ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଅକ୍ଟୋବର ପୃଷ୍ଠା ୫
  • ଗଭୀର ସମ୍ମାନ ଓ ସଦାଚରଣ ହୃଦୟ ଜିଣେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଗଭୀର ସମ୍ମାନ ଓ ସଦାଚରଣ ହୃଦୟ ଜିଣେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ନିଜ ସମ୍ପର୍କୀୟମାନଙ୍କ ସହିତ କିପରି ଶାନ୍ତି ବଜାୟ ରଖିପାରିବେ
    ଆପଣଙ୍କ ପରିବାର ସୁଖୀ ହୋଇପାରିବ
  • ବିବାହ ପରେ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଅକ୍ଟୋବର ପୃଷ୍ଠା ୫

୨୧-୨୭ ଅକ୍ଟୋବର ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗଭୀର ସମ୍ମାନ ଓ ସଦାଚରଣ ହୃଦୟ ଜିଣେ

ଯେଉଁ ପତ୍ନୀମାନେ ସତ୍ୟକୁ ଆସନ୍ତି, ସେମାନେ ସାଧାରଣତଃ ଯୀଶୁ ଖ୍ରୀଷ୍ଟଙ୍କ ଭଳି ଆଚରଣ ଦେଖାଇ ନିଜ ପତିଙ୍କ ହୃଦୟକୁ ଜିଣି ତାଙ୍କୁ ସତ୍ୟକୁ ନେଇ ଆସନ୍ତି। କିନ୍ତୁ ଏହାପାଇଁ ଅନେକ ବର୍ଷ ଧରି ଧୈର୍ଯ୍ୟ ଓ କଠିନ ପରିଶ୍ରମ ଆବଶ୍ୟକ ହୋଇପାରେ। (୧ପିତ ୨:୨୧-୨୩; ୩:୧, ୨) ଯଦି ଆପଣଙ୍କର କିଛି ଭୁଲ ନ ଥାଇ ମଧ୍ୟ ଆପଣ କଷ୍ଟ ସହୁଛନ୍ତି, ତେବେ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କରିବା ଜାରି ରଖନ୍ତୁ। (ରୋମୀ ୧୨:୨୧) ହୁଏତ ଆପଣଙ୍କ କଥା ଦ୍ୱାରା ଯେଉଁ ସକାରାତ୍ମକ ପ୍ରଭାବ ପଡ଼େ ନାହିଁ, ତାହା ଆପଣଙ୍କ ଭଲ ଉଦାହରଣରୁ ସମ୍ଭବ ହୋଇଥାଏ।

କୌଣସି ବିଷୟକୁ ଆପଣଙ୍କ ଜୀବନସାଥୀଙ୍କ ଦୃଷ୍ଟିକୋଣରୁ ଦେଖିବାକୁ ଚେଷ୍ଟା କରନ୍ତୁ। (ଫିଲିପ୍‌ ୨:୩, ୪) ଦୟା ଓ ସହାନୁଭୂତି ଦେଖାନ୍ତୁ ଏବଂ ନିଜ ଦାୟିତ୍ୱଗୁଡ଼ିକୁ ସମ୍ମାନର ସହ ତୁଲାଇବାରେ ଯଥା ଚେଷ୍ଟା କରନ୍ତୁ। ଜୀବନସାଥୀଙ୍କ କଥାକୁ ଧ୍ୟାନର ସହ ଶୁଣନ୍ତୁ। (ଯାକୁ ୧:୧୯) ଧୈର୍ଯ୍ୟ ଧରନ୍ତୁ ଏବଂ ତାଙ୍କୁ ଅନୁଭବ କରାନ୍ତୁ ଯେ ଆପଣ ତାଙ୍କୁ ବହୁତ ପ୍ରେମ କରନ୍ତି। ଯଦିଓ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସେହିପରି ଦୟା ଓ ସମ୍ମାନ ଦେଖାନ୍ତି ନାହିଁ, ତଥାପି ଆପଣ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କ ବିଶ୍ୱସ୍ତତା ପ୍ରତି ଧ୍ୟାନ ଦେଇଥାʼନ୍ତି।—୧ପିତ ୨:୧୯, ୨୦.

ଯିହୋବା ଆମକୁ ନିଜ ବୋଝ ଉଠାଇବା ପାଇଁ ଶକ୍ତି ଦିଅନ୍ତି  (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ :

  • ନିଜ ବୈବାହିକ ଜୀବନର ଆରମ୍ଭରେ ଗ୍ରେସ୍‌ ଲିଙ୍କର ଜୀବନ କିପରି ଥିଲା ?

  • ବାଇବଲର ସତ୍ୟ ଶିଖିବା ପାଇଁ ତାଙ୍କୁ କʼଣ ଆକର୍ଷିତ କଲା ?

  • ନିଜ ବାପ୍ତିସ୍ମ ପରେ ଭଉଣୀ ଲି କିପରି ସମସ୍ୟାଗୁଡ଼ିକ ସତ୍ତ୍ୱେ ନିଜ ସେବା ଜାରି ରଖିଲେ ?

  • ଭଉଣୀ ଲି ପ୍ରାର୍ଥନାରେ ନିଜ ପତିଙ୍କ ବିଷୟରେ କʼଣ ଜଣାଇଲେ ?

  • ଭଉଣୀ ଲି ଗଭୀର ସମ୍ମାନ ଓ ସଦାଚରଣ ଦେଖାଇବା ଯୋଗୁଁ କେଉଁସବୁ ଆଶିଷ ପାଇଲେ ?

ଜଣେ ଭଉଣୀ ସ୍‌ ଲିଙ୍କ ସହ ବାଇବଲ ଅଧୟନ କରୁଛନ୍ତି; ସ୍‌ ଏକ ଗଳିରେ କାନ୍ଦୁଛନ୍ତି; ସ୍‌ ଓ ତାଙ୍କ ପିଲାମାନେ ନିଜ ରେଷ୍ଟୁରାଣ୍ଟରୁ ବାହାରି ସଭାକୁ ଯାଉଛନ୍ତି; ସ୍‌ ନିଜ ପରିବାର ସହ

ଗଭୀର ସମ୍ମାନ ଓ ସଦାଚରଣରେ ବହୁତ ଶକ୍ତି ଥାଏ !

ଯଦି ଆପଣଙ୍କ ଜୀବନସାଥୀଙ୍କର ବାପ୍ତିସ୍ମ ହୋଇଛି, କିନ୍ତୁ ସେ ଆଧ୍ୟାତ୍ମିକ ଭାବେ ପରିବାରର ନେତୃତ୍ୱ ନେଉ ନାହାନ୍ତି, ତେବେ ଆପଣଙ୍କ ଗଭୀର ସମ୍ମାନ ଓ ସଦାଚରଣ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ। “ବିନା କିଛି କହି” ନିଜ ଜୀବନ ସାଥୀଙ୍କ ଉତ୍ସାହ ବଢ଼ାନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ।

ଜଣେ ଭଉଣୀ ତାଙ୍କ ଅବିସୀ ପତିଙ୍କୁ ଦେଖୁଛନ୍ତି
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ