ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • hf ଭାଗ ୧ ଭାଗଗୁଡ଼ିକ ୧-୩
  • ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ
  • ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ୧ ଯିହୋବା ଆପଣଙ୍କୁ ଯେଉଁ ଭୂମିକା ଦେଇଛନ୍ତି, ତାହା ସ୍ୱୀକାର କରନ୍ତୁ
  • ୨ ଆପଣଙ୍କ ଜୀବନସାଥୀଙ୍କର ଭାବନାଗୁଡ଼ିକ ପ୍ରତି ପ୍ରକୃତ ସହାନୁଭୂତି ଦେଖାନ୍ତୁ
  • ୩ ଦୁହେଁ ମିଶି ଚିନ୍ତା କରନ୍ତୁ
  • ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ବିବାହ ପରେ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ବିବାହ—ଈଶ୍ୱରଙ୍କ ତରଫରୁ ଏକ ଉପହାର
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ନିଜ ସମ୍ପର୍କୀୟମାନଙ୍କ ସହିତ କିପରି ଶାନ୍ତି ବଜାୟ ରଖିପାରିବେ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
ଆହୁରି ଦେଖନ୍ତୁ
ଆପଣଙ୍କ ପରିବାର ସୁଖୀ ହୋଇପାରିବ
hf ଭାଗ ୧ ଭାଗଗୁଡ଼ିକ ୧-୩
ଜଣେ ପତି ଓ ତାଙ୍କ ପନୀଙ୍କ ବିବାହ ସମୟର ଫଟୋ

ଭାଗ ୧

ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ

‘ସୃଷ୍ଟିକର୍ତ୍ତା ଆରମ୍ଭରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ।’—ମାଥିଉ ୧୯:୪

ଯିହୋବାa ଈଶ୍ୱର ବିବାହ ବନ୍ଧନର ଆରମ୍ଭ କରିଥିଲେ । ବାଇବଲ କହେ ଯେ ଈଶ୍ୱର ପୃଥିବୀର ପ୍ରଥମ ସ୍ତ୍ରୀକୁ ସୃଷ୍ଟି କଲେ ଏବଂ ତାକୁ ପ୍ରଥମ ପୁରୁଷ “ଆଦମଙ୍କ ନିକଟକୁ ଆଣିଲେ ।” ତାକୁ ଦେଖି ଆଦମ ଏତେ ଖୁସି ହେଲା ଯେ ସେ କହିଲା, “ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ ।” (ଆଦି ପୁସ୍ତକ ୨:୨୨, ୨୩) ଯିହୋବା ଆଜି ମଧ୍ୟ ଚାହାନ୍ତି ଯେ ବିବାହିତ ଦମ୍ପତି ଖୁସିରେ ରହନ୍ତୁ ।

ଯେତେବେଳେ ଆପଣ ବିବାହ କରନ୍ତି, ଆପଣ ଆଶା କରନ୍ତି ଯେ ଆପଣଙ୍କ ବୈବାହିକ ଜୀବନ ଫୁଲର ଶେଯ ହେବ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ, ଏପରିକି ଯେଉଁ ପତି-ପତ୍ନୀ ପରସ୍ପରକୁ ବହୁତ ପ୍ରେମ କରନ୍ତି, ସେମାନଙ୍କ ଜୀବନରେ ମଧ୍ୟ କିଛି ନା କିଛି ସମସ୍ୟା ଆସିଥାଏ । (୧ କରିନ୍ଥୀୟ ୭:୨୮) ଏହି ପୁସ୍ତିକାରେ ଆପଣ ଏପରି ବାଇବଲ ସିଦ୍ଧାନ୍ତ ପାଇବେ, ଯେଉଁଗୁଡ଼ିକୁ ଲାଗୁ କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନରେ ଏବଂ ପରିବାରରେ ଆପଣ ଖୁସି ଓ ଆନନ୍ଦ ଭରିପାରିବେ ।—ଗୀତସଂହିତା ୧୯:୮-୧୧.

୧ ଯିହୋବା ଆପଣଙ୍କୁ ଯେଉଁ ଭୂମିକା ଦେଇଛନ୍ତି, ତାହା ସ୍ୱୀକାର କରନ୍ତୁ

ବାଇବଲ କʼଣ କହେ: ପତି ପରିବାରର ମୁଖିଆ ଅଟନ୍ତି ।—ଏଫିସୀୟ ୫:୨୩.

ଯଦି ଆପଣ ଜଣେ ପତି ଅଟନ୍ତି, ତେବେ ଯିହୋବା ଆପଣଙ୍କଠାରୁ ଆଶା କରନ୍ତି ଯେ ଆପଣ ନିଜ ପତ୍ନୀଙ୍କ ସହ କୋମଳତାର ସହିତ ବ୍ୟବହାର କରନ୍ତୁ । (୧ ପିତର ୩:୭) ସେ ଆପଣଙ୍କ ପତ୍ନୀଙ୍କୁ ଆପଣଙ୍କର ଅନୁରୂପ ସହକାରିଣୀ ଭାବେ ସୃଷ୍ଟି କରିଛନ୍ତି ଏବଂ ସେ ଚାହାନ୍ତି ଯେ ଆପଣ ତାହାଙ୍କ ସହ ପ୍ରେମ ଓ ମର୍ଯ୍ୟାଦାର ସହିତ ବ୍ୟବହାର କରନ୍ତୁ । (ଆଦି ପୁସ୍ତକ ୨:୧୮) ଆପଣ ନିଜ ପତ୍ନୀଙ୍କୁ ଏତେ ପ୍ରେମ କରିବା ଉଚିତ୍‌ ଯେ ଆପଣ ତାଙ୍କ ପସନ୍ଦ-ନାପସନ୍ଦକୁ ନିଜର ଅପେକ୍ଷା ଅଧିକ ଗୁରୁତ୍ୱ ଦେବା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍‌ ।—ଏଫିସୀୟ ୫:୨୫-୨୯.

ଯଦି ଆପଣ ଜଣେ ପତ୍ନୀ ଅଟନ୍ତି, ତେବେ ଯିହୋବା ଆପଣଙ୍କଠାରୁ ଆଶା କରନ୍ତି ଯେ ଆପଣ ନିଜ ପତିଙ୍କୁ ଗଭୀର ଆଦର କରନ୍ତୁ ଏବଂ ତାଙ୍କୁ ନିଜ ଭୂମିକା ତୁଲାଇବାରେ ସାହାଯ୍ୟ କରନ୍ତୁ । (୧ କରିନ୍ଥୀୟ ୧୧:୩; ଏଫିସୀୟ ୫:୩୩) ପତିଙ୍କ ନିଷ୍ପତ୍ତିଗୁଡ଼ିକରେ ତାଙ୍କୁ ସମର୍ଥନ କରନ୍ତୁ ଏବଂ ସେହି ନିଷ୍ପତ୍ତିଗୁଡ଼ିକୁ ସଫଳ କରିବାରେ ହୃଦୟର ସହିତ ତାଙ୍କୁ ସହଯୋଗ କରନ୍ତୁ । (କଲସୀୟ ୩:୧୮) ଯଦି ଆପଣ ଏପରି କରିବେ, ତେବେ ଆପଣ ନିଜ ପତି ଏବଂ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ହୋଇପାରିବେ ।—୧ ପିତର ୩:୧-୬.

ଆପଣ କʼଣ କରିପାରିବେ:

  • ଆପଣଙ୍କ ଜୀବନସାଥୀଙ୍କୁ ପଚାରନ୍ତୁ ଯେ ଆପଣ କିପରି ଜଣେ ଆହୁରି ଭଲ ପତି କିମ୍ବା ପତ୍ନୀ ହୋଇପାରିବେ । ତାʼପରେ ଧ୍ୟାନର ସହିତ ତାଙ୍କ କଥା ଶୁଣନ୍ତୁ ଏବଂ ନିଜ ଭିତରେ ଉନ୍ନତି ଆଣିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ

  • ଧୈର୍ଯ୍ୟ ଧରନ୍ତୁ । ଆପଣ ଦୁହେଁ ପରସ୍ପରକୁ କିପରି ଖୁସି ଦେଇପାରିବେ, ତାହା ଶିଖିବାରେ ଆପଣ ଦୁହିଙ୍କୁ ସମୟ ଲାଗିବ

୨ ଆପଣଙ୍କ ଜୀବନସାଥୀଙ୍କର ଭାବନାଗୁଡ଼ିକ ପ୍ରତି ପ୍ରକୃତ ସହାନୁଭୂତି ଦେଖାନ୍ତୁ

ବାଇବଲ କʼଣ କହେ: ଆପଣ ନିଜ ଜୀବନସାଥୀଙ୍କ ପସନ୍ଦ-ନାପସନ୍ଦ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । (ଫିଲିପ୍‌ପୀୟ ୨:୩, ୪) ନିଜ ଜୀବନସାଥୀଙ୍କୁ ବହୁମୂଲ୍ୟ ଭାବି ତାହାଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ । ମନେରଖନ୍ତୁ, ଯିହୋବା ଚାହାନ୍ତି ଯେ ତାହାଙ୍କ ସେବକମାନେ ‘ସମସ୍ତଙ୍କ ପ୍ରତି କୋମଳତାର’ ସହିତ ବ୍ୟବହାର କରନ୍ତୁ । (୨ ତୀମଥି ୨:୨୪) ‘ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସେମାନଙ୍କର ଶବ୍ଦଗୁଡ଼ିକ ଖଡ଼୍‌ଗ ପରି ଆଘାତ କରେ । ମାତ୍ର ଜ୍ଞାନୀ ଲୋକର କଥା ଆରୋଗ୍ୟ କରେ ।’ ତେଣୁ ଭାବିଚିନ୍ତି କଥା କୁହନ୍ତୁ । (ହିତୋପଦେଶ ୧୨:୧୮, ଇଜି-ଟୁ-ରିଡ୍‌ ଭର୍ସନ) ଯିହୋବାଙ୍କ ପବିତ୍ର ଆତ୍ମା ଅର୍ଥାତ୍‌ ତାହାଙ୍କ ସକ୍ରିୟ ଶକ୍ତି ଆପଣଙ୍କୁ ନିଜ ଜୀବନସାଥୀଙ୍କ ସହ ପ୍ରେମ ଓ କୋମଳତାର ସହିତ କଥାବାର୍ତ୍ତା ହେବାକୁ ସାହାଯ୍ୟ କରିବ ।—ଗାଲାତୀୟ ୫:୨୨, ୨୩; କଲସୀୟ ୪:୬.

ଆପଣ କʼଣ କରିପାରିବେ:

  • ନିଜ ଜୀବନସାଥୀଙ୍କ ସହିତ କୌଣସି ଗମ୍ଭୀର ବିଷୟରେ କଥାବାର୍ତ୍ତା କରିବା ପୂର୍ବରୁ ଶାନ୍ତ ରହିବା ଏବଂ ଖୋଲାମନ ଆପଣାଇବା ପାଇଁ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ

  • ଜୀବନସାଥୀଙ୍କୁ ଆପଣ କʼଣ କହିବେ ଏବଂ କିପରି କହିବେ ତାʼ ଉପରେ ଗଭୀର ଭାବେ ଚିନ୍ତା କରନ୍ତୁ

୩ ଦୁହେଁ ମିଶି ଚିନ୍ତା କରନ୍ତୁ

ବାଇବଲ କʼଣ କହେ: ଯେତେବେଳେ ଆପଣ ବିବାହ କରନ୍ତି, ଆପଣ ଓ ଆପଣଙ୍କ ଜୀବନସାଥୀ ଦୁହେଁ “ଏକାଙ୍ଗ” ହୋଇଯାʼନ୍ତି । (ମାଥିଉ ୧୯:୫) ତଥାପି ଆପଣ ଦୁଇଜଣ ଭିନ୍ନ ଭିନ୍ନ ବ୍ୟକ୍ତି ଅଟନ୍ତି, ତେଣୁ ଆପଣ ଦୁହିଙ୍କ ମତାମତ ମଧ୍ୟ ପରସ୍ପରଠାରୁ ଭିନ୍ନ ହୋଇପାରେ । ସେଥିପାଇଁ ଦୁହିଙ୍କୁ ନିଜ ଭାବନା ଓ ବିଚାରଗୁଡ଼ିକରେ ଏକ ହେବା ପାଇଁ ଶିଖିବାକୁ ହେବ । (ଫିଲିପ୍‌ପୀୟ ୨:୨) ନିଷ୍ପତ୍ତିଗୁଡ଼ିକ ନେବା ସମୟରେ ଭାବନା ଓ ବିଚାରଗୁଡ଼ିକରେ ଏକମତ ହେବା ଖୁବ୍‌ ଜରୁରୀ ଅଟେ । ବାଇବଲ କହେ: “ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହୁଏ” ଅର୍ଥାତ୍‌ ସୁପରାମର୍ଶ ଦ୍ୱାରା ପ୍ରତ୍ୟେକ ଯୋଜନା ସ୍ଥିର ହୋଇଥାଏ । (ହିତୋପଦେଶ ୨୦:୧୮) ସେଥିପାଇଁ ଦୁହେଁ ମିଶି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖନ୍ତୁ ।—ହିତୋପଦେଶ ୮:୩୨, ୩୩.

ଏକ ବିବାହିତ ଦମ୍ପତି ଦୁହେଁ ମିଶି ଲୁଗା ଧୋଉଛନ୍ତି ଏବଂ ବାସନ ମାଜୁଛନ୍ତି

ଆପଣ କʼଣ କରିପାରିବେ:

  • ଆପଣଙ୍କ ଜୀବନସାଥୀଙ୍କୁ କେବଳ ତଥ୍ୟ କିମ୍ବା ମତାମତ ନୁହଁ, ବରଂ ନିଜ ଭାବନାଗୁଡ଼ିକ ବିଷୟରେ ମଧ୍ୟ ମନଖୋଲି କୁହନ୍ତୁ

  • ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିଜ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ

a ବାଇବଲ କହେ ଯେ ଈଶ୍ୱରଙ୍କ ନାମ ଯିହୋବା ଅଟେ ।

ବାସ୍ତବତାକୁ ଜାଣନ୍ତୁ ଏବଂ ସକାରାତ୍ମକ ମନୋଭାବ ଆପଣାନ୍ତୁ

ଏପରି ଭାବନ୍ତୁ ନାହିଁ ଯେ ଆପଣଙ୍କ କିମ୍ବା ଆପଣଙ୍କର ଜୀବନସାଥୀଙ୍କ ଦ୍ୱାରା କେବେ ମଧ୍ୟ କୌଣସି ଭୁଲ୍‌ ହେବ ନାହିଁ । (ଗୀତସଂହିତା ୧୦୩:୧୪; ଯାକୁବ ୩:୨) ନିଜ ଜୀବନସାଥୀଙ୍କ ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ । ଧୈର୍ଯ୍ୟ ଧରନ୍ତୁ ଏବଂ ସମ୍ପୂର୍ଣ୍ଣ ଭରସା ରଖନ୍ତୁ ଯେ ବାଇବଲର ସିଦ୍ଧାନ୍ତଗୁଡ଼ିକ ନିଶ୍ଚୟ କାମ କରିବ । (୨ ତୀମଥି ୩:୧୬) ଯଦି ଆପଣ ଯିହୋବାଙ୍କ ପରାମର୍ଶଗୁଡ଼ିକୁ ମାନିବେ, ତେବେ ସେ ଆପଣଙ୍କ ପରିଶ୍ରମ ଉପରେ ଆଶିଷ ଦେବେ ଏବଂ ଦିନକୁ ଦିନ ଆପଣ ଦୁହିଙ୍କ ସମ୍ପର୍କ ମଜବୁତ୍‌ ହୋଇ ଚାଲିବ ।—ଗାଲାତୀୟ ୬:୯.

ନିଜକୁ ପଚାରନ୍ତୁ . . .

  • ମୋ ଜୀବନସାଥୀ କʼଣ ଏହା ଜାଣିପାରନ୍ତି ଯେ ମୁଁ ନିଜଠାରୁ ଅଧିକ ତାଙ୍କର ଧ୍ୟାନ ରଖେ ?

  • ଆଜି ମୁଁ ନିଜ ଜୀବନସାଥୀଙ୍କୁ ପ୍ରେମ ଓ ଆଦର ଦେଖାଇବା ପାଇଁ କʼଣ କରିଛି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ