ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lmd ପାଠ ୮
  • ଧୈର୍ଯ୍ୟ ଧରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଧୈର୍ଯ୍ୟ ଧରନ୍ତୁ
  • ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯୀଶୁ କʼଣ କଲେ ?
  • ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?
  • ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?
  • ଧୈର୍ଯ୍ୟ ଧରିବା ଜାରି ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଲୋକମାନଙ୍କ ବିଷୟରେ ଭାବନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ହାର୍‌ ମାନନ୍ତୁ ନାହିଁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
  • ହୃଦୟରୁ ଚିନ୍ତା କରନ୍ତୁ
    ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
ଆହୁରି ଦେଖନ୍ତୁ
ଲୋକଙ୍କୁ ପ୍ରେମ କର—ଶିଷ୍ୟ କର
lmd ପାଠ ୮

ପୁଣିଥରେ ଭେଟିବା ସମୟରେ

ଯୀଶୁ ନିଜ ଭାଇ ଯାକୁବଙ୍କୁ ଭେଟିବା ପାଇଁ ଯାଇଛନ୍ତି । ଯାକୁବ କାଠର କିଛି କାମ କରୁଛନ୍ତି ଓ ଯୀଶୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଯୋହ. ୭:୩-୫; ୧ କରି. ୧୫:୩, ୪, ୭

ପାଠ ୮

ଧୈର୍ଯ୍ୟ ଧରନ୍ତୁ

ସିଦ୍ଧାନ୍ତ: “ପ୍ରେମ ଦୀର୍ଘସହିଷ୍ଣୁ ।”—୧ କରି. ୧୩:୪.

ଯୀଶୁ କʼଣ କଲେ ?

ଯୀଶୁ ନିଜ ଭାଇ ଯାକୁବଙ୍କୁ ଭେଟିବା ପାଇଁ ଯାଇଛନ୍ତି । ଯାକୁବ କାଠର କିଛି କାମ କରୁଛନ୍ତି ଓ ଯୀଶୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଭିଡିଓ: ଯୀଶୁ ଯାକୁବଙ୍କୁ ସାହାଯ୍ୟ କଲା ବେଳେ ଧୈର୍ଯ୍ୟ ଧରିଲେ

୧. ଭିଡିଓ ଦେଖନ୍ତୁ କିମ୍ବା ଯୋହନ ୭:୩-୫ ଓ ୧ କରିନ୍ଥୀୟ ୧୫:୩, ୪, ୭ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1. କ. କʼଣ ଆରମ୍ଭରେ ଯୀଶୁଙ୍କ ଭାଇମାନେ ତାଙ୍କ କଥା ଉପରେ ବିଶ୍ୱାସ କଲେ ?

  2. ଖ. କିପରି ଜଣାପଡ଼େ ଯେ ଯୀଶୁଙ୍କୁ ଭରସା ଥିଲା ଯେ ତାଙ୍କ ଭାଇ ଯାକୁବ ଦିନେ ନା ଦିନେ ତାଙ୍କ ଉପରେ ବିଶ୍ୱାସ କରିବେ ?

ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?

୨. ହୁଏତ କିଛି ଲୋକମାନଙ୍କୁ ଆମ ସନ୍ଦେଶ ଉପରେ ବିଶ୍ୱାସ କରିବା ପାଇଁ ଅଧିକ ସମୟ ଲାଗିପାରେ । ଏପରି ସମୟରେ ଆମକୁ ଧୈର୍ଯ୍ୟ ଧରିବା ଉଚିତ୍‌ ।

ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. ଉପାୟ ବଦଳାଇ ଦେଖନ୍ତୁ । ଯଦି କୌଣସି ବ୍ୟକ୍ତି ବାଇବଲ ଅଧ୍ୟୟନ କରିବା ପାଇଁ ତୁରନ୍ତ ରାଜି ହୁଏନି, ତେବେ ତାକୁ ବାଧ୍ୟ କରନ୍ତୁ ନାହିଁ । ଯଦି ସମ୍ଭବ, ଆପଣ ତାକୁ କୌଣସି ଭିଡିଓ କିମ୍ବା ଲେଖା ଦେଖାଇପାରିବେ । ଏଥିରୁ ସେ ହୁଏତ ବୁଝିପାରିବ ଯେ ବାଇବଲ ଅଧ୍ୟୟନ କିପରି ହୁଏ ଆଉ ତାକୁ ଏଥିରୁ କିପରି ଲାଭ ହେବ ।

୪. ତୁଳନା କରନ୍ତୁ ନାହିଁ । ସମସ୍ତଙ୍କର ପରିସ୍ଥିତି ଅଲଗା ଅଲଗା ହୋଇଥାଏ । ହୋଇପାରେ ଆପଣଙ୍କ କୌଣସି ସମ୍ପର୍କୀୟ କିମ୍ବା ଆଉ କେହି ବାଇବଲ ଅଧ୍ୟୟନ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି କିମ୍ବା ତାଙ୍କୁ ବାଇବଲର କୌଣସି ଶିକ୍ଷା ମାନିବା ପାଇଁ ମୁସ୍କିଲ ଲାଗୁଛି । ତେବେ ଭାବନ୍ତୁ ଯେ ତାଙ୍କୁ ଏପରି କାହିଁକି ଲାଗୁଛି ? କʼଣ ତାଙ୍କୁ ନିଜ ଧର୍ମର କୌଣସି ଶିକ୍ଷା କିମ୍ବା ରୀତିନୀତି ଛାଡ଼ିବା ପାଇଁ କଷ୍ଟ ଲାଗୁଛି ? କିମ୍ବା କʼଣ ତାଙ୍କର ସମ୍ପର୍କୀୟ, ପଡ଼ୋଶୀମାନେ ତାଙ୍କୁ ଏପରି କରିବା ପାଇଁ ମନା କରୁଛନ୍ତି ? କାହାରିକୁ ବାଇବଲର କଥା ବୁଝିବା ପାଇଁ ଆଉ ତାକୁ ମାନିବା ପାଇଁ ସମୟ ଲାଗିପାରେ । ସେଥିପାଇଁ ଧୈର୍ଯ୍ୟ ଧରନ୍ତୁ ।

୫. ପ୍ରାର୍ଥନା କରନ୍ତୁ । ଆପଣ ନିରାଶ ନ ହେବା ପାଇଁ ଓ ଲୋକମାନଙ୍କ ସହ ଭାବିଚିନ୍ତି କଥା ହେବା ପାଇଁ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ଯଦି ଆପଣଙ୍କୁ ଲାଗେ ଯେ ଆପଣ ଯାହା ସହ କଥା ହେଉଛନ୍ତି, ସେ ବେଶି ଆଗ୍ରହ ଦେଖାଉ ନାହିଁ ଓ ଆପଣଙ୍କୁ ଏହା ବି ଲାଗୁଛି ଯେ ତାʼସହ ଭେଟିବା ବନ୍ଦ କରିଦେବା ଉଚିତ୍‌, ତାହେଲେ ଏବିଷୟରେ ପ୍ରାର୍ଥନା କରନ୍ତୁ ।—୧ କରି. ୯:୨୬.

ଏହା ବି ଦେଖନ୍ତୁ

ମାର୍କ ୪:୨୬-୨୮; ୧ କରି. ୩:୫-୯; ୨ ପିତ. ୩:୯

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ