ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • hf ଭାଗ ୨ ଭାଗଗୁଡ଼ିକ ୧-୨
  • ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ
  • ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ୧ ଆପଣଙ୍କ ବିବାହକୁ ନିଜ ଜୀବନରେ ପ୍ରାଥମିକତା ଦିଅନ୍ତୁ
  • ୨ ଆପଣଙ୍କ ହୃଦୟକୁ ସୁରକ୍ଷିତ ରଖନ୍ତୁ
  • ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ବିବାହ ପରେ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ନିଜ ସମ୍ପର୍କୀୟମାନଙ୍କ ସହିତ କିପରି ଶାନ୍ତି ବଜାୟ ରଖିପାରିବେ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ସମସ୍ୟାଗୁଡ଼ିକୁ କିପରି ସମାଧାନ କରିବେ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
ଆହୁରି ଦେଖନ୍ତୁ
ଆପଣଙ୍କ ପରିବାର ସୁଖୀ ହୋଇପାରିବ
hf ଭାଗ ୨ ଭାଗଗୁଡ଼ିକ ୧-୨
ବର୍ଷା ସମୟରେ ଜଣେ ପତି ଏକ ଛତା ଧରି ନିଜ ପନୀଙ୍କୁ କାର୍‌ ଭିତରକୁ ଯିବା ପାଇଁ ସାହାଯ୍ୟ କରୁଛନ୍ତି

ଭାଗ ୨

ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ

‘ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଅଲଗା ନ କରୁ ।’—ମାର୍କ ୧୦:୯

ଯିହୋବା ଚାହାନ୍ତି ଯେ ଆମେ ‘ବିଶ୍ୱସ୍ତ’ ହେବା ଉଚିତ୍‌ । (ମୀଖା ୬:୮, NW) ଏହା ବିଶେଷତଃ ଆପଣଙ୍କ ବୈବାହିକ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ । କାରଣ ଯଦି ପତି-ପତ୍ନୀ ପରସ୍ପର ପ୍ରତି ବିଶ୍ୱସ୍ତ ନ ରହିବେ, ତେବେ ସେମାନେ ପରସ୍ପରକୁ ଭରସା କରିପାରିବେ ନାହିଁ । ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ଆହୁରି ଗଭୀର ହେବା ପାଇଁ ସେମାନେ ପରସ୍ପର ପ୍ରତି ଭରସା କରିବା ଅତି ଜରୁରୀ ଅଟେ ।

ଆଜି ବୈବାହିକ ଜୀବନରେ ବିଶ୍ୱସ୍ତତା ବଜାୟ ରଖିବା ଏତେ ସହଜ ନୁହେଁ । ବିବାହ ବନ୍ଧନକୁ ସୁରକ୍ଷିତ ରଖିବା ନିମନ୍ତେ ଆପଣଙ୍କୁ ଦୁଇଟି ପଦକ୍ଷେପ ପାଇଁ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ।

୧ ଆପଣଙ୍କ ବିବାହକୁ ନିଜ ଜୀବନରେ ପ୍ରାଥମିକତା ଦିଅନ୍ତୁ

ବାଇବଲ କʼଣ କହେ: ‘ଭଲ ଓ ମନ୍ଦର ପାର୍ଥକ୍ୟ ଦେଖ ଏବଂ ଉତ୍ତମ ବିଷୟ ବାଛ ।’ (ଫିଲିପ୍‌ପୀୟ ୧:୧୦, ଇଜି-ଟୁ-ରିଡ୍‌ ଭର୍ସନ) ଆପଣଙ୍କର ବିବାହ ଆପଣଙ୍କ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ ଅଟେ । ତେଣୁ ଆପଣ ଏହାକୁ ନିଜ ଜୀବନରେ ପ୍ରାଥମିକତା ଦେବା ଉଚିତ୍‌ ।

ଯିହୋବା ଚାହାନ୍ତି ଯେ ଆପଣ ନିଜ ଜୀବନସାଥୀଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଦୁହେଁ ମିଶି ‘ଆନନ୍ଦରେ ବାସ କରନ୍ତୁ ।’ (ଉପଦେଶକ ୯:୯) ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆପଣ ତାଙ୍କୁ ଅବହେଳା କରିବା ଉଚିତ୍‌ ନୁହଁ, ବରଂ ଦୁହେଁ ପରସ୍ପରକୁ ଖୁସି କରିବା ପାଇଁ ସୁଯୋଗ ଖୋଜିବା ଉଚିତ୍‌ । (୧ କରିନ୍ଥୀୟ ୧୦:୨୪) ଜୀବନସାଥୀଙ୍କୁ ଅନୁଭବ କରିବାକୁ ଦିଅନ୍ତୁ ଯେ ସେ ଆପଣଙ୍କ ପାଇଁ ବହୁମୂଲ୍ୟ ଅଟନ୍ତି ଏବଂ ଆପଣ ତାଙ୍କୁ ଗଭୀର ଆଦର କରନ୍ତି ।

ଜଣେ ପତି ନିଜ ପନୀଙ୍କୁ କିଛି ଗରମ ପାନୀୟ ଦେଉଛନ୍ତି; ଜଣେ ପତି ଘରକୁ ଆସିବା ସମୟରେ ନିଜ ପନୀଙ୍କୁ ରୋଷେଇ କରୁବାର ଦେଖୁଛନ୍ତି

ଆପଣ କʼଣ କରିପାରିବେ:

  • ଏବିଷୟରେ ନିଶ୍ଚିତ ହୁଅନ୍ତୁ ଯେ ଆପଣ ନିୟମିତ ରୂପେ ପରସ୍ପର ସହିତ ସମୟ ବିତାଉଛନ୍ତି ନା ନାହିଁ ଏବଂ ଏପରି କରିବା ସମୟରେ ପରସ୍ପରକୁ ଧ୍ୟାନର ସହିତ ଶୁଣନ୍ତୁ

  • କେବଳ “ମୁଁ” ନୁହଁ, ବରଂ “ଆମେ” ବିଷୟରେ ଚିନ୍ତା କରନ୍ତୁ

ପତି-ପନୀ ଦୁହେଁ ପିକନିକ୍‌ରେ ପରସ୍ପର ସହିତ ସମୟ ବିତାଉଛନ୍ତି

୨ ଆପଣଙ୍କ ହୃଦୟକୁ ସୁରକ୍ଷିତ ରଖନ୍ତୁ

ବାଇବଲ କʼଣ କହେ: “ପ୍ରତ୍ୟେକ ପୁରୁଷ ଯିଏ କୌଣସି ସ୍ତ୍ରୀକୁ ଏପରି ଦୃଷ୍ଟିରେ ଦେଖେ, ଯାହା ଯୋଗୁଁ ତାʼ ମନରେ ସେହି ସ୍ତ୍ରୀ ପାଇଁ କାମନା ଜାତ ହୁଏ, ସେ ନିଜ ହୃଦୟରେ ସେହି ସ୍ତ୍ରୀ ସହିତ ବ୍ୟଭିଚାର କରି ସାରିଲାଣି ।” (ମାଥିଉ ୫:୨୮, NW) ଯଦି କେହି ଅନୈତିକ ବିଷୟଗୁଡ଼ିକରେ ସର୍ବଦା ଚିନ୍ତା କରେ, ତେବେ ଗୋଟିଏ ଅର୍ଥରେ କହିବାକୁ ଗଲେ, ସେ ନିଜ ଜୀବନସାଥୀଙ୍କ ସହିତ ବିଶ୍ୱାସଘାତ କରିଥାଏ ।

ଯିହୋବା କହନ୍ତି ଯେ ଆପଣ “ନିଜ ହୃଦୟକୁ ସୁରକ୍ଷିତ” ରଖିବା ଉଚିତ୍‌ । (ହିତୋପଦେଶ ୪:୨୩, NW; ଯିରିମୀୟ ୧୭:୯) ଏଥିପାଇଁ ଆପଣଙ୍କୁ ଧ୍ୟାନ ଦେବାକୁ ହେବ ଯେ ଆପଣ ନିଜ ଆଖିରେ କʼଣ କʼଣ ଦେଖନ୍ତି । (ମାଥିଉ ୫:୨୯, ୩୦) ଆୟୁବଙ୍କ ଉଦାହରଣକୁ ଅନୁକରଣ କରନ୍ତୁ । ସେ ନିଜ ଆଖି ସହିତ ନିୟମ ବା ଚୁକ୍ତି କରିଥିଲେ ଯେ ସେ କେବେ ମଧ୍ୟ କୌଣସି ସ୍ତ୍ରୀକୁ ମନ୍ଦ ଦୃଷ୍ଟିରେ ଦେଖିବେ ନାହିଁ । (ଆୟୁବ ୩୧:୧) ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ କେବେ ମଧ୍ୟ କୌଣସି ଅଶ୍ଳୀଳ ଭିଡିଓ କିମ୍ବା ଛବି ଦେଖିବେ ନାହିଁ ଏବଂ ନିଜ ଜୀବନସାଥୀଙ୍କ ଛଡ଼ା ଅନ୍ୟ କୌଣସି ବ୍ୟକ୍ତି ସହିତ ରୋମାଣ୍ଟିକ୍‌ ସମ୍ପର୍କ ରଖିବେ ନାହିଁ ।

କାମ କରିବା ଜାଗାରେ ଜଣେ ପତି ତାଙ୍କ ଟେବୁଲ୍‌ ଉପରେ ନିଜ ପନୀଙ୍କ ଫଟୋ ରଛନ୍ତି

ଆପଣ କʼଣ କରିପାରିବେ:

  • ଅନ୍ୟମାନଙ୍କୁ ଦେଖାନ୍ତୁ ଯେ ଆପଣ ନିଜ ବୈବାହିକ ଜୀବନକୁ ଅତି ଗମ୍ଭୀରତାର ସହିତ ନିଅନ୍ତି ଏବଂ ନିଜ ଜୀବନସାଥୀଙ୍କୁ ବହୁତ ଭଲ ପାଆନ୍ତି

  • ଆପଣଙ୍କ ଜୀବନସାଥୀଙ୍କ ଭାବନାଗୁଡ଼ିକ ପ୍ରତି ସହାନୁଭୂତି ଦେଖାନ୍ତୁ ଏବଂ ଏପରି ଯେକୌଣସି ସମ୍ପର୍କକୁ ତୁରନ୍ତ ସମାପ୍ତ କରିଦିଅନ୍ତୁ, ଯାହା ଆପଣଙ୍କ ଜୀବନସାଥୀଙ୍କୁ ଠିକ୍‌ ଲାଗେ ନାହିଁ

ନିଜ ଭୂମିକା ସ୍ୱୀକାର କରନ୍ତୁ

ସଚ୍ଚୋଟତାର ସହିତ ନିଜକୁ ପରୀକ୍ଷା କରନ୍ତୁ ଏବଂ ନିଜ ଦୁର୍ବଳତାଗୁଡ଼ିକୁ ଚିହ୍ନନ୍ତୁ । (ଗୀତସଂହିତା ୧୫:୨) ପରାମର୍ଶ ବା ସାହାଯ୍ୟ ମାଗିବା ପାଇଁ ସଂକୋଚ କରନ୍ତୁ ନାହିଁ । (ହିତୋପଦେଶ ୧:୫) ଯଦି ଆପଣଙ୍କ ମନରେ ଅନୈତିକ ଚିନ୍ତା ଆସେ, ତେବେ ସେଗୁଡ଼ିକ ବିରୁଦ୍ଧରେ ଲଢ଼େଇ ଜାରି ରଖନ୍ତୁ । କେବେ ମଧ୍ୟ ହାର୍‌ ମାନନ୍ତୁ ନାହିଁ । (ହିତୋପଦେଶ ୨୪:୧୬) ଆପଣ ନିଜ ଜୀବନସାଥୀଙ୍କ ବିଶ୍ୱସ୍ତ ରହିବା ପାଇଁ ଯାହା ମଧ୍ୟ ପରିଶ୍ରମ କରନ୍ତି, ତାʼ ଉପରେ ଯିହୋବା ନିଶ୍ଚୟ ଆଶିଷ ଦେବେ ।

ନିଜକୁ ପଚାରନ୍ତୁ . . .

  • ମୁଁ ନିଜ ଜୀବନସାଥୀଙ୍କ ପାଇଁ ଆହୁରି ସମୟ କିପରି ବାହାର କରିପାରିବି ?

  • ମୋ ଜୀବନସାଥୀ ମୋର ସବୁଠାରୁ ଉତ୍ତମ ବନ୍ଧୁ ଅଟନ୍ତି କି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ