ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଅକ୍ଟୋବର ପୃଷ୍ଠା ୭
  • ପ୍ରତିଦିନ ଯିହୋବାଙ୍କର ପ୍ରଶଂସା କରନ୍ତୁ!

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରତିଦିନ ଯିହୋବାଙ୍କର ପ୍ରଶଂସା କରନ୍ତୁ!
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
  • ପ୍ରାୟ ସମାନ ଲେଖା
  • ଯୁବକଯୁବତୀମାନେ, କʼଣ ଯିହୋବା ଆପଣଙ୍କ ସବୁଠାରୁ ଭଲ ମିତ୍ର ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ମନପ୍ରାଣ ଦେଇ ଯିହୋବାଙ୍କ ସେବା କରନ୍ତୁ ଓ ଖୁସି ରହନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଅକ୍ଟୋବର ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରତିଦିନ ଯିହୋବାଙ୍କର ପ୍ରଶଂସା କରନ୍ତୁ!

ଜୀବନ ଯିହୋବାଙ୍କ ତରଫରୁ ଏକ ବହୁମୂଲ୍ୟ ଉପହାର। ପ୍ରତିଦିନ ଆମେ ଯେଭଳି ଭାବେ ଜୀବନଯାପନ କରୁ, ସେଥିରୁ ପ୍ରମାଣିତ ହୁଏ ଯେ ଆମେ ଏହି ଉପହାର ପ୍ରତି କେତେ କୃତଜ୍ଞ। ଯିହୋବାଙ୍କ ସାକ୍ଷୀ ଭାବରେ ଆମେ ନିଜ ପ୍ରତିଭା ଓ ସାମର୍ଥ୍ୟ ଏପରି ଭାବେ ଉପଯୋଗ କରିବାକୁ ଚାହୁଁ, ଯାହାଦ୍ୱାରା ଯିହୋବାଙ୍କର ଆଦର ଓ ମହିମା ହୋଇଥାଏ। (ଗୀତ ୩୬:୯; ପ୍ରକା ୪:୧୧) କିନ୍ତୁ, ହୁଏତ ଆମେ ସାଂସାରିକ ଚିନ୍ତାରେ ଏତେ ବୁଡ଼ିଯାଉ ଯେ ଆମେ ଈଶ୍ୱରଙ୍କ ସେବାକୁ ପ୍ରଥମ ସ୍ଥାନ ଦେବା ଭୁଲିଯାଉ। (ମାର୍କ ୪:୧୮, ୧୯) ଆମେ ନିଜକୁ ପଚାରିବା ଉଚିତ୍‌: ‘ମୁଁ ପ୍ରକୃତରେ ଯିହୋବାଙ୍କୁ ନିଜର ସବୁଠାରୁ ଉତ୍ତମ ଉପହାର ଦେଉଛି କି? (ହୋଶେ ୧୪:୨) ମୋର ଚାକିରୀ କିମ୍ବା ପେଷା ଯିହୋବାଙ୍କ ସେବାରେ ବାଧା ସୃଷ୍ଟି କରୁଛି କି? ମୁଁ ଯିହୋବାଙ୍କ ସେବାରେ କʼଣ ଲକ୍ଷ୍ୟ ରଖିଛି? ମୁଁ ନିଜ ସେବାକୁ କିପରି ଆହୁରି ବଢ଼ାଇପାରିବି?’ ଏହି ପ୍ରଶ୍ନଗୁଡ଼ିକ ଉପରେ ଚିନ୍ତନ କଲା ପରେ, ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ କରିବାକୁ ହେବ, ତେବେ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ ଏବଂ ଜରୁରୀ ପରିବର୍ତ୍ତନ କରନ୍ତୁ। ଦୃଢ଼ ଭରସା ରଖନ୍ତୁ ଯେ ପ୍ରତିଦିନ ଯିହୋବାଙ୍କର ପ୍ରଶଂସା କରିବା ଦ୍ୱାରା ଆମେ ପ୍ରକୃତ ଖୁସି ଓ ସନ୍ତୁଷ୍ଟି ପାଇପାରିବା!—ଗୀତ ୬୧:୮.

ଏଗାର୍ଡୋ ନ୍‌କୋ ମଞ୍ଚରେ ପରିବେଷଣ କରୁଛନ୍ତି; ଏଗାର୍ଡୋ ନ୍‌କୋ ଚାର କରୁଛନ୍ତି

ଆପଣ ନିଜ ପ୍ରତିଭା କାହା ପାଇଁ ବ୍ୟବହାର କରୁଛନ୍ତି?

ନିଜ ଦକ୍ଷତା ଯିହୋବାଙ୍କ ପାଇଁ ବ୍ୟବହାର କରନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ। ତାʼପରେ, ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ନିଜ ପ୍ରତିଭାକୁ ଶୟତାନର ଜଗତ ପାଇଁ ବ୍ୟବହାର କରିବା କାହିଁକି ମୂର୍ଖତା ହେବ? (୧ଯୋହ ୨:୧୭)

  • ଯେଉଁମାନେ ଯିହୋବାଙ୍କୁ ନିଜର ସବୁଠାରୁ ଉତ୍ତମ ଉପହାର ଦିଅନ୍ତି, ସେମାନଙ୍କୁ କʼଣ କʼଣ ଆଶିଷ ମିଳେ?

  • ଈଶ୍ୱରଙ୍କ ସେବା ସହ ଜଡ଼ିତ କେଉଁ କ୍ଷେତ୍ରରେ ଆପଣ ନିଜ ପ୍ରତିଭା ଓ ଦକ୍ଷତା ବ୍ୟବହାର କରିବାକୁ ଚାହାନ୍ତି?

ପାରିବାରିକ ଉପାସନାରେ ସାମିଲ୍‌ କରିପାରିବେ:

  • ଏପରି ଜଣେ ପ୍ରଚାରକଙ୍କ ସାକ୍ଷାତ୍କାର ନିଅନ୍ତୁ, ଯିଏ ଅନେକ ବର୍ଷ ଧରି ଯିହୋବାଙ୍କର ସେବା କରିଆସୁଛନ୍ତି। ଯଦି ସମ୍ଭବ ତେବେ ପୂର୍ଣ୍ଣ ସମୟ ସେବା କରୁଥିବା କୌଣସି ସେବକଙ୍କୁ ନିଅନ୍ତୁ। ପଚାରନ୍ତୁ: ଯିହୋବାଙ୍କୁ ସବୁଠାରୁ ଉତ୍ତମ ବଳିଦାନ ଦେବା ପାଇଁ ଆପଣ କʼଣ କʼଣ ତ୍ୟାଗ କରିଛନ୍ତି? ଯିହୋବା ଆପଣଙ୍କୁ କʼଣ କʼଣ ଆଶିଷ ଦେଇଛନ୍ତି?

  • JW ବ୍ରୋଡକାଷ୍ଟିଙ୍ଗ୍‌କୁ ଯାଇ ସାକ୍ଷାତ୍କାର ଓ ଅନୁଭୂତି (ହିନ୍ଦୀ) ବିଭାଗରେ ଦେଖନ୍ତୁ। ସେଠାରେ ଆପଣ ଅନେକ ଭାଇଭଉଣୀଙ୍କର ଅନୁଭୂତି ଦେଖିପାରିବେ ଏବଂ ଶୁଣିପାରିବେ। ଆପଣ ଜାଣିପାରିବେ ଯେ ସେମାନେ ଯିହୋବାଙ୍କ ସେବା ସହ ଜଡ଼ିତ ଭିନ୍ନ ଭିନ୍ନ କ୍ଷେତ୍ରରେ କିପରି ନିଜ ସାରା ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ଏବଂ ସେମାନେ ଜୀବନରେ କିପରି ପ୍ରକୃତ ଖୁସି ପାଇଛନ୍ତି

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ