ଜର୍ଜିଆ ଦେଶରେ ପରିବାର ପୁସ୍ତିକା ଦିଆଯାଉଛି
ପ୍ରକାଶନ କିପରି ଦେବା
ସୁଖୀ ପରିବାରର ରହସ୍ୟ କʼଣ? (T-32 ଟ୍ରାକ୍ଟର ପଛ ପୃଷ୍ଠା)
ପ୍ରଶ୍ନ: ଆମେ ସମସ୍ତେ ଚାହୁଁ ଯେ ଆମ ପରିବାର ଖୁସିରେ ରହୁ। କିନ୍ତୁ ସୁଖୀ ପରିବାରର ରହସ୍ୟ କʼଣ? ପରିବାରର ପ୍ରତ୍ୟେକ ସଦସ୍ୟ କିପରି ନିଜ ନିଜ ଭୂମିକା ତୁଲାଇପାରିବେ? କʼଣ ମୁଁ ଆପଣଙ୍କୁ ପରିବାରର ସଦସ୍ୟମାନଙ୍କ ଭୂମିକା ବିଷୟରେ ଶାସ୍ତ୍ରରୁ କିଛି ପଦ ଦେଖାଇପାରିବି?
ପଦ: ଏଫି ୫:୧, ୨ କିମ୍ବା କଲ ୩:୧୮-୨୧
ପ୍ରକାଶନ: ଏହି ଟ୍ରାକ୍ଟରେ ଶାସ୍ତ୍ର ଆଧାରିତ କିଛି ସିଦ୍ଧାନ୍ତ ଦିଆଯାଇଛି, ଯାହା ସାହାଯ୍ୟରେ ଆମେ ନିଜ ପରିବାରକୁ ସୁଖମୟ କରିପାରିବା।
ସତ୍ୟ ଶିଖାନ୍ତୁ
ପ୍ରଶ୍ନ: ଈଶ୍ୱରଙ୍କ ନାମ କʼଣ?
ପଦ: ଯାତ୍ରା ୬:୨
ସତ୍ୟ: ଈଶ୍ୱରଙ୍କ ନାମ ଯିହୋବା।
ଆପଣଙ୍କ ପରିବାର ସୁଖୀ ହୋଇପାରିବ
ପରିଚୟ: ଆମେ ପରିବାର ବିଷୟରେ ଏହି ଛୋଟ ଭିଡିଓ ଦେଖାଉଛୁ। [ଆପଣଙ୍କ ପରିବାର ସୁଖୀ ହୋଇପାରିବ ପୁସ୍ତିକାର ପରିଚୟ ଭିଡିଓ ଦେଖାନ୍ତୁ।]
ପ୍ରକାଶନ: ଯଦି ଆପଣ ଏହି ଭିଡିଓରେ କୁହାଯାଇଥିବା ପୁସ୍ତିକା ପଢ଼ିବାକୁ ଚାହାନ୍ତି, ତେବେ ମୁଁ ଆପଣଙ୍କୁ ଗୋଟିଏ ଦେଇପାରିବି କିମ୍ବା ଆମ ୱେବ୍ସାଇଟ୍ରୁ ଏହାକୁ କିପରି ଡାଉନଲୋଡ୍ କରାଯାଇପାରିବ, ଆପଣଙ୍କୁ ଦେଖାଇପାରିବି।
ଆପଣଙ୍କ ନିଜର ପ୍ରସ୍ତୁତି
ପ୍ରଚାର ସେବା ନିମନ୍ତେ ଆପଣଙ୍କ ନିଜର ପ୍ରସ୍ତୁତି ପାଇଁ ପୂର୍ବବର୍ତ୍ତୀ ଉଦାହରଣଗୁଡ଼ିକରେ ଥିବା ନମୁନାକୁ ବ୍ୟବହାର କରନ୍ତୁ ।