ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • km ୩/୯୯ ପୃଷ୍ଠା ୧
  • ସେମାନଙ୍କୁ ଆସିବାକୁ ଆମନ୍ତ୍ରଣ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସେମାନଙ୍କୁ ଆସିବାକୁ ଆମନ୍ତ୍ରଣ କରନ୍ତୁ
  • ଆମ ରାଜ୍ୟ ସେବା—୧୯୯୯
  • ପ୍ରାୟ ସମାନ ଲେଖା
  • ଆମ ସଭାଗୁଡ଼ିକରେ ଆସିଲେ ଆପଣଙ୍କୁ କʼଣ ଲାଭ ହେବ ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ଆମ ଖ୍ରୀଷ୍ଟିୟାନ ସଭାକୁ ଆସି ଆପଣ କିପରି ଅନୁଭବ କରିବେ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • ସୁସମାଚାରରେ ଆଗ୍ରହ ଦେଖାଉଥିବା ଲୋକଙ୍କ ଶୀଘ୍ର ସହାୟତା କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ମୁଁ କେଉଁମାନଙ୍କୁ ନିମନ୍ତ୍ରଣ କରିବି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ରାଜ୍ୟ ସେବା—୧୯୯୯
km ୩/୯୯ ପୃଷ୍ଠା ୧

ସେମାନଙ୍କୁ ଆସିବାକୁ ଆମନ୍ତ୍ରଣ କରନ୍ତୁ

ବହୁ ଶତାବ୍ଦୀ ପୂର୍ବେ ଦିଆଯାଇଥିବା ଆମନ୍ତ୍ରଣ ସାରା ବିଶ୍ୱରେ ୨୩୩ଟି ଦେଶରେ ବର୍ତ୍ତମାନ ମଧ୍ୟ ଦିଆଯାଉଛି: “ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ . . .  ଯାଊ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା ।” (ଯିଶା. ୨:୩) ଯିହୋବାଙ୍କ ସଙ୍ଗଠନଆଡ଼କୁ ଲୋକମାନଙ୍କୁ ପରିଚାଳିତ କରନ୍ତୁ, ଏହା ସବୁଠାରୁ ଉତ୍ତମ ମାର୍ଗ ଅଟେ ଯଦ୍ୱାରା ଆମେ ସେମାନଙ୍କୁ ଆଧ୍ୟାତ୍ମିକ ପ୍ରଗତି କରିବାରେ ସାହାଯ୍ୟ କରିପାରିବା ଏବଂ ଏହା ସେମାନଙ୍କୁ ଅନନ୍ତ ଜୀବନଆଡ଼କୁ ପରିଚାଳିତ କରିପାରିବ ।

୨ କେତେକ ପ୍ରକାଶକମାନେ ଲୋକମାନଙ୍କୁ ରାଜ୍ୟଗୃହକୁ ଆମନ୍ତ୍ରିତ କରିବାକୁ ସଂକୋଚ କରନ୍ତି, କାରଣ ସେମାନେ ତାଙ୍କର ବିଦ୍ୟାର୍ଥିମାନଙ୍କୁ ଅତ୍ୟଧିକ ପ୍ରଗତି କଲା ପରେ ଆଣିବାକୁ ଚାହାନ୍ତି । କିନ୍ତୁ, ବେଳେବେଳେ ଲୋକମାନେ ସେମାନଙ୍କ ସହିତ ବାଇବଲ ଅଧ୍ୟୟନ ଆରମ୍ଭ ହେବା ପୂର୍ବରୁ ସଭାରେ ଉପସ୍ଥିତ ହୁଅନ୍ତି । ତେଣୁ ଆମେ ଲୋକମାନଙ୍କୁ ସ୍ନେହମୟ ଆମନ୍ତ୍ରଣ ଦେବା ପାଇଁ ଏବଂ ସଭାକୁ ଆସିବା ପାଇଁ ଉତ୍ସାହିତ କରିବାରେ ବିଳମ୍ବ ଉଚିତ୍‌ ନୁହେଁ ।

୩ କʼଣ କରିବା ଉଚିତ୍‌: ଆମର ସ୍ଥାନୀୟ ସଭା ବିଷୟରେ ଲୋକମାନଙ୍କୁ ଜଣାଇବାରେ ହେଣ୍ଡବିଲର ଉତ୍ତମ ପ୍ରୟୋଗ କରନ୍ତୁ । ସଭାଗୁଡ଼ିକ ପାଇଁ କୌଣସି ମୂଲ୍ୟ ଦେବାକୁ ପଡ଼େ ନାହିଁ ଏବଂ ଏଥିପାଇଁ ଆମେ କୌଣସି ଚାନ୍ଦା ସଂଗ୍ରହ କରୁନାହୁଁ । ସଭାଗୁଡ଼ିକ କିପରି ସଂଚାଳନ କାରାଯାଏ, ତାହା ବୁଝାନ୍ତୁ । ବିଶେଷରୂପେ ସେମାନଙ୍କୁ କୁହନ୍ତୁ ଯେ ସଭାଗୁଡ଼ିକ ବାସ୍ତବରେ ବାଇବଲ ଅଧ୍ୟୟନ କୋର୍ସ ଅଟେ ଏବଂ ଏଥିନିମିତ୍ତ ସମସ୍ତ ଲୋକମାନଙ୍କୁ ବକ୍ତା ସହିତ ପଢ଼ିବା ପାଇଁ ଅଧ୍ୟୟନର ବିଷୟବସ୍ତୁ ଦିଆଯାଏ । ଉପସ୍ଥିତ ହେଉଥିବା ଲୋକମାନଙ୍କ ପୃଷ୍ଠଭୁମି ଏବଂ ସେମାନଙ୍କ ଜୀବନର ପରିସ୍ଥିତି ଭିନ୍ନ-ଭିନ୍ନ ଅଟେ ବୋଲି ସେମାନଙ୍କ କୁହନ୍ତୁ । ସେମାନେ ସ୍ଥାନୀୟ କ୍ଷେତ୍ରର ଲୋକ ଅଟନ୍ତି ଏବଂ ଛୋଟ-ବଡ଼ ସବୁ ପିଲାମାନେ ଆସିପାରିବେ ବୋଲି ବୁଝାନ୍ତୁ । ଆମ ସହିତ ଅଧ୍ୟୟନ କରୁଥିବା ଲୋକମାନଙ୍କୁ ଆମେ ଆମନ୍ତ୍ରିତ କରିବା ଉଚିତ୍‌ ଏବଂ ସେମାନଙ୍କୁ ସଭାରେ ଉପସ୍ଥିତ କରାଇବା ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ କରନ୍ତୁ ।

୪ ଜୀବନ ପାଇଁ ଯିହୋବା ବ୍ୟବସ୍ଥା କରିଛନ୍ତି । ଏଥିରେ ଭାଗ ନେବା ପାଇଁ ଏକ ସ୍ନେହମୟ ଆମନ୍ତ୍ରଣ ଦିଆଯାଉଛି । ଏହା ବାଇବଲରେ ଉଲ୍ଲେଖ ହୋଇଥିବା ଗୋଟିଏ ଶେଷ ବିଷୟ । ଏହି ଆମନ୍ତ୍ରଣ ହେଲା: “ଆତ୍ମା ଓ କନ୍ୟା କହନ୍ତି, ଆସ । . . . ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।” (ପ୍ରକା. ୨୨:୧୭) ଲୋକମାନଙ୍କୁ ଆମର ସଭାରେ ଉପସ୍ଥିତ ହେବାକୁ ଆମନ୍ତ୍ରିତ କରିବା ପରିବର୍ତ୍ତେ କୌଣସି ବିକଳ୍ପ ପନ୍ଥା ନାହିଁ ।

୫ ଯିଶାଇୟ ୬୦:୮ ପଦ ଭବିଷ୍ୟସୁଚକରୂପେ କହେ, ଲକ୍ଷ ଲକ୍ଷ ନୂତନ ଲୋକମାନେ ବର୍ତ୍ତମାନ ପରମେଶ୍ୱରଙ୍କ ମଣ୍ଡଳୀକୁ “ମେଘ[ତୁଲ୍ୟ] ଓ ଆପଣା ଆପଣା ଭାଡ଼ିକୁ ଉଡ଼ନ୍ତା କପୋତଗଣ[ରୂପେ] ଉଡ଼ି ଆସୁଅଛନ୍ତି ।” ଏଥିପାଇଁ ଆମେ ସମସ୍ତ ନୂତନ ଲୋକମାନଙ୍କୁ ଆମର ସଭାକୁ ଆମନ୍ତ୍ରିତ କରିବା ଉଚିତ ଏବଂ ସେମାନେ ଯେପରି ସଭାରେ ଅସ୍ୱାଭାବିକ ମନେ ନ କରନ୍ତି, ସେଥିପାଇଁ ଆମେ ଚେଷ୍ଟା କରିବା ଆବଶ୍ୟକ । ଏହିପରିଭାବେ ଆମେ ଯିହୋବାଙ୍କୁ ସହଯୋଗ କରିପାରିବା ଯେତେବେଳେ ସେ ଏକତ୍ରିକରଣ କାର୍ଯ୍ୟକୁ ଶୀଘ୍ର କରନ୍ତି ।—ଯିଶା. ୬୦:୨୨.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ