ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୪୯ ପୃଷ୍ଠା ୧୧୮-ପୃଷ୍ଠା ୧୧୯ ଅନୁଚ୍ଛେଦ ୨
  • ଜଣେ ଦୁଷ୍ଟ ରାଣୀକୁ ଦଣ୍ଡ ମିଳିଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜଣେ ଦୁଷ୍ଟ ରାଣୀକୁ ଦଣ୍ଡ ମିଳିଲା
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • “ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ”—୨ରାଜା ୯:୮
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ତାଙ୍କଠାରେ ସାହସ, ଉତ୍ସାହ ଓ ଦୃଢ଼ ସଂକଳ୍ପ ଥିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୪୯ ପୃଷ୍ଠା ୧୧୮-ପୃଷ୍ଠା ୧୧୯ ଅନୁଚ୍ଛେଦ ୨
ଈଷେବଲ୍‌ର ସେବକମାନେ ତାକୁ ଝରକାରୁ ବାହାରକୁ ଫିଙ୍ଗୁଛନ୍ତି

ପାଠ ୪୯

ଜଣେ ଦୁଷ୍ଟ ରାଣୀକୁ ଦଣ୍ଡ ମିଳିଲା

ରାଜା ଆହାବଙ୍କ ମହଲ ଯିଷ୍ରିୟେଲରେ ଥିଲା । ତାଙ୍କୁ ନିଜ ମହଲର ଝରକାରୁ ଅଙ୍ଗୁର କ୍ଷେତ ଦେଖା ଯାଉଥିଲା । ସେହି କ୍ଷେତ ନାବୋତ ନାମକ ବ୍ୟକ୍ତିଙ୍କ ଥିଲା । ଆହାବଙ୍କୁ ସେହି କ୍ଷେତ ବହୁତ ପସନ୍ଦ ଥିଲା, ତେଣୁ ସେ ନାବୋତଙ୍କଠୁ ତାହା କିଣିବା ପାଇଁ ଚେଷ୍ଟା କଲେ । କିନ୍ତୁ ନାବୋତ ତାହା ବିକ୍ରି କରିବା ପାଇଁ ମନା କରିଦେଲେ କାରଣ ଯିହୋବାଙ୍କ ନିୟମ ଥିଲା ଯେ କେହି ବି ନିଜ ପୈତୃକ ସମ୍ପତ୍ତିକୁ ବିକ୍ରି କରିବେ ନାହିଁ । କʼଣ ନାବୋତ ସଠିକ୍‌ କାମ କରୁଛନ୍ତି ବୋଲି ଆହାବ ତାଙ୍କ ଆଦର କଲେ ? ନୁହେଁ । ଆହାବ ବହୁତ ରାଗିଗଲେ, ଏପରିକି ସେ ନିଜ ଶୋଇବା କୋଠରୀରୁ ବାହାରକୁ ଆସୁ ନ ଥିଲେ ଏବଂ ସେ ଖାଇବା ପିଇବା ପାଇଁ ମନା କରିଦେଲେ ।

ଆହାବଙ୍କ ସ୍ତ୍ରୀ ଜଣେ ଦୁଷ୍ଟ ରାଣୀ ଥିଲା । ସେ ଆହାବଙ୍କୁ କହିଲା, ‘ତମେ ଇସ୍ରାଏଲର ରାଜା ଅଟ । ତମେ ଯାହା ଚାହଁ ପାଇପାରିବ । ମୁଁ ତମକୁ ସେହି ଜମି ପାଇବା ପାଇଁ ସାହାଯ୍ୟ କରିବି ।’ ସେ ସହରର ମୁଖିଆମାନଙ୍କୁ ଚିଠିଗୁଡ଼ିକ ଲେଖିଲା ଏବଂ ସେମାନଙ୍କୁ କହିଲା ଯେ ସେମାନେ ନାବୋତ ଉପରେ ଏହି ଦୋଷ ଲଗାନ୍ତୁ ଯେ ସେ ଈଶ୍ୱରଙ୍କ ବିଷୟରେ ଖରାପ କଥା କହିଛି ଏବଂ ତାକୁ ପଥରରେ ମାରି ଦିଆଯାଉ । ମୁଖିଆମାନେ ଏପରି ହିଁ କଲେ । ତାʼପରେ ଈଷେବଲ୍‌ ଆହାବଙ୍କୁ କହିଲା, ‘ନାବୋତର ମୃତ୍ୟୁ ହୋଇଯାଇଛି । ଏବେ ସେହି କ୍ଷେତ ତମର ଅଟେ ।’

ଈଷେବଲ୍‌ ନାବୋତଙ୍କ ଭଳି ଅନେକ ନିର୍ଦ୍ଦୋଷ ଲୋକଙ୍କ ହତ୍ୟା କରାଇଲା ଯେଉଁମାନେ ଯିହୋବାଙ୍କୁ ପ୍ରେମ କରୁଥିଲେ । ଈଷେବଲ୍‌ ମୂର୍ତ୍ତିଗୁଡ଼ିକର ପୂଜା କରୁଥିଲା ଏବଂ ଏପରି ହିଁ ଖରାପ କାମଗୁଡ଼ିକ କରୁଥିଲା । ଯିହୋବା ତାʼର ସବୁ କାମ ଦେଖିଲେ । ତେଣୁ ଯିହୋବା ତାʼ ସହିତ କʼଣ କଲେ ?

ଆହାବଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଯୋରାମ୍‌ ରାଜା ହେଲା । ଯିହୋବା ଯେହୂ ନାମକ ବ୍ୟକ୍ତିଙ୍କୁ ଈଷେବଲ୍‌ ପାଖକୁ ପଠାଇଲେ ଯାହାଦ୍ୱାରା ସେ ତାକୁ ଓ ତାʼର ପରିବାରକୁ ଦଣ୍ଡ ଦେବେ ।

ଯେହୂ ନିଜ ରଥରେ ବସି ଯିଷ୍ରିୟେଲ ଗଲେ ଯେଉଁଠି ଈଷେବଲ୍‌ ରହୁଥିଲା । ଯୋରାମ୍‌ ନିଜ ରଥ ନେଇ ଯେହୂଙ୍କୁ ଭେଟିବା ପାଇଁ ଗଲା ଏବଂ ତାଙ୍କୁ ପଚାରିଲା, ‘ସବୁ ଠିକ୍‌ ଅଛି ?’ ଯେହୂ କହିଲେ, ‘ଯେତେ ଯାଏ ତମ ମାଆ ଈଷେବଲ୍‌ ଖରାପ କାମ କରୁଥିବ, ସେତେ ଯାଏ ସବୁକିଛି କିପରି ଠିକ୍‌ ହୋଇପାରିବ ?’ ଯୋରାମ୍‌ ନିଜ ରଥକୁ ବୁଲେଇ ପଳାଇବାକୁ ଚେଷ୍ଟା କଲା, କିନ୍ତୁ ଯେହୂ ତୀର ଚଲାଇ ତାକୁ ମାରିଦେଲେ ।

ଯେହୂ ପାଟି କରି କହନ୍ତି ଯେ ଈଷେବଲ୍‌କୁ ତଳେ ପକାଇ ଦିଅ

ତାʼପରେ ଯେହୂ ମହଲକୁ ଗଲେ । ଯେବେ ଈଷେବଲ୍‌ ଶୁଣିଲା ଯେ ଯେହୂ ଆସୁଛନ୍ତି ତେବେ ସେ ବହୁତ ସଜେଇ ହେଲା । ସେ ନିଜ ଚୁଟି ବନାଇଲା ଏବଂ ଉପର ଝରକା ପାଖରେ ତାଙ୍କ ଅପେକ୍ଷା କଲା । ଯେବେ ଯେହୂ ମହଲକୁ ପହଞ୍ଚିଲେ ତେବେ ଈଷେବଲ୍‌ ତାଙ୍କୁ ଓଲଟା ସିଧା କଥା କହିବାକୁ ଲାଗିଲା । ଯେହୂ ଈଷେବଲ୍‌ ପାଖରେ ଛିଡ଼ା ହୋଇଥିବା ତାଙ୍କ ସେବକମାନଙ୍କୁ ପାଟି କରି କହିଲେ, “ତାକୁ ତଳକୁ ପକାଇଦିଅ ।” ସେମାନେ ଈଷେବଲ୍‌କୁ ଝରକା ବାହାରେ ଧକ୍କା ଦେଲେ ଏବଂ ସେ ତଳେ ପଡ଼ି ମରିଗଲା ।

ଏହାପରେ ଯେହୂ ଆହାବଙ୍କ ୭୦ ଜଣ ପୁଅଙ୍କୁ ହତ୍ୟା କରିଦେଲେ ଏବଂ ଦେଶରୁ ବାଲ୍‌ର ପୂଜାକୁ ପୂରାପୂରି ହଟାଇ ଦେଲେ । ଏହି କାହାଣୀରୁ ଆପଣ କʼଣ ଶିଖିଲେ ? ଯିହୋବା ସବୁକିଛି ଦେଖନ୍ତି ଏବଂ ଖରାପ କାମ କରୁଥିବା ଲୋକମାନଙ୍କୁ ସଠିକ୍‌ ସମୟରେ ଦଣ୍ଡ ଦିଅନ୍ତି ।

“ଧନଲୋଭ ସମସ୍ତ ଅନିଷ୍ଟର ମୂଳ ।”—୧ ତୀମଥି ୬:୧୦

ପ୍ରଶ୍ନ: ଈଷେବଲ୍‌ ନାବୋତଙ୍କ ଅଙ୍ଗୁର କ୍ଷେତ ନେବା ପାଇଁ କʼଣ କଲା ? ଯିହୋବା କିପରି ଈଷେବଲ୍‌କୁ ଦଣ୍ଡ ଦେଲେ ?

୧ ରାଜାବଳୀ ୨୧:୧-୨୯; ୨ ରାଜାବଳୀ ୯:୧–୧୦:୩୦

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ