ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଚାର କରିବାର ନମୁନା
ସ୍ମାରକ ନିମନ୍ତ୍ରଣ ଅଭିଯାନ (୧୯ ମାର୍ଚ୍ଚ–୧୫ ଏପ୍ରିଲ୍)
“ଆମେ ଆପଣଙ୍କୁ ଏକ ବିଶେଷ ସଭାକୁ ନିମନ୍ତ୍ରଣ କରୁଛୁ । ତାହା ହେଉଛି, ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ବାର୍ଷିକ ସ୍ମାରକ ଦିବସ । ଏହା ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକ ପାଳନ କରିବେ । ଆମେ ଚାହୁଁ ଯେ ଆପଣ ମଧ୍ୟ ଆସନ୍ତୁ ।” ତାʼପରେ ସେହି ବ୍ୟକ୍ତିଙ୍କୁ ଛପା ଯାଇଥିବା କିମ୍ବା ଡିଜିଟାଲ୍ ନିମନ୍ତ୍ରଣ ପତ୍ର ଦିଅନ୍ତୁ । “ଏହି ନିମନ୍ତ୍ରଣ ପତ୍ରରେ ଲେଖାଅଛି ଯେ ଆମ ଅଞ୍ଚଳରେ ଏହି ସଭା କେବେ ଓ କେଉଁଠି ହେବ (କିମ୍ବା ଆପଣ ଏହି ସଭା ଅନଲାଇନ୍ କିପରି ଦେଖିପାରିବେ) । ଏହାର ଠିକ୍ ସପ୍ତାହେ ପୂର୍ବରୁ ଏକ ବିଶେଷ ଭାଷଣ ଦିଆଯିବ । ଏହି ସଭା ପାଇଁ ମଧ୍ୟ ଆପଣଙ୍କୁ ନିମନ୍ତ୍ରଣ କରୁଛୁ ।”
ଯଦି ଆଗ୍ରହ ଦେଖାନ୍ତି: ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ଦେଖାନ୍ତୁ (କିମ୍ବା ଇ-ମେଲ୍ କିମ୍ବା ମେସେଜ୍ ଜରିଆରେ ପଠାନ୍ତୁ) ।
ଆର ଥରକୁ: ଯୀଶୁ କାହିଁକି ନିଜ ଜୀବନ ଦେଲେ ?
ପ୍ରଥମ ସାକ୍ଷାତa (୧-୧୮ ମାର୍ଚ୍ଚ, ୧୬-୩୦ ଏପ୍ରିଲ୍)
ପ୍ରଶ୍ନ:ଯେପରି ଭାବେ ଡାକ୍ତର ଓ ନର୍ସ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି, ଏବିଷୟରେ ଆପଣଙ୍କୁ କିପରି ଲାଗେ ?
ପଦ: ଯୋହ ୧୫:୧୩
ଆର ଥରକୁ: କʼଣ କେହି ଆପଣ (କିମ୍ବା ଆପଣଙ୍କ ପରିବାରକୁ) ସାହାଯ୍ୟ କରିଛନ୍ତି ଯଦିଓ ଆପଣ ସାହାଯ୍ୟ ମାଗି ନାହାନ୍ତି ?
ପୁନଃସାକ୍ଷାତb
ପ୍ରଶ୍ନ:କʼଣ କେହି ଆପଣ (କିମ୍ବା ଆପଣଙ୍କ ପରିବାରକୁ) ସାହାଯ୍ୟ କରିଛନ୍ତି ଯଦିଓ ଆପଣ ସାହାଯ୍ୟ ମାଗି ନାହାନ୍ତି ?
ପଦ: ମାଥି ୨୦:୨୮
ଆର ଥରକୁ: କʼଣ ମୁଁ ଆପଣଙ୍କୁ ଏକ ବିଶେଷ ସଭାକୁ ନିମନ୍ତ୍ରଣ କରିପାରିବି ? ସେହି ସଭାରେ ଆମେ ଏପରି ଜଣେ ବ୍ୟକ୍ତିଙ୍କୁ ମନେ ପକାଇବା ଯିଏ ଆମମାନଙ୍କ ପାଇଁ ନିଜ ଜୀବନ ଦେଲେ ।