ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bm ଭାଗ ୪ ପୃଷ୍ଠା ୭
  • ଈଶ୍ୱର ଅବ୍ରହାମଙ୍କ ସଙ୍ଗେ ଗୋଟିଏ ଚୁକ୍ତି କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱର ଅବ୍ରହାମଙ୍କ ସଙ୍ଗେ ଗୋଟିଏ ଚୁକ୍ତି କଲେ
  • ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
  • ପ୍ରାୟ ସମାନ ଲେଖା
  • ଅବ୍ରହାମ ଓ ସାରା ଈଶ୍ୱରଙ୍କ କଥା ମାନିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଆପଣଙ୍କ ବିଶ୍ୱାସ ଅବ୍ରହାମଙ୍କ ସଦୃଶ୍ୟ ଅଛି କି?
    ପ୍ରହରୀଦୁର୍ଗ—୧୯୯୯
  • ବିଶ୍ୱାସର ପରୀକ୍ଷା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଲୋଟଙ୍କ ସ୍ତ୍ରୀକୁ ମନେ ରଖ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
bm ଭାଗ ୪ ପୃଷ୍ଠା ୭
ଅବହାମ ତାରାଗୁକୁ ଦେଖୁଛନ୍ତି

ଭାଗ ୪

ଈଶ୍ୱର ଅବ୍ରହାମଙ୍କ ସଙ୍ଗେ ଗୋଟିଏ ଚୁକ୍ତି କଲେ

ଅବ୍ରହାମ ଈଶ୍ୱରଙ୍କଠାରେ ବିଶ୍ୱାସ କରି ତାହାଙ୍କର ଆଜ୍ଞାବହ ହେଲେ ଏବଂ ଏଥିପାଇଁ ଯିହୋବା ପ୍ରତିଜ୍ଞା କଲେ କି ସେ ତାହାଙ୍କୁ ଆଶୀର୍ବାଦ କରିବେ ଓ ବହୁବଂଶ କରାଇବେ

ନୋହଙ୍କ ଦିନର ଜଳପ୍ଳାବନ ହେବାର ପ୍ରାୟ ୩୫୦ ବର୍ଷ ବିତି ଯାଇଛି । ପ୍ରାଚୀନ କାଳର ଅବ୍ରହାମ ସମୃଦ୍ଧଶୀଳ ସହର ଉର୍‌ରେ ବାସ କରୁଥିଲେ ଯାହାକୁ ଆଜି ଇରାକ୍‌ କୁହାଯାଏ । ଅବ୍ରହାମ ଜଣେ ଅସାଧାରଣ ବିଶ୍ୱାସୀ ବ୍ୟକ୍ତି ଥିଲେ । କିନ୍ତୁ ଏପରି ଏକ ସମୟ ଆସିଲା, ତାହାଙ୍କ ବିଶ୍ୱାସ ପରୀକ୍ଷା କରାଗଲା ।

ଯିହୋବା, ଅବ୍ରହାମଙ୍କୁ ନିଜ ଜନ୍ମସ୍ଥାନ ଛାଡ଼ି ବିଦେଶକୁ ଯିବାକୁ କହିଲେ, ସେହି ଦେଶଟି ଥିଲା କିଣାନ । ଅବ୍ରହାମ ବିନା ଦ୍ୱିଧାରେ ଏହା ପାଳନ କଲେ । ସେ ନିଜ ସ୍ତ୍ରୀ ସାରା, ପରିବାର ସମସ୍ତ ଲୋକ ଓ ତାହାଙ୍କ ପୁତୁରା ଲୋଟଙ୍କୁ ନେଇ ସୁଦୂର ଯାତ୍ରା କଲା ପରେ ଶେଷରେ କିଣାନ ଦେଶରେ ପହଞ୍ଚି ତମ୍ବୁରେ ବାସ କଲେ । ଅବ୍ରହାମଙ୍କ ସଙ୍ଗେ ଚୁକ୍ତି କରିବା ବେଳେ ଯିହୋବା ପ୍ରତିଜ୍ଞା କରିଥିଲେ, ତାହାଙ୍କ ବଂଶକୁ ବୃଦ୍ଧିକରି ଏକ ମହାନ ଜାତି ଉତ୍ପନ କରିବେ, ତାହାଙ୍କ ଦ୍ୱାରା ପୃଥିବୀର ସମସ୍ତ ପରିବାର ଆଶୀର୍ବାଦ ପାଇବେ ଏବଂ ତାହାଙ୍କ ବଂଶଧର ହିଁ କିଣାନ ଦେଶର ଅଧିକାରୀ ହେବେ ।

ଅବ୍ରହାମ ଓ ଲୋଟ ଦୁହେଁ ଧନବାନ ହେଲେ, ସେମାନଙ୍କ ଗୃହପାଳିତ ପଶୁଧନ ବଢ଼ି ବହୁତ ହେଲା । ନିଃସ୍ୱାର୍ଥପର ଭାବେ ଅବ୍ରହାମ, ଲୋଟଙ୍କୁ ନିଜ ପସନ୍ଦ ଅନୁଯାଇ ଜାଗା ବାଛି ନେବାକୁ କହିଲେ । ଲୋଟ ଯର୍ଦ୍ଦନ ନଦୀର ଉପକୂଳବର୍ତ୍ତୀ ଅଞ୍ଚଳ ଉର୍ବର ଜମିକୁ ବାଛିନେଲେ, ଯାହା ସଦୋମ ସହରର ନିକଟବର୍ତ୍ତୀ ଅଞ୍ଚଳ ଥିଲା । କିନ୍ତୁ ସଦୋମର ଲୋକମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ—ଏବଂ ସେମାନେ ଯିହୋବାଙ୍କ ବିରୁଦ୍ଧରେ ଗୁରୁତର ପାପୀ ଥିଲେ ।

ଯିହୋବା ଈଶ୍ୱର ପୁଣିଥରେ ଆଶ୍ୱାସନା ଦେଇ ଅବ୍ରହାମଙ୍କୁ କହିଲେ, ଯେ ସେ ତାହାଙ୍କ ସନ୍ତାନମାନଙ୍କୁ ଆକାଶର ତାରାଗଣ ପରି ବୃଦ୍ଧି କରିବେ । ଅବ୍ରହାମ ସେହି ପ୍ରତିଜ୍ଞାରେ ପୁରାଭରସା ରଖିଥିଲେ । ତଥାପି, ଅବ୍ରହାମଙ୍କ ପ୍ରିୟ ପତ୍ନୀ, ସାରା ନିଃସନ୍ତାନ ଥିଲେ । ଏହାପରେ ଯେତେବେଳେ ଅବ୍ରହାମଙ୍କ ବୟସ ୯୯ ବର୍ଷ ଓ ସାରାଙ୍କର ପାଖା ପାଖି ୯୦ ବର୍ଷ ହେଲା, ସେତେବେଳେ ଈଶ୍ୱର ଅବ୍ରହାମଙ୍କୁ କହିଲେ, ଯେ ସେମାନଙ୍କର ଗୋଟିଏ ପୁଅ ଜନ୍ମ ହେବ । ଈଶ୍ୱରଙ୍କର କଥା ସତ୍ୟ ହେଲା, ସାରା ଇସ୍‌ହାକଙ୍କୁ ଜନ୍ମ ଦେଲେ । ଅବ୍ରହାମଙ୍କର ଆଉ ମଧ୍ୟ ଅନେକ ସନ୍ତାନ ଥିଲେ କିନ୍ତୁ କେବଳ ଇସ୍‌ହାକଙ୍କ ବଂଶ ଦ୍ୱାରା ହିଁ ସେହି ପ୍ରତିଜ୍ଞାତ ଉଦ୍ଧାର କର୍ତ୍ତା ଆସିବାର ଥିଲା, ଯାହା ବିଷୟରେ ଏଦନ ଉଦ୍ୟାନରେ ଭବିଷ୍ୟତବାଣୀ କରା ଯାଇଥିଲା ।

ଇତିମଧ୍ୟରେ, ଲୋଟ ଓ ତାʼଙ୍କ ପରିବାର ସଦୋମରେ ବାସ କରିବାକୁ ଲାଗିଲେ, କିନ୍ତୁ ଧାର୍ମିକ ଲୋଟ ସେହି ସହରର ଅନୈତିକ ଲୋକଙ୍କ ପରି ନଥିଲେ । ଯିହୋବା ଯେତେବେଳେ ସଦୋମ ସହରକୁ ଧ୍ୱଂସ କରିବାକୁ ସ୍ଥିର କଲେ, ସେତେବେଳେ ସେ ଆଗରୁ ସ୍ୱର୍ଗଦୂତଙ୍କ ଦ୍ୱାରା ଲୋଟଙ୍କୁ ଆଗାମୀ ଧ୍ୱଂସ ବିଷୟରେ ଜଣେଇଲେ । ସ୍ୱର୍ଗଦୂତ ଲୋଟ ଏବଂ ତାʼର ପରିବାରକୁ କହିଥିଲେ ଯେ ସେମାନେ ସଦୋମ ଛାଡ଼ି ପଳାନ୍ତୁ ଏବଂ ପଛକୁ ବୁଲି କେବେ ନଦେଖନ୍ତୁ । ଶେଷରେ ଈଶ୍ୱର ସଦୋମ ଉପରେ ଅଗ୍ନି ଓ ଗନ୍ଧକ ବର୍ଷା କଲେ, ଯାହା ଫଲରେ ସଦୋମ ଓ ତାʼ ନିକଟବର୍ତ୍ତୀ ଦୁଷ୍ଟ ସହର ହମୋରା ଏବଂ ସେଥିର ସମସ୍ତ ଲୋକ ଧ୍ୱଂସ ହେଲେ । ଲୋଟ ଏବଂ ତାʼଙ୍କର ଦୁଇଟି ଝିଅ ସେଥିରୁ ବଞ୍ଚିଗଲେ । କିନ୍ତୁ ଲୋଟଙ୍କ ସ୍ତ୍ରୀ ସମ୍ଭବତଃ ପଛରେ ଛାଡ଼ି ଆସିଥିବା ଧନ ସମ୍ପତ୍ତି ପ୍ରତି ଲାଳସାକରି ପଛକୁ ବୁଲିପଡ଼ି ଦେଖିଲେ । ଏହି ଅବାଧ୍ୟତା ଯୋଗୁଁ ତାଙ୍କୁ ନିଜ ଜୀବନ ହରେଇବାକୁ ପଡ଼ିଲା ।

—ଏହା ଆଦିପୁସ୍ତକ ଅଧ୍ୟାୟ ୧୧:୧୦–୧୯:୩୮ ଉପରେ ଆଧାରିତ ।

  • ଅବ୍ରହାମ କାହିଁକି କିଣାନ ଦେଶକୁ ଗଲେ ?

  • ଅବ୍ରହାମ ସଙ୍ଗେ ଯିହୋବା କʼଣ ଚୁକ୍ତି କରିଥିଲେ ?

  • ଯିହୋବା କାହିଁକି ସଦୋମ ଓ ହମୋରାକୁ ଧ୍ୱଂସ କଲେ ?

ସେ ଜଣେ ଚୁକ୍ତିକାରୀ ଈଶ୍ୱର

ବାଇବଲ ସମୟର ଚୁକ୍ତିର ଅର୍ଥ ହେଲା, ଦୁଇ ପକ୍ଷ ମଧ୍ୟରେ ଆନୁଷ୍ଠାନିକ ଭାବେ ରାଜିନାମା କରିବା । ଗୋଟିଏ ପରେ ଗୋଟିଏ ଚୁକ୍ତି କରିବା ଦ୍ୱାରା ଯିହୋବା ଧୀରେ ଧୀରେ ପ୍ରକାଶ କରନ୍ତି ଯେ, କିପରି ଏଦନ ଉଦ୍ୟାନର ପ୍ରତିଜ୍ଞାତ ଉଦ୍ଧାରକର୍ତ୍ତା ବିଷୟରେ ତାହାଙ୍କ ଉଦ୍ଦେଶ୍ୟ ପରିପୂର୍ଣ୍ଣ ହେବ । ଅବ୍ରହାମଙ୍କ ସହିତ ଚୁକ୍ତି ଦେଖାଏ ଯେ, ସେହି ପ୍ରତିଜ୍ଞାତ ବ୍ୟକ୍ତି ଜଣକ ଅବ୍ରହାମଙ୍କ ବଂଶରୁ ହିଁ ଆସିବେ । ଏହାର ପର ଚୁକ୍ତି ଗୁଡ଼ିକ ଅଧିକ ସ୍ପଷ୍ଟରୂପେ ଆମକୁ କହିବ ଯେ ସେହି ବ୍ୟକ୍ତିଟି ପ୍ରକୃତରେ କିଏ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ