ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ଉପରେ ଭରସା କରିବାର ତିନୋଟି ଉପାୟ
ଦାଉଦ ଗଲୀୟାତକୁ ଜୀବନରୁ ମାରିପାରିଲେ କାରଣ ସେ ଯିହୋବାଙ୍କ ଉପରେ ଭରସା କଲେ । (୧ଶାମୁ ୧୭:୪୫) ଯିହୋବା ନିଜ ସମସ୍ତ ଲୋକଙ୍କ ପାଇଁ ନିଜ ଶକ୍ତିକୁ ଦେଖାଇବା ପାଇଁ ଚାହାନ୍ତି । (୨ବଂଶା ୧୬:୯) ଦାଉଦଙ୍କ ଭଳି ଆମେ ବି ନିଜ ଦକ୍ଷତା ଓ ଅନୁଭୂତି ଉପରେ ନୁହେଁ, ବରଂ ଯିହୋବାଙ୍କ ଉପରେ ଭରସା ରଖିବା ଉଚିତ୍ । ତାʼପାଇଁ ଆମକୁ କʼଣ କରିବାକୁ ହେବ ? ଆସନ୍ତୁ ତିନୋଟି ଉପାୟ ଦେଖିବା ।
ବାରମ୍ବାର ପ୍ରାର୍ଥନା କରନ୍ତୁ । ଭୁଲ କଲା ପରେ, ଆମେ କ୍ଷମା ମାଗିବା ପାଇଁ ପ୍ରାର୍ଥନା ନିଶ୍ଚୟ କରିଥାଉ । କିନ୍ତୁ ସେତେବେଳେ ମଧ୍ୟ ପ୍ରାର୍ଥନା କରିବା ଉଚିତ୍, ଯେତେବେଳେ ଆମକୁ ଭୁଲ କାମ କରିବା ପାଇଁ ପ୍ରଲୋଭିତ କରାଯାଏ । (ମାଥି ୬:୧୨, ୧୩) ଆମେ ସବୁବେଳେ ନିଷ୍ପତ୍ତି ନେବା ପରେ ପ୍ରାର୍ଥନା କରୁ, କିନ୍ତୁ ଆମେ ନିଷ୍ପତ୍ତି ନେବା ଆଗରୁ ମଧ୍ୟ ଯିହୋବାଙ୍କୁ ବୁଦ୍ଧି ଓ ପରାମର୍ଶ ମାଗିବା ଉଚିତ୍ ।—ଯାକୁ ୧:୫
ଲଗାତାର ବାଇବଲ ପଢ଼ନ୍ତୁ ଏବଂ ଅଧ୍ୟୟନ କରନ୍ତୁ । ପ୍ରତିଦିନ ବାଇବଲ ପଢ଼ନ୍ତୁ । (ଗୀତ ୧:୨) ସେଥିରେ ଦିଆଯାଇଥିବା ଲୋକମାନଙ୍କ ବିଷୟରେ ଗଭୀର ଭାବେ ଭାବନ୍ତୁ । ସେଥିରୁ ଯାହା ଶିଖନ୍ତି ତାʼ ଅନୁସାରେ କାମ କରନ୍ତୁ । (ଯାକୁ ୧:୨୩-୨୫) ଆପଣ ବହୁତ ବର୍ଷରୁ ପ୍ରଚାର କରୁଥିଲେ ମଧ୍ୟ ପ୍ରକାଶନରୁ ଅନୁସନ୍ଧାନ କରି ପ୍ରସ୍ତୁତି କରନ୍ତୁ । ସଭାଗୁଡ଼ିକରୁ ଭଲ ଭାବେ ଶିଖିବା ପାଇଁ ପ୍ରସ୍ତୁତି କରନ୍ତୁ
ଯିହୋବାଙ୍କ ସଂଗଠନର ସହଯୋଗ କରନ୍ତୁ । ଆମେ ସଂଗଠନରୁ ମିଳୁଥିବା ସବୁ ନିର୍ଦ୍ଦେଶ ବିଷୟରେ ଜାଣିବା ଉଚିତ୍ ଏବଂ ସେଗୁଡ଼ିକୁ ତୁରନ୍ତ ମାନିବା ଉଚିତ୍ । (ଗଣ ୯:୧୭) ଆମେ ପ୍ରାଚୀନଙ୍କ ପରାମର୍ଶ ଓ ନିର୍ଦ୍ଦେଶଗୁଡ଼ିକୁ ମାନିବା ଉଚିତ୍ ।—ଏବ୍ରୀ ୧୩:୧୭
ଅତ୍ୟାଚାରକୁ ଡରିବା ଆବଶ୍ୟକ ନାହିଁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
• ଭାଇଭଉଣୀମାନେ କେଉଁ କଥାକୁ ଡରୁ ଥିଲେ ?
• ନିଜ ଡରକୁ ଦୂର କରିବା ପାଇଁ ସେମାନେ କʼଣ କଲେ ?