ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମେ ପୃଷ୍ଠା ୧୩
  • କʼଣ ଆପଣ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣନ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ଆପଣ କେବେ ଭାବିଛନ୍ତି ?
    ସଜାଗ ହୁଅ !—୨୦୧୯
  • ଦୁର୍ଭିକ୍ଷରୁ ଆଶ୍ୱସ୍ତି ମିଳିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଈଶ୍ୱର ଓ ପଡ଼ୋଶୀମାନଙ୍କ ପ୍ରତି ପ୍ରେମ କିପରି ବଢ଼ାଇବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଠିକ୍‌ ଠିକ୍‌ ପଢ଼ିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମେ ପୃଷ୍ଠା ୧୩
ଚିତ୍ରଗୁଡ଼ିକ: ଅଡିଓ ବାଇବଲ ଶୁଣିବା । ୧. ଜଣେ ଭାଇ ବାହାରେ ଯାଇଛନ୍ତି । ଆଉ ସେ ହେଡ୍‌ ଫୋନ୍‌ ଲଗାଇ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣୁଛନ୍ତି । ୨. ଜଣେ ମାଆ ନିଜ ଛୋଟ ଝିଅ ସହିତ ଭଏସ୍‌ କାମାଣ୍ଡ ଡିଭାଇସରୁ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣୁଛନ୍ତି ଏବଂ ସାଙ୍ଗରେ ବାଇବଲରୁ ଦେଖୁଛନ୍ତି । ୩. ଜଣେ ଭଉଣୀ ଯାତ୍ରା କରୁଥିବା ସମୟରେ ଇଅର ଫୋନ୍‌ ଲଗାଇ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣନ୍ତି ?

ନୂତନ ଜଗତ ଅନୁବାଦ ବାଇବଲର ଅଡିଓ ରେକଡିଙ୍ଗ୍‌ ଆମ ୱେବସାଇଟ୍‌ରେ ଏବଂ JW ଲାଇବ୍ରେରୀ ଆପ୍‌ରେ ପାଇପାରିବା । ବାଇବଲର କୌଣସି ବହିର ରେକଡିଙ୍ଗ୍‌ ସରିବା ମାତ୍ରେ ତାହା ଉପଲବ୍ଧ କରାଇ ଦିଆଯାଏ । ଏହି ରେକଡିଙ୍ଗ୍‌ର ଗୋଟିଏ ବିଶେଷ କଥା ରହିଛି ଯେ ଯେବେ ବି ସମ୍ଭବ ହୁଏ, ବାଇବଲରେ ଦିଆଯାଇଥିବା ଅଲଗା ଅଲଗା ଲୋକମାନଙ୍କ ପାଇଁ ଅଲଗା ଅଲଗା ଭାଇଭଉଣୀଙ୍କ ଆବାଜ୍‌ ନିଆଯାଇଛି । ଏଥିରେ ଠିକ୍‌ ଶବ୍ଦଗୁଡ଼ିକ ଉପରେ ଜୋର୍‌ ଦିଆଯାଇଛି ଏବଂ ସଠିକ୍‌ ଭାବନା ସହିତ ପଢ଼ାଯାଇଛି । ଏହି କାରଣ ଯୋଗୁଁ ବାଇବଲରେ ଦିଆଯାଇଥିବା ସନ୍ଦେଶକୁ ଆମେ ଠିକ୍‌ ଭାବରେ ବୁଝିପାରୁ ।

ବାଇବଲର ଅଡିଓ ରେକଡିଙ୍ଗ୍‌ରୁ କିଛି ଲୋକଙ୍କୁ କʼଣ ଲାଭ ହେଉଛି ? ଅନେକ ଲୋକ ନିୟମିତ ଭାବେ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣିବା ବହୁତ ପସନ୍ଦ କରନ୍ତି, କାରଣ ଏପରି କରି ସେମାନଙ୍କ ପଠନ ଜୀବନ୍ତ ହୋଇଯାଏ । ଯେବେ ସେମାନେ ବାଇବଲରେ ଦିଆଯାଇଥିବା ଅଲଗା ଅଲଗା ଲୋକମାନଙ୍କ ଆବାଜ୍‌ ଶୁଣନ୍ତି, ତେବେ ସେମାନେ ବାଇବଲରେ ଦିଆଯାଇଥିବା ଘଟଣାଗୁଡ଼ିକୁ ଆହୁରି ଭଲଭାବେ କଳ୍ପନା କରିପାରନ୍ତି । ଏପରି ଭାବେ ସେମାନେ ବାଇବଲର କଥାଗୁଡ଼ିକୁ ଆହୁରି ଭଲଭାବେ ବୁଝିପାରନ୍ତି । (ହିତୋ ୪:୫) ଅନେକ ଲୋକଙ୍କୁ ଏହା ବି ଅନୁଭବ ହୋଇଛି ଯେ ଯେବେ ସେମାନେ କୌଣସି ଚିନ୍ତାରେ ଥାʼନ୍ତି, ତେବେ ବାଇବଲର ଅଡିଓ ରେକଡିଙ୍ଗ୍‌ ଶୁଣି ସେମାନଙ୍କୁ ସାନ୍ତ୍ୱନା ମିଳେ ।—ଗୀତ ୯୪:୧୯.

ଯେବେ ଈଶ୍ୱରଙ୍କ ବାକ୍ୟ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ଜୋର୍‌ରେ ପଢ଼ିକି ଶୁଣାଇ ଦିଆଯାଏ, ତେବେ ଏହାର ଆମ ଜୀବନ ଉପରେ ଗଭୀର ପ୍ରଭାବ ପଡ଼ିପାରେ । (୨ବଂଶା ୩୪:୧୯-୨୧) ଯଦି ଆପଣଙ୍କ ଭାଷାରେ ପୂରା ବାଇବଲ କିମ୍ବା ତାʼର କିଛି ବହିଗୁଡ଼ିକର ରେକଡିଙ୍ଗ୍‌ ଉପଲବ୍ଧ ଅଛି, ତେବେ କʼଣ ଆପଣ ବାଇବଲ ଅଡିଓ ରେକଡିଙ୍ଗ୍‌କୁ ନିୟମିତ ଭାବେ ଶୁଣିବାର ଲକ୍ଷ୍ୟ ରଖିପାରିବେ ?

ଅଡିଓ ବାଇବଲର ରେକଡିଙ୍ଗ୍‌—ଏକ ଝଲକ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ:

ବାଇବଲର ଅଡିଓ ରେକଡିଙ୍ଗ୍‌ ଯେପରି ଭାବେ କରାଗଲା, ସେଥିରୁ କେଉଁ କଥା ଆପଣଙ୍କୁ ଭଲ ଲାଗିଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ