ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୩/୯୯ ପୃଷ୍ଠା ୨
  • ମାର୍ଚ୍ଚ ମାସ ପାଇଁ ସେବା ସଭାଗୁଡ଼ିକ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମାର୍ଚ୍ଚ ମାସ ପାଇଁ ସେବା ସଭାଗୁଡ଼ିକ
  • ଆମ ରାଜ୍ୟ ସେବା—୧୯୯୯
  • ଉପଶୀର୍ଷକ
  • ମାର୍ଚ୍ଚ ୧ ରୁ ଆରମ୍ଭ ହେବା ସପ୍ତାହ
  • ମାର୍ଚ୍ଚ ୮ ରୁ ଆରମ୍ଭ ହେବା ସପ୍ତାହ
  • ମାର୍ଚ୍ଚ ୧୫ ରୁ ଆରମ୍ଭ ହେବା ସପ୍ତାହ
  • ମାର୍ଚ୍ଚ ୨୨ ରୁ ଆରମ୍ଭ ହେବା ସପ୍ତାହ
  • ମାର୍ଚ୍ଚ ୨୯ ରୁ ଆରମ୍ଭ ହେବା ସପ୍ତାହ
ଆମ ରାଜ୍ୟ ସେବା—୧୯୯୯
km ୩/୯୯ ପୃଷ୍ଠା ୨

ମାର୍ଚ୍ଚ ମାସ ପାଇଁ ସେବା ସଭାଗୁଡ଼ିକ

ମାର୍ଚ୍ଚ ୧ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୩୩

୮ ମି: ସ୍ଥାନୀୟ ଘୋଷଣାବଳୀ । ଆମ ରାଜ୍ୟ ପରିଚର୍ଯ୍ୟାରୁ ନିର୍ବାଚିତ ଘୋଷଣାବଳୀ ।

୧୭ ମି: “ସାରା ବିଶ୍ୱରେ ମସୀହଙ୍କ ମୃତ୍ୟୁର ସ୍ମାରକ ପାଳିତ ହୁଏ ।” ପ୍ରଶ୍ନୋତ୍ତର । ଫେବୃୟାରି ୧, ୧୯୯୭, ପ୍ରହରୀଦୁର୍ଗ, ପୃଷ୍ଠା ୧୧-୧୨, ପରିଚ୍ଛେଦ ୧୦-୧୪ ରୁ ବିଷୟକୁ ସମ୍ମିଳିତ କରନ୍ତୁ । ଆମ ପାଇଁ ମୁକ୍ତି-ବଳିଦାନ ପ୍ରଦାନ କରିବାକୁ ଯିହୋବା ତାଙ୍କର ମହାନ ପ୍ରେମ ଦ୍ୱାରା କିପରି ପ୍ରେରିତ ହେଲେ, ଏହି ବିଷୟ ଉପରେ ଗୁରୁତ୍ୱାରୋପ କରନ୍ତୁ ।

୨୦ ମି: ଏପ୍ରିଲ ଓ ମେ ମାସରେ ଅଗ୍‌ଜ୍ୟୁଲରି ପାଇନିୟର କାର୍ଯ୍ୟ କରିବାର ବିଶେଷ କାରଣ । ସେବା ଓଭରସିୟରଙ୍କ ଦ୍ୱାରା ଭାଷଣ ଓ ଶ୍ରୋତାଗଣଙ୍କ ସହିତ ଆଲୋଚନା । ସେ ସମସ୍ତ ଭାଇମାନଙ୍କୁ ଅଗ୍‌ଜ୍ୟୁଲରି ପାଇନିୟର କାର୍ଯ୍ୟ ବିଷୟରେ ଗମ୍ଭୀରଭାବେ ବିଚାର କରିବାକୁ ଉତ୍ସାହିତ କରିବେ । ଜାନୁଆରି ୧୯୯୯, ଆମ ରାଜ୍ୟ ପରିଚର୍ଯ୍ୟା, ପୃଷ୍ଠା ୩ ରେ ଦିଆଯାଇଥିବା ରେଗୁଲର ଓ ଅଗ୍‌ଜ୍ୟୁଲରି ପାଇନିୟରମାନଙ୍କ ପାଇଁ ସମୟର ଆବଶ୍ୟକତାରେ ପରିବର୍ତ୍ତନର ପୁନର୍ବିଚାର କରନ୍ତୁ । ଏହି ପରିବର୍ତ୍ତନ ଯୋଗୁଁ ଅଧିକାଂଶ ପ୍ରକାଶକମାନେ ପୂର୍ଣ୍ଣ-ସମୟ ସେବା ଆରମ୍ଭ କରିପାରିବେ । ଖ୍ରୀଷ୍ଟଙ୍କ ବଳିଦାନ ପ୍ରତି ଆମର ମୂଲ୍ୟାଙ୍କନ କିପରି ଆମକୁ ଅନ୍ୟମାନଙ୍କ ନିକଟରେ ପ୍ରାଣପଣେ ପ୍ରଚାର କରିବାକୁ ବିବଶ କରେ, ତାହା ବୁଝାନ୍ତୁ । (୨ କରି. ୫:୧୪, ୧୫) ଏହି ବର୍ଷ ସ୍ମାରକ ଉତ୍ସବ ଏପ୍ରିଲ ୧ ତାରିଖରେ ହେବ । ସମ୍ପୂର୍ଣ୍ଣ ମାସ ଅତ୍ୟଧିକ ପରିଚର୍ଯ୍ୟା କାର୍ଯ୍ୟରେ ଲାଗି ରହିବା ପାଇଁ ସମସ୍ତ ରାଜ୍ୟ ପ୍ରକାଶକମାନଙ୍କ ପାଇଁ କେତେ ଉତ୍ତମ ପ୍ରେରକ ! ଅଗ୍‌ଜ୍ୟୁଲରି ପାଇନିୟର ସେବା ବିଷୟରେ ଫେବୃୟାରି ୧୯୯୭ ଓ ମାର୍ଚ୍ଚ ୧୯୯୮, ଆମ ରାଜ୍ୟ ପରିଚର୍ଯ୍ୟାର (ଇଂଗ୍ରାଜୀ) ଇଂସର୍ଟରେ ଥିବା ମୁଖ୍ୟ ବିଷୟଗୁଡ଼ିକର ପୁନର୍ବିଚାର କରନ୍ତୁ । ଦିଆଯାଇଥିବା ତାଲିକା ସଦୃଶ୍ୟ ଅନ୍ୟ ଉପାୟ ବିଷୟରେ ବିଚାର କରନ୍ତୁ । ସ୍ଥାନୀୟ ସେବା ବ୍ୟବସ୍ଥା ବିଷୟରେ କୁହନ୍ତୁ । ଏହି ବ୍ୟବସ୍ଥା ଯୋଗୁଁ ଅନ୍ୟମାନଙ୍କ ସହିତ ପରିଚର୍ଯ୍ୟାରେ ଭାଗ ନେବା ପାଇଁ ଅଧିକ ସୁଯୋଗ ମିଳେ । ସଭା ସମାପ୍ତ ହେବା ପରେ, ଅଗ୍‌ଜ୍ୟୁଲରି ପାଇନିୟର କାର୍ଯ୍ୟର ଆବେଦନ-ପତ୍ର ନେବାକୁ ପ୍ରକାଶକମାନଙ୍କୁ ଉତ୍ସାହିତ କରନ୍ତୁ ।

ଗୀତ ୪୪ ଏବଂ ଶେଷ ପ୍ରାର୍ଥନା ।

ମାର୍ଚ୍ଚ ୮ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୫୨

୧୦ ମି: ସ୍ଥାନୀୟ ଘୋଷଣାବଳୀ । ହିସାବ-ପତ୍ରର ରିପୋର୍ଟ ।

୨୦ ମି: “ସେମାନଙ୍କୁ ଆସିବାକୁ ଆମନ୍ତ୍ରଣ କରନ୍ତୁ ।” ପ୍ରଶ୍ନୋତ୍ତର । ଆଗ୍ରହ ଦେଖାଉଥିବା ନୂତନ ଲୋକମାନଙ୍କୁ ସର୍ବଦା ମଣ୍ଡଳୀର ସଭାରେ ଉପସ୍ଥିତ ହେବା ଆବଶ୍ୟକ, ଏହି ବିଷୟ ଉପରେ ଗୁରୁତ୍ୱାରୋପ କରନ୍ତୁ । ଜଣେ ଆଗ୍ରହୀ ବ୍ୟକ୍ତିଙ୍କ ସହିତ ଆଲୋଚନା ପ୍ରଦର୍ଶିତ କରନ୍ତୁ ଓ ଜ୍ଞାନ ବହି, ପୃଷ୍ଠା ୧୫୯, ପରିଚ୍ଛେଦ ୨୦ ଏବଂ ପୃଷ୍ଠା ୧୬୧-୩, ପରିଚ୍ଛେଦ ୫-୮ ରେ ଦିଆଯାଇଥିବା ବିଷୟ ପ୍ରୟୋଗ କରନ୍ତୁ । ଏପ୍ରିଲ ୧ ତାରିଖରେ, ସ୍ମାରକ ଉତ୍ସବରେ ଉପସ୍ଥିତ ହେବାକୁ ବାଇବଲ ବିଦ୍ୟାର୍ଥିମାନଙ୍କୁ ଏବଂ ଆଗ୍ରହ ଦେଖାଉଥିବା ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ଭାଇମାନଙ୍କୁ ଉତ୍ସାହିତ କରନ୍ତୁ । ମୁଦ୍ରିତ ଆମନ୍ତ୍ରଣ ପତ୍ର ଦେଖାନ୍ତୁ ଏବଂ ଏହାକୁ କିପରି ଫଳପ୍ରଦରୂପେ ପ୍ରୟୋଗ କରାଯାଇପାରେ, ତାହା ବୁଝାନ୍ତୁ । ଭାଇମାନଙ୍କୁ ଏହି ସପ୍ତାହରେ ସ୍ମାରକ ଉତ୍ସବର ଆମନ୍ତ୍ରଣ ପତ୍ରର ବିତରଣ କରିବା ଆବଶ୍ୟକ ।

୧୫ ମି: “ମଣ୍ଡଳୀର ସାଭାଗୁଡ଼ିକରେ—ପରିବାରର ସଦସ୍ୟମାନେ କିପରି ସମ୍ପୂର୍ଣ୍ଣରୂପେ ଭାଗ ନେବା ପାଇଁ ସହଯୋଗ ଦିଅନ୍ତି ।” ଗୋଟିଏ ପରିବାର ଅଲୋଚନା କରିବେ । ସେମାନେ ଲେଖାର ମୁଖ୍ୟ ବିଷୟ ବ୍ୟାଖ୍ୟା କରିବେ ଏବଂ ଆଲୋଚନା କରିବେ ଯେ କିପରି ସେମାନେ ପରିବାରରେ ଏକତ୍ରିତ ହୋଇ ସଭାଗୁଡ଼ିକ ପାଇଁ ତିଆରି କରିପାରିବେ । ସଭାରେ ଭାଗ ନେବା ପାଇଁ ପରସ୍ପରଙ୍କୁ ସାହାଯ୍ୟ କରିବା ନିମିତ୍ତ ଏବଂ ସଭାରେ ଠିକ ସମୟରେ ଉପସ୍ଥିତ ହେବାକୁ ପରିବାରକୁ କʼଣ କରିବା ଆବଶ୍ୟକ, ସେମାନେ ଏହାର ଭିନ୍ନ-ଭିନ୍ନ ଉପାୟ ଆଲୋଚନା କରିବେ ।

ଗୀତ ୬୨ ଏବଂ ଶେଷ ପ୍ରାର୍ଥନା ।

ମାର୍ଚ୍ଚ ୧୫ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୫୬

୧୦ ମି: ସ୍ଥାନୀୟ ଘୋଷଣାବଳୀ ।

୧୫ ମି: “ସହାୟକ ସେବକମାନେ ବହୁମୂଲ୍ୟ ସେବା ଦିଅନ୍ତି ।” ଜଣେ ଯୋଗ୍ୟ ସହାୟକ ସେବକ ଦ୍ୱାରା ଭାଷଣ । ଆମର ପରିଚର୍ଯ୍ୟା (ଇଂଗ୍ରାଜୀ) ବହିର ପୃଷ୍ଠା ୫୭-୯ ରେ ଦିଆଯାଇଥିବା ମୁଖ୍ୟ ବିଷୟକୁ ପୁନର୍ବିଚାର କରନ୍ତୁ । ନିଜ ନିଜର ମଣ୍ଡଳୀରେ ସହାୟତା ପାଇଁ କିପରି ସହାୟକ ସେବକମାନଙ୍କୁ ପ୍ରୟୋଗ କରାଯାଉଛି, ତାହା ବୁଝାନ୍ତୁ ।

୨୦ ମି: ୧୯୯୯ ଇୟରବୁକ୍‌ର ଉପଭୋଗ କରନ୍ତୁ । ପତି-ପତ୍ନୀ ମଧ୍ୟରେ ଆଲୋଚନା । ପତି ବୁଝାନ୍ତି ଯେ ପ୍ରଥମେ ଇୟରବୁକ୍‌ ୧୯୨୭ ରେ ବହିରୂପେ ପ୍ରକାଶିତ ହେଲା ଏବଂ ୭୦ ରୁ ଅଧିକ ହେଲା ଏଥିରେ ଯିହୋବାଙ୍କ ସାକ୍ଷିମାନଙ୍କର ବିଶ୍ୱବ୍ୟାପୀ ରିପୋର୍ଟ ଦିଆଯାଉଛି । ସେମାନେ ପୃଷ୍ଠା ୩୧ ରେ ଦିଆଯାଉଥିବା “୧୯୯୮ ମସିହାର ମୋଟ ସଂଖ୍ୟାଗୁଡ଼ିକର” ମୁଖ୍ୟ ବିଷୟକୁ ପୁନର୍ବିଚାର କରିବେ । ତାʼପରେ ସେମାନେ ପୃଷ୍ଠା ୩-୫ ରେ ଦିଆଯାଉଥିବା “ଶାସୀ ନିକାୟଙ୍କ ପତ୍ରର” ଆଲୋଚନା କରିବେ ଓ ସେମାନଙ୍କୁ ଦିଆଯାଉଥିବା ଉତ୍ସାହନକୁ ସେମାନେ କିପରି ଅନୁକରଣ କରିବେ, ଏହା କୁହନ୍ତୁ ।

ଗୀତ ୬୮ ଏବଂ ଶେଷ ପ୍ରାର୍ଥନା ।

ମାର୍ଚ୍ଚ ୨୨ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୧୬୨

୧୦ ମି: ସ୍ଥାନୀୟ ଘୋଷଣାବଳୀ । ଏପ୍ରିଲ ମାସରେ ଯେଉଁ ଭାଇମାନେ ଅଗ୍‌ଜ୍ୟୁଲରି ପାଇନିୟର କରିବେ, ସେମାନଙ୍କର ନାମ ଘୋଷଣା କରନ୍ତୁ । ନିବେଦନ-ପତ୍ର ଦେବାରେ ବିଳମ୍ବ ହୋଇ ନାହିଁ, ଏହା କୁହନ୍ତୁ । ଏପ୍ରିଲ ମାସ ଜନିତ ନିର୍ଧାରିତ ହୋଇଥିବା କ୍ଷେତ୍ର ସେବାର ସଭାଗୁଡ଼ିକର ତାଲିକା କୁହନ୍ତୁ । ମାର୍ଚ୍ଚ ୨୭ ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଦିଆଯାଇଥିବା ସ୍ମାରକ ବାଇବଲ ପଠନ ପଡ଼ିବାକୁ ସମସ୍ତ ଭାଇମାନଙ୍କୁ ଉତ୍ସାହିତ କରନ୍ତୁ । ଏହି ତାଲିକା ପ୍ରତିଦିନ ଶାସ୍ତ୍ରବଚନର ପରୀକ୍ଷା କରନ୍ତୁ—୧୯୯୯ (ଇଂଗ୍ରାଜୀ) ବହିରେ ଓ ୧୯୯୯ କ୍ୟାଲେଣ୍ଡରରେ ଦିଆଯାଇଛି ।

୧୫ ମି: ସ୍ମାରକ ଉତ୍ସବ ପାଇଁ ପ୍ରସ୍ତୁତି କରନ୍ତୁ । ଗୋଟିଏ ଭାଷଣ । ସମସ୍ତ ଲୋକଙ୍କୁ, ବାଇବଲ ବିଦ୍ୟାର୍ଥିମାନଙ୍କୁ ଏବଂ ଆଗ୍ରହୀ ବ୍ୟକ୍ତିମାନଙ୍କୁ ସ୍ମାରକ ଉତ୍ସବରେ ଉପସ୍ଥିତ ହେବାକୁ ସାହାଯ୍ୟ କରିବା ପାଇଁ ଯୋଜନା କରିବା ଆବଶ୍ୟକ । କେଉଁମାନେ ଏହି ଉତ୍ସବର ପ୍ରତୀକକୁ ଖାଇ ପାରିବେ କିମ୍ବା ଏହି ଉତ୍ସବର ମହତ୍ତ୍ୱ କʼଣ, ଏହି ବିଷୟ ସେଠାରେ ଉପସ୍ଥିତ ହେଉଥିବା ନୂତନ ବ୍ୟକ୍ତିମାନେ ବୁଝି ପାରିବେ ନାହିଁ । ଏପ୍ରିଲ ୧, ୧୯୯୬, ପ୍ରହରୀଦୁର୍ଗ, ପୃଷ୍ଠା ୬-୮ ରେ ଦିଆଯାଇଥିବା ବିଷୟର ପୁନର୍ବିଚାର କରନ୍ତୁ ଏବଂ ପ୍ରଦର୍ଶିତ କରନ୍ତୁ ଯେ କିପରି ଆମେ ଆଗ୍ରହ ଦେଖାଇଥିବା ନୂତନ ବ୍ୟକ୍ତିଙ୍କୁ ଏହି ଉତ୍ସବର ଅର୍ଥ ଓ ଉଦ୍ଦେଶ୍ୟ ବୁଝାଇ ପାରିବା । ଶେଷରେ ‘ସ୍ମାରକ ପାଇଁ ମନେ ରଖୁଥିବା ବିଷୟଗୁଡ଼ିକର’ ପୁନର୍ବଚାର କରନ୍ତୁ ଓ ସ୍ମାରକ ପାଇଁ ମଣ୍ଡଳୀର ବ୍ୟବସ୍ଥାକୁ କୁହନ୍ତୁ ।

ମି: ମୃତ୍ୟୁ ସମୟରେ ଆମର କʼଣ ଘଟେ? ପ୍ରାଚୀନ ଦୁଇ କିମ୍ବା ତିନି ଜଣ ଯୋଗ୍ୟ ପ୍ରକାଶକମାନଙ୍କ ସହିତ ଇଂଗ୍ରାଜୀ ବ୍ରୋଶରର ମହତ୍ତ୍ୱ ଏବଂ ଏହାର ଉପଯୋଗିତା ବିଷୟରେ ଆଲୋଚନା କରିବେ । କ୍ଷେତ୍ର ସେବାରେ ଆମେ ଏହି ବ୍ରୋଶରକୁ ପ୍ରଭାବକାରୀରୂପେ ପ୍ରୟୋଗ କରୁ କି? ସେମାନେ ନିମ୍ନଲିଖିତ ବିଷୟରେ ଆଲୋଚନା କରିବେ: ଏହି ବିଷୟରେ ଅନେକ ଲୋକ କାହିଁକି ଆଗ୍ରହ ଦେଖାନ୍ତି? ମିଥ୍ୟା ଧର୍ମର ଶିକ୍ଷା ବିରୁଦ୍ଧରେ, ଏହି ବ୍ରୋଶର କି ଆଶା ଦିଏ? ଆମେ ଆଗ୍ରହ ବଢ଼ାଇବା ପାଇଁ ଶେଷ ପୃଷ୍ଠାରେ ଦିଆଯାଉଥିବା ପ୍ରଶ୍ନଗୁଡ଼ିକୁ କିପରି ପ୍ରୟୋଗ କରି ପାରିବା? କେଉଁ ଲୋକମାନଙ୍କୁ ଆମେ ଏହି ବ୍ରୋଶର ଦେଇ ପାରିବା? ପୃଷ୍ଠା ୨୭ ର ପରିଚ୍ଛେଦ ୧୪ ରେ ଦିଆଯାଇଥିବା ଶାସ୍ତ୍ରବଚନକୁ ପ୍ରୟୋଗ କରି ଗୋଟିଏ ପ୍ରଦର୍ଶନର ପ୍ରସ୍ତୁତି କରନ୍ତୁ । ଏହି ବ୍ରୋଶରର ଉତ୍ତମ ପ୍ରୟୋଗ କରିବା ନିମିତ୍ତ ପ୍ରସ୍ତୁତ ରହିବାକୁ ସମସ୍ତ ଭାଇମାନଙ୍କୁ ଉତ୍ସାହିତ କରନ୍ତୁ ।

ଗୀତ ୯୨ ଏବଂ ଶେଷ ପ୍ରାର୍ଥନା ।

ମାର୍ଚ୍ଚ ୨୯ ରୁ ଆରମ୍ଭ ହେବା ସପ୍ତାହ

ଗୀତ ୧୧୧

୧୨ ମି: ସ୍ଥାନୀୟ ଘୋଷଣାବଳୀ । ମାର୍ଚ୍ଚ ମାସର କ୍ଷେତ୍ର ସେବା ରିପୋର୍ଟ ଦେବାକୁ ସମସ୍ତ ଭାଇମାନଙ୍କୁ ମନେ ପକାନ୍ତୁ । ଏପ୍ରିଲ ମାସରେ ଆମେ ପ୍ରହରୀଦୁର୍ଗ ଓ ଜାଗ୍ରତ ରୁହନ୍ତୁ ! ପତ୍ରିକାଗୁଡ଼ିକୁ ଅର୍ପଣ କରିବା । ନୂତନ ପତ୍ରିକାଗୁଡ଼ିକୁ ଦେଖାନ୍ତୁ ଓ ମୁଖ୍ୟ ଲେଖାଗୁଡ଼ିକୁ ପ୍ରଦର୍ଶିତ କରନ୍ତୁ ଏବଂ ଆଗ୍ରହ ଜନ୍ମାଉଥିବା ବିଷୟଗୁଡ଼ିକୁ କୁହନ୍ତୁ । ସମସ୍ତ ଭାଇମାନେ ଚାହିଁବା ବ୍ରୋଶର ରଖିବା ଉଚିତ୍‌ ଏବଂ ଆଗ୍ରହ ଦେଖାଇବା ଲୋକଙ୍କ ସହିତ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ଏହାର ପ୍ରୟୋଗ କରିବା ଉଚିତ୍‌ ।

୧୫ ମି: ସ୍ଥାନୀୟ ଘୋଷଣାବଳୀ ।

୧୮ ମି: ଆମେ ଉପଦେଶ ପ୍ରତି କିପରି ପ୍ରତିକ୍ରିଆ ଦେଖାଇବା ଉଚିତ୍‌? ଜଣେ ପ୍ରାଚୀନଙ୍କ ଦ୍ୱାରା ଭାଷଣ । ଆମ ସମସ୍ତ ଲୋକଙ୍କୁ ନିଜ ମନୋବୃତ୍ତି, ଆଚରଣ, ସାହଚର୍ଯ୍ୟ କିମ୍ବା ମଣ୍ଡଳୀର କାର୍ଯ୍ୟ ସମ୍ବନ୍ଧୀୟ ବିଷୟରେ ଉପଦେଶ ମିଳେ । ବେଳେବେଳେ ଆମେ ଉପଦେଶର ବିରୋଦ୍ଧାଚରଣ କରୁ କିମ୍ବା ଆମକୁ ଉପଦେଶ ଭଲ ଲାଗେ ନାହିଁ । ଉପଦେଶକୁ ସ୍ୱୀକାର କରି ନିଜ ଜୀବନର ପ୍ରୟୋଗ କରିବାର ଇଚ୍ଛା, ନିଜ ଆଧ୍ୟାତ୍ମିକ ହିତ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଗୁରୁତ୍ୱପୂର୍ଣ୍ଣ ବିଷୟର ପୁନର୍ବିଚାର କରନ୍ତୁ ଯେ କାହିଁକି ଆମେ ଉପଦେଶକୁ ସ୍ୱୀକାର କରିବା ଏବଂ ମୂଲ୍ୟାଙ୍କନ ଦେଖାଇବା ଉଚିତ୍‌, ଏହି ବିଷୟର ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ପୁନର୍ବିଚାର କରନ୍ତୁ ।—ଏପ୍ରିଲ ୧, ୧୯୮୭, ପ୍ରହରୀଦୁର୍ଗ, ପୃଷ୍ଠା ୨୭-୩୦ ଦେଖନ୍ତୁ ।

ଗୀତ ୧୧୮ ଏବଂ ଶେଷ ପ୍ରାର୍ଥନା ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ