ଯୁଦ୍ଧ ଓ ଲଢ଼େଇଗୁଡ଼ିକ ସତ୍ତ୍ୱେ ଶାନ୍ତି କିପରି ପାଇବା ?
ଗୈରି, ଯିଏ ପୂର୍ବେ ସେନାରେ ଥିଲେ, ସେ କହନ୍ତି, “ମୋତେ ଜଣା ନ ଥିଲା ଯେ ଦୁନିଆରେ କାହିଁକି ଏତେ ଦୁଃଖକଷ୍ଟ ଓ ଅନ୍ୟାୟ ଅଛି । ଲୋକମାନେ କାହିଁକି ଏତେ ନିର୍ଦ୍ଦୟୀ ? ବାଇବଲ ଶିଖିବା ପରେ ମୁଁ ଏହାର କାରଣ ଜାଣିପାରିଲି । ମୁଁ ଏହା ବି ଶିଖିଲି ଯେ ଯିହୋବା ଈଶ୍ୱର ସମସ୍ତ ଦୁଃଖକଷ୍ଟକୁ ଦୂର କରିଦେବେ ଓ ଆମକୁ କୌଣସି ବିପଦ ନ ଥିବ । ଏବେ ମୋତେ ମନର ଶାନ୍ତି ମିଳିଛି ।”
ଗୈରିଙ୍କ ଭଳି ଆହୁରି ଅନେକ ଲୋକଙ୍କୁ ବାଇବଲରୁ ସାହାଯ୍ୟ ମିଳିଛି । ଆସନ୍ତୁ ସେମଧ୍ୟରୁ କିଛି ଲୋକ କʼଣ କହନ୍ତି, ସେବିଷୟରେ ଜାଣିବା ।
ବାଇବଲରେ ଲେଖାଅଛି, “ହେ ପ୍ରଭୋ, ତୁମ୍ଭେ ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ ।”—ଗୀତସଂହିତା ୮୬:୫.
ଏଥିରୁ କିପରି ସାହାଯ୍ୟ ମିଳିଲା ? “ଏହି ପଦରୁ ମୋତେ ଭରସା ହୋଇଗଲା ଯେ ଯିହୋବା ଈଶ୍ୱର ଦୟାଳୁ ଅଟନ୍ତି । ମୁଁ ଜାଣିଛି ଯେ ପୂର୍ବେ ଯୁଦ୍ଧରେ ଭାଗ ନେଇ ମୁଁ ଯାହା ବି କରିଛି, ତାʼପାଇଁ ଯିହୋବା ମୋତେ କ୍ଷମା କରିଦେବେ ।”—ୱିଲମାର୍, କଲମ୍ବିଆ ।
ବାଇବଲରେ ଲେଖାଅଛି, “ଆମ୍ଭେ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ସୃଷ୍ଟି କରୁ ଓ ପୂର୍ବ କାଳର ବିଷୟସବୁ ସ୍ମରଣ କରାଯିବ ନାହିଁ, କିଅବା ମନରେ ପଡ଼ିବ ନାହିଁ ।”—ଯିଶାଇୟ ୬୫:୧୭.
ଏଥିରୁ କିପରି ସାହାଯ୍ୟ ମିଳିଲା ? “ମୁଁ ପୂର୍ବେ ସେନାରେ ଥିଲି ଓ ଯୁଦ୍ଧରେ ଭାଗ ନେବା ଯୋଗୁଁ ମୋତେ ପୋଷ୍ଟ-ଟ୍ରୋମୈଟିକ୍ ଷ୍ଟ୍ରେସ୍ ଡିସ୍ଓଡର (PTSD) ଏବଂ ଡିପ୍ରେସନ୍ ହୋଇଗଲା । ପ୍ରାୟ ସମୟରେ ମୋତେ ଡର ଲାଗେ, ମୁଁ ଚିନ୍ତା କରିବାକୁ ଲାଗେ ଏବଂ ରାତିରେ ଖରାପ ସ୍ୱପ୍ନଗୁଡ଼ିକ ଆସେ । କିନ୍ତୁ ବାଇବଲର ଏହି କଥା ମୋତେ ମନେ ପକାଇଦିଏ ଯେ ଯିହୋବା ଖୁବ୍ ଶୀଘ୍ର ମୋର ଏହି ସମସ୍ତ ଖରାପ ସ୍ମୃତିଗୁଡ଼ିକୁ ସବୁଦିନ ପାଇଁ ଦୂର କରିଦେବେ । ଆଉ ସେଗୁଡ଼ିକ ମୋ ମନରେ କେବେ ବି ଆସିବ ନାହିଁ । ମୁଁ ସେହି ସମୟର ଆଗ୍ରହର ସହିତ ଅପେକ୍ଷା କରୁଛି ।”—ଜାଫିରା, ଆମେରିକା ।
ବାଇବଲରେ ଲେଖାଅଛି, “ତାହାଙ୍କ ସମୟରେ ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେବେ; ପୁଣି, ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ ।”—ଗୀତସଂହିତା ୭୨:୭.
ଏଥିରୁ କିପରି ସାହାଯ୍ୟ ମିଳିଲା ? “ମୁଁ ପ୍ରାୟ ସମୟରେ ଏହି ଶବ୍ଦଗୁଡ଼ିକ ବିଷୟରେ ଭାବେ । ଖୁବ୍ ଶୀଘ୍ର ଯୁଦ୍ଧ ଓ ତାହାର ଖରାପ ପରିଣାମଗୁଡ଼ିକ ସବୁଦିନ ପାଇଁ ଶେଷ ହୋଇଯିବ । ତାʼପରେ ଆମକୁ କେବେ ବି ନିଜର ପ୍ରିୟଜନମାନଙ୍କ ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ ।”—ଓଲିକସାନ୍ଦ୍ରା, ୟୁକ୍ରେନ୍ ।
ବାଇବଲରେ ଲେଖାଅଛି, “ତୁମ୍ଭର ମୃତମାନେ ଜୀବିତ ହେବେ; . . . ହେ ଧୂଳିନିବାସୀମାନେ, ତୁମ୍ଭେମାନେ ଉଠି ଗାନ କର ।”—ଯିଶାଇୟ ୨୬:୧୯.
ଏଥିରୁ କିପରି ସାହାଯ୍ୟ ମିଳିଲା ? “ଯେବେ ଅନ୍ୟ ଜାତିର ଲୋକମାନେ ଟୁଟସି ଜାତିର ଲୋକମାନଙ୍କର ହତ୍ୟା କଲେ, ତେବେ ମୋ ପରିବାରର ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଗଲା । କିନ୍ତୁ ଏହି ପଦରୁ ମୋତେ ଆଶା ମିଳିଲା ଯେ ସେମାନଙ୍କୁ ପୁଣିଥରେ ଜୀବିତ କରାଯିବ । ସେମାନଙ୍କୁ ପୁଣିଥରେ ଭେଟିବା ପାଇଁ, ସେମାନଙ୍କର ହସ ଶୁଣିବା ପାଇଁ ମୁଁ ବହୁତ ଉତ୍ସୁକ ଅଛି ।”—ମେରି, ରୁଆଣ୍ଡା ।
ବାଇବଲରେ ଲେଖାଅଛି, “ଆଉ, ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟଲୋକ ନ ଥିବ; . . . ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ ।”—ଗୀତସଂହିତା ୩୭:୧୦, ୧୧.
ଏଥିରୁ କିପରି ସାହାଯ୍ୟ ମିଳିଲା ? “ଏହା ସତ ଯେ ଯୁଦ୍ଧ ଶେଷ ହୋଇଯାଇଛି, କିନ୍ତୁ ଏବେ ବି ଦୁଷ୍ଟ ଲୋକମାନେ ଅଛନ୍ତି ଏବଂ ଅନ୍ୟାୟ ହେଉଛି । ଏହି ପଦରୁ ମୋତେ ବହୁତ ସାହାଯ୍ୟ ମିଳିଲା । ମୁଁ ଜାଣିପାରିଲି ଯେ ଯିହୋବା ଏସବୁକୁ ଦେଖୁଛନ୍ତି ଓ ସେ ଭଲଭାବେ ଜାଣନ୍ତି ଯେ ଏହାଯୋଗୁଁ ମୋ ଉପରେ କʼଣ ଘଟୁଛି । ସେ ପ୍ରତିଜ୍ଞା କରିଛନ୍ତି ଯେ ଖୁବ୍ ଶୀଘ୍ର ସମସ୍ତ ଦୁଃଖକଷ୍ଟକୁ ଶେଷ କରିଦେବେ ଏବଂ ଆମକୁ ଏହା ପୁଣି କେବେ ବି ମନେ ପଡ଼ିବ ନାହିଁ ।”—ଦଲେର୍, ତାଜିକିସ୍ତାନ ।
ଏହି ପତ୍ରିକାରେ ଯେଉଁ ଲୋକମାନଙ୍କ ବିଷୟରେ କୁହାଗଲା, ସେମାନେ ସେହି ଲକ୍ଷ ଲକ୍ଷ ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରୁ ଅଟନ୍ତି ଯେଉଁମାନଙ୍କୁ ବାଇବଲ ସାହାଯ୍ୟରୁ ଶାନ୍ତି ମିଳିଛି । ସେମାନଙ୍କ ମଧ୍ୟରୁ କିଛି ଲୋକ ପୂର୍ବେ ରାଷ୍ଟ୍ର, ଜାତି, ଗୋତ୍ର କିମ୍ବା ଅନ୍ୟ କାରଣ ଯୋଗୁଁ ଅନ୍ୟମାନଙ୍କୁ ଘୃଣା କରୁଥିଲେ । କିନ୍ତୁ ପରେ ସେମାନେ ନିଜ ହୃଦୟରୁ ଏହି ଘୃଣାର ଭାବନାକୁ ବାହାର କରିବା ଶିଖିଲେ । (ଏଫିସୀୟ ୪:୩୧, ୩୨) ଯିହୋବାଙ୍କ ସାକ୍ଷୀ ରାଜନୈତିକ ମାମଲାରେ କାହାରି ପକ୍ଷ ନିଅନ୍ତି ନାହିଁ । ସେମାନେ ହଣାକଟା ଓ ଲଢ଼େଇଗୁଡ଼ିକରେ ବି ସାମିଲ୍ ହୁଅନ୍ତି ନାହିଁ ।—ଯୋହନ ୧୮:୩୬.
ଏହା ବ୍ୟତୀତ ସାରା ଦୁନିଆରେ ଯିହୋବାଙ୍କ ସାକ୍ଷୀ ଗୋଟିଏ ପରିବାର ଭଳି । ସେମାନେ ପରସ୍ପରକୁ ପ୍ରେମ କରନ୍ତି ଓ ଆବଶ୍ୟକ ସମୟରେ ପରସ୍ପରକୁ ସାହାଯ୍ୟ ମଧ୍ୟ କରନ୍ତି । (ଯୋହନ ୧୩:୩୫) ଉଦାହରଣ ପାଇଁ, ୟୁକ୍ରେନ୍ର ଓଲିକସାନ୍ଦ୍ରାଙ୍କୁ ଯୁଦ୍ଧ ଯୋଗୁଁ ନିଜର ବଡ଼ ଭଉଣୀଙ୍କ ସହ ଅନ୍ୟ ଦେଶକୁ ପଳାଇବାକୁ ପଡ଼ିଲା । ସେ କହନ୍ତି, “ଯେବେ ଆମେ ସୀମା ପାର କଲୁ, ତେବେ ଦେଖିଲୁ ଯେ ସେଠାରେ ଯିହୋବାଙ୍କ ସାକ୍ଷୀମାନେ ଆମର ସ୍ୱାଗତ କରିବା ପାଇଁ ଛିଡ଼ା ହୋଇଛନ୍ତି । ଏହା ସତ ଯେ ଆମେ ଶରଣାର୍ଥୀ ଥିଲୁ ଏବଂ ସେହି ଦେଶ ଆମ ପାଇଁ ନୂଆ ଥିଲା, ତଥାପି ସେମାନେ ଆମକୁ ସେଠାରେ ରହିବା ପାଇଁ ବହୁତ ସାହାଯ୍ୟ କଲେ ।”
ଆମେ ଯିହୋବାଙ୍କ ସାକ୍ଷୀ ଆପଣଙ୍କୁ ଆମ ସଭା ପାଇଁ ଡାକିବା ପାଇଁ ଚାହୁଁ । ସେଠାରେ ଆପଣ ବାଇବଲରୁ ଶିଖିପାରିବେ ଯେ କିପରି ଆଜି ଆମେ ମନର ଶାନ୍ତି ପାଇପାରିବା ଏବଂ କିପରି ଆଗାମୀ ଭବିଷ୍ୟତରେ ସାରା ଦୁନିଆରେ ଶାନ୍ତି ଥିବ । ଆମେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକାର ବ୍ୟବହାର କରି ଲୋକମାନଙ୍କୁ ବାଇବଲରୁ ମଧ୍ୟ ଶିଖାଉ । ଏହା ପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ । ଆପଣଙ୍କ ଅଞ୍ଚଳରେ ଆମ ସଭା କେଉଁଠି ହୁଏ ଏବଂ ବାଇବଲ ବିଷୟରେ ଚର୍ଚ୍ଚା କରିବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ, ଏହା ଜାଣିବା ପାଇଁ ଆପଣ jw.org ୱେବସାଇଟ୍କୁ ଯାଆନ୍ତୁ ।