ଗୀତ ୧୫୨
ମହିମା ଦିଏ ଏହି ଘର
(୧ ରାଜାବଳୀ ୮:୨୭; ୧ ବଂଶାବଳୀ ୨୯:୧୪)
୧. ଆକାଶ ପୃଥିବୀ ତୁମକୁ,
କରିପାରେ ନା ଧାରଣ ।
କିନ୍ତୁ ଥାଅ ଏହି ସ୍ଥାନରେ,
ଆମ ଉପାସନା ଘରେ ।
ଯିହୋବା ହୁଅ ଅତି ଖୁସି,
ଏ ଗୃହରେ ନମ୍ର ଦେଖି ।
ଲାଗେ ମନୋହର ଏ ଜାଗା,
ଏକତ୍ର ହୋଇ ରହିବା
(ବିଶେଷ ପଂକ୍ତି)
ସବୁ ଦେଲ ପିତା,
କିଛି ନାହିଁ ଆମର ।
ତୁମର ହିଁ ସବୁକୁ,
ଅର୍ପଣ କରୁଛୁ ।
(ଘୋଷା)
କରିବା ତୁମର ମହିମା,
ଉଚ୍ଚ ସ୍ୱରରେ ଗାଇବା,
ହେଉ ତୁମ ନାଁର ପ୍ରଶଂସା,
ଏହା ହିଁ ଆମର ଇଚ୍ଛା ।
୨. ସ୍ୱପ୍ନ ଥିଲା ଯାହା ଆମର,
ଦେଲ ପିତା ରାଜ୍ୟ ଘର ।
ମିଳେ ଆଧ୍ୟାତ୍ମିକ ଭୋଜନ,
ତୃପ୍ତ ହୋଇ ଯାଏ ମନ ।
ଯୀଶୁ ଦେଲେ ଆମକୁ କାମ,
କରିବା ଏହାକୁ ପୂରା ।
ଏବେ ନାହିଁ ବେଶି ସମୟ,
ଖୋଜିବା ନମ୍ର ହୃଦୟ ।
(ବିଶେଷ ପଂକ୍ତି)
ସବୁ ଦେଲ ପିତା,
କିଛି ନାହିଁ ଆମର ।
ତୁମର ହିଁ ସବୁକୁ,
ଅର୍ପଣ କରୁଛୁ ।
(ଘୋଷା)
କରିବା ତୁମର ମହିମା,
ଉଚ୍ଚ ସ୍ୱରରେ ଗାଇବା,
ହେଉ ତୁମ ନାଁର ପ୍ରଶଂସା,
ଏହା ହିଁ ଆମର ଇଚ୍ଛା ।