ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧୩-୧୪
‘ସୁସ୍ଥିର ହୁଅ ଓ ଯିହୋବା କିପ୍ରକାରେ ଉଦ୍ଧାର କରିବେ ତାହା ଦେଖ’
୧୪:୧୩, ୧୪, ୨୧, ୨୨, ୨୬-୨୮
ଯିହୋବା ନିଜ ପ୍ରତ୍ୟେକ ସେବକଙ୍କୁ ପ୍ରେମ କରନ୍ତି ଏବଂ ସେମାନଙ୍କ ସାମର୍ଥ୍ୟ ଅନୁଯାୟୀ ସେମାନଙ୍କୁ ବ୍ୟବହାର ଦେଖାନ୍ତି । ମିଶରରୁ ଇସ୍ରାଏଲୀୟମାନଙ୍କୁ ଉଦ୍ଧାର କରିବା ସମୟରେ ମଧ୍ୟ ସେ ଏପରି କଲେ । ଏପରି ଆମେ କାହିଁକି କହିପାରିବା ?
ଯିହୋବା ସେମାନଙ୍କୁ ସସଜ୍ଜ ବା ବ୍ୟବସ୍ଥିତ ଭାବେ ବାହାର କଲେ ।—ଯାତ୍ରା ୧୩:୧୮
ସେ ସେମାନଙ୍କୁ ସଠିକ୍ ରାସ୍ତା ଦେଖାଇଲେ ଏବଂ ସେମାନଙ୍କୁ ସୁରକ୍ଷା କଲେ ।—ଯାତ୍ରା ୧୪:୧୯, ୨୦
ସେ ଛୋଟ ପିଲାଠାରୁ ନେଇ ବୁଢ଼ା ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ଦାସତ୍ୱରୁ ମୁକ୍ତ କଲେ ।—ଯାତ୍ରା ୧୪:୨୯, ୩୦
ମହାକ୍ଳେଶର ଅପେକ୍ଷା କରିବା ସମୟରେ ଆଜି ଆପଣ କʼଣ ଭରସା ରଖିପାରିବେ ?—ଯିଶା ୩୦:୧୫