ଗୀତ ୧
ଯିହୋବାଙ୍କ ଗୁଣ
(ପ୍ରକାଶିତ ବାକ୍ୟ ୪:୧୧)
୧. ଯିହୋବା ତୁମେ ସର୍ବଶକ୍ତିମାନ,
ତୁମ ରଚନା ଚନ୍ଦ୍ର ଆଉ ସୂର୍ଯ୍ୟ ।
ଏହି ଶ୍ୱାସ ବି ତୁମ ବରଦାନ,
ତୁମେ ଅଟ ମହିମା ଯୋଗ୍ୟ ।
୨. ଯିହୋବା ପିତା ତୁମ୍ଭ ଶାସନ,
ଅଟେ କରୁଣା ଓ ନ୍ୟାୟରେ ଭରା ।
ତୁମ୍ଭର ବୁଦ୍ଧି କେତେ ଉତ୍ତମ ?
ବଚନ ପଢ଼ିଲେ ଜାଣିବା ।
୩. ଯିହୋବା ତୁମ ପ୍ରେମର ଗୁଣ,
ସବୁ କିଛିରୁ ଅଟେ ବହୁମୂଲ୍ୟ ।
ତୁମ୍ଭର ପବିତ୍ର ନାମ କʼଣ ?
ଜାଣିବ ଖୁବ୍ ଶୀଘ୍ର ଏ ବିଶ୍ୱ ।
(ଗୀତ. ୩୬:୯; ୧୪୫:୬-୧୩; ଉପ. ୩:୧୪; ଯାକୁ. ୧:୧୭ ମଧ୍ୟ ଦେଖନ୍ତୁ ।)