ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ସେପ୍ଟେମ୍ବର ପୃଷ୍ଠା ୧୫
  • ବାପାମାଆମାନେ, ନିଜ ପିଲାମାନଙ୍କୁ ଈଶ୍ୱରଙ୍କଠାରୁ ବୁଦ୍ଧି ପାଇବା ପାଇଁ ସାହାଯ୍ୟ କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବାପାମାଆମାନେ, ନିଜ ପିଲାମାନଙ୍କୁ ଈଶ୍ୱରଙ୍କଠାରୁ ବୁଦ୍ଧି ପାଇବା ପାଇଁ ସାହାଯ୍ୟ କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଜ ପିଲାମାନଙ୍କୁ ଶିଖାନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ସୁସମାଚାରରେ ଆଗ୍ରହ ଦେଖାଉଥିବା ଲୋକଙ୍କ ଶୀଘ୍ର ସହାୟତା କରନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ସେପ୍ଟେମ୍ବର ପୃଷ୍ଠା ୧୫
ଜଣେ ଭଉଣୀ ନିଜ ପିଲାମାନଙ୍କୁ ସଭାରେ ଉତ୍ତର ଦେବା ଓ ଧ୍ୟାନ ଦେବା ପାଇଁ ସାହାଯ୍ୟ କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ବାପାମାଆମାନେ, ନିଜ ପିଲାମାନଙ୍କୁ ଈଶ୍ୱରଙ୍କଠାରୁ ବୁଦ୍ଧି ପାଇବା ପାଇଁ ସାହାଯ୍ୟ କରନ୍ତୁ

ଏହାର ଗୋଟିଏ ସବୁଠୁ ବଢ଼ିଆ ଉପାୟ ହେଉଛି ଯେ ସଭାଗୁଡ଼ିକରୁ ସେମାନଙ୍କୁ ଶିଖିବା ପାଇଁ ସାହାଯ୍ୟ କରନ୍ତୁ । ସଭାଗୁଡ଼ିକରେ ପିଲାମାନେ ଯାହା ଦେଖନ୍ତି, ଶୁଣନ୍ତି ଓ ଉତ୍ତର ଦିଅନ୍ତି, ସେଥିରୁ ସେମାନେ ଯିହୋବାଙ୍କ ବିଷୟରେ ବହୁତ କିଛି ଶିଖନ୍ତି । ସେମାନେ ତାଙ୍କ ସହିତ ସାଙ୍ଗ ହେବା ପାଇଁ ମଧ୍ୟ ଶିଖନ୍ତି । (ଦ୍ୱିବି ୩୧:୧୨, ୧୩) ଆପଣ ଏପରି କʼଣ କରିପାରିବେ ଯାହାଫଳରେ ଆପଣଙ୍କ ପିଲାମାନେ ସଭାଗୁଡ଼ିକରେ ଭଲଭାବେ ଶିଖନ୍ତୁ ।

  • ସଭାଗୁଡ଼ିକ ପାଇଁ ନିଜ ପିଲାମାନଙ୍କୁ ରାଜ୍ୟଘରେ ନେବା ପାଇଁ ପୂରା ଚେଷ୍ଟା କରନ୍ତୁ । —ଗୀତ ୨୨:୨୨

  • ରାଜ୍ୟଘରେ ସଭା ଆରମ୍ଭ ହେବା ପୂର୍ବେ କିମ୍ବା ପରେ ଭାଇଭଉଣୀମାନଙ୍କ ସହ ଭେଟିବା ପାଇଁ ସମୟ ବାହାର କରନ୍ତୁ ।—ଏବ୍ରୀ ୧୦:୨୫

  • ଧ୍ୟାନ ରଖନ୍ତୁ ଯେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଖରେ ସେହି ବହି ପତ୍ରିକାଗୁଡ଼ିକର ଗୋଟିଏ ଛପା ଯାଇଥିବା କିମ୍ବା ଡିଜିଟାଲ୍‌ କପି ହେବା ଉଚିତ୍‌, ଯାହା ଉପରେ ସଭାରେ ଚର୍ଚ୍ଚା କରାଯିବ

  • ପିଲାମାନଙ୍କୁ ନିଜ ଶବ୍ଦରେ ଉତ୍ତର ଦେବା ପାଇଁ ସାହାଯ୍ୟ କରନ୍ତୁ ।—ମାଥି ୨୧:୧୫, ୧୬

  • ସଭାଗୁଡ଼ିକରେ ଆଉ ସେଠାରେ ଆମେ ଯାହା ବି ଶିଖୁ, ସେବିଷୟରେ ଭଲ କଥାଗୁଡ଼ିକ କହନ୍ତୁ

  • ମଣ୍ଡଳୀରେ ବୃଦ୍ଧ ଭାଇଭଉଣୀମାନଙ୍କ ସହ କଥା ହେବା, ରାଜ୍ୟଘର ସଫାସୁତୁରା କରିବା ଓ ଏପରି ଅନ୍ୟ କାମଗୁଡ଼ିକରେ ନିଜ ପିଲାମାନଙ୍କୁ ସାମିଲ୍‌ କରନ୍ତୁ

ନିଜ ପିଲାମାନଙ୍କୁ ଯିହୋବାଙ୍କ ନିକଟତର କରିବାରେ ସାହାଯ୍ୟ ଦରକାର ପଡ଼େ ଓ ଏଥିରେ ବହୁତ ପରିଶ୍ରମ ଲାଗେ । ହୁଏତ ଅନେକଥର ଆପଣଙ୍କୁ ଏହି ଦାୟିତ୍ୱ ତୁଲାଇବା ବହୁତ କଷ୍ଟ ଲାଗିପାରେ । କିନ୍ତୁ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ ।—ଯିଶା ୪୦:୨୯.

ବାପାମାଆମାନେ, ଯିହୋବାଙ୍କଠାରୁ ଶକ୍ତି ପାଆନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଥକି ଯାଇଥିବା ଯୋଗୁଁ ଜ୍ୟାକ୍‌ ଓ ଲିଆଙ୍କ ସହ କʼଣ ହେଉଥିଲା ?

  • ବାପାମାଆ କାହିଁକି ଭରସା ରଖିପାରିବେ ଯେ ଯିହୋବା ସେମାନଙ୍କୁ ଶକ୍ତି ଦେବେ ?

  • ଜ୍ୟାକ୍‌ ଓ ଲିଆ କିପରି ଯିହୋବାଙ୍କ ସାହାଯ୍ୟ ନେଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ