକର ସମସ୍ତଙ୍କ ଉପରେ ପ୍ରଭାବ

“ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦୁନିଆରେ ସବୁଠାରୁ ଅଧିକ ଯୁଦ୍ଧ ଏବଂ ଲଢ଼େଇଗୁଡ଼ିକ ବର୍ତ୍ତମାନ ସମୟରେ ହେଉଛି । ଆଉ ୨୦୦ କୋଟି ଲୋକ ଅର୍ଥାତ୍‌ ପ୍ରତି ଚାରିଜଣରୁ ଜଣେ ଲୋକ ଏପରି ଜାଗାରେ ରହୁଛି, ଯେଉଁଠି କୌଣସି ଲଢ଼େଇ ଚାଲିଛି ।”

ମିଳିତ ଜାତିସଂଘର ଉପ ମହାସଚିବ, ଆମିନା. ଜେ. ମୋହମ୍ମଦ, ୨୬ ଜାନୁୟାରୀ ୨୦୨୩ ।

ଯୁଦ୍ଧ କେବେ ବି ଓ କୌଣସି ଜାଗାରେ ବି ହୋଇପାରେ । ଆଉ ଏହାର ପ୍ରଭାବ କେବଳ ସେହି ଦେଶରେ ରହୁଥିବା ଲୋକମାନଙ୍କ ଉପରେ ପଡ଼ି ନ ଥାଏ, ବରଂ ଦୂର ଦୂରାନ୍ତର ଦେଶଗୁଡ଼ିକରେ ରହୁଥିବା ଲୋକମାନଙ୍କ ଉପରେ ବି ଏହାର ପ୍ରଭାବ ପଡ଼ିପାରେ । ଏଥିସହ, ଯୁଦ୍ଧ ଶେଷ ହେବା ପରେ ବି ଲୋକମାନଙ୍କୁ ଲମ୍ବା ସମୟ ଧରି ଏହାର ଖରାପ ପରିଣାମ ଭୋଗିବାକୁ ପଡ଼ିପାରେ । ଆସନ୍ତୁ ଏହାର କିଛି ଉଦାହରଣଗୁଡ଼ିକ ଦେଖିବା ।

  • ଖାଲି ପାତ୍ର ଧରିଥିବାର ଗୋଟିଏ ଚିତ୍ର ।

    ଦୁର୍ଭିକ୍ଷ: ମିଳିତ ଜାତିସଂଘର ଗୋଟିଏ ସଂଗଠନ “ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ” ଅନୁସାରେ, “ଦୁର୍ଭିକ୍ଷର ସବୁଠାରୁ ବଡ଼ କାରଣ ହେଉଛି: ଯୁଦ୍ଧ । ଦୁନିଆରେ ଯେତିକି ଲୋକମାନଙ୍କୁ ଖାଦ୍ୟର ଘୋର ଅଭାବ ହେଉଛି, ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକ ଏପରି ଜାଗାଗୁଡ଼ିକରେ ରହନ୍ତି ଯେଉଁଠି ଯୁଦ୍ଧ ଓ ହିଂସା ଚାଲିଛି ।”

  • ଜଣେ ସ୍ତ୍ରୀ ବହୁତ ଦୁଃଖି ହୋଇ ଚେହେରାରେ ହାତ ରଖିଥିବାର ଚିତ୍ର ।

    ଆଘାତ ପହଞ୍ଚିବା ଓ ମାନସିକ ରୋଗ ହେବା: ଯେବେ କୌଣସି ଅଞ୍ଚଳରେ ଯୁଦ୍ଧ ହେବାର ସମ୍ଭାବନା ଥାଏ, ତେବେ ସେଠାର ଲୋକମାନେ ନିରାଶ ହୋଇପାରନ୍ତି ଓ ସେମାନଙ୍କୁ ଚିନ୍ତା ଘାରିପାରେ । ଅନ୍ୟପକ୍ଷରେ ଯେଉଁ ଲୋକମାନେ ଏପରି ଅଞ୍ଚଳରେ ରହୁଛନ୍ତି ଯେଉଁଠି ଯୁଦ୍ଧ ଚାଲିଛି, ସେମାନଙ୍କୁ କେବଳ ଶାରୀରିକ ଆଘାତ ପହଞ୍ଚେନି ବରଂ ମାନସିକ ରୋଗ ହେବାର ବି ସମ୍ଭାବନା ଥାଏ । ଆଉ ଦୁଃଖର କଥା ଯେ ପ୍ରାୟ ସେମାନଙ୍କୁ ଜରୁରୀ ଚିକିତ୍ସା ମିଳିପାରେ ନାହିଁ ।

  • ଗୋଟିଏ ପରିବାର ବଡ଼ ବଡ଼ ଜିନିଷ ବୋହି ନେଇ ଯାଉଥିବାର ଚିତ୍ର ।

    ଘର ଛାଡ଼ି ପଳାଇବା: ମିଳିତ ଜାତିସଂଘ ଶରଣାର୍ଥୀ ଏଜେନ୍ସି (UNHCR) ଅନୁସାରେ, ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଦୁନିଆରେ ୧୧ କୋଟି ୪୦ ଲକ୍ଷରୁ ବି ଅଧିକ ଲୋକମାନଙ୍କୁ ବାଧ୍ୟ ହୋଇ ନିଜ ଘର ଛାଡ଼ି ପଳାଇବାକୁ ପଡ଼ିଲା । ଏହାର ଗୋଟିଏ ବଡ଼ କାରଣ ହେଉଛି: ଯୁଦ୍ଧ ଓ ଲଢ଼େଇଗୁଡ଼ିକ ।

  • ଗୋଟିଏ ପରିବାର ନିଜର ଛୋଟିଆ ଘର ବାହାରେ ଛିଡ଼ା ହୋଇଥିବାର ଚିତ୍ର ।

    ଆର୍ଥିକ ସଙ୍କଟ: ଯୁଦ୍ଧ ଯୋଗୁଁ ପ୍ରାୟ ଲୋକମାନଙ୍କୁ ଦରଦାମ୍‌ ବୃଦ୍ଧି ଭଳି ଆର୍ଥିକ ସମସ୍ୟାର ସାମନା କରିବାକୁ ପଡ଼େ । ଯେଉଁ ଟଙ୍କାକୁ ସରକାର ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଲଗାଇବା ଉଚିତ୍‌, ସେହି ଟଙ୍କା ସେ ସୈନିକମାନଙ୍କ ପାଇଁ ଲଗାଉଛି । ଏଥିରୁ ଲୋକମାନଙ୍କର ଚିନ୍ତା ଆହୁରି ବଢ଼ି ଯାଇପାରେ । ତାʼସହିତ ଯୁଦ୍ଧ ଯୋଗୁଁ ଅନେକ କ୍ଷୟକ୍ଷତି ଘଟେ ଓ ସେଗୁଡ଼ିକୁ ଠିକ୍‌ କରିବା ପାଇଁ ବହୁତ ଖର୍ଚ୍ଚ ହୁଏ ।

  • ଭାଙ୍ଗି ଯାଇଥିବା ପାଇପ୍‌ରୁ ତେଲ ବହୁଥିବାର ଚିତ୍ର ।

    ପରିବେଶ ପ୍ରଦୂଷିତ: ଯୁଦ୍ଧ ସମୟରେ ପ୍ରାକୃତିକ ସମ୍ପଦକୁ ଜାଣିବୁଝି ନଷ୍ଟ କରାଯାଏ, ଯାହାଫଳରେ ଲୋକମାନଙ୍କୁ ଏହାର ଖରାପ ପରିଣାମ ଭୋଗିବାକୁ ପଡ଼େ । ଯେପରି—ପାଣି, ପବନ ଓ ମାଟି ଇତ୍ୟାଦି ପ୍ରଦୂଷିତ ହୋଇଯାଏ । ଏହି କାରଣ ଯୋଗୁଁ ଲୋକମାନଙ୍କୁ ଦୀର୍ଘ ସମୟ ଯାଏ ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ୟା ହୋଇପାରେ । ତାʼସହିତ ଯୁଦ୍ଧ ସମୟରେ ଅନେକ ସ୍ଥାନରେ ଲ୍ୟାଣ୍ଡମାଇନ୍‌ ବିଛାଯାଇଥାଏ । ସେଥିପାଇଁ ଯୁଦ୍ଧ ଶେଷ ହେବା ପରେ ମଧ୍ୟ ଲୋକମାନଙ୍କୁ ବିପଦ ଥାଏ ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯୁଦ୍ଧ ଯୋଗୁଁ ଅନେକ କ୍ଷୟକ୍ଷତି ଘଟେ, କିନ୍ତୁ ତାʼସହିତ ସମସ୍ତଙ୍କୁ ଏହାର ଖରାପ ପରିଣାମ ମଧ୍ୟ ଭୋଗିବାକୁ ପଡ଼େ ।

ଯୁଦ୍ଧ ବିଷୟରେ ଶାସ୍ତ୍ରରେ ଦିଆଯାଇଥିବା ଭବିଷ୍ୟତବାଣୀ

ଶାସ୍ତ୍ରରେ ପୂର୍ବରୁ କୁହାଯାଇଥିଲା ଯେ ‘ଯୁଗାନ୍ତରେ’ ଅର୍ଥାତ୍‌ ଯେଉଁ ସମୟରେ ଆମେ ବଞ୍ଚୁଛୁ, ସେହି ସମୟରେ ଯୁଦ୍ଧ ଏବଂ ଲଢ଼େଇଗୁଡ଼ିକ ହେବ । (ମାଥିଉ ୨୪:୩) ଯୀଶୁ ଖ୍ରୀଷ୍ଟ ପୃଥିବୀରେ ଥିବା ସମୟରେ କହିଥିଲେ,

  • “ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; . . . କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ ।”—ମାଥିଉ ୨୪:୬, ୭.

  • ‘ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ, ସେତେବେଳେ ତ୍ରାସଯୁକ୍ତ ହେବ ନାହିଁ ।’—ଲୂକ ୨୧:୯.

    ଏଠାରେ ‘ବିପ୍ଳବର’ ଅର୍ଥ ବିଦ୍ରୋହ, ବିଶୃଙ୍ଖଳା, ସରକାରର ବିରୋଧ କରିବା, ଦଙ୍ଗା ଓ ରାଜନୈତିକ ଅସ୍ଥିରତା ମଧ୍ୟ ହୋଇପାରେ ।

ଅଧିକ ଜାଣିବା ପାଇଁ jw.org ୱେବସାଇଟ୍‌ରେ ଦିଆଯାଇଥିବା ଲେଖା “‘ଆନ୍ତ କେ ସାମାୟ’ କିମ୍ବା ‘ଆଖ୍‌ରି ଦିନୋ’ କି କ୍ୟା ନିଶାନି ହୋଗି ?” ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ