ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୯
  • ଏହି ‘ଶେଷକାଳର’ ଶେଷକାଳରେ ପ୍ରସ୍ତୁତ ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏହି ‘ଶେଷକାଳର’ ଶେଷକାଳରେ ପ୍ରସ୍ତୁତ ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ପ୍ରସ୍ତୁତ ଅଛନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • କʼଣ ଆପଣ ଭବିଷ୍ୟତରେ ଯେଉଁ ସମସ୍ୟା ଆସିବ ତାʼପାଇଁ ପ୍ରସ୍ତୁତ ଅଛନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • କʼଣ ଆପଣ ଆର୍ଥିକ ସଙ୍କଟର ସାମନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ସମସ୍ୟା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୯
ଏକ ପରିବାରର ଲୋକେ ବିପତ୍ତିର ସମୟ ପାଇଁ ଖାଇବା ଜିନିଷ, ପାଣି ଓ ଅନ୍ୟାନ୍ୟ ଜରୁରୀ ଜିନିଷ ଅଲଗା ରଖୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଏହି ‘ଶେଷକାଳର’ ଶେଷକାଳରେ ପ୍ରସ୍ତୁତ ରହନ୍ତୁ

ଆମେ ‘ଶେଷକାଳର’ ଶେଷକାଳରେ ବଞ୍ଚୁଛୁ । ତେଣୁ ସମସ୍ୟାଗୁଡ଼ିକ ଆହୁରି ବଢ଼ି ବଢ଼ି ଯିବ । [୨ତୀମ ୩:୧; ମାଥି ୨୪:୮ ଉପରେ ଅଧ୍ୟୟନ ତଥ୍ୟ (ହିନ୍ଦୀ)] ଯେତେବେଳେ ନଈବଢ଼ି କିମ୍ବା ଭୂମିକମ୍ପ ଭଳି ବିପତ୍ତି ଆସେ, ସଂଗଠନ ଆମକୁ କହେ ଯେ ଜୀବନ ରକ୍ଷା କରିବା ପାଇଁ ଆମେ କʼଣ କରିବା ଉଚିତ୍‌ । ଆମେ ଏବେଠାରୁ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିବା ଉଚିତ୍‌ ଏବଂ ବ୍ୟବହାରିକ ପଦକ୍ଷେପ ନେବା ଉଚିତ୍‌ । ଯଦି ଆମେ ଏବେଠାରୁ ସଂଗଠନର ପରାମର୍ଶକୁ ମାନି ପ୍ରସ୍ତୁତ ରହିବା, ତେବେ ବିପତ୍ତି ଆସିଲେ ରକ୍ଷା ପାଇପାରିବା ।—ଲୂକ ୧୬:୧୦.

  • ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରନ୍ତୁ: ବାଇବଲ ପଢ଼ିବା ଓ ବ୍ୟକ୍ତିଗତ ଅଧ୍ୟୟନ କରିବାର ଭଲ ଅଭ୍ୟାସ ରଖନ୍ତୁ । ଭିନ୍ନ ଭିନ୍ନ ଉପାୟରେ ପ୍ରଚାର କରିବା ଶିଖନ୍ତୁ । ଯଦି ଆପଣ କିଛି ସମୟ ପାଇଁ ଭାଇଭଉଣୀମାନଙ୍କ ସହ ଭେଟିପାରିବେ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । (ଯିଶା ୩୦:୧୫) ଯିହୋବା ଓ ଯୀଶୁ ସବୁବେଳେ ଆପଣଙ୍କ ସହ ରହିବେ ।—ସଙ୍ଗଠିତ (ହିନ୍ଦୀ) ପୃ ୧୭୬ ¶୧୫-୧୭

  • ପଦକ୍ଷେପ ନିଅନ୍ତୁ: ଏକ ବ୍ୟାଗ୍‌ରେ ଜରୁରୀ ଜିନିଷଗୁଡ଼ିକ ରଖନ୍ତୁ । ଏହାଛଡ଼ା, ନିଜ ପରିବାର ପାଇଁ ସବୁବେଳେ ଯଥେଷ୍ଟ ପରିମାଣର ଖାଇବା ଜିନିଷ, ପାଣି, ଔଷଧ ଓ ଅନ୍ୟାନ୍ୟ ଜରୁରୀ ଜିନିଷଗୁଡ଼ିକ ହେବା ଉଚିତ୍‌ । ଯଦି ହଠାତ୍‌ କୌଣସି ବିପତ୍ତି ଆସେ ଏବଂ ଆପଣଙ୍କୁ କୌଣସି ଜାଗାରେ ରହିବାକୁ ପଡ଼େ, ତେବେ ଏହି ଜିନିଷଗୁଡ଼ିକ ଯଥେଷ୍ଟ ସମୟ ଧରି କାମରେ ଆସିବ ।—ହିତୋ ୨୨:୩; ସଜା୧୭-ହି ସଂ.୫ ପୃ ୪, ୬

ପ୍ରାକୃତିକ ବିପତ୍ତିର ସାମନା କରିବାକୁ କʼଣ ଆପଣ ପ୍ରସ୍ତୁତ ଅଛନ୍ତି ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ତିକ ବିପତ୍ତିର ସାମନା କରିବାକୁ କ’ଣ ଆପଣ ସ୍ତୁତ ଅଛନ୍ତି ?’ ଭିଡିଓର ଏକ ଦୃଶ୍ୟ । ଜଣେ ଭାଇ ବାଇବଲ ପଛନ୍ତି ।

    ବିପତ୍ତିର ସାମନା କରିବା ପାଇଁ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଆମେ କିପରି ମଜବୁତ୍‌ କରିପାରିବା ?

  • ‘ତିକ ବିପତ୍ତିର ସାମନା କରିବାକୁ କ’ଣ ଆପଣ ସ୍ତୁତ ଅଛନ୍ତି ?’ ଭିଡିଓର ଏକ ଦୃଶ୍ୟ । ଏକ ଚିତରେ ଜରୁରୀକାଳୀନ ବ୍ୟାଗ୍‌, ଜରୁରୀ ଠିକଣା ଓ ମାନଚିତ ଦେଖାଯାଇଛି । ଏହି ମାନଚିତରେ ଦେଖାଯାଇଛି ଯେ ହଠା ବିପତ୍ତି ଆସିଲେ ପରିବାର ଲୋକେ କେଉଁଠି ଭେଟିବେ ।

    ଆମେ ପ୍ରାଚୀନମାନଙ୍କ ସମ୍ପର୍କରେ କାହିଁକି ରହିବା ଉଚିତ୍‌ ?

  • ଆମେ ଜରୁରୀକାଳୀନ ବ୍ୟାଗ୍‌ କାହିଁକି ପ୍ରସ୍ତୁତ ରଖିବା ଉଚିତ୍‌ ?

  • ଆମେ ପରିବାର ସହ ଏହା କାହିଁକି ଆଲୋଚନା କରିବା ଯେ ଆମ ଅଞ୍ଚଳରେ କେଉଁ ବିପତ୍ତିଗୁଡ଼ିକ ଆସିପାରେ ଏବଂ ଏପରି ପରିସ୍ଥିତିରେ ଆମେ କʼଣ କରିବା ?

  • ‘ତିକ ବିପତ୍ତିର ସାମନା କରିବାକୁ କ’ଣ ଆପଣ ସ୍ତୁତ ଅଛନ୍ତି ?’ ଭିଡିଓର ଏକ ଦୃଶ୍ୟ । ଚିତସମୂହ: ବିପତ୍ତିର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବାର ଉପାୟ । ୧. ଜଣେ ଭାଇ ସେମାନଙ୍କ ପାଇଁ ର୍ଥନା କରୁଛନ୍ତି । ୨. କିଛି ଭାଇମାନେ ସେମାନଙ୍କ ପାଖକୁ ରିଲିଫ ସାମ ପଠାଉଛନ୍ତି । ୩. ଜଣେ ଭାଇ ସାରା ଥିବୀରେ ଚାଲିଥିବା କାମ ପାଇଁ ଦାନ ଦେଉଛନ୍ତି ।

    ଯେଉଁଠାରେ ବିପତ୍ତି ଆସିଛି, ସେଠାକାର ଭାଇଭଉଣୀମାନଙ୍କ ପାଇଁ ଆମେ କେଉଁ ତିନୋଟି କାମ କରିପାରିବା ?

ନିଜକୁ ପଚାରନ୍ତୁ, ‘କରୋନା ମହାମାରୀ ମୋତେ କʼଣ ଶିଖାଇଲା ? ମୁଁ ପ୍ରତ୍ୟେକ ବିପତ୍ତି ପାଇଁ ଆଗରୁ କିପରି ପ୍ରସ୍ତୁତ ରହିବା ଉଚିତ୍‌ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ