ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମେ ପୃଷ୍ଠା ୩
  • ନିଜକୁ ଯିହୋବାଙ୍କ ଦୃଷ୍ଟିକୋଣରୁ ଦେଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜକୁ ଯିହୋବାଙ୍କ ଦୃଷ୍ଟିକୋଣରୁ ଦେଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ପ୍ରେମ କରନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ‘ଯିହୋବା ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମେ ପୃଷ୍ଠା ୩

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ନିଜକୁ ଯିହୋବାଙ୍କ ଦୃଷ୍ଟିକୋଣରୁ ଦେଖନ୍ତୁ

“ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି ।” (ଗୀତ ୧୪୯:୪) ଯେହେତୁ ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ, ତଥାପି ଯିହୋବା ଆମ ଭଲ ଗୁଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତି । ସେ ଏହା ବି ଦେଖନ୍ତି ଯେ ଆମେ କʼଣ କʼଣ କରିପାରିବା । କିନ୍ତୁ କେବେ କେବେ କିଛି କାରଣ ଯୋଗୁଁ ହୁଏତ ଆମକୁ ନିଜଠାରେ କୌଣସି ଭଲ ଗୁଣ ଦେଖାଯିବ ନାହିଁ । ଯେପରି, ଯେବେ ଅନ୍ୟ ଲୋକମାନେ ଆମ ସହିତ ଖରାପ ବ୍ୟବହାର କରନ୍ତି, ତେବେ ଆମକୁ ଲାଗିପାରେ ଯେ ଆମଠାରେ କୌଣସି ଭଲ ଗୁଣ ନାହିଁ । କିମ୍ବା ପୂର୍ବେ ଆମେ କୌଣସି ଭୁଲ କରିଥିଲୁ, ଯାହାଯୋଗୁଁ ହୁଏତ ଆମକୁ ଲାଗିପାରେ ଯେ ଯିହୋବା ଆମକୁ ପ୍ରେମ କରିପାରିବେ ନାହିଁ । ଏହି ଭାବନାଗୁଡ଼ିକରୁ ଲଢ଼ିବା ପାଇଁ ଆମେ କʼଣ କରିପାରିବା ?

ମନେ ରଖନ୍ତୁ ଯେ ମଣିଷ ଯେତେ ଦେଖେ, ତାʼଠୁ ଅଧିକ ଯିହୋବା ଦେଖିପାରନ୍ତି । (୧ଶାମୁ ୧୬:୭) ଏପରିକି ଆମେ ନିଜଠାରେ ଯାହା ଦେଖିପାରି ନ ଥାଉ, ତାହା ବି ଯିହୋବା ଦେଖିପାରନ୍ତି । ଏହା କେତେ ଖୁସିର କଥା, ଆମେ ବାଇବଲରୁ ଜାଣିପାରୁ ଯେ ଯିହୋବା ଆମକୁ କେଉଁ ଦୃଷ୍ଟିକୋଣରୁ ଦେଖନ୍ତି । ବାଇବଲରେ ଏପରି ଅନେକ ପଦ ଓ ଉଦାହରଣ ଅଛି, ଯେଉଁଥିରୁ ଜଣାପଡ଼େ ଯେ ଯିହୋବା ନିଜ ଉପାସକମାନଙ୍କୁ କେତେ ପ୍ରେମ କରନ୍ତି ।

ନିଜ ହୃଦୟକୁ ଭରସା ଦିଅନ୍ତୁ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି ନାମକ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଜଣେ ପିଲା ଓ ତାʼ ବାପାଙ୍କ ଉଦାହରଣରୁ ଆମେ କʼଣ ଶିଖୁ ?

  • ଗମ୍ଭୀର ପାପ କଲା ପରେ ଯେବେ ଜଣେ ବ୍ୟକ୍ତି ଯିହୋବାଙ୍କ ପାଖକୁ ଫେରି ଆସିବା ପାଇଁ ଜରୁରୀ ପଦକ୍ଷେପ ନିଏ, ତେବେ ସେ ନିଜ ହୃଦୟକୁ କିପରି ଭରସା ଦେଇପାରିବ ଯେ ଯିହୋବା ତାକୁ ପ୍ରେମ କରନ୍ତି ?—୧ଯୋହ ୩:୧୯, ୨୦

  • ଯେବେ ଭାଇ ଜଣକ ଦାଉଦ ଓ ଯିହୋଶାଫଟ୍‌ଙ୍କ ବିଷୟରେ ପଢ଼ିଲେ ଓ ଚିନ୍ତନ କଲେ ତେବେ ତାଙ୍କୁ କʼଣ ଲାଭ ହେଲା ?

ବାଇବଲର ଉଦାହରଣ, ଯେଉଁଥିରୁ ଆମର ଭରସା ବଢ଼େ ଯେ . . .

ଅନ୍ୟମାନେ ଆମ ବିଷୟରେ ଯାହା ବି ଭାବନ୍ତୁ ନା କାହିଁକି, ଯିହୋବା ଆମକୁ ପ୍ରେମ କରନ୍ତି

  • ହନୋକ (ଆଦି ୫:୨୪; ଏବ୍ରୀ ୧୧:୫; ଯିହୂ ୧୪, ୧୫)

  • ହାନ୍ନା (୧ଶାମୁ ୧:୧–୨:୧୧, ୧୮-୨୧, ୨୬)

ଯିହୋବା ସତରେ ସେମାନଙ୍କୁ କ୍ଷମା କରନ୍ତି, ଯେଉଁମାନେ ପଶ୍ଚାତାପ କରନ୍ତି

  • ମନଃଶି (୨ବଂଶା ୩୩:୧-୭, ୧୨, ୧୩)

  • ପାଉଲ (୧ ତୀମ ୧:୧୨-୧୬)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ