ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜାନୁୟାରୀ ପୃଷ୍ଠା ୯
  • ପ୍ରକୃତ ମୁକ୍ତି—ଈଶ୍ୱର ଓ ଖ୍ରୀଷ୍ଟଙ୍କ ଯୋଗୁଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରକୃତ ମୁକ୍ତି—ଈଶ୍ୱର ଓ ଖ୍ରୀଷ୍ଟଙ୍କ ଯୋଗୁଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ସମସ୍ୟା ସମୟରେ ଯିହୋବା ଆମକୁ ଧରି ରଖନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଧୈର୍ଯ୍ୟ ଓ ବ୍ୟଗ୍ରତାର ସହ ଅପେକ୍ଷା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜାନୁୟାରୀ ପୃଷ୍ଠା ୯
ଯୀଶୁ ର୍ଗରେ ରାଜ ସିଂହାସନ ଉପରେ ବସିଛନ୍ତି ଏବଂ ଥିବୀକୁ ଦେଖୁଛନ୍ତି । ପଛ ଆ ଯିହୋବାଙ୍କ ରାଜ ସିଂହାସନର ଆଲୋକ ଚମକୁଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରକୃତ ମୁକ୍ତି—ଈଶ୍ୱର ଓ ଖ୍ରୀଷ୍ଟଙ୍କ ଯୋଗୁଁ

କʼଣ ଆପଣଙ୍କୁ ପ୍ରତିଦିନ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡ଼େ ? କʼଣ ଆପଣ ଜଣେ ପିତା ଅଟନ୍ତି ଏବଂ ଆପଣଙ୍କୁ ଏକା ସାଙ୍ଗରେ ଅନେକ ଦାୟିତ୍ୱ ତୁଲାଇବାକୁ ପଡ଼େ ? କʼଣ ଆପଣଙ୍କୁ ଏକୁଟିଆ ଘର ଚଳାଇବାକୁ ପଡ଼େ ? ନିଜ ପରିବାରର ଭରଣପୋଷଣ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ ? କʼଣ ଆପଣଙ୍କୁ ସ୍କୁଲରେ ପିଲାମାନେ ହଇରାଣ କରନ୍ତି, ଡରାନ୍ତି ଓ ଧମକାନ୍ତି ? କʼଣ ଆପଣଙ୍କ ଦେହ ଠିକ୍‌ ରହେ ନାହିଁ, କିମ୍ବା ବୃଦ୍ଧାବସ୍ଥା ଯୋଗୁଁ ଆପଣଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼େ ? ସମସ୍ତଙ୍କ ଜୀବନରେ କୌଣସି ନା କୌଣସି ସମସ୍ୟା ରହିଛି । ଆଉ ଏପରି ଅନେକ ଭାଇଭଉଣୀ ଅଛନ୍ତି, ଯେଉଁମାନଙ୍କ ଜୀବନରେ ଗୋଟିଏ ନୁହେଁ ବହୁତ ସମସ୍ୟା ରହିଛି । କିନ୍ତୁ ଆମେ ଜାଣୁ ଯେ ଖୁବ୍‌ ଶୀଘ୍ର ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ।—୨କରି ୪:୧୬-୧୮.

ସେହି ସମୟ ଆସିବା ପର୍ଯ୍ୟନ୍ତ ଆମକୁ ଏଥିରୁ ସାନ୍ତ୍ୱନା ମିଳେ ଯେ ଯିହୋବା ଆମ ସମସ୍ୟାଗୁଡ଼ିକ ଜାଣନ୍ତି । ସେ ଦେଖନ୍ତି ଯେ ଆମେ କିପରି ଧୈର୍ଯ୍ୟ ଧରୁଛୁ ଏବଂ ତାହାଙ୍କ ବିଶ୍ୱସ୍ତ ରହୁଛୁ । ଆଉ ସେ ଭବିଷ୍ୟତରେ ଆମକୁ ଅନେକ ଆଶିଷ ଦେବେ । (ଯିରି ୨୯:୧୧, ୧୨) ଯୀଶୁ ମଧ୍ୟ ଆମ ପ୍ରତ୍ୟେକଙ୍କର ସମସ୍ୟାଗୁଡ଼ିକୁ ଜାଣନ୍ତି । ସେ ପ୍ରତିଜ୍ଞା କରିଛନ୍ତି, “ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ।” (ମାଥି ୨୮:୨୦) ତେଣୁ ନିଜ ଦାୟିତ୍ୱଗୁଡ଼ିକ ତୁଲାଇବା ସମୟରେ ଆମେ ଭରସା ରଖିପାରିବା ଯେ ଯୀଶୁ ଆମକୁ ନିଶ୍ଚୟ ସାହାଯ୍ୟ କରିବେ । ଆମେ ସମୟ ବାହାର କରି ଚିନ୍ତନ କରିବା ଉଚିତ୍‌ ଯେ ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ରାଜ୍ୟରେ ଆମକୁ ମୁକ୍ତି ମିଳିବ । ତେବେଯାଇ ଆମର ପୂରା ଭରସା ହେବ ଯେ ଆମ ଆଶା ନିଶ୍ଚୟ ପୂରଣ ହେବ । କେବଳ ଏତିକି ନୁହେଁ, ଚିନ୍ତନ କଲେ ଆମକୁ ନିଜ ସମସ୍ୟାଗୁଡ଼ିକୁ ସହିବା ପାଇଁ ମଧ୍ୟ ସାହସ ମିଳେ ।—ରୋମୀ ୮:୧୯-୨୧.

ଯେବେ ଝଡ଼ ଭଳି ସମସ୍ୟା ଆସେ, ନିଜ ଧ୍ୟାନ ଯୀଶୁଙ୍କ ଉପରେ କେନ୍ଦ୍ରିତ କରନ୍ତୁ !—ଭବିଷ୍ୟତରେ ଈଶ୍ୱରଙ୍କ ରାଜ୍ୟରୁ ମିଳିବାକୁ ଯାଉଥିବା ଆଶିଷ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ମଣିଷଜାତି ଈଶ୍ୱରଙ୍କଠାରୁ କିପରି ଦୂରେଇ ଗଲେ ? ଏହାର କʼଣ ପରିଣାମ ହେଲା ?

  • ଯେଉଁମାନେ ଯିହୋବାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କୁ ଭବିଷ୍ୟତରେ କʼଣ ମିଳିବ ?

  • କାହା ଯୋଗୁଁ ଆମକୁ ଏପରି ଭବିଷ୍ୟତ ମିଳିବ ?

  • ଆପଣ ନୂତନ ପୃଥିବୀରେ ବିଶେଷ କରି କେଉଁ ଆଶିଷ ପାଇବା ପାଇଁ ଅପେକ୍ଷା କରିଛନ୍ତି ?

ଚିତସମୂହ: ଲୋକମାନେ ପାରଦୀଶରେ ଆଶିଷ ପାଇ ବତ ଖୁସିରେ ଅଛନ୍ତି । ୧. ଜଣେ ଭଉଣୀ ପୁଣିଥରେ ଜୀବିତ ହୋଇଥିବା ଏକ ସ୍ତ୍ରୀ ଲୋକଙ୍କୁ ଆଲିଙ୍ଗନ କରୁଛନ୍ତି । ୨. ସମସ୍ତଙ୍କ ପାଖରେ ଭରପୂର ଖାଦ୍ୟ ଅଛି, ଥିବୀ ସଫାସୁତୁରା ଏବଂ ଚାରିଆ ଶାନ୍ତି ଅଛି

କଳ୍ପନା କରନ୍ତୁ ଯେ ଆପଣ ନୂତନ ପୃଥିବୀରେ ଅଛନ୍ତି

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ